Author: sanitelevision

ହାଇପ୍ରୋଫାଇଲ ଠକ ହଂସିତା-ଅନିଲଙ୍କୁ ମିଳିଲା ଜାମିନ। ହାଇକୋର୍ଟରୁ ହଂସିତା-ଅନିଲଙ୍କୁ ସର୍ତ୍ତମୂଳକ ଜାମିନ ମିଳିଲା। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ। ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ।ତେବେ ହାଇକୋର୍ଟ ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଛନ୍ତି । ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା ଓ ଅନୀଲ ବିଭିନ୍ନ ସଂସ୍ଥା ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଟି ଚାଲିଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟେ ପାସପୋର୍ଟ ସରେଣ୍ଡର କରିବେ । ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ । ସହର ବାହାରକୁ ଯିବାକୁ ହେଲେ ଆଇଓଙ୍କ ଅନୁମତି ନେବେ ।

Read More

ଡିଜିଟାଲ୍ ଭିତ୍ତିଭୂମିରେ ଦ୍ରୁତ ଉନ୍ନତି ସତ୍ତ୍ୱେ, ଓଡିଶାର ୨,୬୦୩ ଗ୍ରାମ ଏପର୍ଯ୍ୟନ୍ତ ମୋବାଇଲ୍ ନେଟୱାର୍କ ସେବା ପାଇନାହିଁ, ଯାହା ଓଡିଶା ବିଧାନସଭାରେ ପ୍ରକାଶ ପାଇଛି। ବିଧାୟକ ରମେଶ ବେହେରାଙ୍କ ଦ୍ୱାରା ଉଠାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଓଡ଼ିଶାର ମୋଟ ୫୧୧୬୭ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ । ଓଡ଼ିଶା ସରକାରଙ୍କ ସମନ୍ୱୟରେ କେନ୍ଦ୍ରର ଡିଜିଟାଲ୍ ଭାରତ ନିଧି (ଡିବିଏନ) ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସମସ୍ତ ଗାଁରେ ମୋବାଇଲ୍ ସଂଯୋଗ ଯୋଗାଇବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରୁ ୨୫୭୨ଟି ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି । ଏଥିସହିତ ମନ୍ତ୍ରୀ କହିଛନ୍ତି, ଜୁନ୍ ୨୦୨୫ ସୁଦ୍ଧା ଓଡ଼ିଶାରେ ସମସ୍ତ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Read More

୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନସ । ବକେୟା ବିଲ ପାସ୍ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଲାଞ୍ଚ ନେଉଥିଲେ ।ରିପୋର୍ଟ ଅନୁଯାୟୀ, ଖାନ ଅଭିଯୋଗକାରୀଙ୍କଠାରୁ ୧.୯୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା ଏବଂ ରାଜକନିକା ବ୍ଲକର ସ୍କୁଲଗୁଡ଼ିକୁ ସ୍କୁଲ ୟୁନିଫର୍ମ ଯୋଗାଇଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବାକି ରାଶି ପ୍ରଦାନ କରିବା ପାଇଁ ଟଙ୍କା ନେଉଥିଲେ। ଅଭିଯୁକ୍ତଙ୍କ କବଜାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଥିଲା। ଗିରଫ ହେବା ପରେ, ଭିଜିଲାନ୍ସ ଅଧିକାରୀମାନେ ଖାନଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ତାଙ୍କ ସହିତ ଜଡିତ ଏକ ସ୍ଥାନରେ ଚଢାଉ କରିଥିଲେ।

Read More

ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି। ଶୂନ୍ୟ ଗଣ୍ଠି ପଡ଼ିଥିବା ବାନାକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳ କାରକ ବୋଲି ଶ୍ରଦ୍ଧାଳୁ କହିଛନ୍ତି।ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ରବିବାର ପ୍ରବଳ ପବନ ବହିଥିବା ଯୋଗୁ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଯାଇଥିଲା । ତେବେ ଏହି ପତିତପାବନ ବାନାକୁ ଆଜି ସନ୍ଧ୍ୟା ସମୟରେ ଓହ୍ଳାଇ ଦିଆଯିବ ।ସୂଚନା ଥାଉକି, ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ । ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି । ତେବେ ଶୂନ୍ୟ ଗଣ୍ଠି ପଡିବା ପରେ ସେବାୟତ କହିଛନ୍ତି ଏହା ଅତ୍ୟନ୍ତ ଶୁଭଦାୟକ । ସେ କହିଛନ୍ତି ବିଶ୍ବାସ ରହିଛି ଶୂନ୍ୟ…

Read More

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ୮୩ ବର୍ଷ ବୟସରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଛି । ଦିଲ୍ଲୀ ଏମସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନ । ।ସୂଚନାଯୋଗ୍ୟ, ୧୬ ଜୁଲାଇ ୧୯୪୧ରେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୁଅ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁରରୁ ଲୋକ ସଭା ଏମ୍‌ପି ଏବଂ ନରେନ୍ଦ୍ର ମୋଦି ସରକାରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି। ଦେବେନ୍ଦ୍ର ଭାରତୀୟ ଜନତା ପାର୍ଟିର ସଦସ୍ୟ ଥିଲେ। ସେ ଦ୍ୱିତୀୟ ବାଜପେୟୀ ମନ୍ତ୍ରୀମଣ୍ଡଳରେ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଦେବଗଡ଼ ନିର୍ବାଚନମଣ୍ଡଳୀରୁ ୧୩ତମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସଦସ୍ୟ ମଧ୍ୟ ଥିଲେ।

Read More

ପୃଥିବୀକୁ ଫେରିବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ । କେବଳ ସୁନୀତା ନୁହେଁ ତାଙ୍କ ସାଥୀ ବୁଚ୍‌ ୱିଲମୋର ବି ଫେରିବେ । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆଜି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ବାହାରିବ ଡ୍ରାଗନ ସ୍ପେସ୍ କ୍ରାଫ୍ଟ । କାଲି ସଂଧ୍ୟା ୫ଟା ୫୭ରେ ଫ୍ଲୋରିଡ଼ା କୋଷ୍ଟରେ ପହଞ୍ଚିବ । ୯ ମାସ ହେଲା ISSରେ ଫିସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ସାଥୀ ୱିଲ୍ ବୁଚ୍ ମୋର୍। ଉଭୟ ପୃଥିବୀକୁ ଫେରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ସଫଳ ଡକିଂ ଓ ହ୍ୟାଚ୍‌ ଖୋଲିଯିବା ପରେ ମିଶନ୍‌ର ମହାକାଶଚାରୀମାନେ ସୁନୀତା, ବୁଚ୍‌ଙ୍କୁ ସାକ୍ଷାତ କରିଥିଲେ । ରେସ୍କ୍ୟୁ ଟିମ୍‌ ପହଞ୍ଚିବା ପରେ ଆଇଏସ୍‌ଏସ୍‌ରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ ।

Read More

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।ଆସନ୍ତା ୨୧ ତାରିଖ ଶାହା ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ସିଧାସଳଖ ଏଠାକୁ ଆସି ବୁର୍ଲା ଏମ୍‌ସିଏଲ୍‌ ଅତିଥି ଭବନରେ ରାତ୍ରିରହଣୀ କରିବେ। ତା’ ପରଦିନ ସକାଳେ ସମଲେଇ ଦର୍ଶନ କରିବେ ଏବଂ ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ୧୫୦ କୋଟି ଟଙ୍କାରେ ନିର୍ମିତ ଭିମ୍‌ସାର ସୁପର ସ୍ପେଶିଆଲିଟି କୋଠା ଏବଂ ୩୨.୮୯ କୋଟି ଟଙ୍କାରେ ନିର୍ମିତ ଦୁର୍ଗାପାଲି ରେଳ ଓଭରବ୍ରିଜର ଉଦ୍‌ଘାଟନ କରିବେ।

Read More

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସଙ୍କ ପତ୍ନୀ । ଏକ ମେଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ମୀନତି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପ୍ରସଙ୍ଗରେ ଲିଖିତ ଆବେଦନ କରିପାରନ୍ତି ନବ ଦାସଙ୍କ ପତ୍ନୀ । ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଛି। ଇ-ମେଲରେ ନବ ଦାସଙ୍କ ପତ୍ନୀ ସମୟ ମାଗିଛନ୍ତି। ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଥିବା ଜଣାପଡ଼ିଛି। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହଚନ ଚରଣ ମାଝୀଙ୍କୁ ଇ-ମେଲ କରାଯାଇଥିବା ଏବଂ ଚିଠି ଲେଖାଯାଇଥିବା ନେଇ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସୂଚନା ଦେଇଛନ୍ତି।

Read More

ମାର୍ଚ୍ଚ ଅଧାରେ ଆକାଶରୁ ନିଆଁ ବର୍ଷୁଛି । ରାଜ୍ୟରେ ରେକର୍ଡ କରୁଛି ତାତି । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଗତକାଲି ବୌଦ୍ଧ ଥିଲା ଦେଶର ସବୁଠୁ ଉତ୍ତପ୍ତ ସହର । ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି, ଜଳିବ ପଶ୍ଚିମ, ଆଭ୍ୟନ୍ତରୀଣ ସହ ଉତ୍ତର ଓଡ଼ିଶା । ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଳାର ଅଧିକାଂଶ ଅଞ୍ଚଳରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ସ୍ଥିତି ବି ବେହାଲ ହୋଇପାରେ । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ନିଆଁ ଝଡ଼ ପ୍ରବାହିତ ହେବ । ଉପକୂଳ ଅଞ୍ଚଳରେ ତାତି ୪୦ ଡିଗ୍ରୀ ନ ଛୁଇଁଲେ ବି ଅସ୍ୱାଭାବିକ ଗୁଳୁଗୁଳି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ହେଲେ ଆଶା ଅଛି, ଦୁଇ ଦିନ ପରେ ବଦଳିବ ପାଗ । ୭ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବର୍ଷା…

Read More

ମାର୍ଚ୍ଚ ୧୪ ତାରିଖରେ ଆକାଶରେ ଦେଖି ପାରିବେ ବ୍ଲଡ଼ ମୁନ୍ । ଏପରି ଦୁର୍ଲଭ ଦୃଶ୍ୟ ସବୁବେଳେ ଦେଖା ଯାଇନଥାଏ। ତେବେ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିଛି । ହେଲେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଶୁକ୍ରବାର ସକାଳ ୯ ଟା ୨୯ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ୨୯ରେ ଶେଷ ହେବ । ଚନ୍ଦ୍ରଗ୍ରହଣ ସକାଳ ସମୟରେ ଲାଗୁଛି ଥିବାରୁ ଏହା ସ୍ପଷ୍ଟ ଯେ ଭାରତରେ ଦୃଶ୍ୟମାନ ହେବ ନାହିଁ । ହୋଲିରେ ଚନ୍ଦ୍ରଗ୍ରହଣ ଲାଗିଥିବାରୁ ଏହା ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । କାରଣ ଏହି ଚନ୍ଦ୍ରଗ୍ରହଣ ରକ୍ତଚନ୍ଦ୍ର ଭାବରେ ଦେଖାଯିବ । ଚନ୍ଦ୍ରର ରଙ୍ଗ ଲାଲ ଦେଖାଯିବାକୁ ବ୍ଲଡ଼ ମୁନ କୁହାଯାଏ। ଚନ୍ଦ୍ରଗ୍ରହଣରେ ଆଂଶିକ ଭାବେ ସୂର୍ଯ୍ୟଲୋକ ଚନ୍ଦ୍ର ଉପରେ ପଡିଥାଏ। କିନ୍ତୁ ବାୟୁରେ ଥିବା ଧୁଳି, ଗ୍ଯାସ ଓ ଅନ୍ୟ କଣିକା କାରଣରୁ ସୂର୍ଯ୍ୟଙ୍କ ଲାଲ କିରଣ କେତେକାଂଶରେ ଚନ୍ଦ୍ର ପାଖରେ…

Read More