ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ସାମ୍ନାକୁ ଆସିଛି ସାଂଘାତିକ ଦୃଶ୍ୟ । ବୁର୍ଲା ଭୀମସାରରେ ଅନ୍ଧାରୀ ଚିକିତ୍ସା । କର୍କଟ ରୋଗ ବିଭାଗରେ ଆନ୍ଧାରରେ ଦିଆଗଲା କେମୋ । ୩ ଘଣ୍ଟା ଧରି ହୋଇଥିଲା ବିଦ୍ୟୁତ କାଟ୍ । ମୋବାଇଲ ଆଲୁଅରେ ରୋଗୀଙ୍କୁ ଦିଆଯାଇଥିଲା କେମୋ । ଅନ୍ୟପଟେ ହସ୍ପିଟାଲରେ ବିନା ସୂଚନାରେ କାହିଁକି ବିଦ୍ୟୁତ କାଟ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ବିଦ୍ୟୁତ କାଟ୍ ପରେ ଜେନେରେଟର ବି ଚାଲିନଥିଲା । ପୂର୍ବରୁ କିଛି ରୋଗୀଙ୍କ କେମୋ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଆଉ କିଛି ରୋଗୀଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା କରାଯାଇଥିଲା । ମୋବାଇଲ ଲାଇଟ୍ ଲଗାଇ କେମୋ ଦିଆଯାଉଥିବାର ଭିଡିଓ ଭାଇରାଲ ହେଉଛି । ତେବେ ଜେନେରେଟର୍ ଥାଇ ବି ଲଗାଇନଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସେହିପରି ଏହି ଅଭିଯୋଗକୁ ନେଇ ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ…
Author: sanitelevision
ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଖୁବ୍ ଶୀଘ୍ର ପୃଥିବୀ ପୃଷ୍ଠକୁ ଫେରିବେ । ଆମେରିକୀୟ ସ୍ପେସ୍ ଏଜେନ୍ସି ‘ନାସା’ ଏହି ସୂଚନା ଦେଇଛି ।ମଙ୍ଗଳବାର ଦିନ ନାସା ପକ୍ଷରୁ କୁହାଯାଇଛି ଯେ ସ୍ପେସଏକ୍ସ ଆଗାମୀ ମହାକାଶ ଉଡାଣ ପାଇଁ କ୍ୟାପସୁଲ ପରିବର୍ତ୍ତନ କରିବ ତେଣୁ ବୁଚ୍ ୱିଲମୋର ଏବଂ ସୁନିତା ୱିଲିୟମ୍ସଙ୍କୁ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ବଦଳରେ ମମାର୍ଚ୍ର ମଧ୍ୟଭାଗରେ ହିଁ ଫେରାଇ ଅଣାଯିବ।ସୁନିତା ୱିଲିୟମ୍ସ ଗତ ବର୍ଷ ଜୁନ୍ ୫ରେ ବୁଚ୍ ୱିଲମୋରଙ୍କ ସହ ଆଇଏସଏସ (ISS)ରେ ପହଞ୍ଚିଥିଲେ । ତାଙ୍କୁ ଏକ ସପ୍ତାହ ପରେ ଫେରିବାର ଥିଲା । ଦୁହେଁ ବୋଇଂର ନୂତନ ଷ୍ଟାରଲାଇନର୍ କ୍ୟାପସୁଲ୍ ଟେଷ୍ଟ ପାଇଁ ଯାଇଥିଲେ । କିନ୍ତୁ ଏଥିରେ ତ୍ରୁଟି ଦେଖାଦେବା ପରେ ସେମାନେ ଆଇଏସଏସରେ ହିଁ ଫସି ଯାଇଥିଲେ । ଏବେ ସେହିଠାରେ ହିଁ ସେମାନେ ଫସି ରହିଛନ୍ତି । ପୂର୍ବରୁ ନାସା ଚଳିତ ଫେବୃୟାରୀରେ ସୁନୀତା…
ଆଜିଠୁ ବଜେଟ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା। ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ। ୭ଟି କ୍ୱିକ୍ ରିଆକ୍ସନ୍ ଟିମ୍ ମୁତୟନ ହେବ। ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱା୍ଡ ଓ ରୁଫ୍ ଟପ୍ ସିକୁରିଟି ମୁତୟନ ରହିବେ। ଲୋୟର ପିମଜିରେ ୧୪୪ ଧାରା ଜାରି କରାଯିବ। ସିସିଟିଭି ଜରିଆରେ ନଜର ରଖାଯିବ।ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ। ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ଏବଂ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ। ସେହିପରି ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଆଜି ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପତି ଅଭିଭାଷଣ ରଖିବେ। ତେବେ ଦୁଇଟି ପର୍ୟ୍ୟାୟରେ ମୋଟ ୨୮ ଦିନର କାର୍ୟ୍ୟ ଦିବସ ରହିଛି।ମୁହାଁମୁହିଁ…
ରାଜ୍ୟରେ ଏବେ ଅନେକ ସ୍ଥାନରେ ଗରମ ଅନୁଭୂତ ହେବାରେ ଲାଗିଛି । ଫେବୃଆରୀ ମାସରେ ବି ଗ୍ରୀଷ୍ମର ଅନୁଭୂତ ହେଉଛି । ଯାହା ଫଳରେ ଏବେ ଠାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ, ପାଣି ପାଗ ବିଭାଗ ପକ୍ଷରୁ ଆଶ୍ବସ୍ତି କଲା ଭଳି ଏକ ଖବର ସାମ୍ନାକୁ ଆସିଛି ।ରାତି ସହ ଦିନର ତାପମାତ୍ରା କମିବ ୩ ଦିନ ପରେ ଆହୁରି କମିବ ତାତି । ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରସା ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଆଗାମୀ ୪ରୁ ୫ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।ବର୍ତ୍ତମାନ ଉପକୂଳ ଜିଲ୍ଲାମାନଙ୍କରେ ତାପମାତ୍ରା ସ୍ଵାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସ୍ଵାଭାବିକ ତାପମାତ୍ରାରୁ ଅଧିକ ରହିଛି । ତେବେ ରାତିର ତାପମାତ୍ରା ହ୍ରାସ ପାଇବ । ତେବେ ଗତ…
ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ। ବିନା ସର୍ତ୍ତରେ ସେମାନଙ୍କୁ ଗ୍ରହଣ କରାଯିବ।ଯଦି ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସେ, ତାହେଲେ ସେ ମୁଖ୍ୟମନ୍ତ୍ରୀ ହେବେ ନାହିଁ । କେବଳ ଦଳ ପାଇଁ କାମ କରିବେ । ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ଗୁରୁତ୍ବ ଦିଆଯିବ । ସୂଚନାଯୋଗ୍ୟ, କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ମଙ୍ଗଳବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଥିଲ। ତେବେ ପିସିସି ସଭାପତି ହେବା ପରେ ଭକ୍ତ ଚରଣ ଗଣମାଧ୍ୟମ ଆଗରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତରୁଣ, ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ…
ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫’ ଆୟୋଜନ ପରିପ୍ରେକ୍ଷୀରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଭେଟେରିନାରୀ କଲେଜ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଲୋଗୋ ଏବଂ ମାସ୍କଟ୍ ଉନ୍ମୋଚନ କରିଛନ୍ତି। ପରେ ପରେ ମନ୍ତ୍ରୀ ସମାବେଶ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖିଥିଲେ। ମନ୍ତ୍ରୀ କହିଛନ୍ତି, ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ସମୃଦ୍ଧିର ମହାକୁମ୍ଭ ସାଜିବ ଏହି ସମାବେଶ। କ୍ଷୀର, ମାଂସ, ଅଣ୍ଡା ଓ ମାଛ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ତଥ୍ୟ ରଖିଛନ୍ତି।ଆସନ୍ତା ଫେବୃଆରୀ ୧୪ରୁ ‘ମତ୍ସ୍ୟ – ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୫’ ଅନୁଷ୍ଠିତ ହେବ ।ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସମାବେଶ ଆସନ୍ତା ଫେବୃଆରୀ ୧୬ ତାରିଖ ଯାଏଁ ଚାଲିବ । ଏହି ସମାବେଶକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ସୁବିଧା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ମାଗଣା ଘୋଷଣା କରିବାର ପ୍ରଥାକୁ ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି ଯେ, ଲୋକମାନେ ମାଗଣା ରାଶନ ଏବଂ ଟଙ୍କା ପାଉଥିବାରୁ କାମ କରିବାକୁ ଇଚ୍ଛୁକ ନୁହନ୍ତି।ଜଷ୍ଟିସ୍ ବି.ଆର. ଗବାଇ ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏପରି ମନ୍ତବ୍ୟ ଦେଇଛନ୍ତି। ଖଣ୍ଡପୀଠ ସହରରେ ରହୁଥିବା ବାସହୀନ ବ୍ୟକ୍ତିଙ୍କ ଆଶ୍ରୟ ଅଧିକାର ସହିତ ଜଡିତ ମାମଲାର ଶୁଣାଣି କରି ଏପରି କହିଛନ୍ତି । ଜଷ୍ଟିସ୍ ଗବାଇ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ, ଏହି ମାଗଣା ସୁବିଧା ଯୋଗୁଁ ଲୋକମାନେ କାମ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କୁ ମାଗଣା ରାସନ ମିଳୁଛି। ସେମାନେ କୌଣସି କାମ ନକରି ଟଙ୍କା ପାଉଛନ୍ତି। ନିକଟରେ ହୋଇଥିବା ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ, ବିଜେପି ଓ କଂଗ୍ରେସ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ…
ସେଲିବ୍ରିଟି କ୍ରିକେଟ୍ ଲିଗ୍ (CCL)ର ୧୧ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଲିଗ ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଲିଉଡ ପ୍ରଯୋଜକ ବୋନି କପୁର ଏବଂ ବଲିଉଡ ଅଭିନେତା ଅର୍ଜୁନ କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଛନ୍ତି।ସୂଚନା ଅନୁଯାୟୀ, ଏନେଇ ଦୁହେଁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୧୬ ତାରିଖରେ ପଞ୍ଜାବ ଦି ଶେର ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ, ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ସାତଟି ଦଳକୁ ନେଇ ଟୁର୍ନାମେଣ୍ଟ ଆୟୋଜନ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୮ (ଶୁକ୍ରବାର) ରେ ବେଙ୍ଗାଲୁରୁରେ ଆରମ୍ଭ ହେବ ଏବଂ ୨ ମାର୍ଚ୍ଚରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ବେଙ୍ଗଲ ଟାଇଗର୍ସ ଡିଫେଣ୍ଡିଂ ଚାମ୍ପିଅନ୍…
ସ୍ୱାମୀର ମଦ ପିଇବା ସହିନପାରି ସ୍ତ୍ରୀର ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି ସୋର ଉତ୍ତରେଶ୍ବର ଅଞ୍ଚଳରେ । ମୃତକ ହେଉଛନ୍ତି ସଂଜୁଲତା ନାୟକ । ସଞ୍ଜୁଲତାଙ୍କ ସ୍ବାମୀ ଅନେକ ସମୟରେ ମଦ୍ୟପାନ କରି ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିଲେ । ଏପରିକି ତାଙ୍କ ସ୍ବାମୀ ମଦ ପିଇ ଅନେକ ଥର ଦୁର୍ଘଟଣାର ଶିକାର ମଧ୍ୟ ହୋଇଥିଲେ । ଯାହାକୁ ନେଇ ସଂଜୁଲତା ମଦ ପିଇଲେ ଆତ୍ମହତ୍ୟା କରିଦେବା ନେଇ ଚେତାବନୀ ଦେଇଥିଲେ । ହେଲେ ତାଙ୍କ କଥାକୁ ଖାତିର ନକରି ସ୍ବାମୀ ଅନାଦି ପୁଣି ମଦ୍ୟପାନ କରିବାରୁ ସଂଜୁଲତା ପ୍ରଥମେ ବିଷ ପିଇ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ସଂଜୁଲତା ଏକ ଚିଠି ଛାଡି ଯାଇଥିଲେ । ଯେଉଁଥିରେ ସେ ଅନାଦି ମଦ ପିଇବା ନଛାଡିବାରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ପୋଲିସ ମୃତଦେହ…
ବୁଧବାର ରାଜ୍ୟ ସରକାରଙ୍କ ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି । ଫେବୃଆରୀ ୧ରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା ।୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍ ଅନୁଯାୟୀ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କିନ୍ତୁ ରେରା ଆଇନ୍ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ୍ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ସରକାରୀ ବିଜ୍ଞପ୍ତି ଉପରେ ଅଙ୍କୁଶ ଜାରି କରିଛନ୍ତି ଏବଂ ଆସନ୍ତା ବୁଧବାର ସୁଦ୍ଧା ଜବାବ ରଖିବା ଲାଗି ନଗର ଉନ୍ନୟନ ବିଭାଗକୁ…









