Author: sanitelevision

ଖଜୁରୀପଡା ୩୦/୧୨(ସମୀର ପ୍ରସାଦ ଝାଙ୍କର ) ଭୂବନେଶ୍ୱର ଠାରେ ଡିସେମ୍ବର ୨୬ ଠାରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୧୪ ତମ ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତା -୨୦୨୪ରେ କନ୍ଧମାଳକୁ ୧୪ଟି ପଦକ । ସୂଚନା ପ୍ରକାରେ ୧୪ ତମ ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାରୁ ୧୩ ଜଣ ପ୍ରତିଯୋଗି ଖେଳରେ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୧୪ଟି ପଦକ ହାସଲ କରିଛନ୍ତି । ପ୍ରିୟାଂଶୁ ଶେଖର ୧୧ ବର୍ଷ ବାଳକ ବିଭାଗ ୩୦ କେଜି ଫାଇଟିଂ ରେ ସ୍ୱର୍ଣ୍ଣ ପଦକ,ସାନି ସାଧନା ପ୍ରଧାନ ୮ ବର୍ଷ ବାଳିକା ବିଭାଗ ୨୫ କେଜି ଫାଇଟିଂ ରେ ସ୍ୱର୍ଣ୍ଣ ପଦକ ଓ କାଟାରେ ସ୍ୱର୍ଣ୍ଣ ପଦକ । ସେହିପରି ଅଭିଜିତ ପ୍ରଧାନ ୯ବର୍ଷ ବାଳକ ବିଭାଗ ୩୦ କେଜି ଫାଇଟିଂ ସ୍ୱର୍ଣ୍ଣ ପଦକ ଏବଂ କାଟାରେ ରୌପ୍ୟ ପଦକ, ରୁଦ୍ରନାରାୟଣ ପ୍ରଧାନ କେଡେଟ ବିଭାଗ ୬୭ କେଜି ଫାଇଟିଂରେ…

Read More

ଗତ ଡିସେମ୍ବର ତା ୨୫ ରୁ ୨୮ ରିଖ ମଧ୍ୟରେ ଗୁଜରାଟ ରାଜ୍ୟର ସୁରତ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସ୍ତରୀୟ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଓଡିଶା ଦଳ ଭାଗ ନେଇ ଚମ୍ପିୟାନ ହେଇଛି । ଓଡ଼ିଶା ଦଳରେ ପୁରୀ ଜିଲ୍ଲା ସ୍କୁଲ୍ ରୁ ୬ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସିନିଅର ବିଭାଗରୁ ପ୍ରୀତି ରେଡ୍ଡୀ ଅନିଭିନ୍ ବାର୍ ରେ ଭାଗ ନେଇ ଫାଇନାଲ ରେ ପ୍ରବେଶ କରିବା ସହ ଦଳଗତ କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ଜୁନିଅର ବିଭାଗରେ ପୁରୀ ଜିଲ୍ଲା ସ୍କୁଲ୍ ରୁ ଅକସରା ବେହୁରା ଓ ଦନଲକ୍ଷ୍ମୀ ରାଓ ଅଂଶଗ୍ରହଣ କରି ଦଳଗତ ସ୍ଵର୍ଣ୍ଣପଦକ ଲାଭ କରିବା ସହ ବ୍ୟକ୍ତିଗତ ରୂପେ ଦନଲକ୍ଷ୍ମୀ ରୈ।ପ୍ଯପଦକ ପ୍ରାପ୍ତ କରିବାରେ ସମର୍ଥ ହୋଇଛନ୍ତି ।ସବ୍ ଜୁନିଅର ବିଭାଗରେ ଭୂମିକା ରେଡ୍ଡୀ , ଖୁସି ରେଡ୍ଡୀ ଓ ଐଶ୍ୱର୍ଯ୍ୟା ଭଟ୍ଟାଚାର୍ଯ୍ୟ ଅଂଶଗ୍ରହଣ କରିଥିବା ବେଳେ…

Read More

ଫିରିଙ୍ଗିଆ– ୩୦-୧୨-୨୪ ( ହେମନ୍ତ ନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଦ ଗଡ ଠାରେ ସ୍ୱାତୀ କର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ହେଉଛି ଏକ ବିକଶିତ ସମାଜ ଗଠନର ମୂଳମନ୍ତ୍ର । ଶିକ୍ଷିତ ସମାଜ ଅଧିକ ସଚେତନ, କର୍ମକୁଶଳୀ ଓ ସୃଜନଶୀଳ ଅଟେ । ଏକ ପ୍ରଗତିଶୀଳ ଜିଲ୍ଲା ଓ ରାଜ୍ୟ ଗଠନ କରିବାକୁ ହେଲେ ଏହାର ଶିକ୍ଷା ବିଶେଷକରି ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସେଥିରେ ଥିବା ଅବ୍ୟବସ୍ଥା ଗୁଡିକୁ ଦୂର କରାଯିବା ଦିଗରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ଫିରିଙ୍ଗିଆ ବ୍ଲକ୍ ବନ୍ଧଗଡଠାରେ ଆୟୋଜିତ ସ୍ୱାତୀର କର୍ମୀ ସମ୍ମିଳନୀରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ଘୁ.ଉଦୟଗିରି ବିଧାୟକ ଶ୍ରଯୁକ୍ତ ପ୍ରଫୁଲ୍ଲ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଦୁଇଦିନ ଧରି ଆୟୋଜିତ କର୍ମୀ ସମ୍ମିଳନୀ ଓ ଆଲୋଚନା ଶିବିରର ଉଦ୍ୟାପନୀ ସମାରୋହରେ ଯୋଗ ଦେଇ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଏକ କ୍ଷୁଦ୍ଧାମୁକ୍ତ,…

Read More

ପାଳିତସଦାନନ୍ଦ ସାହିତ୍ୟ ପରିଷଦ ଓ ପୂଜ୍ୟପୂଜା କମିଟି ଶରଣକୁଳ ପକ୍ଷରୁ ରୀତି ଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ବୈଷ୍ଣବ କବି ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା “ଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ଶରଣକୁଳ ଭିକାରିପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ସୋମବାର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସଂସ୍କୃତପଣ୍ଡିତ କିଶୋର ଚନ୍ଦ୍ର କର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସ୍କୁଲ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ, କବି ବ୍ରଜ କିଶୋର ମିଶ୍ର, ନୀଳମାଧଵ ମିଶ୍ର, ନିରଞ୍ଜନ ପ୍ରଧାନ, ରାଜେନ୍ଦ୍ର କୁମାର ତ୍ରିପାଠୀ, ରବୀନ୍ଦ୍ର କୁମାର ତ୍ରିପାଠୀ, ଜୟ କୃଷ୍ଣ ସାହୁ,ଚିତ୍ତରଞ୍ଜନ ଦାଶ,ଦିଲ୍ଲୀପ କୁମାର ମଣ୍ଡଳ ଓ କବୀ ନଳିନୀ ଦାଶ,ପ୍ରମୁଖ ଯୋଗ ଦେଇ କବିସୂର୍ଯ୍ୟ ସଦାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ ସହିତ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ l କଣ୍ଠଶିଳ୍ପୀ ପ୍ରଶାନ୍ତ…

Read More

କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍‌ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ। ଯଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ ସହ ଆଣ୍ଟିବାୟୋଟିକ ଖାଉଛନ୍ତି, ତେବେ ଔଷଧ ଖାଇବା ହଠାତ୍‌ ବନ୍ଦ କରନ୍ତୁ ନାହିଁ। ଡାକ୍ତର ଯେତେଦିନ ପର୍ଯ୍ୟନ୍ତ ଖାଇବାକୁ କହିଛନ୍ତି, ସେ ପର୍ଯ୍ୟନ୍ତ ଔଷଧ ଖାଇବା ଚାଲୁ ରଖନ୍ତୁ। ସାଧାରଣ ଥଣ୍ଡା, ଜ୍ୱର ଓ କାଶରେ ଏହି ଔଷଧ ବ୍ୟବହାର କରିବା ଉଚିତ ନୁହେଁ । ତେଣୁ ଲୋକଙ୍କୁ ଏଭଳି ଔଷଧ ବ୍ୟବହାର ନକରିବାକୁ ସଚେତନ କରିବା ନିମନ୍ତେ ରାଜ୍ୟର ୩୦ ଜିଲ୍ଲାରେ ଚଳିତ ମାସ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏହାର ବ୍ୟବହାର ନେଇ ତୃଣମୂଳସ୍ତରରେ ସଚେତନତା…

Read More

ଆଜି ବିଶ୍ବ ଟେଲିଭିଜନ ଦିବସ । କଳାଧଳା ଯୁଗରୁ ଆରମ୍ଭ ହୋଇ ଟେଲିଭିଜନ ଏବେ ସ୍ମାର୍ଟ ଏଲଇଡି ସ୍ତରରେ ପହଞ୍ଚିଲାଣି। ୧୯୯୬ ନଭେମ୍ବର ୨୧ରେ ବିଶ୍ବରେ ପ୍ରଥମ ଟେଲିଭିଜନ ଫୋରମ୍ ଆୟୋଜିତ ହୋଇଥିଲା। ୧୯୯୭ ଡିସେମ୍ବରରେ ଜାତିସଂଘ ନଭେମ୍ବର ୨୧ତାରିଖକୁ ଆନୁଷ୍ଠନିକ ଭାବେ ଟେଲିଭିଜନ ଦିବସ ପାଳନ କରିବାକୁ ଘୋଷଣା କଲା। ଜନ୍ ବେଆର୍ଡ ୧୯୨୫ ଅକ୍ଟୋବର ୨ରେ ଟେଲିଭିଜନ ମାଧ୍ୟମରେ ପ୍ରଥମେ ଚିତ୍ର ପ୍ରସାରଣ ଆରମ୍ଭ କରିଥିଲେ। ଆଜି ଟିଭି ସମସ୍ତଙ୍କ ଦୈନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି । କୋଟି କୋଟି ଲୋକ ମନୋରଞ୍ଜନ , ବିଜ୍ଞାନ ଓ ଶିକ୍ଷା ଏବଂ ସୂଚନା ପ୍ରଦାନ କରୁଛି । ସାମାଜିକ ପରିବର୍ତ୍ତନ କୁ ପ୍ରୋତ୍ସାହନ କରିବାରେ ଟିଭି ର ମୁଖ୍ୟ ଭୂମିକା ରହିଛି ।୧୯୮୦ ମସିହାରେ ଧିରେ ଧିରେ ଭାରତରେ ଟେଲିଭିଜନ ସଂଖ୍ୟା ବଢିବାରେ ଲାଗିଲା । ପ୍ରଥମେ କଳାଧଳା ପରେ ଆଉ ପରେ ଆସିଲା ରଙ୍ଗାୀନ ଟିଭି…

Read More

ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୂଲ୍ୟବାନ ଜୀବନ । ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀ ଙ୍କ ନିଜ ଘରେ ଆତ୍ମହତ୍ୟା | ତେବେ ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ସ୍ବାମୀ ସ୍ତ୍ରୀ ଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଅନ୍ୟ ଏକ କୋଠରୀ ରେ ସ୍ବାମୀ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତର ମଝିସାହି ରେ । ଏହି ଗ୍ରାମର ପ୍ରମୋଦ ମଲିକ ଗତ ୨ ବର୍ଷ ହେବ ପୁଆରୀ ମଲିକଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନିଜ ବାପା ଘରୁ ସ୍ତ୍ରୀ ପୁଆରୀ ଏକ ମୋବାଇଲ ଆଣିଥିଲେ । ତେବେ ଅଭାବ ରେ ପଡି ପ୍ରମୋଦ ମୋବାଇଲକୁ ବନ୍ଧା ରଖିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ…

Read More

ଐତିହାସିକ କଟକ ବାଲିଯାତ୍ରା ପ୍ରତି ରହିଛି ରାଜ୍ୟବାସୀଙ୍କର ଅହେତୁକ ଆକର୍ଷଣ। ବର୍ଷକରେ ଥରେ ପଡ଼ୁଥିବା ଏହି ବାଲିଯାତ୍ରା ବୁଲିବାକୁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସିଥାନ୍ତି। ମାତ୍ର ଏବେ ଆଉ ବର୍ଷଯାକ ଅପେକ୍ଷା କରିବାକୁ ପଡ଼ିବନି। କାରଣ ବର୍ଷସାରା ମହାନଦୀ ପଠାରେ ହେବ ମିନି ବାଲି ଯାତ୍ରା।କଟକ ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ଗତ ରାତିରେ ବାଲି ଯାତ୍ରା ପରିଦର୍ଶନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଅବସରରେ ସେ କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ ମହାନଦୀ ରିଭର ଭିୟୁ ଫ୍ରଣ୍ଟ କାମ। ମହାନଦୀ ପଠାରେ ବର୍ଷ ତମାମ ଚାଲିବ ମିନି ବାଲିଯାତ୍ରା । ଚିତ୍ତବିନୋଦନ ପାଇଁ ହେବ ସ୍ଥାୟୀ ପ୍ରକଳ୍ପ । ଆମ୍ୟୁଜମେଣ୍ଟ ପାର୍କ, ବ୍ୟାପକ ଗଛ ଲଗାଯିବ । ଏଥିସହ ଫୁଟପାଥ, ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା ରହିବ।ଏଥିସହ ସେ କହିଛନ୍ତି, ସାବରମତିରେ ଯେପରି ରିଭର ଫ୍ରଣ୍ଟ ହୋଇଛି ସେପରି ମହାନଦୀରେ ବି ହେବ । ବର୍ଷ ସାରା…

Read More

ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଆମେରିକାରେ ଲାଗିଛି ବଡ ଝଟ୍‌କା । ତାଙ୍କ ଉପରେ ଅଭିଯୋଗ ଆସିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଦେଇଛି ଧୋକ୍କା । ଆମେରିକାରେ ତାଙ୍କ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି। ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ ଏକ ସଂସ୍ଥା ସହିତ ଜଡିତ । ନ୍ୟୁୟର୍କର ଫେଡେରାଲ କୋର୍ଟରେ ହୋଇଥିବା ଏକ ଶୁଣାଣିରେ ଗୌତମ ଆଦାନୀଙ୍କ ସମେତ ୮ ଜଣ ଲୋକ କୋଟି କୋଟି ଟଙ୍କାର ଠକେଇ କରିଥିବା ଏବଂ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡର ଅଧିକାରୀ ତଥା…

Read More

ଓଲଟି ପଡ଼ିଲା ବିଲାତି ବୋଝେଇ ଟ୍ରକ । ଟମାଟୋ ବହି ନେଲେ ଲୋକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନର୍ସରୀ ଛକ ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ଗାଡ଼ିଟି ଓଲଟି ପଡ଼ିବାରୁ ବୋଝେଇ ହୋଇଥିବା ଟମାଟୋ ସବୁ ଏଣେ ତେଣେ ପଡ଼ି ଯାଇଛି। ଆଉ ଏହାପରେ ଲୋକେ ସେଠାରୁ ଟମାଟୋ ସବୁ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି। ସାଇକେଲ୍ ଓ ବାଇକରେ ଲୋକେ ଟମାଟୋ ବୋହି ନେଇ ଯାଇଥିବା ଦେଖିବାକୁ ମିଳିଛି। ଏମିତିକି ରାସ୍ତାରେ ଯା’ଆସ କରୁଥିବା ଲୋକେ ବି ଓହ୍ଲାଇ ଟମାଟୋ ବୋହି ନେଇ ଯାଇଯାଉଛନ୍ତି। ପିଲାଠୁ ବୟସ୍କ କେହି ଏଥିରୁ ବାଦ୍ ପଡ଼ି ନାହାନ୍ତି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Read More