ପ୍ରବାସୀ ଭାରତୀୟ ମହାକୁମ୍ଭ ଶୁଭାରମ୍ଭ। ଏହାକୁ ନେଇ ରାଜଧାନୀରେ ଉତ୍ସବର ମାହୋଲ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବୀପ ପ୍ରଜ୍ବଳନ କରି ସମ୍ମିଳନୀର ଶୁଭାକମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଉପସ୍ଥିତ ରହିଛନ୍ତି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ଅଛନ୍ତି। ଯୁବ ସମାବେଶରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହି ଦିବସର ବିଷୟ ବସ୍ତୁ ରହିଛି ‘ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ’। ଏଥିରେ ଯୋଗଦେବାକୁ ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରାୟ ୫୦ଟି ଦେଶରୁ ପ୍ରବାସୀ ଭାରତୀୟ ବଂଶୋଦ୍ଭବ ଭୁବନେଶ୍ୱରରେ ପଦାର୍ପଣ କରିଛନ୍ତି। ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି।
Author: sanitelevision
କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ତଥା ମହାକାଶ ବିଭାଗର ସଚିବ ଭାବରେ ନିଯୁକ୍ତ କରିଛନ୍ତି। ସେ ଜାନୁଆରୀ ୧୪ରେ ବର୍ତ୍ତମାନର ଇସ୍ରୋ ମୁଖ୍ୟ ଏସ୍.ସୋମନାଥଙ୍କ ଦାୟିତ୍ୱ ଗ୍ରହଣ କରିବେ। ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ । ରକେଟ ଓ ମହାକାଶଯାନ ପ୍ରପୁଲସନ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ଜିଏସ୍ଏଲ୍ଭି ଏମ୍କେ-୩ ଯାନର ସି-୨୫ କ୍ରାୟୋଜେନିକ ପ୍ରୋକ୍ଟେର ସେ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ । ତାଙ୍କ ନେତୃତ୍ୱରେ ଇସ୍ରୋର ଏକ ଟିମ୍ ସି-୨୫ ଷ୍ଟେଜ୍ର ସଫଳ ବିକଶିତ କରିଥିଲା । ୧୯୮୪ରେ ନାରାୟଣ ଇସ୍ରୋରେ ଯୋଗ ଦେଇଥିଲେ ଏବଂ କେନ୍ଦ୍ରର ନିର୍ଦ୍ଦେଶକ ହେବା ପୂର୍ବରୁ ବିଭିନ୍ନ ପଦବୀରେ ଅବସ୍ଥାପିତ ହୋଇଥିଲେ।ଏବେ ସେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଆସିଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ISRO ସଫଳତାର ସହିତ ଅନେକ…
ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘରର ଛବି ବଦଳି ଯାଇଛି । କହିବାକୁ ଗଲେ, ଘରର ସୁରକ୍ଷା ଏବେ ବଢ଼ାଇ ଦିଆଯାଇଛି । ସଲମାନଙ୍କ ଜୀବନ ପ୍ରତି ଥିବା ବିପଦକୁ ନଜରରେ ରଖି ତାଙ୍କ ବାଲକୋନିକୁ ବୁଲେଟପ୍ରୁଫ୍ କରି ଦିଆଯାଇଛି । ଏହାର କିଛି ଫଟୋ ସାମ୍ନାକୁ ଆସିଛି ।ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ Y+ ସୁରକ୍ଷା ଯୋଗାଇ ଦିଆଯାଇଛି।ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ସଲମାନଙ୍କ ଘର ସମ୍ମୁଖରେ ପୁଣିଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ତାସହ ନିକଟରେ ଖୋଲାଖୋଲି ଭାବେ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲେ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀ। ସଲମାନଙ୍କ ବେଶ୍ ନିକଟତର ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗତବର୍ଷ ୧୨ ଅକ୍ଟୋବରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ିଛି। ତାଙ୍କୁ Y+ ସୁରକ୍ଷା ଯୋଗାଇ ଦିଆଯାଇଛି।ଅଭିନେତା ପ୍ରତିବର୍ଷ ଏହି ବାଲକୋନିରୁ ଫ୍ୟାନମାନଙ୍କୁ ଇଦ୍ ଅବସରରେ…
ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି । ରାଜ୍ୟ ସରକାରଙ୍କ ” ଓଡ଼ିଶା ଭର୍ଚୁଆଲ ଏକାଡେମୀ ” ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ହୋଇଥିବା ନୂଆ ପ୍ରୟାସ ସଫଳ ହୋଇଛି। ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।ଏହାଦ୍ୱାରା ଆଦିବାସୀ ଭାଇଭଉଣୀ ଅତି ସହଜରେ ନିଜ ଭାଷା ପ୍ରୟୋଗ କରି ଡିଜିଟାଲ ପ୍ଲାଟଫର୍ମରେ ନିଜର ଭାବନାକୁ ପରିପ୍ରକାଶ କରିପାରିବେ। ଏଥିଯୋଗୁ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ହେଉଥିବା ଆଦିବାସୀ ମେଳା – ୨୦୨୫ରେ ଏହାର କିଛି ଝଲକ ଦେଖିବାକୁ ମିଳିଛି। । ଡିଜିଟାଲ ପ୍ଲାଟଫର୍ମରେ ଏହି ଭାଷା ଉପଲବ୍ଧ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଆଦିବାସୀ ସମ୍ପ୍ରଦାୟ ଲୋକେ । ଆଉ ରାଜ୍ୟ ସରକାରଙ୍କର ଏହି ସ୍ବାଗତଯୋଗ୍ୟ ପଦକ୍ଷେପ ଯୋଗୁଁ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କାରଣ ଆଦିବାସୀମାନେ…
ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଜନତା ମଇଦାନରେ ଦିନ ୧୦ଟାରେ ସମ୍ମେଳନ ଆରମ୍ଭ ହେବ । ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ ହେବ । ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ୬୦ ଦେଶର ଅତିଥି । ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରବାସୀ ଭାରତୀୟ । ସମ୍ମିଳନୀରେ ଯୋଗଦେବାକୁ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ପ୍ରବାସୀ ଭାରତୀୟ । ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ଏବଂ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନେକ ପ୍ରବାସୀ ଭାରତୀୟ ପ୍ରଥମ ଥର ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ଆନନ୍ଦ ଲାଭ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ ଓଡିଶାରେ ଆୟୋଜିତ ହୋଇଥିବା ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି…
ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ ପଡୁଥିଲେ। ଯାହା ତାଙ୍କୁ ଖୁବ୍ ବ୍ୟଥିତ କରୁଥିଲା ଯେଉଁଥିପାଇଁ ନିଜ କର୍ତ୍ତବ୍ୟ ସଠିକ ଢଙ୍ଗରେ ସମ୍ପାଦନ କରିବା ସହ ନିଜ ଅଞ୍ଚଳରେ ଚିକିତ୍ସା ଅବହେଳାରୁ ଯେପରି କିଏ ମୃତ୍ୟୁକୁ ବରଣ ନ କରୁ ସେଥିପାଇଁ ସେ ଅଣ୍ଟା ଭିଡ଼ିଥିଲେ। ମାସେ କି ବର୍ଷେ ନୁହେଁ, ୨୦୦୫ରୁ ନିରବଛିନ୍ନ ଭାବେ ସେବା ଯୋଗାଇବାରେ ସଫଳ ହୋଇଛନ୍ତି । କର୍ତ୍ତବ୍ୟନିଷ୍ଠ କର୍ମ ପାଇଁ ତାଙ୍କୁ କୁହାଯାଉଛି ଉପାନ୍ତର ନାଇଟଆଞ୍ଜେଲ।ଝରିଗାଁ ବ୍ଲକ ବୁଟିସର୍ଗି ଗାଁର ଡାଲିମ୍ବ ଭତ୍ରା । ଆଶା କର୍ମୀ ଭାବେ କାମ କରନ୍ତି । ଗାଁରେ କେହି ଯେମିତି ରୋଗରେ ପଡିବେନି ସେ ଦିଗରେ ଦିନ ରାତି ଏକ କରୁଛନ୍ତି । ଅନବରତ କାମରେ ଲାଗିଥାନ୍ତି ଡାଲିମ୍ୱ । ନିଜ ପରିବାର କଥା ବି ଭୁଲିଯାଆନ୍ତି । ଡାକ୍ତରୀ…
ସାମ୍ନାକୁ ଆସିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୩୬ ବର୍ଷୀୟ ମହିଳା ତାଙ୍କ ସ୍ୱାମୀ ଓ ୬ ପିଲାଙ୍କୁ ଛାଡ଼ି ଭିକ ମାଗିବାକୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଛନ୍ତି। ହରପଲପୁରର ଥାନା ଅଞ୍ଚଳର ଏକ ଗାଁରେ ସାଣ୍ଡି ଥାନା ଅନ୍ତର୍ଗତ ଖୀରକିଆଁ ମୋହଲ୍ଲାରେ ରହୁଥିବା ଯୁବ ପଣ୍ଡିତଙ୍କ ପୁଅ ପ୍ୟାରେଲାଲ ହରପାଳପୁର ଥାନା ଅଞ୍ଚଳର ଏକ ଗାଁକୁ ଭିକ ମାଗିବାକୁ ଆସୁଥିଲେ।ଏହି ସମୟରେ ସେ ମହିଳାଙ୍କ ସହ ପରିଚିତ ହେବା ପରେ ଦୁହେଁ ଫୋନରେ କଥା ବାର୍ତ୍ତା ଆରମ୍ଭ କରିଥିଲେ। ପରେ ସେମାନେ ଘରୁ ଲୁଚି ପଳାଇଥିବା ଅଭିଯୋଗ ହୋଇଛି। ସୂଚନାମୁତାବକ ହରଦୋଇର ହରପଲପୁରରେ ରହୁଥିବା ୪୫ ବର୍ଷୀୟ ରାଜୁ ତାଙ୍କ ଅଭିଯୋଗରେ କହଛନ୍ତି ଯେ ତାଙ୍କ ପତ୍ନୀ ରାଜେଶ୍ୱରୀ ଓ ୬ ପିଲା ଦୀର୍ଘ ବର୍ଷ ହେଲା ଏଠାରେ ରହୁଥିଲେ। କିଛି ମାସ ହେବ ୪୫ ବର୍ଷୀୟ ନାହ୍ନେ ପଣ୍ଡିତ ଉକ୍ତ ଅଞ୍ଚଳରେ ଘରକୁ…
ଓଡ଼ିଶାରେ ଆଜିଠୁ ବିଧି ବଦ୍ଧ ଭାବେ ଗଡିବ ଡବଲ ଡେ଼କର ବସ । ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ । ତେବେ ବୁଧବାର ଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବାକୁ ଥିବା ବେଳେ ଆଜି ଡବଲ୍ ଡେକର ବସର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି ।5ଟି ଡବଲ ଡେକର, 10ଟି ହପ୍ ଅନ୍ ଅଫ୍ ବସର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥିସହିତ 25ଟି ଶ୍ରୀମନ୍ଦିର ପ୍ରଶାସନର ବସର ମଧ୍ୟ ଶୁଭାରମ୍ଭ ହୋଇଛି |ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଆଜି ଏହି ସବୁ ବସଗୁଡ଼ିକର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ରୁଟ ଏହି ସବୁ ପରିଚାଳନା କରିବ । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଡବଲ ଡେ଼କର ବସରେ ବସି ଜନତା ମଇଦାନ ଯିବାର କାର୍ଯକ୍ରମ ରହିଛି ।
ବହୁଚର୍ଚ୍ଚିତ ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି ମିଳିଛି। ଏମ୍ପି/ଏମ୍ଏଲ୍ଏ କୋର୍ଟରେ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ୨ଟି ମାମଲାରେ ଆଶ୍ବସ୍ତି ମିଳିଛି। ଏଥି ସହିତ ଅଭୟ ପାଠକ ଓ ତାଙ୍କର ପୁଅ ଆକାଶ ପାଠକଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଛି। ନିର୍ଦ୍ଦୋଷ ହେବା ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ । ସତ୍ୟର ବିଜୟ ହୋଇଛି ବୋଲି କହିଲେ ପ୍ରଦୀପ । ପୂର୍ବ ସରକାର ଆକ୍ରୋଶମୂଳକ ଭାବେ ମାମଲା କରିଥିଲେ ବୋଲି କହି ସେ ଟାର୍ଗେଟ କରିଛନ୍ତି ।ଆଜି କୋର୍ଟରୁ ଏହି ୩ ଜଣଙ୍କୁ ଆଶ୍ବସ୍ତି ମିଳିଥିବା ବେଳେ ଅନ୍ୟ ୩ଟି ମାମଲରେ ଆସନ୍ତାକାଲି ଶୁଣାଣି ହେବା ନେଇ ସୂଚନା ରହିଛି ।ସୂଚନାଯୋଗ୍ୟ, ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ପୂର୍ବରୁ ୫ ଜଣ ଏତଲାକାରୀ ଓହରି ଯାଇଛନ୍ତି। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍ଏଫ୍ସି…
ଭୁବନେଶ୍ୱର ଏକାମ୍ର କାନନରେ ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ । ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନାନା ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛି ଏକାମ୍ର କାନନ ।ଗେ।ଲାପ, ଏକଜୁରା, ଜରବରା, ଆଷ୍ଟର, ଭରବିନା, ଗ୍ଲାଡିଓ, ପିଟୁନିଆ, ଲିଲିଅମ, କ୍ୟାଲେଣ୍ଡୁଲା, ଗେଣ୍ଡୁ, ମନ୍ଦାର ଆଣ୍ଟିରିନିୟମ, ଜିନିଆ, ସେଲଭିଆ ସେବତି ର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ବଗିଚା ଦେଖିବାକୁ ମିଳିଛି ଫୁଲ ମତ୍ସୋବରେ । ଭଳିକି ଭଳି ଫୁଳର ବଗିଚା ବେଶ୍ ମନୋରମ ଲାଗୁଛି । ବାସ୍ନାରେ ମହକି ଉଠୁଛୁ ସାରା ପରିବେଶ । ଛୋଟ ଠାରୁ ବଡ ସମସ୍ତେ ଫୁଲର ପ୍ରେମରେ ହଜିଯାଉଛନ୍ତି । କିଏ ଗୋଲାପ ବଗିଚାରେ ପାଖରେ ଠିଆ ହୋଇ ମନଭରି ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରୁଛି ତ ଆଉ କିଏ ଫୁଲଗଛ ବୋହି ନେଉଛନ୍ତି ନିଜ ଘରକୁ । ଆଉ କିଏ ଫୁଲ ସହ ଫଟୋ ଉଠାଇବାରେ ବ୍ୟସ୍ତ ।୧୧…









