Author: sanitelevision

ସ୍ୱପ୍ନର ଘର ତିଆରି କରୁଛନ୍ତି କି? ହୁସିଆର୍‌; ରାଜଧାନୀରେ ବିକ୍ରି ହେଉଛି ଡୁପ୍ଲିକେଟ୍‌ ସିମେଣ୍ଟ। ରାଜଧାନୀରୁ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନାମୀଦାମୀ କମ୍ପାନୀର ପ୍ୟାକେଟ ବ୍ୟବହାର କରି କରୁଥିଲେ କାରବାର । ଟାର୍ଗେଟରେ ଥିଲା ଗ୍ରାମାଞ୍ଚଳ । ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରକୁ ହେଉଥିଲା ଚାଲାଣ । ଖବର ପାଇବା ପରେ ନକଲି ସିମେଣ୍ଟ କାରଖାନାରେ ରେଡ କରିଥିଲା ବଡଗଡ଼ ଥାନା ପୋଲିସ । ସୂଚନାମୁତାବକ ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ଏକ ଡୁପ୍ଲିକେଟ୍‌ ସିମେଣ୍ଟ କାରଖାନା ଚାଲିଥିଲା। ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ। ଆଉ ସେହି ସିମେଣ୍ଟକୁ ବିଭିନ୍ନ ବ୍ରାଣ୍ଡର ସିମେଣ୍ଟ ଅଖାରେ ପୂରାଇ ମାର୍କେଟକୁ ଛାଡ଼ୁଥିଲେ। ଯାହାକୁ ଚିହ୍ନିବା କଷ୍ଟକର। ବିଲ୍‌କୁଲ ଅସଲି ସିମେଣ୍ଟ ପରି ଦେଖାଉଥିଲା।ବସ୍ତା ପିଛା ୨୦୦ଟଙ୍କା କମରେ…

Read More

ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନେସନାଲ ଡିଜିଟାଲ ହେଲଥ ମିଶନ । ଏହି କାର୍ଡର ନାଁ ହେଉଛି ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ‘ଆଭା’ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ । ‘ଆଭା’ କାର୍ଡ ଆକାଉଣ୍ଟ ସମସ୍ତେ ରେଜିଷ୍ଟେସନ କରିପାରିବେ । QR କୋଡ୍ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ଉପଲବ୍ଧ ହେବ । ନ୍ୟାସନାଲ ଡିଜିଟାଲ ହେଲାଥ ମିଶନ ଅନୁଯାୟୀ ଏହି କାର୍ଡ ପାଇପାରିବେ ରୋଗୀ। ଏଥିନିମନ୍ତେ ଅନଲାଇନରେ ଆବେଦନ କରିବାକୁ ହେବ । ଆୟୁଷ୍ମାନ ଭାରତ କାର୍ଡ ସହ ଏହି କାର୍ଡ ବି ବଣ୍ଟନ କରାଯିବ । ତେବେ ଏହି ଗୋଟିଏ କାର୍ଡରେ ସମସ୍ତ ରୋଗର ତଥ୍ୟ ମିଳିପାରିବ । ତେବେ…

Read More

ଡବଲ ଡେକର ଇଲେକ୍ଟ୍ରିକ୍‌ ବସ୍‌ ମହାରାଷ୍ଟ୍ରରୁ ଆସି ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଛି। ଏହି ଡବଲ ଡେକରର ଡିଜାଇନରେ ଓଡିଶାର କଳା ଏବଂ ସଂସ୍କୃତି ରହିଛି। ଏହାଦ୍ୱାରା ଟ୍ବିନ୍‌ ସିଟି ଏବଂ ପୁରୀରେ ଅଧିକ ଆରାମଦାୟକ ଯାତ୍ରା କରିବାକୁ ସକ୍ଷମ ହେବେ କାରଣ ଡବଲ-ଡେକର୍‌ ଇଲେକ୍ଟ୍ରିକ ଏସି ବସ୍‌ ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ନେଇଯିବ।ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୨ଟି ବସ୍ ଆସିଛି । ପର୍ଯ୍ୟାୟ କ୍ରମେ ବାକି ୩ଟି ବସ୍ ଆସିବ । ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରୀତ ବସ୍‌ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍‌କୁ ବି ଯାତ୍ରୀଙ୍କ…

Read More

ସ୍ବାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ଗୁରୁବାର ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ସବୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ପେନସନକୁ ୧୦ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କାରାବରଣ କରିନଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପେନସନକୁ ୯ ହଜାର ରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ସେହିପରି ଜାତୀୟ ପେନସନ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ ୮ ହାଜର ପରିବର୍ତ୍ତେ ୧୦ ହାଜର ଟଙ୍କା କରିଛନ୍ତି ସରକାର । ଜରୁରୀ କାଳୀନ ପରିସ୍ଥିତିରେ ଗଓଝଇ ଆଇନରେ ଗିରଫ ହୋଇଥିବା ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି |

Read More

ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ବଦଳିଛନ୍ତି। ୫ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ଗୁରୁବାର ବଦଳି ହୋଇଛି। ଅରବିନ୍ଦ ଡାକୁଆଙ୍କୁ ପୌର ପ୍ରଶାସନରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରେମଚାନ୍ଦ ଚୌଧୁରୀଙ୍କୁ ବୟନ ଶିଳ୍ପର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଟି ଓ୍ୱାପଙ୍ଗ ରାଓଙ୍କ ଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ । ଏହାସହିତ ଭୂପେନ୍ଦର ସିଂହ ପୁନିଆଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଏନ୍‌ବିଏସ୍‌ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ କିଏ ଏହି ପଦ ସମ୍ଭାଳିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି

Read More

ସୁନା କିଣିବା ପାଇଁ ଚିନ୍ତା କରିବା ସମୟରେ ଏହାର ବୃଦ୍ଧି ପାଉଥିବା ମୂଲ୍ୟ ଅଧିକାଂଶଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି। ତେବେ ଗତ କିଛି ଦିନ ପୂର୍ବରୁ ସୁନା ଦାମ୍‌ କମ୍‌ ହୋଇଥିଲେ ମଧ୍ୟ ପୁଣି ଏହାର ଦାମ୍‌ ବୃଦ୍ଧି ପାଇଛି ।ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧ ହଜାର ୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୩୩୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୧, ୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୮,୩୩୦ ଟଙ୍କା ଥିଲା ।ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୧,୯୫୦ ଟଙ୍କା ରହିଛି। ଗତକାଲି ଏହା ୭୧,୬୫୦ ଟଙ୍କା ଥିଲା। ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି…

Read More

ଭାରତୀୟ ପାଣିପାଗ କେନ୍ଦ୍ର ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ଭାବ୍ୟ ବର୍ଷାକୁ ନେଇ ନୂଆ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ କହୁଛି, ଏଥର ଜାନୁଆରୀରୁ ମାର୍ଚ୍ଚ ଭିତରେ ଉତ୍ତର ପଶ୍ଚିମ ଭାରତକୁ ଛାଡ଼ିଦେଲେ ବାକି ସବୁଠି ବର୍ଷା ସ୍ୱାଭାବିକଠାରୁ ଅଧିକ ରହିପାରେ ।କୋହଲା ପାଗ ସହ ବର୍ଷା ହେବ ଏବଂ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୀତ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ଉପକୂଳରେ ବଢ଼ିବାର ସମ୍ଭାବନା ରହିଛି।ରାଜ୍ୟର କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଶୀତ ବଢ଼ିବ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ।ଜାନୁଆରୀ ମାସରେ ବି ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଏହି…

Read More

ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାରଠାରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ।ଏହି ଆକଳନ ଅନୁସାରେ ୨ ତାରିଖରେ ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ, ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳ ୧୧, କଟକ ୧୪, ଭୁବନେଶ୍ୱର ୧୫ ଡିଗ୍ରୀ ସେଲସିୟସ୍‌ ରହିପାରେ । ଦିନକ ପରେ ଅନେକ ସ୍ଥାନରେ ପାରଦ ସାମାନ୍ୟ ବଢ଼ିପାରେ । ୩ ତାରିଖରେ ଭୁବନେଶ୍ୱର ୧୬, ରାଉରକେଲା ୧୧ ଡିଗ୍ରୀ ରହିପାରେ । ଅନ୍ୟପଟରେ ଗତ ୨୪ ଘଣ୍ଡାରେ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ନେଇ ରେକର୍ଡ ଭାଙ୍ଗିଛି ରାଉଲକେଲା ସହର । ବର୍ଷକର ସବୁଠୁ ଥଣ୍ଡା ସହର ପାଲଟିଛି । ଯାହାର…

Read More

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠୁ ପରୀକ୍ଷା ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ।ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରି ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାର ୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଦୁଇ ଘଣ୍ଟା ଅବଧି ରହିଛି। ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ସରିବା କ୍ଷଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାନୁଆରି ୧୦ରୁ…

Read More

ଚଳିତବର୍ଷ ମୋଟ ୪ଟି ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟୋପରାଗ ହେଉଥିବାବେଳେ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ। ସେଥିମଧ୍ୟରୁ କେବଳ ଗୋଟିଏ ପୂଣ୍ଣର୍ର୍ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ ବୋଲି ଜନବିଜ୍‌ୟାନୀ ଡ. ଶୁଭେନ୍ଧୁ ପଟ୍ଟନାୟକ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ, ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟ୍‌ଲାଣ୍ଟିକ୍‌ ମହାସାଗର ଅଞ୍ଚଳରେ ଦେଖାଯିବ। ଏହା ଭାରତରୁ ଦୃଶ୍ୟମାନ ହେବ ନାହିଁ। ଆଂଶିକ ସୂର୍ଯ୍ୟ ପରାଗ ମାର୍ଚ୍ଚ ମାସ ୨୯ ତାରିଖରେ ଉତ୍ତର ଆମେରିକା, ଗ୍ରୀନ୍‌ଲ୍ୟାଣ୍ଡ, ଆଇସ୍‌ଲ୍ୟାଣ୍ଡ, ଉତ୍ତର ଆଟ୍‌ଲାଣ୍ଟିକ୍‌ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷରେ ଦୃଶ୍ୟମାନ ହେବ। ଏହା ମଧ୍ୟ ଭାରତରୁ ଦୃଶ୍ୟମାନ ହେବ ନାହିଁ। ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ ସେପ୍ଟେମ୍ୱର ୨୧-୨୨ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକାରେ ଦୃଶ୍ୟମାନ ହେବ। ଏହା ମଧ୍ୟ…

Read More