ଖଜୁରୀପଡା ୩୦/୧୨(ସମୀର ପ୍ରସାଦ ଝାଙ୍କର ) ଭୂବନେଶ୍ୱର ଠାରେ ଡିସେମ୍ବର ୨୬ ଠାରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୧୪ ତମ ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତା -୨୦୨୪ରେ କନ୍ଧମାଳକୁ ୧୪ଟି ପଦକ । ସୂଚନା ପ୍ରକାରେ ୧୪ ତମ ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାରୁ ୧୩ ଜଣ ପ୍ରତିଯୋଗି ଖେଳରେ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୧୪ଟି ପଦକ ହାସଲ କରିଛନ୍ତି । ପ୍ରିୟାଂଶୁ ଶେଖର ୧୧ ବର୍ଷ ବାଳକ ବିଭାଗ ୩୦ କେଜି ଫାଇଟିଂ ରେ ସ୍ୱର୍ଣ୍ଣ ପଦକ,ସାନି ସାଧନା ପ୍ରଧାନ ୮ ବର୍ଷ ବାଳିକା ବିଭାଗ ୨୫ କେଜି ଫାଇଟିଂ ରେ ସ୍ୱର୍ଣ୍ଣ ପଦକ ଓ କାଟାରେ ସ୍ୱର୍ଣ୍ଣ ପଦକ । ସେହିପରି ଅଭିଜିତ ପ୍ରଧାନ ୯ବର୍ଷ ବାଳକ ବିଭାଗ ୩୦ କେଜି ଫାଇଟିଂ ସ୍ୱର୍ଣ୍ଣ ପଦକ ଏବଂ କାଟାରେ ରୌପ୍ୟ ପଦକ, ରୁଦ୍ରନାରାୟଣ ପ୍ରଧାନ କେଡେଟ ବିଭାଗ ୬୭ କେଜି ଫାଇଟିଂରେ ରୌପ୍ୟ , ସ୍ଵୟଂ ରଞ୍ଜନ ପୃଷ୍ଟି ୯ ବର୍ଷ ବାଳକ ବିଭାଗ ୩୦ କେଜି ଫାଇଟିଂରେ ରୌପ୍ୟ, ଅଂଶୁମାନ ସାହୁ ୯ ବର୍ଷ ବାଳକ ବିଭାଗ ୩୫ କେଜି ଫାଇଟିଂରେ କାଂସ୍ୟ ପଦକ, ସ୍ୱୟଂ ମହାପାତ୍ର ୧୨ ବର୍ଷ ବାଳକ ବିଭାଗ ୪୦ କେଜି ଫାଇଟିଂ ରେ କାଂସ୍ୟ, ତେଜସ୍ଵିନୀ ପଣ୍ଡା ୯ ବର୍ଷ ବାଳିକା ବିଭାଗ ୩୫ କେଜି ଫାଇଟିଂ ରେ କାଂସ୍ୟ ପଦକ । ସେହିପରି ସିନିୟର୍ ରେ ସନ୍ତୋଷ ବେହେରା ବାଳକ ବିଭାଗ ୫୦ କେଜି ଫାଇଟିଂ ରେ କାଂସ୍ୟ, ଦୀପ୍ତିମୟୀ ମଲିକ ୟୁ-୨୧ ବାଳିକା ବିଭାଗ ଫାଇଟିଂରେ କାଂସ୍ୟ,କିରନ ମୟୀ ମଲିକ ବାଳିକା ବିଭାଗ ୬୧ କେଜି ଫାଇଟିଂ ରେ କାଂସ୍ୟ ପଦକ, ଗୀତାଞ୍ଜଳୀ ଜାନୀ ସିନିଅର ବାଳିକା ବିଭାଗ ୫୫ କେଜି ଫାଇଟିଂ କାଂସ୍ୟ ବୋଲି ଜଣାପଡିଛି । ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସେନସାଇ ଜୁନେସ ଦିଗାଲଙ୍କ ତତ୍ତ୍ୱାବଧାନରେ ସେନସାଇ ଗୋପାଳ ଚନ୍ଦ୍ର କହଁର, ସେନସାଇ ପ୍ରଭାତ କିଶୋର ସାହୁ, ବୈଲଚନ ମଲିକଙ୍କ ପ୍ରଚେଷ୍ଟାରେ ଏବଂ ମ୍ୟାନେଜର ଅରବିନ୍ଦ ପାତ୍ର ଆଉ କୋଚରେ ଆକାଶ ନାୟକ ସହଯୋଗରେ ସଫଳତାର ସହିତ କରାଟେ ପଦକ ହାତେଇ ପାରିଛନ୍ତି । ଏହି ପ୍ରତିଯୋଗିତା ଭିତରେ କିଓ ସଭାପତି ରେନ୍ସିଭରତ ଶର୍ମା ବିଭିନ୍ନ ଜିଲ୍ଲାରୁ ପଦବୀ ପାଇଁ ଆବେଦନ କରିଥିବା ଇନଷ୍ଟୋକ୍ଚର ମାନଙ୍କୁ ପରୀକ୍ଷା କରିଥିଲେ ଏଥିରେ କନ୍ଧମାଳ ଜିଲ୍ଲାର କୋସେନସାଇ ଗୋପାଳ ଚନ୍ଦ୍ର କହଁର ରେଫରି (ବି) ଏବଂ ପ୍ରଭାତ କିଶୋର ସାହୁ ଜର୍ଜ (ବି) ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଖବର ପାଇବା ପରେ ପଦକ ଓ ବିଭିନ୍ନ ପଦବୀରେ ଉତ୍ତୀର୍ଣ୍ଣ ହୋଇ କନ୍ଧମାଳ ବାସୀଙ୍କୁ ଗୈାରବାନିତ କରିଥିବାରୁ ଟିମ୍ କୁ ଅଞ୍ଚଳ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ।






