Author: sanitelevision

ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟିକୋଟି ଶ୍ରଦ୍ଧାରଳୁ ଯୋଗଦେଇ ଗଙ୍ଗାରେ ବୁଡ ପକାଇବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ବେଳେ ଏବେଠାରୁ ଭିଡ ଜମିଲାଣି। ତେବେ କୁମ୍ଭମେଳା ପାଇଁ ଓଡ଼ିଶାରୁ ଆଯୋଧ୍ୟାକୁ ଆରମ୍ଭ ହେବ ବସ୍ ସେବା । ଚାରୋଟି ଉତ୍ସର୍ଗୀକୃତ ମାର୍ଗରେ ଚାଲିବ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ । ପୁରୀ, ସମ୍ୱଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବାହାରିବ ବସ୍ । ଜାନୁଆରୀ 13ରୁ ଫେବୃଆରୀ 26 ଯାଏଁ ଗଡ଼ିବ ବସ୍ । OSRTC ୱେବସାଇଟ୍ ରେ ହେବ ଅଗ୍ରୀମ ଟିକେଟ୍ ବୁକିଂ । ଯାତ୍ରୀ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍‌ପଲାଇନ ବ୍ୟବସ୍ଥା କରାଯାଇଛି।

Read More

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଏକ ନିଆରା କାର୍ଯ୍ୟ କରି ଇତିହାସ ରଚିଛନ୍ତି ଜଣେ ୬ ବର୍ଷୀୟ ବାଳକ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଉକ୍ତ ବାଳକ ଜଣକ ପଞ୍ଜାବର ଫାଜିଲକା ଜିଲ୍ଲାର କିଲିୟାବାଲି ଗ୍ରାମରେ ରହୁଥିବା ବେଳେ ନାମ ତାର ମୋହବ୍ବତ ବୋଲି ଜଣାପଡ଼ିଛି।୬ ବର୍ଷୀୟ ମୋହବତ୍ ରାମ ଦର୍ଶନ ପାଇଁ ଘରୁ ଚାଲି ଚାଲି ୧୦୦୦ କିମି ଦୂରତା ଅତିକ୍ରମ କରି ଆସି ଅଯୋଧ୍ୟାରେ ପହଞ୍ଚିଛି। ଏହି ବାଳକ ବିଷୟରେ ଜାଣିବା ପରେ ଲୋକେ କହୁଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କର ଅନେକ ଭକ୍ତ ଅଛନ୍ତି, କିନ୍ତୁ ମୋହବତ୍ ପରି କେହି ନାହିଁ।ମୋହବତଙ୍କ ୫୫ ଦିନର କଠିନ ପରିଶ୍ରମ ଅଯୋଧ୍ୟାରେ ପହଞ୍ଚି ସଫଳ ହୋଇଛି। ତେବେ ଜାନୁଆରୀ ୧୧ ତାରିଖ ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ଏବଂ ମୁଖ୍ୟମନ୍ତ୍ରୀ ମୋହବତଙ୍କୁ ସ୍ଵାଗତ କରିବେ ବୋଲି ଆଶା କରାଯାଉଛି।

Read More

ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରି ନିକଟରୁ ହଂସିତାଙ୍କ ପ୍ରଥମ ସ୍ବାମୀଙ୍କୁ ଧରିଲା ଆୟକର ବିଭାଗ । ହଂସିତାଙ୍କ ପ୍ରଥମ ସ୍ବାମୀ ଶରୋଜ ସାହୁ । ହଂସିତା ଗିରଫ ଖବର ପରେ ଭୁବନେଶ୍ବରରେ ପହଞ୍ଚିଥିଲେ ଶରୋଜ । ହଂସିତାଙ୍କୁ ଜେଲରେ ମଧ୍ୟ ଭେଟିଥିଲେ ଶରୋଜ । ଶରୋଜ ଗଞ୍ଜାମର ଜଣେ ବ୍ୟବସାୟୀ ହୋଇଥିବା ସୂଚନ ରହିଛି । ହଂସିତାଙ୍କ ଠକେଇ କାରବାରର ମୁଖ୍ୟ ନାୟକ ଥିଲେ ଶରୋଜ ।ଏକଥା ଜାଣିବା ପରେ ହତବାକ ହୋଇଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ଆଉ ଜାଣିପାରୁନି କେଉଁ ଦିଗରୁ ତଦନ୍ତ ଆଗକୁ ବଢ଼ାଇବ। ଏବେ ହଂସିକା ଅଭିଲିପ୍ସାଙ୍କ ଅପରାଧ ଦୁନିଆର ତଦନ୍ତ କମିଶନରେଟ୍‌ ପୁଲିସ୍‌ କରୁଥିବା ବେଳେ ଅର୍ଥନୈତିକ କାରବାର ମାମଲାର ତଦନ୍ତ ଆୟକର ବିଭାଗ କରୁଛି। କଳାହାଣ୍ଡି ନର୍ଲାର ବିଷ୍ଣୁପ୍ରିୟା ଚାନ୍ଦ। ମାଆଙ୍କ ମୃତ୍ୟୁ ପରେ ଭୁବନେଶ୍ୱରରେ ପାଠ ପଢ଼ିଥିଲେ! ଆଉ ବାହା ହୋଇଥିଲେ ବ୍ରହ୍ମପୁରର ପ୍ରତିଷ୍ଠିତ ମଦ ବ୍ୟବସାୟୀ ସରୋଜ…

Read More

ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ଘରୋଇ ସକଳ ଉତ୍ପାଦ (ଜିଡିପି)ରେ ଗତ ୪ ବର୍ଷରେ ସବୁଠୁ କମ ଦେଖିବାକୁ ମିଳିପାରେ । ସରକାରୀ ଡାଟା ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ମୁଖ୍ୟତଃ ବିନିର୍ମାଣ ଏବଂ ସେବା କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) କୋଭିଡ୍‌ ବର୍ଷ (୨୦୨୦-୨୧) ପରଠାରୁ ସର୍ବନିମ୍ନ ହେବାକୁ ଯାଉଛି। କୋଭିଡ୍‌ ବର୍ଷରେ ଜିଡିପି ଅଭିବୃଦ୍ଧି ୫.୮ ପ୍ରତିଶତ ଥିବାବେଳେ ୨୦୨୧-୨୨ରେ ୯.୭%, ୨୦୨୨-୨୩ରେ ୭% ଏବଂ ୨୦୨୪ ମାର୍ଚ୍ଚରେ ଶେଷ ହୋଇଥିବା ପୂର୍ବ ଆର୍ଥତ୍କ ବର୍ଷରେ ୮.୨% ରହିଥିଲା।ଆରବିଆଇ ଆର୍ଥିକ ବର୍ଷ ୨୦୨୪-୨୫ରେ ଜିଡିପି ୬.୬ ପ୍ରତିଶତ ରହିବା ନେଇ ଅନୁମାନ କରିଛି । ଏହା ବ୍ୟତୀତ ଗ୍ରସ୍ ଭାଲ୍ୟୁ ଏଡେଡ୍ (ଜିଭିଏ)ର ଆନୁମାନିକ ବୃଦ୍ଧି ହାର ବି ୨୦୨୪-୨୫ରେ ହ୍ରାସ ପାଇ ୬.୪% ହୋଇଛି, ଯାହା…

Read More

ବିବାହ କରିଥିବା ଦିନକୁ ଜୀବନ ସମାପ୍ତ କରିଦେବା ଦିନ ଭାବେ ବାଛିନେଲେ । ବିବାହର ୨୬ ବର୍ଷ ପୂର୍ତ୍ତିକୁ ବେଶ ଧୂମଧାମରେ ପାଳିଲେ । ବର-କନ୍ୟା ପୋଷାକ ପିନ୍ଧି ମଧ୍ୟ ରାତ୍ର ପର ଯାଏ ବନ୍ଧୁ ଓ ପରିବାର ଲୋକଙ୍କ ସହ ଉତ୍ସବ ମନାଇଲେ । ଆଉ ସେହିଦିନକୁ ଜୀବନର ଶେଷ ଦିନ କରିଦେଲେ । କରଜରେ ବୁଡିଥିବା ଦମ୍ପତି ଶେଷର ନେଲେ ଏମିତି ନିଷ୍ପତ୍ତି । ମହାରାଷ୍ଟ୍ର ନାଗପୁରରେ ଘଟିଛି ହୃଦୟ ବିଦାରକ ଘଟଣା ।୫୭ ବର୍ଷୀୟ ଜେରୀ ଦାମସନ ଅସ୍କାର ମୋନିକ୍ରିଫଙ୍କ ମୃତଦେହ ରୋଷେଇ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ତାଙ୍କର ୪୬ ବର୍ଷୀୟ ପତ୍ନୀ ଆନ୍ନି ଡ୍ରଇଂ ରୁମରେ ଥିବା ଗୋଟିଏ ବେଡରେ ନିସ୍ତେଜ ଅବସ୍ଥାରେ ରହିଥିଲେ। ଆନ୍ନି ବେଡ ଉପରେ ୨୬ ବର୍ଷ ତଳେ ବାହାଘର ବେଳେ ପିନ୍ଧିଥିବା ପୋଷାକ ପରିଧାନ କରି ଶୋଇ ରହିଥିଲେ। ତାଙ୍କ ଦେହରେ ଧଳା କପଡ଼ା ଘୋଡ଼ା…

Read More

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଘଟଣାରେ ୫ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ନିଜ ବିରୋଧରେ ମିଛ ମାମଲା ଏବଂ ତାଙ୍କର ଗିରଫଦାରୀକୁ ନେଇ ଜଣେ ଆଇପିଏସ ଅଫିସରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସାଂସଦ।ପ୍ରଦୀପ କହିଛନ୍ତି, ” ସେମାନେ ମୋତେ ଦଳରୁ ବହିଷ୍କାର କଲେ ତାଙ୍କୁ ରାଜ୍ୟବାସୀ ବହିଷ୍କାର କରିଛନ୍ତି। ଆଗକୁ ଓଡ଼ିଆ ନୂଆ ବର୍ଷ ଆସୁଛି, ସେତେବେଳେ ସବୁ ପାଞ୍ଜି ଖୋଲିଦେବି। ନିଜର ଗିରଫରେ ଜଣେ ବରିଷ୍ଠ IPSଙ୍କ ନାଁ ନେଇ ମଧ୍ୟ ସେ ଆକ୍ଷେପ କରିଥିଲେ। ସମ୍ପୃକ୍ତ IPSଙ୍କୁ ଟାର୍ଗେଟ୍‌ କହିଥିଲେ ସେ ମୋତେ ଗିରଫ କରିବାରୁ ପୁରସ୍କାର ପାଇ କମିଶନର ହେଲେ।” ଜେଲ୍ ଭିତରେ ବି ମୋତେ ହଇରାଣ କରାଯାଇଛି । ବିଜେଡ଼ି ପାଞ୍ଜି ମୋ ପାଖରେ । ଆଗକୁ ସବୁ ଖୋଲିବି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

Read More

କାନ୍ଥରେ କଣା କରି ମୋବାଇଲ ଦୋକାନରୁ କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଫୋନ୍‌ ନେଇଗଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ଚୋରି ପୂରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି |ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଦାମୀ ଦାମୀ ମୋବାଇଲ ଚୋରି କରି ନେଇଛି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଦେଇଛି। ଅନ୍ୟ ସବୁ ମୋବାଇଲ ଏକ ଛୋଟିଆ ଜଙ୍ଗଲ ଭିତରେ ନେଇ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇଯାଇଛି । ଆଜି ସକାଳେ ଚୋରି ସମ୍ପର୍କରେ ଜଣାପଡ଼ିବା ପରେ ଟାଉନ୍‌ ଥାନା ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ମିଳିତ ଭାବେ…

Read More

ଯମୁନା ପଶ୍ଚିମବଙ୍ଗ ଚାଲିଯିବା ଗୁଜବ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଆମ ସମ୍ପତ୍ତି ଆମ ପାଖରେ ଅଛନ୍ତି, ଶିମିଳିପାଳ ଭିତରେ ଅଛନ୍ତି । ପୂର୍ବରୁ ଆସିଥିବା ଯମୁନା ଶିମିଳିପାଳ ଓ କୁଲଢ଼ିଆ ଅଭୟାରଣ୍ୟ ମଧ୍ୟରେ ଯିବାଆସିବା କରୁଛି । ଯମୁନା ପଶ୍ଚିମବଙ୍ଗ ଯିବା ଏକ ଗୁଜବ ବୋଲି ସେ କହିଛନ୍ତି । ସେମାନଙ୍କ ବିଷୟରେ ମୁଁ ବରିଷ୍ଠ ବନ ଅଧିକାରୀମାନଙ୍କ ସହ ନିୟମିତ କଥା ହେଉଛି।ତେବେ ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଜିନ୍ନତ୍‌ ଏବେ ଉତ୍ତର ଶିମିଳିପାଳର ଏନ୍‌କ୍ଲୋଜରରେ ରହିଥିବା ବେଳେ ବାଘୁଣୀ ‘ଯମୁନା’ ଦକ୍ଷିଣ ଶିମିଳିପାଳର ଲ୍ୟାଣ୍ଡସ୍କେପ୍‌ରେ ରହିଛି। ଉଭୟଙ୍କ ପାଇଁ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ହୋଇଛନ୍ତି। ଉଭୟଙ୍କୁ କ୍ୟାମେରା ଓ କଲାର୍‌ ଆଇଡି ଜରିଆରେ ନଜରରେ ରଖାଯାଇଛି। କିନ୍ତୁ ମମତା ଦିଦି ବାଘକୁ ନେଇ ରାଜନୀତି ନ କରିବା ପାଇଂ ମନ୍ତ୍ରୀ କହିଛନ୍ତି |

Read More

ଚାଇନା ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ବର୍ତ୍ତମାନ ଭାରତରେ ପଶିଛି। ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ନାଟକ, ତାମିଲନାଡୁ ପରେ ଏବେ ମୁମ୍ବାଇରେ ଏକ ନୂଆ ମାମଲା ଦେଖିବାକୁ ମିଳିଛି। HMPVର ଏହି ଭାଇରସ ଦଶନ୍ଧି ପୁରୁଣା । ୨୦୦୧ ମସିହାରେ ଏହା ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା । ସେବେଠାରୁ ଭାରତ ସମେତ ବିଶ୍ୱର କେତେକ ଦେଶରେ ଏହାର ମାମଲା ଆସୁଛି । ୨୦୦୩ରେ ପ୍ରଥମ ମାମଲା ଭାରତରେ ଆସିଥିଲା । ଗତ ବର୍ଷ, AIIMS ରେ ୭୦୦ ରୋଗୀଙ୍କ ଉପରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ରୋଗୀଙ୍କ ମଧ୍ୟରୁ ୪ ପ୍ରତିଶତ HMPV ଅଛନ୍ତି । ଏହି ଆକଳନଗୁଡିକ ଦର୍ଶାଏ ଯେ ଏହା ନୂଆ ଭୂତାଣୁ ନୁହେଁ । କିନ୍ତୁ ଗୋଟିଏ ଦିନରେ ଏତେଗୁଡ଼ିଏ ମାମଲା ରିପୋର୍ଟ ହେବା ଆଶ୍ଚର୍ଯ୍ୟ ନିଶ୍ଚୟ । ମୁମ୍ବାଇରେ ଚିହ୍ନଟ ହୋଇଥିବା ୬ମାସର ଝିଅଟି ଜାନୁଆରୀ ୧ରେ,…

Read More

ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ବ୍ରହ୍ମପୁର JMFC ରୁରାଲ କୋର୍ଟ ଦୋଷମୁକ୍ତ କରିଛନ୍ତି।ଟାଟାରେ ଚାକିରି ନାଁରେ ହୋଇଥିବା ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ୪ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଏକୁଟିଆ ମୁଦାଲା ଥିବା ବେଳେ ଅନ୍ୟମାମଲାରେ ଆକାଶ ପାଠକ ଓ ଅଭୟ ପାଠକ ବି ମୁଦାଲା ଥିଲେ। ଏନେଇ ଗୋଳନ୍ଥରା ଥାନାରେ ୪ଟି ଓ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ହୋଇଥିଲା। ମଙ୍ଗଳବାର ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଓ ଗୋଳନ୍ଥରା ଥାନାରେ ଥିବା ଦୁଇଟି ଠକେଇ ମାମଲାର ଶୁଣାଣି ହୋଇଥିଲା।

Read More