Author: sanitelevision

ମୋହନ ସରକାର ଓଡ଼ିଶାରେ ଶାସନକୁ ଆସିବାର ମାତ୍ର ୯ ମାସ ହୋଇଛି। ହେଲେ ରାଜ୍ୟ ସରକାର ମାତ୍ର ୯ ମାସ ଭିତରେ ୨୧ ହଜାର କୋଟିରୁ ଅଧିକ ଋଣ କରିସାରିଲେଣି।୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି।ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଥିବା ନେଇ ସେ ପ୍ରକାଶ କରିଛନ୍ତି।ଆଉ ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟ ସରକାରର ଶାସନକୁ ୯ ମାସ ପୁରିଛି।

Read More

ମାର୍ଚ୍ଚରେ ୪୦ ଟପିବ ତାପମାତ୍ରା । କିଛି ଦିନ ପାଗ ସାମାନ୍ୟ ଥଣ୍ଡା ରହିବା ପରେ ତାତି ପୁଣି ବଢ଼ିଛି । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ୧୩ ଓ ୧୪ ତାରିଖରେ ୬ଜିଲ୍ଲା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ଅଧିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭ ଦିନ ଯାଏ ପାଗ ଶୁଖିଲା ରହିବ । ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ତେଣୁ ବାହାରକୁ ବାହାରିବା ସମୟରେ ପାଣି ବୋତଲ ସହ ପଗଡି ଭିଡିବା ଛତା ଧରି ଯିବା ଓ ସୂତା କପଡା ପିନ୍ଧିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ…

Read More

ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି । ଦିଲ୍ଲୀରେ ଜାଗୃତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା । ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ । ଉଭୟଙ୍କ ଆଜି ପଡିବ ହାତଗଣ୍ଠି । ହାତକୁ ଦି ହାତ ହେବେ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ।ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ୍ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ବଢିଛି। ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା ଆଉ ୨୦୨୫ରେ ସାତ ଜନ୍ମର ସାଥୀ ସାଜିଲେ ଅନୁଭବ-ଜାଗ୍ରତି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ।

Read More

ଭାଗ୍ୟ ଭଲ ଥିଲେ ବଡ଼ ବଡ଼ ବିପଦ ବି ଟଳିଯାଏ। ଇଏ ତାର ଜ୍ୱଳନ୍ତ ଉଦାହରଣ। ଭୟଙ୍କର ଦୁର୍ଘଟଣା କିନ୍ତୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଠାରୁ କୋରାପୁଟ ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ସୋମବାର ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଆମ୍ବୁଲାନ୍ସରେ ଅଣାଯାଉଥିଲା। ଏହି ସମୟରେ ହଠାତ୍ ଘଟିଥିଲା ଅଘଟଣ।ଆମ୍ବୁଲାନ୍ସ ଯାଉଥିବାବେଳେ କଞ୍ଜାମଯୋଡି ନିକଟରେ ହଠାତ ଏକ ମାଲବାହୀ ଟ୍ରେନ ଆସି ଗାଡିକୁ ୧୦୦ମିଟର ପର୍ଯ୍ୟନ୍ତ ଘୋଷାରି ନେଇ ଯାଇଥିଲା।କିନ୍ତୁ ଆମ୍ବୁଲାନ୍ସରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ଓ ୮ଜଣ ରୋଗୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ ଆମ୍ବୁଲାନ୍ସରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବଞ୍ଚିଯାଇଛି ।ସୂଚନା ଅନୁସାରେ ଯେଉଁଠାରେ…

Read More

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକଲି ଔଷଧର ଏକ ବଡ଼ ବୃଦ୍ଧି ଘଟିଛି, ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି। ସୋମବାର ବିଧାନସଭାରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଏକ ବିବୃତ୍ତିରୁ ଏହା ପ୍ରକାଶ ପାଇଛି।ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା ୧୦୩ ଟି ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି । ଗତ ୩ ବର୍ଷ ମଧ୍ୟରେ ୪ଟି ଯୋଗାଣକାରୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି । ଯେଉଁଥିରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କୋଲକାତା ଏବଂ ହାଇଦ୍ରାବାଦ ଭଳି ଅନ୍ୟ ସ୍ଥାନରୁ ନକଲି ଔଷଧ ଯୋଗାଣ କରାଯାଇଥିଲା ।“୨୦୨୨-୨୩ ଆର୍ଥିକ ବର୍ଷରେ ଜିଙ୍କ ସଲଫେଟ୍, ସୋଡିୟମ୍ ଲାକ୍ଟେଟ୍ ସମେତ ମୋଟ ୪୫ଟି ଟାବଲେଟ୍ ଏବଂ ରିଙ୍ଗର୍ସ ଲାକ୍ଟେଟ୍ ନିମ୍ନମାନର ଘୋଷଣା କରାଯାଇଥିଲା, ୨୦୨୩-୨୪ ଆର୍ଥିକ ବର୍ଷରେ ୩୨ଟି ଔଷଧ ନକଲି ହୋଇଥିବା ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୨୬ଟି ନକଲି ଔଷଧ ନକଲି…

Read More

ରାଜ୍ୟରେ ୧ ଲକ୍ଷ ୪୩ ହଜାର ୬୯୧ କୁଷ୍ଠ ରୋଗୀ ଅଛନ୍ତି । ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।। ୨୦୦୬-୨୦୦୭ରେ ୫, ୦୮୮ ଜଣ କୁଷ୍ଠ ରୋଗୀ ଥିବା ବେଳେ ୨୦୧୮-୧୯ରେ ସର୍ବାଧିକ ୧୦ ହଜାର ୭୮୬ ଜଣ କୁଷ୍ଠ ରୋଗୀ ଥିଲେ । ୨୦୨୩-୨୪ରେ ଏହା କମି ୮ ହଜାର ୩୯୬ରେ ପହଞ୍ଚିଥିଲା । ସେହିପରି ୨୦୦୬-୦୭ରେ କୁଷ୍ଠ ରୋଗୀଙ୍କ ପାଇଁ ୩୯୦.୯୪ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ୧୪୩୯.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୩-୨୪ରେ ୮୩୯୬ ରାଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟରେ କ୍ରମାଗତ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।ଆଗାମୀ ଦିନରେ ସରକାରଙ୍କ ତରଫରୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Read More

ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି। ବିଧାୟକ ଟଙ୍କଧର ତ୍ରିପାଠିଙ୍କ ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ପ୍ରକାଶ କରିଛନ୍ତି।ସେହିପରି ୨୦୧୪-୧୫ରେ ଏହି ଉତ୍ପାଦ ରାଜସ୍ବକୁ ୧୭୪.୭୧ କୋଟି ଦେଇଥିଲା । ସେହିପରି ୨୦୨୩-୨୪ରେ ଏହାଠାରୁ ୧୦୧୨.୫୬ କୋଟି ଆଦାୟ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି ଯେ, ପ୍ରାୟ ୧୬ଟି ରାଜ୍ୟରୁ ଓଡ଼ିଶାକୁ ପାନ ମସଲା, ଗୁଟ୍‌ଖା, ତମାଖୁ ଇତ୍ୟାଦି ଆମଦାନୀ ହେଉଛି ।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ବର୍ଷ ପରେ ବର୍ଷ ଏହି ଉତ୍ପାଦଗୁଡ଼ିକରୁ ଟିକସ ଆଦାୟ ନିରନ୍ତର ବୃଦ୍ଧି ପାଇଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ, ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ, ରାଜ୍ୟ ତମାଖୁ ଏବଂ ପାନ ମସଲା ବିକ୍ରୟରୁ ୧,୦୪୭.୮୨ କୋଟି ଟଙ୍କା ଆଦାୟ…

Read More

YouTube ଅନଲାଇନ ଜୁଆ ବିଷୟବସ୍ତୁ ବିରୋଧରେ ନିୟମ କଠୋର କରିଛି। କମ୍ପାନୀର ନୂତନ ନିୟମ ୧୯ ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଛି। ଏହା ପରେ, ଯେଉଁ କ୍ରିଏଟରମାନେ ଅଣପ୍ରମାଣିତ ଜୁଆ ଆପ ଏବଂ ୱେବସାଇଟ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବେ, ସେମାନଙ୍କ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯିବ।ନିୟମକୁ କଡ଼ାକଡ଼ି କରି, YouTube ଅନଲାଇନ କାସିନୋ କିମ୍ବା ଆପ ପ୍ରଚାର କରୁଥିବା ବିଷୟବସ୍ତୁ ଉପରେ ବୟସ ସୀମା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଏପରି ବିଷୟବସ୍ତୁ ୧୮ ବର୍ଷରୁ କମ ବୟସର ଉପଯୋଗକର୍ତ୍ତାମାନଙ୍କୁ ଦେଖାଯିବ ନାହିଁ। ନିୟମ ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ YouTube କଠୋର କାର୍ଯ୍ୟାନୁଷ୍ଠାନ ନେଉଛି। ଏହା ସହିତ, ସେହି କ୍ରିଏଟର୍‌ମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଯେଉଁମାନେ ସେମାନଙ୍କ ବିଷୟବସ୍ତୁରେ ଏପରି ଜୁଆ ସେବା କିମ୍ବା ଆପ୍ସର ଲୋଗୋ ଦେଖାନ୍ତି, ଯାହାକୁ ଗୁଗଲ ଦ୍ୱାରା ଅନୁମୋଦନ କରାଯାଇ ନାହିଁ। ଏହି ନିୟମଗୁଡ଼ିକ ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ ହେବ।

Read More

ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।ଏକ ରିପୋର୍ଟ ଅନୁଯାୟୀ ଅଭିଯୋଗ କରାଯାଇଛି ଯେ ଏହି ତିନି ଅଭିନେତାଙ୍କ ପାନ ମସଲା ବିଜ୍ଞାପନ କରିଛନ୍ତି । ଯାହା ‘ବୋଲୋ ଜୁବାନ କେଶରୀ’ ଏବଂ ‘ଦାନେ ଦାନେ ମୈ କେଶର କା ଦମ୍‌’ ଟ୍ୟାଗଲାଇନ୍ ସହିତ ଆସିଥାଏ । ଏହି ବିଜ୍ଞାପନରେ ଶାହରୁଖ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ଅଛନ୍ତି । ତେବେ ଏହାକୁ କେନ୍ଦ୍ରକରି ଆବେଦନକାରୀ ଯୋଗେନ୍ଦ୍ର ସିଂହ ତିନି ଜଣ ଅଭିନେତାଙ୍କ ଉପରେ ଅଭିଯୋଗ କରିଛନ୍ତି ।ଆବେଦନକାରୀ ପାନ ମସଲାରେ କେଶର ଥିବା ନେଇ ମିଛ ବିଜ୍ଞାପନ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଆବେଦନକାରୀ କହିଛନ୍ତି ଯେ…

Read More

ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ଯେଉଁ ଜଙ୍ଗଲ ଦେଖିବ ସେଇ ଜଙ୍ଗଲ ନିଆଁର ଆଁରେ ଜଳି ପୋଡି ନଷ୍ଟ ହୋଇଯାଉଛି। ଖରା ଦିନ ଆରମ୍ଭରୁ ଜଙ୍ଗଲ ଜଳିବା ମଧ୍ୟ ଆରମ୍ଭ ହୋଇଗଲାଣି। ଖାସ କରି ବୌଦ୍ଧ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯଦି ସ୍ଥିତି ଏମିତି ହେଲାଣି ତାହାଲେ ଆଗାମୀ ଦିନରେ କଣ ହେବ ବୋଲି ପ୍ରଶ୍ନ ଉଙ୍କି ମାରୁଛି । ଏହାରି ଭିତରେ ଜଙ୍ଗଲ ଓ ପରିବଶ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜଙ୍ଗଲ ନିଆଁ ପ୍ରତି ସରକାର ସଚେତନ ଅଛନ୍ତି । ଜଙ୍ଗଲକୁ ଲାଗିଥିବା ଗାଁ ଗୁଡିକରେ ସଚେତନ କରାଯାଇଛି । ୧୭ ଆଦିବାସୀ ଜିଲ୍ଲାରେ ଲୋକମାନେ ପାରମ୍ପରିକ ଭାବେ ନିଆଁ ଲଗାନ୍ତି । ହେଲେ ଏବେ ରାଜ୍ୟରେ ବିଶେଷ ନିଆଁ ଲାଗିନାହିଁ । ୩୧୦ ଛୋଟ ଛୋଟ ପଏଣ୍ଟରେ…

Read More