ରେଳ ପରିସରରେ ସେଲଫି ନେବା କାରଣରୁ ଅନେକ ସମୟରେ ବହୁ ମୂଲ୍ୟବାନ ଜୀବନ ଅକାଳରେ ଚାଲି ଯାଉଛି । ଏଠାରେ ଅନେକ ବିପଦପୂର୍ଣ୍ଣ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ମଜାଦାର କାର୍ଯ୍ୟକଳାପ ପରି ମନେହୁଏ, କିନ୍ତୁ ଏହା ଏକ ଘାତକ ବିପଦ । ତେବେ ରେଳଧାରଣା ନିକଟରେ ସେଲଫି ଉଠାଇଲେ ଯିବାକୁ ପଡ଼ିବ ଜେଲ। ଏନେଇ କଠୋର ହୋଇଛି ପୂର୍ବତଟ ରେଳବାଇ। ରେଳ ଟ୍ରାକ ନିକଟରେ ରିଲସ ଏବଂ ସେଲଫି ପାଇଁ ଅନେକ ସମୟରେ ମୂଲ୍ୟବାନ ଜୀବନ ଚାଲିଯାଉଥିବାରୁ ଏଭଳି କଡ଼ା ନିୟମ କରାଯାଇଛି। ଅସୁରକ୍ଷିତ ଭାବରେ ସେଲଫି ନେବାବେଳେ କିଛି ଯୁବକ ଚଳନ୍ତା ଟ୍ରେନରୁ ଖସିପଡ଼ି ପ୍ରାଣ ବି ହରାଇଛନ୍ତି। ତେଣୁ ରେଳବାଇ ଆଇନର ଧାରା ୧୪୭ ଏବଂ ୧୫୩ ଅନୁଯାୟୀ, ଚଳନ୍ତା ଟ୍ରେନ୍ ନିକଟରେ କିମ୍ବା ରେଳ ଟ୍ରାକରେ ସେଲ୍ଫି ନେଉଥିବା ବ୍ୟକ୍ତିଙ୍କୁ ଜରିମାନା ସହ ଏଣିକି ଜେଲ୍ ମଧ୍ୟ ହୋଇପାରେ। ପୂର୍ବତଟ ରେଳପଥ…
Author: sanitelevision
ଭିଜିଲାନ୍ସ ଜାଲରେ ITDA ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । । ଆୟ ବର୍ହିଭୁତ ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍ । ଯାଜପୁର ଟାଉନରେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ଼। ସେହିପରି ଭୁବନେଶ୍ୱର, ବାଲେଶ୍ଵର, ଯାଜପୁର ଓ ସୁନ୍ଦରଗଡ଼ରେ ଚଢ଼ାଉ କରୁଛି ଭିଜିଲାନ୍ସ । ରେଡରେ ଜଣେ ଅତିରିକ୍ତ ଏସପି, ତିନି ଜଣ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ତଥ୍ୟ ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ରେଡ୍ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।
ବହୁ ଅଯୋଗ୍ୟ ରାସନ୍କାର୍ଡ ହାତେଇଥିବା, ଜାଲ୍ ରାସନ୍କାର୍ଡ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତବର୍ଷ ଅଗଷ୍ଟ ୨୨ ତାରିଖ ଠାରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ପୂର୍ବରୁ ସୂଚନା ଦେଇଛନ୍ତି ଇ-କେୱାଇସି ପ୍ରକ୍ରିୟା ସରିବା ପରେ ନୂଆ ରାସନ୍କାର୍ଡ ବାଣ୍ଟିବେ। ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ଏବଂ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୪୧ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ତେବେ ଏହି ହିତାଧିକାରୀମାନଙ୍କୁ ମଧ୍ୟରୁ ଅଧିକାଂଶ ନିଜ ସ୍ଥାନରେ ନଥିବା ଜଣାଯାଇଛି। ଅଭିଯୋଗ ହେଉଛି ଯେ, ଇ-କେୱାଇସିରେ ବ୍ୟାପକ ଅବ୍ୟବସ୍ଥା ଓ ତ୍ରୁଟି ଦେଖାଯାଉଛି। ଏହି କାମ ଯେପରିକି ସହଜରେ ହୋଇପାରିବ, ସେଥି ପାଇଁ ରାଜ୍ୟ ସରକାର ସୁବ୍ୟବସ୍ଥା କରିପାରି ନାହାଁନ୍ତି। କୋରାପୁଟ, ମାଲକାନଗିରି, ମୟୂରଭଂଜ, ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳର ଲୋକଟି ଭୁବନେଶ୍ବର, କଟକ କିମ୍ବା…
ପ୍ରୟାଗରାଜର ମହାକୁମ୍ଭରେ ମୌନୀ ଅମାବାସ୍ୟା ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ସ୍ନାନ କରିବାକୁ ପହଞ୍ଚିଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଦଳାଚକଟା ହେବା ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଘଟଣାରେ ଭକ୍ତମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ତାଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପୀଡିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି। ଏହି ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଜୀଙ୍କ ସହ କଥା ହୋଇଛି ଏବଂ ମୁଁ ନିରନ୍ତର ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗରେ ଅଛି।ସୂଚନାଯୋଗ୍ୟ, ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳାରେ ଦଳାଚକଟାରେ ୧୦ ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ବୁଧବାର…
ସୁଭଦ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରାରେ ଆଉ ୩ଟି ପଦକ୍ଷେପ ଲାଗୁ ହେବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି।ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ନେଇ ଦେଲେ ସୂଚନା। ‘ଶୁଣ ସୁଭଦ୍ରାରେ କିଛି ସନ୍ଦେହ ଥିଲେ ପଚାରି ପାରିବେ ବିଭାଗକୁ। ଯୋଗାଯୋଗ କରି ଋଣ କେମିତି ନେବେ ଜାଣି ପାରିବେ। କୁହ ସୁଭଦ୍ରାରେ ବିଭାଗ ହିତାଧିକାରୀଙ୍କୁ ଡାଏଲ୍ କରି ଅସୁବିଧା ବୁଝିବ। ସୁଭଦ୍ରା ସେତୁ ଦ୍ବାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ିବା।’ସେପଟେ ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ । ଏନେଇ ଗଣତନ୍ତ୍ର ଦିବସରେ କଟକରେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଥିଲେ।
ଓଡିଶାର ଭଦ୍ରକ ଜିଲ୍ଲାର ଧାମରା ଏୟାରଷ୍ଟ୍ରିପରେ ମଙ୍ଗଳବାର ପ୍ରଥମ ବିମାନ ଅବତରଣ କରିଛି। ଯାହା ଏହି ଅଞ୍ଚଳରେ ବିମାନ ସଂଯୋଗ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଏୟାରଷ୍ଟ୍ରିପ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡାରେ ଅବସ୍ଥିତ।ପ୍ରଥମେ ଆଦାନୀ କମ୍ପାନୀର ଉପସଭାପତି ମହେନ୍ଦ୍ର ମେକୱାନ୍ ବିମାନବନ୍ଦରରେ ଓହ୍ଲାଇଥିଲେ । ଏହାପରେ ସେଠାରେ ଥିବା ଧାମରା ବନ୍ଦର କର୍ତ୍ତୃପକ୍ଷ ମେକୱାନ୍ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଧାମରା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ କଳକାରଖାନା ସ୍ଥାପନ ପାଇଁ ବାଲିମୁଣ୍ଡାଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ୨୦୧୭ ମସିହାରେ ଆଦାନୀ ଗ୍ରୁପକୁ ଅନୁମତି ମିଳିଥିଲା । ସେଢେ ତିନି କିଲୋମିଟର ରନୱେ ନିର୍ମାଣ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୦୦ ମିଟର ରନୱେ ନିର୍ମାଣ କରାଯାଇଛି । ଯାହାଦ୍ବାରା ଏଠାରେ ଛୋଟ ବିମାନ ଅବତରଣ କରିପାରିବ ।ଓଡ଼ିଶା…
ଗୀତିକବି ବୃନ୍ଦାବନ ଜେନାଙ୍କ ପରଲୋକ । ୮୭ ବର୍ଷ ବୟସରେ ଆଖି ବୁଜିଲେ ବୃନ୍ଦାବନ ଜେନା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଥିବା ସୂଚନା ।କିଛି ଦିନ ପୂର୍ବରୁ ତାଙ୍କର ବ୍ରେନଷ୍ଟ୍ରୋକ ହେବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା । ପାଖାପାଖି ୩୦ଟି ଚଳଚିତ୍ରରେ ଗୀତ ରଚନା କରିବା ସହ ୮ଟି ସିନେମାରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଦୁଇଟି ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୧୯୪୪ ଜାନୁଆରୀ ୧୪ରେ ବୃନ୍ଦାବନ ଜନ୍ମଗ୍ରହଣ କରିଥିଲେ । କଟକ ପାଟକୁରା ତାଙ୍କ ଜନ୍ମ ସ୍ଥାନ ।ଓଡ଼ିଆ ଚଳଚ୍ଚିତ୍ର ଏବଂ ଅକାଶବାଣୀରେ କାମ କରିଛନ୍ତି ବୃନ୍ଦାବନ ।ପୀରତି ତୋର ଦୂରୁ ଜୁହାର, ଏମିତି ରାତି ସେ ତ ଅଭୁଲା ସ୍ମୃତି, ମୋ ପ୍ରିୟାଠାରୁ କିଏ ଅଧିକା ସୁନ୍ଦର ଭଳି ଲୋକପ୍ରିୟ ଗୀତର ସେ ଥିଲେ ସ୍ରଷ୍ଟା। ଓଡ଼ିଆ ଭାଷା ସାହିତ୍ୟ…
ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ। ୨ ନା ୩ ତାରିଖ କେଉଁ ଦିନ ପାଳିବେ ସରସ୍ବତୀ ପୂଜା ଉଠିଲାଣି ପ୍ରଶ୍ନ।କେଉଁ ପାଞ୍ଜିରେ ୨ ତାରିଖରେ ଶ୍ରୀପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମୀ। ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ପୂର୍ବରୁ ମଧ୍ୟ ପର୍ବ ପାଳନକୁ ନେଇ ଏଭଳି ଦ୍ବନ୍ଦ୍ବ ଦେଖିବାକୁ ମିଳିଛି। ସାରା ଭାରତରେ ୨ ତାରିଖରେ ସରସ୍ୱତୀ ପୂଜା ପାଳନ ହେବା ବେଳେ ଓଡ଼ିଶାରେ ଏହି ଦ୍ୱନ୍ଦ୍ୱ ଭିନ୍ନ ଭିନ୍ନ ପଞ୍ଜିକା ପାଇଁ ଲାଗି ରହିଛି।୨ ତାରିଖ କ୍ୟାଲେଣ୍ଡର ଅନୁଯାୟୀ, ରାଜ୍ୟବାସୀ ପାଳନ କରିବେ ସରସ୍ୱତୀ ପୂଜା।
ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଏହାରି ମଧ୍ୟରେ ଦୁଇ ବର୍ଷ ବିତି ଗଲାଣି । ହେଲେ ଏବେ ମଧ୍ୟ ଏହି ମାମଲାର ସମାଧାନ ହୋଇ ପାରୁ ନାହିଁ । ଏହାରି ମଧ୍ୟରେ ନବ ଦାସଙ୍କ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ବୋଲି କହିଛନ୍ତି ଦୀପାଳି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କୌଣସି ରାଜନୀତିକ ଉଦ୍ଦେଶ୍ୟ ରଖି ନିଷ୍ପତ୍ତି ନୁହେଁ । ଏହି କଥାଟା ପୁରା ମୋଟ ପରିବାରର ଭାବନା ସହିତ ଜଡିତ । ତେଣୁ ଆମେ ସିବିଆଇ ତଦନ୍ତ ଲାଗି ଲେଖୁଛି । ଖୁବଶୀଘ୍ର ଏହି ଚିଠିକୁ ଆମେ ରାଜ୍ୟ ସରକାରଙ୍କୁ ଦେବୁ । ଏହାପରେ ରାଜ୍ୟ ସରକାର ସିବିଆଇକୁ ହସ୍ତାନର କରିବେ ।
ଚାଲିଛି ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୫। ତେବେ ଆଜି ଦ୍ବିତୀୟ ଦିନ ମହିଳା ନିବେଶକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିବେ ରାଜ୍ୟ ସରକାର। ମହିଳା ନିବେଶକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ମହିଳା ଶିଳ୍ପ ଉଦ୍ୟୋଗୀଙ୍କୁ ନେଇ ରାଉଣ୍ଡ ଟେବୁଲ ବୈଠକରେ ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ କଥା ହୋଇଛନ୍ତି। ଏଥିରେ ରୁଚି ଫୁଡ୍ ଲାଇନ୍, ମିଲ୍କ ମନ୍ତ୍ର, ଲୁମିନସ୍ ପାଓ୍ବାର , ଇନଡଲ୍ଜ ପ୍ରାଇଭେଟ୍ ଲିମିଟେଡ୍ ଭଳି ଓଡିଶା ଆଧାରିତ କମ୍ପାନୀର ମୁଖ୍ୟମାନେ ଯୋଗଦେଇଥିଲେ। ସମ୍ମିଳନୀର ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି। ଏବେ ସୁଦ୍ଧା ବିଭିନ୍ନ ଶିଳ୍ପ…









