Author: sanitelevision

ନୂଆବର୍ଷରେ ଆମିଷ ବଜାରର ଚାହିଦା। ଆମିଷ କିଣିବାକୁ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି । ମାଂସ ଭଳି ମାଛର ବି ଚାହିଦା କିଛି କମ ନାହିଁ । ବିଭିନ୍ନ ପ୍ରକାର ମାଛ ଭିତରୁ ଗ୍ରାହକ ନିଜ ମନପସନ୍ଦର ମାଛ କିଣିବାକୁ ଆଗ୍ରହ ଦେଖାଉଛନ୍ତି । ଗ୍ରାହକଙ୍କ ଆଗ୍ରହକୁ ଦେଖି ମାଛ, ଚିକେନ୍ ଏବଂ ମଟନ ଦୋକାନୀ ମଧ୍ୟ ଦୋକାନରେ ମାଲ୍ ଗଦା କରି ରଖିଛନ୍ତି । ଆଖି ପିଛୁଳାକେ ଦୋକାନରୁ ଖାଲିହେବାରେ ଲାଗିଛି, ଜିନିଷ । ରୋହି, ଭାକୁର, ମିରିକାଳୀ, ଖଇଙ୍ଗା ମାଛର ଚାହିଦା ଅଧିକ ରହିଛି । ଦର ଅଧିକ ରହିଛି ତଥାପି ଭିଡ ଦର୍ଶାଉଛି ବୁଧବାର ପାଇଁ ଆମିଷ ବଜାରର ଚାହିଦା ଅଧିକ ରହିଛି । ନୂଆ ବର୍ଷ ପାଇଁ ଭୁବନେଶ୍ୱର ୪ ନମ୍ବର ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ। ଖାସି ମାଂସ ସମେତ ନଦୀ ମାଛ ଓ ସମୁଦ୍ର ମାଛ କିଣିବା ପାଇଁ ବଢିଛି…

Read More

ନୂଆ ବର୍ଷ ଆରମ୍ଭରୁ ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ହାର ହ୍ରାସ କରିଛନ୍ତି। ଏଲପିଜି ସିଲିଣ୍ଡର ୧୪.୫୦ଟଙ୍କା ଶସ୍ତା ହୋଇଛି। ତେବେ ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଛି| ସୂଚନାଯୋଗ୍ୟ ଯେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ କେବଳ ମାସର ପ୍ରଥମ ଦିନରେ ଏଲପିଜି ଗ୍ୟାସର ମୂଲ୍ୟ ସ୍ଥିର କରନ୍ତି। ସେହିଭଳି ୧ ଜାନୁଆରୀରୁ ପେନସନଧାରୀଙ୍କ ପାଇଁ ଇପିଏଫ୍ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ନୂଆ ନିୟମରେ ପେନସନଧାରୀ କୌଣସି ବି ବ୍ୟାଙ୍କରୁ ପେନସନ ଉଠାଇପାରିବେ, ଏଥିପାଇଁ ଅଧିକ ଯାଞ୍ଚର ଆବଶ୍ୟକତା ପଡିବନି । ଆରବିଆଇ ଫିଚର ଫୋନରେ ଅନଲାଇନ ପେମେଣ୍ଟ ସୁବିଧା ପାଇଁ ୟୁପିଆଇ ୧୨୩ ପେ ଆରମ୍ଭ କରିଛି । ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ପୂର୍ବରୁ ଏନେଇ ଘୋଷଣା କରିଥିଲା ଆରବିଆଇ…

Read More

ନୂଆବର୍ଷରୁ ନୂଆ ବିମାନ ସେବା ଆରମ୍ଭ। ଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହେବ ଉଡାଣ ସେବା। ଜାନୁଆରୀରେ ୩ ତାରିଖରୁ ଭୁବନେଶ୍ବରରୁ ଆଉ ୫ ସହରକୁ ସିଧାସଳଖ ଭାବେ ଉଡ଼ିବ ବିମାନ। ସେହିପରି ଜାନୁଆରୀରେ ପହିଲାରୁ ଝାରସୁଗୁଡ଼ା ଦେଶର ୪ ପ୍ରମୁଖ ସହର ସହ ବିମାନ ସେବାରେ ଯୋଡିହେବ । ଝାରସୁଗୁଡ଼ାରୁ ସିଧାସଳଖ ଭାବରେ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ବିମାନ ଉଡିବ । ଏହାଦ୍ବାରା ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ଯସ୍ତ ହେବ ବୋଲି କୁହାଯାଇଛି ।

Read More

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଂରାଜି ନବ ବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ‘ ଇଂରାଜି ନୂତନ ବର୍ଷ ଅବସରରେ ଓଡ଼ିଶାର ପ୍ରିୟ ଭଉଣୀ ଭାଇମାନଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।’ ସେହିଭଳି ନବବର୍ଷର ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ନବୀନ ।

Read More

ପୁଣି ଶିମିଳପାଳକୁ ଫେରିଲା ଜିନ୍ନତ । କୋଲକାତା ଆଲିପୁର ଚିଡ଼ିଆଖାନାର ପଶୁ ଚିକିତ୍ସାଳୟରୁ ଏକ ଭ୍ୟାନ ଯୋଗେ ଜିନ୍ନତକୁ ଶିମିଳିପାଳ ଅଣାଯାଇଛି । ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତ ଓଡ଼ିଶା ଆସିଛି । ବାଘୁଣୀ ଜିନତ ରାତି ଗୋଟାଏ ୨୫ରେ ଆନ୍ତଃରାଜ୍ୟ ସୀମା ଜାମଶୋଳା ଦେଇ ଓଡିଶାକୁ ଆସିବା ପରେ ତାକୁ ଶିମିଳିପାଳ ନିଆଯାଇଛି । ୨୫ ଦିନ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏକାଧିକ ଜଙ୍ଗଲରେ ଆତଙ୍କ ଖେଳାଇବା ପରେ ୨ ଦିନ ତଳେ ବାଂକୁଡ଼ା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ୍ କରିବା ଲାଗି ବାଘୁଣୀକୁ କୋଲକାତାର ଆଲିପୂର ଚିଡ଼ିଆଖାନାକୁ ନିଆଯାଇଥିଲା । ଏହାପରେ ମଙ୍ଗଳବାର ରାତିରେ STRର ସ୍ଵତନ୍ତ୍ର ପିଞ୍ଜରାରେ ଜିନତକୁ ଶିମିଳିପାଳ ଅଣାଯାଇଛି। ବୁଧବାର ଭୋର ୪ଟା ସମୟରେ ଜିନତ୍ ଶିମିଳିପାଳକୁ ଫେରିଛି । ସେଠାରେ ପୁଣି ଥରେ ଜିନତ୍‌କୁ ଏନ୍‌କ୍ଲୋଜରରେ ଛଡାଯାଇଛି ବୋଲି ସୂଚନା ଦେଇଛନ୍ତି STRର RCCF ପ୍ରକାଶ ଚାନ୍ଦ ଗୋଗୀନେନି…

Read More

ଆହୁରି ଥରାଇବ ଜାଡ଼ । କମିବ ପାରଦ, ବଢିବ ଶୀତ । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଘନ କୁହୁଡି ପାଇଁ ଗାଡ଼ି ଚଳାଚଳରେ ବାଧା ଉପୁଜିବା ସହ ଟେନସା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କନ୍ଧମାଳ, କୋରାପୁଟ ଏବଂ ଅନୁଗୁଳ ଜିଲ୍ଲାରେ ସାମାନ୍ଯ କୁହୁଡ଼ି ଦେଖିବାକୁ ମିଳିବ। ସେହିପରି ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଂଜାମ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ ଓ ସୁନ୍ଦରଗଡ଼ରେ ଘନକୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Read More

୨୦୨୪ ଅର୍ଥାତ୍ ଚଳିତ ବର୍ଷ ଥିଲା ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ । ଜଳିଥିଲା ପୃଥିବୀ । ଆଉ ଜଳେଇଥିଲା ମଧ୍ୟ । ତାପମାତ୍ରା ପାରଦ ଡେଇଁବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ହାହାକାରରେ ଫାଟିଥିଲା ପୃଥିବୀ । ତେବେ ୨୦୨୪ କୁ କାଟିବ ୨୦୨୫ ଉତ୍ତାପ । ବିପଦ ଡାକିଆଣୁଛି ଜଳବାୟୁ ପରିବର୍ତ୍ତନ । ଚିନ୍ତା ବଢାଇଲା ବିଶ୍ୱ ପାଣିପାଗ ସଂଗଠନ ବା WMOର ରିପୋର୍ଟ । ଡବ୍ଲୁଏମଓ କହିଛି ଯେ ଗ୍ରୀନ୍ ହାଉସ୍ ଗ୍ୟାସର ସ୍ତର ଆହୁରି ବଢିବ । ଫଳରେ ଆଗାମୀ ଦିନରେ ଅଧିକ ଉତ୍ତାପର ସାମ୍ନା କରିବେ ବିଶ୍ୱବାସୀ । ୨୦୨୫ ବର୍ଷ ଗତ ରେକର୍ଡରେ ଥିବା ତିନୋଟି ଉତ୍ତପ୍ତ ବର୍ଷ ମଧ୍ୟରୁ ଗୋଟିଏ ହେବ । ୨୦୨୩ ଏବଂ ୨୦୨୪ ପରି, ୨୦୨୫ ବର୍ଷକୁ ମଧ୍ୟ ପ୍ରବଳ ଉତ୍ତାପର ସମ୍ମୁଖୀନ ହେବାକୁ ପଡିପାରେ । ଗୁଟେରସ୍ ଏକ ଚେତାବନୀ ଜାରି କରି କହିଛନ୍ତି ଯେ…

Read More

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ସମାରୋହର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଓଡ଼ିଶାର ସମୃଦ୍ଧ କଳା,ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର,…

Read More

ନୂତନବର୍ଷ କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ ବହୁ ଆଶା ଓ ଆକାଂକ୍ଷା। ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ, କ’ଣ ସବୁ କଲେ ନୂଆବର୍ଷ ସୁଖମୟ ହେବ, ଘରକୁ ନେଇ ଆସନ୍ତୁ ଏହି ଜିନିଷ ବର୍ଷ ସାରା ଘରେ କେବେବି ଧନର ଅଭାବ ରହିବ ନାହିଁ। ତେବେ ପ୍ରଥମେ ଭଗବାନ ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଇଥାଏ। ତେଣୁ ନୂଆବର୍ଷ ଅବସରରେ ଘରକୁ ପ୍ରଭୁ ଗଣେଶଙ୍କର ନୂତନ ମୂର୍ତ୍ତୀଟିଏ ଆଣି ପୂଜାର୍ଚ୍ଚନା କଲେ ବର୍ଷସାରା ଗୃହରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି।ନୂଆ ବର୍ଷ ଦିନ ଖଣ୍ଡ ହଲଦୀକୁ ଘରକୁ ନିଶ୍ଚୟ ଆଣନ୍ତୁ। ମା ଲକ୍ଷ୍ମୀଙ୍କର ହଳଦୀ ଅତ୍ୟନ୍ତ ପ୍ରିୟ ଅଟେ। ଏହାକୁ ଧ୍ୟାନରେ ରଖି ଶାସ୍ତ୍ର ଅନୁସାରେ କୁହାଯାଇଛି କି ନୂଆ ବର୍ଷ ଦିନ ଯଦି ଖଣ୍ଡ ହଲଦୀକୁ କିଣି ଘରକୁ ଆଣନ୍ତି ତେବେ ସ୍ୱୟଂ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାର ସୂଚନା ମିଳିଥାଏ। ଏଣୁ ଆପଣ…

Read More

ଓଲଟିଛି କ୍ୟାଲେଣ୍ଡର ପୃଷ୍ଠା । ବିଦାୟ ନେଇଛି ୨୦୨୪ । ଆସିଛି ନୂଆବର୍ଷ । ଧରାପୃଷ୍ଠରେ ଏବେ ୨୦୨୫ର ରାଜୁତି । ବିଦାୟୀ ବର୍ଷର ଘାତ ପ୍ରତିଘାତ, ଦୁଃଖ ଓ କଷ୍ଟକୁ ଭୁଲି ନୂଆବର୍ଷକୁ ଧୁମଧାମରେ କରାଯାଇଛି ସ୍ୱାଗତ । ରାଜ୍ୟ, ଦେଶ ଓ ବିଶ୍ବ ସାରା ସବୁଠି ଉତ୍ସବ ଏବଂ ଉଲ୍ଲାସର ମାହୋଲ । ପୂଜା ପ୍ରାର୍ଥନା ମନ୍ଦିରରେ ଦର୍ଶନ, ଆଉ କେଉଁଠି ବାଜା ବାଣର ଉତ୍ସବରେ ନୂଆ ବର୍ଷକୁ ସ୍ୱାଗତ । ଜିରୋ ନାଇଟରେ ମତୁଆଲା ହୋଇଛି ବିଭିନ୍ନ ସହର ।ନୂଆବର୍ଷର ସ୍ବାଗତ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରମନ୍ଦିର ନିକଟରେ ଜନସମୁଦ୍ର । ରାତି ଅଧରୁ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ରାତି ଅଧରେ ପହଡ଼ ଖୋଲିଥିଲା । ମଧ୍ୟରାତ୍ରିରେ ଶ୍ରୀମନ୍ଦିର ଭିତରକୁ ଯାଇ ଜଗା ଦର୍ଶନ କରିଛନ୍ତି ଭକ୍ତ । ଜଗନ୍ନାଥ ଦର୍ଶନ କରି ବର୍ଷ ଆରମ୍ଭ…

Read More