Author: sanitelevision

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଏନେି କରିନା କପୁର ତାଙ୍କର ବୟାନ ରେକର୍ଡ କରିଛନ୍ତି । କରିନା କପୁର ବାନ୍ଦ୍ରା ପୋଲିସକୁ କହିଛନ୍ତି ଯେ,ସୈଫ୍ ଏକାକୀ ଆକ୍ରମଣକାରୀଙ୍କୁ ସାମ୍ନା କରିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ସୈଫ୍‌ ଘରର ସମସ୍ତ ପିଲା ଏବଂ ମହିଳାଙ୍କୁମାନଙ୍କୁ ବିଲ୍ଡିଂର ୧୨ ମହଲାକୁ ପଠାଇଦେଲେ । ସେ ସମସ୍ତଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ । ସୈଫ୍ ଆକ୍ରମଣକାରୀଙ୍କୁ ସାମ୍ନାକୁ ଆସିବାରୁ ଦୁର୍ବୃତ୍ତ ତାଙ୍କ ପୁଅ ପାଖରେ ପହଞ୍ଚି ପାରିନଥିବା ସେ କହିଛନ୍ତି । କରିନା ଏହା ମଧ୍ୟ କହିଥିଲେ ଯେ ଆକ୍ରମଣକାରୀ ଘରୁ କିଛି ଚୋରି କରି ନାହାଁନ୍ତି, କିନ୍ତୁ ସେ ବହୁତ ଆକ୍ରମଣାତ୍ମକ ଥିଲେ । ସେ ସୈଫଙ୍କୁ ଅନେକ ଥର ଆକ୍ରମଣ କରିଥିଲେ । ଆକ୍ରମଣ ପରେ ମୁଁ ବହୁତ ଭୟଭୀତ ହୋଇଯାଇଥିଲି,ସେଥିପାଇଁ କରିସ୍ମା ମତେ ତାଙ୍କ ନିଜ…

Read More

ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ଏହି ବଜେଟ ଅଧିବେଶନ। ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନିଜର ଅଷ୍ଟମ ବଜେଟ୍ ଉପସ୍ଥାପନ କରିବେ । ସଂସଦ ବଜେଟ୍ ଅଧିବେଶନ ସମୟରେ ଫେବ୍ରୁଆରୀ ୧ରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପରମ୍ପରା ଅନୁସାରେ ଅଧିବେଶନ ଆରମ୍ଭର ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହର ସଂଯୁକ୍ତ ବୈଠକରୁ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ। ପ୍ରଥମ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୦ରେ ଆରମ୍ଭ ହେବ। ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଷ୍ଟଦଶ ଲୋକସଭାର ଏହା ତୃତୀୟ…

Read More

ଦୀଘା ମୁହାଣରେ ବୁଡ଼ିଲା ମାଛ ଧରା ଟଲର । ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ । ଗତକାଲି ଅପରାହ୍ନରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ମାଛ ଧରି ଦୀଘା ମୁହାଣକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଯାନ୍ତ୍ରିକ ତ୍ରୂଟି ଯୋଗୁଁ ଟ୍ରଲରଟି ଗଭୀର ସମୁଦ୍ରର ଫସି ଯାଇଥିଲା । ଖବର ପାଇ ଅନ୍ୟ ଏକ ସ୍ପିଡ୍ ବୋଟ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡି ଯାଉଥିବା ଟ୍ରଲରୁ ୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା ।ସୂଚନାନୁଯାୟୀ, ଦୀଘା ମୁହାଣ ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଟଲରଟି କିଭଳି ବୁଡ଼ିଲା ତାହାକୁ ନେଇ ସ୍ଥାନୀୟ ମେରାଇନ ଥାନା ପୋଲିସ ଅଧିକ ତଦନ୍ତ କରୁଛି।

Read More

ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୫ ଜଣକୁ ଗିରଫ କରିଛି। ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗୁରୁବାର ନାବାଳିକା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଟୁସୁ ପର୍ବ ଦେଖିବାକୁ ଯାଇଥିବା ସମୟରେ, ସେଠାରୁ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ ୬ ଦୁର୍ବୃତ୍ତ। ଯୁବତୀଙ୍କୁୁ ଦୁର୍ବୃତ୍ତମାନେ ବିଶ୍ରା ଥାନା ତେତେରକେଲା କୋଏଲ ନଦୀ ପଠାରେ ଗଣ ଦୁର୍ଷ୍ମମ କରିଥିଲେ। ସେପଟେ ପୁରୁଷ ବନ୍ଧୁଙ୍କ ଅଭିଯୋଗ ଅନୁସାରେ ପୋଲିସ ଏହି ଦୁର୍ବୃତ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ହେଲେ ଏହି ସମୟରେ ଜଣେ ଅଭିଯୁକ୍ତ ଫେରାର ଅଛି |ଗତ କିଛି ମାସ ହେବ ରାଉରକେଲା ସହରକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି। କେବଳ ରାଉରକେଲା ସହରରେ ଗତ ସେପ୍ଟେମ୍ୱରରୁ ଆଜି ପର୍ଯ୍ୟନ୍ତ ୧୨ଟି ନାବାଳିକା ଦୁଷ୍କର୍ମ ମାମଲା ଘଟିଯାଇଛି। ଏହା ରାଉରକେଲା ପୁଲିସ ପାଇଁ…

Read More

ବାପା ବିଜୟକୁମାର ମା’ ସ୍ୱପ୍ନାଙ୍କ ଝିଅ ଦେବସ୍ମିତା ଲକ୍ଷ୍ୟ ରଖିଛନ୍ତି ୟୁନିଫର୍ମରେ ନହେଲେ ପ୍ରଶାସନିକ ସ୍ତରରେ ଦେଶର ସେବା କରିବେ l ରାଜ୍ୟର ୧୫୦ଜଣ NCC କ୍ୟାଡ଼ରଙ୍କ ମଧ୍ୟରୁ ଜଣେ ମାତ୍ର ଚୟନ ହୋଇଥିବା ଦେବସ୍ମିତା ଏବେ ନୂଆ ଆଶା ଓ ନୂଆ ସ୍ୱପ୍ନର ଖୁସି । କାରଣ ତାଙ୍କୁ ଡାକିଛନ୍ତି ପ୍ରଥମ ନାଗରିକ ମେଡ଼ମ ପ୍ରେସିଡେଣ୍ଟ l ଖୋଦ ମହାମହିମଙ୍କ ନିମନ୍ତ୍ରଣ ତାଙ୍କ ସହ ବସି ରାତ୍ରି ଭୋଜନ କରିବେ ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ସିନିୟର NCC ଅଫିସର ଦେବସ୍ମିତା ବେନିଆ l ଘରେ ପୁରା ପରିବାର ଏବେ ଖୁସି କାରଣ ସ୍ୱପ୍ନ ବି ଏମିତି ଦେଖିନଥିଲେ ।

Read More

ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି ବୋଲି ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲାପାଳ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୃଢ ମତ ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନଗୁଡିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ଵ । ତେଣୁ ଉପଜିଲ୍ଲାପାଳ ଭାବରେ, ଏହି ଯୌତୁକ ନିଷେଧ ଅଧିନିୟମ, ୧୯୬୧ଆଇନକୁ କଡାକଡି ଭାବେ କାର୍ଯ୍ୟ କରିବା ସହିତ ଏହି ଆଇନର ଦୁରୂପଯୋଗକୁ ରୋକିବାରେ ଉପଜିଲ୍ଲାପାଳଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଓଡ଼ିଶାରେ ଉପଜିଲ୍ଲାପାଳ ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟମାନଙ୍କୁ ଯୌତୁକ ନିଷେଧ ଅଧିକାରୀ ଭାବେ ଘୋଷଣା କରାଯାଇଛି ।ଏହି ଆଇନ ଅନୁଯାୟୀ…

Read More

ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିରାଟ ବଙ୍କର ଠାବ ହୋଇଛି । ସେହି ସାହାଯ୍ୟରେ ଖସିଯାଇଛି ଟପ୍ ମାଓନେତା ହିଡମା । ପୋଲିସ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ନିହତ ପରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଏକ ବଙ୍କର ଠାବ ହୋଇଛି । ବଙ୍କର୍ ଭିତରୁ ମାଓବାଦୀ ଖସି ପଳାଇଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।ବିପୁଳ ପରିମାଣର ବିଦ୍ୟୁତ ତାର ମିଳିଥିଲା।ଏଥିସହ ବନ୍ଧୁକ ତିଆରି କରିବା ମେସିନ ଓ ଅନ୍ୟ ବିସ୍ଫୋରକ ମିଳିଥିଲା। ଯାହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଥିଲା। ତେବେ ଏକ ବଡ଼ ଧରଣର ଅଘଟଣକୁ ଯବାନ ଏଡାଇ ଦେଇଥିବା କୁହାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ବିଜାପୁର, ଡିଆରଜି ସୁକମା, ଡିଆରଜି ଦାନ୍ତେୱାଡା, କୋବ୍ରା ୨୦୪, ୨୦୫, ୨୦୬, ୨୦୮, ୨୧୦ ଏବଂ ସିଆରପିଏଫ ୨୨୯ ବାଟାଲିୟନର ମିଳିତ ଟିମ୍ ବଡ଼ ମାଓ କ୍ୟାଡରଙ୍କ ଉପସ୍ଥିତି ଖବର ଆଧାରରେ ଅପରେସନ କରିଥିଲେ ।…

Read More

ରାଜ୍ୟରେ ଶୀତ ଜାରି ରହିବ । ବିଶେଷ କରି ଆସନ୍ତା ୭ ଦିନ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ରାତିର ତାପମାତ୍ରା ପ୍ରାୟ ୧୧ରୁ ୧୩ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ସୂଚନା ଦେଇଛି। ଜି ଉଦୟଗିରିରେ ରାତି ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଫୁଲବାଣୀରେ ୮.୫, ଦାରିଙ୍ଗବାଡ଼ିରେ ୯, ରାଉରକେଲା ୧୦.୩, କେନ୍ଦୁଝର ୧୦.୪ ଓ ଭୁବନେଶ୍ୱରରେ ୧୨.୩ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୩ ଦିନ ଯାଏ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ।ବିଶେଷ କରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏହାସହ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହିତ ହୋଇପାରେ…

Read More

ନବଦାସ ହତ୍ୟା ଘଟଣାରେ ନୂଆମୋଡ। ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଘଟଣାକୁ ନେଇ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଦେଇଛନ୍ତି ବଡ଼ ସୂଚନା। ଗୋପାଳ ଦାସଙ୍କ ଗୁଳିରେ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ମୃତ୍ୟୁ ହୋଇନାହିଁ । ଅନ୍ୟ କୌଣସି ବନ୍ଧୁକରେ ନବ ଦାସଙ୍କ ମୃତ୍ୟୁ ହୋଇଛି | ଘଟଣା ଦିନ ନବଙ୍କ ସୁରକ୍ଷା ପାଇଁ ମୁତୟନ ଥିଲେ ଗୋପାଳ । ସେ ଗୁଳି ବା ବାଣ ଫୁଟିଲା ପରି ଶବ୍ଦ ଶୁଣିଥିଲେ । ତେଣୁ ସତର୍କ ହୋଇ ତୁରନ୍ତ ବ୍ଲାଙ୍କ ଫାୟାର କରଥିଲେ ଗୋପାଳ । ତିନି ଥର ବ୍ଲାଙ୍କ ଫାୟାର କରିଥିଲେ ଗୋପାଳ । ତାଙ୍କ ବନ୍ଧୁକର ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇନି । ଅନ୍ୟ କାହା ଗୁଳିରେ ନବଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଏପରି ସାଙ୍ଘାତିକ ବୟାନ ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ।…

Read More

ଏମରଜେନ୍ସି ଫିଲ୍ମରେ ଇନ୍ଦିରାଗାନ୍ଧିଙ୍କ ପିଲାଦିନ ଠାରୁ ତାଙ୍କୁ ହତ୍ୟା ସମୟ ପର୍ଯ୍ୟନ୍ତ ଘଟଣାବଳୀକୁ ଦେଖାଯାଇଛି । ଏହି ଫିଲ୍ମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆତ୍ମ ଜୀବନୀ ବୋଲି କହୁନାହିଁ ଏହି ଫିଲ୍ମ । କଙ୍ଗନା ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଯେତେବେଳେ ଫିଲ୍ମର ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଥିଲା। କଙ୍ଗନାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଲୁକରେ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ଥିଲେ । ବଡ କଥା ହେଲା କଙ୍ଗନା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ଦୁଇଗୁଣ ଆଶା ଦେଇଛନ୍ତି। କଙ୍ଗନା ଏଥର ଭଲ ଚଳଚ୍ଚିତ୍ର ଆଣିଛନ୍ତି। ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି । ବାସ୍ତବ ଜୀବନରେ ଅଭିନେତ୍ରୀ କଙ୍ଗନା ହେଉଛନ୍ତି ଜଣେ ସାଂସଦ । ଯଦି ଦେଖିବା ସେ ଏବେ ବଡ ପରଦାରେ ନଜର ଆସୁଛନ୍ତି । ତାହା ପୁଣି ବାସ୍ତବିକ ଜୀବନରେ ଜଣେ ରାଜନେତ୍ରୀ ଭାବରେ ପରଦା ଉପରକୁ ଆସିଛନ୍ତି ।…

Read More