Author: sanitelevision

କମ୍ପାନୀ YouTubeର ନୀତି ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ତା’ର ରିପୋର୍ଟରେ କହିଛି ଯେ ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ, YouTubeର ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ୨୯ ଲକ୍ଷ ଭିଡିଓ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ଏହା ବିଶ୍ୱର କୌଣସି ଦେଶରେ ହଟାଇବା ଭିଡିଓର ସର୍ବାଧିକ ସଂଖ୍ୟକ।କେବଳ ଭାରତନ ନୁହେଁ ପୂରା ବିଶ୍ୱରେ ଏପରି ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲର 95 ଲକ୍ଷ ଭିଡିଓ ଡିଲିଟ କରାଯାଇଛି। ୟୁଟ୍ୟୁବ କମ୍ୟୁନିଟି ଗାଇଡଲାଇନ ବାହାରେ ଯେଉଁମାନେ କଣ୍ଟେଟ ବନାଉଥିଲେ ସେମାନଙ୍କର ଭିଡିଓ ଡିଲିଟ କରାଯାଇଛି ବୋଲି ଜଣାପଡ଼ିଛି। ୟୁଟ୍ୟୁବରେ କଠୋର କଣ୍ଟେଟ ପୋଲିସି ରହିଛି। ଭିଡିଓରେ ଯଦି କୌଣସି ପ୍ରକାର ହେଟ୍ ସ୍ପିଚ୍ ରହିଥିବ ଏବଂ ଉତ୍ପୀଡ଼ନ, ହିଂସା ଓ ଭୁଲ ତଥ୍ୟ ରହିଥିଲେ ୟୁଟ୍ୟୁବ ଏହାକୁ ଡିଲିଟ କରୁଛି। ଦର୍ଶକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ, ୟୁଟ୍ୟୁବ୍ ପ୍ରଥମେ ଗାଇଡଲାଇନ ବାହାରେ ହେଉଥିବା ଭିଡିଓକୁ ଚେକ୍…

Read More

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଣ୍ଟା ହୋଇଛି ସୁଭଦ୍ରାର ଦ୍ବିତୀୟ କିସ୍ତି । ଏକକାଳୀନ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ଟଙ୍କା । ବ୍ରହ୍ମପୁର ଆମ୍ବପୁଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଗତ ସେପ୍ଟେମ୍ୱର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଏଯାଏଁ ୫ଟି ପର୍ଯ୍ୟାୟରେ ୧ କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ସହାୟତା ରାଶି ପାଇଥିଲେ । ଶନିବାର ସେମାନେ ପୁଣି ୫ ହଜାର ଟଙ୍କା ପାଇଛନ୍ତି । ସେପଟେ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ହୋଇଥିବା ବେଳେ ସେବେଠାରୁ ଚାଲିବ ସର୍ଭେ । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଡୋର ଟୁ ଡୋର ସର୍ଭେ କରିବେ ମିଶନ ଶକ୍ତି ମହିଳା । ତେବେ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ୩ଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ ।…

Read More

ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶର ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କୁ ସେମାନଙ୍କ ଶକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି, ମହିଳା ଦିବସରେ ଆମେ ନାରୀ ଶକ୍ତିକୁ ପ୍ରଣାମ କରୁଛୁ! ଆମ ସରକାର ସବୁବେଳେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଆସିଛି, ଯାହା ଆମର ଯୋଜନା ଏବଂ କାର୍ଯ୍ୟକ୍ରମରେ ପ୍ରତିଫଳିତ ହୁଏ। ଆଜି, ପ୍ରତିଶ୍ରୁତି ଅନୁଯାୟୀ, ମୋର ସୋସିଆଲ ମିଡିଆ ସମ୍ପତ୍ତି ବିଭିନ୍ନ କ୍ଷେତ୍ରରେ ନିଜର ଛାପ ସୃଷ୍ଟି କରୁଥିବା ମହିଳାମାନଙ୍କ ଦ୍ୱାରା ଦଖଲ କରାଯିବ!ଅନ୍ତର୍ଜାତୀୟ ମହିଳା ଦିବସରେ, ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ନବସାରୀ ଜିଲ୍ଲାରେ ମହିଳା ଦିବସ କାର୍ଯ୍ୟକ୍ରମରେ ଏକ ମେଗା ଇଭେଣ୍ଟକୁ ସମ୍ବୋଧିତ କରିବେ । ଏହି ଅବସରରେ ମହିଳା…

Read More

ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ହୋଇଥାନ୍ତି। ଏଥିପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ମାର୍ଚ୍ଚ ୧୦ ତାରିଖଠାରୁ କମନ ଆପ୍ଲିକେସନ ଫର୍ମ ବା CAF ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପିଜି ପାଠପଢ଼ା। ମାର୍ଚ ୧୦ରୁ ଆବେଦନ, ମେ ପ୍ରଥମ ସପ୍ତାହରେ ପ୍ରବେଶିକା ପରୀକ୍ଷା। +୩ ଫଳ ପ୍ରକାଶ ପୂର୍ବରୁ ମଧ୍ୟ ପିଜିରେ ନାମ ଲେଖାଇ ହେବ। ପରୀକ୍ଷାରେ ଫେଲ୍‌ ହୋଇଥିଲେ ନାମଲେଖା ବାତିଲ କରାଯିବ। ପୂର୍ବଭଳି ପ୍ରବେଶିକା ପରୀକ୍ଷାର ମାର୍କ ଓ କ୍ୟାରିଅର ମାର୍କ ମଧ୍ୟରେ 80 ଅନୁପାତ 20 ରହୁଥିଲା। ହେଲେ ଏଥର କ୍ୟାରିଅର ମାର୍କକୁ ଆଉ ବିଚାରକୁ ନିଆଯିବ ନାହିଁ ।ଉଲ୍ଲେଖଯୋଗ୍ୟ, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ…

Read More

ଆଜି ବିଶ୍ବ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । କେବଳ ଏତିକି ନୁହେଁ ନାରୀ ଆଜି ସବୁ କ୍ଷେତ୍ରରେ ପାରଙ୍ଗମ । ଭୂମିରୁ ଭୂମାଯାଏଁ ତା’ର ଯାତ୍ରା ସଫଳ ହୋଇଛି । ଘରର ପ୍ରତିଟି ପାଇଟିକୁ ସୁଚାରୁ ରୁପେ କରିବା ଠାରୁ ଆରମ୍ଭ କରି ମହାକାଶରେ ବୁଲି ଆସିଲାଣି ନାରୀ । ନୃତ୍ୟ , ସଙ୍ଗୀତ, ସାହିତ୍ୟଠାରୁ ଆରମ୍ଭ କରି ସେବା ଓ ସେନାରେ ମଧ୍ୟ ନିଜର ଦକ୍ଷତା ଦେଖାଇପାରିଛି ନାରୀ । ନାରୀ କେବେ ସ୍ନେହମୟୀ କେବେ ପୁଣି ଶତ୍ରୁ ପାଇଁ ସଂହାରିଣୀ ।ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ…

Read More

ଭୁବନେଶ୍ୱର ନୂଆ ଷ୍ଟେସନରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ସେମାନଙ୍କର ଯାତ୍ରା ପ୍ରାରମ୍ଭ ଏବଂ ଏଠାରେ ଯାତ୍ରା ସମାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଅଛି ଯାହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଏହି ଟ୍ରେନ୍ ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ । ଏହି ପରିବର୍ତ୍ତନଗୁଡ଼ିକ ପାଇଁ କାର୍ଯ୍ୟାନ୍ୱୟନ ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ।ଏହି ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଦୁଇ ମିନିଟ୍ ରହଣି କରିବେ । ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଅବସ୍ଥିତ ଅନେକ ଇଞ୍ଜିନିୟରିଂ, ମେଡିକାଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭୁବନେଶ୍ୱର ନୂଆ ଷ୍ଟେସନ ଏକ ସୁବିଧାଜନକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଏଥିସହିତ ହସ୍ପିଟାଲ ଯାତ୍ରା ଆବଶ୍ୟକ କରୁଥିବା ଯାତ୍ରୀମାନେ ବହୁତ ଉପକୃତ ହେବେ । ତେବେ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଯୋଜନା…

Read More

ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଗତକାଲି ରାଜ୍ୟ ବାହାରେ ଉଭୟଙ୍କ ନିର୍ବନ୍ଧ ହୋଇଛି। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ । ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି । ଆସନ୍ତା ୧୧ ତାରିଖରେ ବାହାଘର ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଜାଗୃତି ଶୁକ୍ଳା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିର୍ବନ୍ଧର ଦୁଇଟି ଫଟୋ ସେୟାର କରିଛନ୍ତି । ଉଭୟଙ୍କ ନିର୍ବନ୍ଧ ଫଟୋ ବିଭିନ୍ନ ସିନେମା ହ୍ୱାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ସହ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରାଯାଇଛି ଓ ଫ୍ୟାନ୍‌ମାନେ ଶୁଭେଚ୍ଛା ଜଣାଉଛନ୍ତି । ବାହାଘର ରାଜସ୍ଥାନରେ ହେବା ବୋଲି ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼କଥା ହେଉଛି ଯେ ଏହି ନିର୍ବନ୍ଧକୁ ନେଇ ବର୍ଷା କଣ ପ୍ରତିକ୍ରିୟା ରଖିବେ?

Read More

ହୋଷ୍ଟନରୁ ଫୋଇନିକ୍ସ ଯାଉଥିବା ସାଉଥ୍ ୱେଷ୍ଟ ଏୟାର ଲାଇନ୍ସ ଫ୍ଲାଇଟ୍ ଯାତ୍ରୀ ଓ କ୍ରିଉ ମେମ୍ବର ଜଣେ ମହିଳାଙ୍କ ପାଇଁ ହୋଇଛନ୍ତି ହଟହଟା । ବିମାନରେ ଯାତ୍ରୀମାନେ ନିଜ ନିଜ ସିଟରେ ବସିବା ପରେ ବିମାନଟି ଟେକଅଫ୍ କରିବାର ଥିଲା । କିନ୍ତୁ ଠିକ୍ ଏତିକିବେଳେ ମହିଳା ଯାତ୍ରୀ ଜଣକ ବିମାନରୁ ଓହ୍ଲାଇବା ପାଇଁ କହିଲେ ।ଖବର ମୁତାବକ, ବିମାନ ନଂ ୭୩୩ ହ୍ୟୁଷ୍ଟନରୁ ଫିନିକ୍ସ ଯାଉଥିବା ସାଉଥ ୱେଷ୍ଟ ଏୟାରଲାଇନ୍ସର ଏକ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିମାନଟି ୱିଲିୟମ ପି.ହବି ଏୟାରପୋର୍ଟରୁ ଉଡାଣ ଭରିବା ପରେ ମଝି ଆକାଶରେ ଯୁବତୀ ଜଣକ ହଠାତ୍ ଡ୍ରେସ ଖୋଲି ଦେଇଥିଲେ । ଆଉ ବିମାନ ଭିତରେ ୨୫ ମିନିଟ ବୁଲିଥିଲେ । ଏଭଳି ହାଇଭୋଲଟେକ ଡ୍ରାମା ଦେଖି ଅସହଜ ହୋଇପଡିଲେ ଯାତ୍ରୀ । ଏହା ଦେଖି ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ବିମାନ କକ୍…

Read More

କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ କର୍କଟ ଟୀକା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ମହିଳାଙ୍କୁ ମିଳିବ କ୍ୟାନ୍ସର ଭ୍ୟାକସିନ୍। ମହିଳାଙ୍କ କ୍ଷେତ୍ରରେ କ୍ୟାନସର ରୋକିବାକୁ ଏହି ଟିକାକରଣ କରାଯିବ। ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଏହି ଟିକାକରଣ କରାଯିବ। ଏହି ଟିକାର ଗବେଷଣା ସରିଛି, ଏବେ ଟ୍ରାଏଲ ଚାଲିଛି। ତେଣୁ ଏହି ଟିକା ୫ରୁ ୬ ମାସ ମଧ୍ୟରେ ଆସିଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।ସେ କହିଛନ୍ତି, ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ସମସ୍ୟାର ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏପରି ପରିସ୍ଥିତିରେ, ସରକାରଙ୍କ ପକ୍ଷରୁ କର୍କଟ ଟିକା ସମ୍ପର୍କରେ ଏହା ଏକ ବଡ଼ ଅପଡେଟ୍। ୩୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କର ହସ୍ପିଟାଲରେ ସ୍କ୍ରିନିଂ କରାଯିବ ଏବଂ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ପାଇଁ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରାଯିବ। କର୍କଟ ଚିକିତ୍ସାରେ ବ୍ୟବହୃତ ଔଷଧ ଉପରୁ ସୀମା ଶୁଳ୍କ ମଧ୍ୟ…

Read More

ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡା ଦେଇସାରିଛନ୍ତି। ଏହି ପ୍ରକିୟା ଆଉ ୨ରୁ ୪ ଦିନ ଚାଲିବ। ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ମା’ କଇଁଛ ଏବେ କୂଳ ମୁହଁରେ ଅଣ୍ଡା ଦେବା ଅପେକ୍ଷାରେ ଅଛନ୍ତି ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।ଋଷିକୁଲ୍ୟା ଏବଂ ଗହୀରମଥାରେ ଅଭୂତପୂର୍ବ ସାମୂହିକ ବସା ସମସ୍ତ ରେକର୍ଡକୁ ଅତିକ୍ରମ କରିଛି । ଚଳିତ ବର୍ଷ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବା ସହିତ ଋଷିକୁଲ୍ୟା ନଦୀ ମୁହାଣ ସାମୂହିକ ବସା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛନ୍ତି। ଯାହା ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ଇତି ମଧ୍ୟରେ, ୨୦୨୫ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଗହିରମାଥାର…

Read More