ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ । କହିଲେ ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ । ଭାଗଚାଷୀଙ୍କ ପାଇଁ ଏଯାଏଁ କୌଣସି ନିୟମ ନାହିଁ। ପୂର୍ବ ସରକାର ଏନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି। କ୍ଷତିପୂରଣ କେବଳ ମୂଳ ଜମି ମାଲିକଙ୍କୁ ମିଳିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି । SDRF ଫଣ୍ଡରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତ ରୁ ଅଧିକ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୁରଣ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଲକ୍ଷ ୨୬ ହଜାର ହେକ୍ଟର ଫସଲ କ୍ଷତି, ୨୯୧ କୋଟି ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Author: sanitelevision
୨୪ ଘଣ୍ଟାରେ ଓଡ଼ିଶା ଭ୍ରମଣ। ଓଡ଼ିଶାରେ ନିର୍ମାଣ ହେବ ଗ୍ରାଣ୍ଡ ରିଂ ରୋଡ। ୨୬ ଶହ କିଲୋମିଟର ଲମ୍ବ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏକ ଲକ୍ଷ କୋଟି ଟଙ୍କାର ବଜେଟ୍ ପାଇଁ ପ୍ରସ୍ତୁତି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏ ନେଇ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ଯୋଗାଯୋଗ,ଗମନାଗମନ,ପରିବହନ କ୍ଷେତ୍ରରେ ଏହା ଆଣିବ ଏକ ବଡ଼ ପରିବର୍ତ୍ତନ। ବିଭିନ୍ନ ବନ୍ଦର,ଶିଳ୍ପାଞ୍ଚଳ,ସହର ଭିତରେ ଯୋଗାଯୋଗକୁ ସୁଗମ କରିବ ଏହି ଯୋଜନା। ଏ ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଛତିଶଗଡ଼ ଗରିଆବନ୍ଧ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍କାଉଣ୍ଟର ଘଟିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।କାଲି ରାତିରୁ ଆରମ୍ଭ ହୋଇଥିଲା ମାଓ ବିରୋଧୀ ଅଭିଯାନ । ନୂଆପଡ଼ା ଓ ଗାରିୟାବନ୍ଧ ଜିଲ୍ଲା ସୀମା ଅତଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ଛତିଶଗଡ଼ ସ୍ପେଶାଲ ଫୋର୍ସ ଓ ସିଆରପିଏଫ ମଧ୍ୟ ଅପରେସନରେ ସାମିଲ ହୋଇଥିଲେ ।ଯବାନଙ୍କ ଗୁଳିମାଡ଼ରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏପରିକି ଯବାନମାନେ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରିଥିବା ଜଣାପଡିଛି। ଅନ୍ୟପକ୍ଷେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ପକ୍ଷରୁ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । SDRF ଫଣ୍ଡରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ମିଳିବ। ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ୨୯୧ କୋଟି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କରୋନା ମହାମାରୀର ୫ ବର୍ଷ ପରେ ଚୀନ୍ରେ ପୁଣି ଏକ ରହସ୍ୟମୟ ଭାଇରସ୍ର ଆତଙ୍କ। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ବା ଏଚଏମପିଭି ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି ।’ସାଇଣ୍ଟିଷ୍ଟ ଅର୍ଗ’ ଅନୁଯାୟୀ, ଚୀନରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ବିବେଚନା କରିଛି । ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି । ଏହି ନୂତନ ଭୂତାଣୁ ୧୮ଟି ଭିନ୍ନ ଭିନ୍ନ ଦେଶରେ ୭,୮୩୪ ଜଣଙ୍କୁ ସଂକ୍ରମିତ କରିଛି । ଏଥିରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତେ ଚୀନର । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଭୂତାଣୁ ବ୍ୟାପିବା ଖବରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା କରାଯାଉଛି । ଚୀନର…
ବିଚାରାଧିନ ଆପରାଧିକ ମାମଲାରେ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି କରାଯିବ ନାହିଁ । ଏ ନେଇ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ଜଣେ ବ୍ୟକ୍ତିଙ୍କ ପାସ୍ପୋର୍ଟ ବାଜ୍ୟାପ୍ତି ନେଇ ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ପାସପୋର୍ଟ ପ୍ରଦାନ ବା ନବୀକରଣ କରିବା ପ୍ରସଂଗରେ ଆଇନରେ କୌଣସି କଟକଣା ନାହିଁ । ପାସ୍ପୋର୍ଟ ଆଇନର ଧାରା ୧୦(୩)ରେ ଥିବା ବ୍ୟବସ୍ଥା ବାଧ୍ୟତାମୂଳକ ନୁହେଁ, ଇଚ୍ଛାଧୀନ ।ରିପୋର୍ଟ ଅନୁସାରେ ଆବେଦନକାରୀଙ୍କ ନାଁରେ ୨୦୧୦ରେ ଜଗତସିଂହପୁର ମେରାଇନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି ନେଇ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା । କିନ୍ତୁ ଆବେଦନକାରୀଙ୍କ ପାସପୋର୍ଟର କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ଥିଲା ।ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ପରେ ୨୦୨୦ ଜାନୁଆରୀ ୨୭ ଓ ଏପ୍ରିଲ…
ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେବେ ଦୁର୍ବୃତ୍ତ ପତ୍ତା ମିଳି ପାରିନି। ଏଥିରେ ଭାଇଭଉଣୀ ଗୁରୁତର ହୋଇଛନ୍ତି । ୯ ବର୍ଷର ପୁଅ ଓ ୧୩ ବର୍ଷ ଝିଅର ପେଟରେ ଗୁଳି ବାଜିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କୁନି କୁନି ଭାଇ ଭଉଣୀଙ୍କୁ କାହିଁକି ଗୁଳିମାଡ଼ ହୋଇଛି, ତାର କାରଣ ଜଣାପଡିନାହିଁ ।କିଶୋରନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l
ଫେସବୁକ୍ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ ମଧ୍ୟରେ ଥିବା ସୀମାରେଖା। ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ୩୦ ବର୍ଷୀୟ ବାଦଲ ବାବୁଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଉଦ୍ଦିନ ଜିଲ୍ଲା ପୁଲିସ୍ ଗିରଫ କରିଛି। ସେ ବେଆଇନ ଭାବେ ସୀମା ଅତିକ୍ରମ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ବାବୁ ସୀମା ଡେଇଁ ତାଙ୍କର ଜଣେ ଅନଲାଇନ ବନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଗିରଫ ପରେ ବାବୁ ପାକିସ୍ତାନ ପୁଲିସ୍କୁ ସବୁ କହିଥିଲେ। ବାବୁ ଗିରଫ ହେବା ପରେ ତାଙ୍କ ପ୍ରେମ କାହାଣୀ ପୁଲିସକୁ କହିଥିଲେ । ହେଲେ ବେଆଇନ ଭାବେ ସେ ପାକିସ୍ତାନରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା ।…
ଖସିଛୁ ପାରଦ ଓ ବଢୁଛି ଶୀତ। କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଏମିତିକି ୧ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍ କମିଯାଇଛି, ପୂର୍ବ ରାତି ତୁଳନାରେ । ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ରାଜ୍ୟରେ ତାପମାତ୍ରା ଅଚାନକ ଖସିଛି । ରାଜ୍ୟ ତମାମ ଏବେ ପାଗ ଶୁଖିଲା ରହିଛି । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଯାଉନି । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତେବେ ୫ ତାରିଖରୁ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିବ । ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିବ। ଆଜି ଘନ କୁହୁଡ଼ି ପାଇଁ କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ନେଲେ ଡ. ହରିବାବୁ କମ୍ଭମପତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ । ଓଡ଼ିଶାର ୨୭ ତମ ରାଜ୍ୟପାଳ ହୋଇଛନ୍ତି ହରିବାବୁ । ଉତ୍ସବ ସମାରୋହରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ଅଛନ୍ତି ଉପସ୍ଥିତ । ସୂଚନା ଥାଉକି, ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ. କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ୭୧ ବର୍ଷିୟ ଡ. କମ୍ଭମପତି ପୂର୍ବରୁ ମିଜୋରାମ୍ ରାଜ୍ୟପାଳ ଥିଲେ । ଜଣେ ଇଞ୍ଜିନିୟର ଓ ଶିକ୍ଷକ ଭାବେ ସେ ବେଶ୍ ପରିଚିତ । ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ…









