Author: sanitelevision

ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ପାଇଁ ଓଡିଶା ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ନବମ ଏବଂ ଦଶମ ପିଲାମାନଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ। ମାଧ ସିଂ ସ୍କଲାରସିପ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯିବ । ପୁରାତନ ଓ ୧୦୦ ବର୍ଷର ବିଦ୍ୟାଳୟ ହୋଇଥିବାରୁ ରାଣିହାଟ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଖୁବଶୀଘ୍ର ଦିଆଯିବ । ରାଣୀହାଟ ବିଦ୍ୟାଳୟ ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀ ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଥିସହ ଓଡିଶା ସରକାରଙ୍କ ପକ୍ଷରୁ ୪ କୋଟି ଟଙ୍କା ଦିଆଯିବ ବୋଲି ଜଣାପଡିଛି ।ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏ ମଧ୍ୟାହ୍ନ ଭୋଜନ ମିଳୁଥିବା ବେଳେ ଏଥିରେ ଏବେ ଏହି ଦୁଇ ଶ୍ରେଣୀ ସୁବିଧା ପାଇବେ। କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

Read More

ଭୁବନେଶ୍ୱର ବିମାନବନ୍ଦରରେ ଜଣେ ରହସ୍ୟମୟୀ ମହିଳାଙ୍କୁ ଆଲିଙ୍ଗନ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଏହା ମହିଳାଙ୍କ ପରିଚୟ ବିଷୟରେ ଅନୁମାନ ଏବଂ ପ୍ରଶ୍ନ ମଧ୍ୟ ଉଠାଇଛି।ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ଭୁବନେଶ୍ବରରୁ ଅହମଦାବାଦକୁ ଉଡ଼ାଣ ଭରିଥିଲା । ଏହି ସମୟରେ ଭୁବନେଶ୍ବର ଏୟାରପୋର୍ଟରେ ଟିମ୍ ଇଣ୍ଡିଆ ଯାଉଥିବା ବେଳେ ବିରାଟ କୋହଲି ମଧ୍ୟ ଯାଉଥିଲେ । ଏହି ସମୟରେ ଏୟାରପୋର୍ଟରେ ଜଣେ ମହିଳା ପ୍ରଶଂସକ ବିରାଟଙ୍କୁ ଆଲିଙ୍ଗନ ପାଇଁ ଆଗକୁ ଆସିଥିଲେ । ଏହି ସମୟରେ ବିରାଟ କୋହଲି ମହିଳା ଫ୍ୟାନଙ୍କ ପାଖକୁ ଯାଇ ଆଲିଙ୍ଗନ କରିଥିଲେ । ଏହା ଦେଖି ସିକ୍ୟୁରିଟି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ସମୟ ପାଇଁ ଆଲିଙ୍ଗନ କରିବା ପରେ, ଦୁହିଁଙ୍କ ମଧ୍ୟରେ…

Read More

ଓଡ଼ିଶାରେ ଯୁବପିଢ଼ିଙ୍କ ମଧ୍ୟରେ ଛାଡପତ୍ର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ନିଆରା ପ୍ରୟାସ ଗ୍ରହଣ କରିଛନ୍ତି । Premarital counseling center ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସେଣ୍ଟରର ବିବାହ ପୂର୍ବରୁ ଉଭୟ ଯୁବକ ଓ ଯୁବତୀଙ୍କୁ ବିବାହ ବନ୍ଧନରେ କିଭଳି ଖୁସି ରହିପାରିବେ ସେ ନେଇ ବୁଝାଯିବ। ସମଗ୍ର ଦେଶରେ ଏହି ସେଣ୍ଟର ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜାତୀୟ ମହିଳା କମିଶନ। ଓଡିଶା ପ୍ରଥମେ ଏହାକୁ ଲାଗୁ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହି ସେଣ୍ଟରରେ ମେଣ୍ଟାଲ ହେଲଥ ଉପରେ ଗୁରୁତ୍ୱ ଦିଆଯିବ । ବର୍ତ୍ତମାନ ଦେଶ ଓ ରାଜ୍ୟରେ ଛାଡପତ୍ର ସଂଖ୍ୟା ବଢ଼ୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଏହି ସଂଖ୍ୟା କମାଇବା ପାଇଁ ପ୍ରି ମାରିଟାଲ କାଉନସେଲିଂ ସେଣ୍ଟର କରିବା ସହ ଗ୍ରାମାଞ୍ଚଳରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମ ସଭା କରିବାକୁ…

Read More

ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ (ମେଥଡ୍‌ ଅଫ୍‌ ରିକ୍ୟୁଟ୍‌ମେଣ୍ଟ ଆଣ୍ଡ କଣ୍ଡିସନ୍‌ସ ଅଫ୍‌ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍‌-୨୦୨୫ କରାଯିବ। ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍‌ ୨୦୧୭ରେ ପରିବର୍ତ୍ତନ ଅଣାଯିବ। ଏହାଦ୍ୱାରା ଡାକ୍ତରଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ପଦୋନ୍ନତି ପାଇଁ ସ୍ୱତନ୍ତ୍ର ନିୟମ ରହିବ।ଏନେଇ ସୋମବାର ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ନୂଆ ନିୟମରେ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ), ଗ୍ରେଡ୍‌ ‘ବି’( ସିନିୟର ବ୍ରାଞ୍ଚ), ଜୁନିଅର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌( ଜଏଣ୍ଟ ଡାଇରେକ୍ଟର), ସିଲେକ୍ସନ୍‌ ଗ୍ରେଡ୍‌ (ଆଡିସ୍‌ନାଲ ଡାଇରେକ୍ଟର), ସିନିୟର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌(ସିଡିଏମ୍‌ ଓ ପିଏଚ୍‌ଓ) ଓ ସୁପର ଟାଇମ୍‌ ପେ ଗ୍ରେଡ୍‌(ଡାଇରେକ୍ଟର କିମ୍ବା ସ୍ପେସାଲ୍‌ ସେକ୍ରେଟେରୀ) ପଦବିରେ ପଦୋନ୍ନତି କରାଯିବ। ଏଥିରେ କେବଳ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବୀକୁ ବାଦ ଦେଇ ଅନ୍ୟ ପଦବୀରେ ରୁଲ୍‌ସ୍‌-୮ ଅନୁଯାୟୀ ପଦୋନ୍ନତି ମିଳିବ। କେବଳ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବୀ କ୍ଷେତ୍ରରେ କମିଶନଙ୍କ…

Read More

ରାସନ୍‌କାର୍ଡ ଇ-କେୱାଇସି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ସୂଚନା ଅନୁସାରେ ଇ-କେୱାଇସି ପାଇଁ ରାସନ ହିତାଧିକାରୀଙ୍କ ପାଖରେ ଆଉ ମାତ୍ର ୪ ଦିନ ସମୟ ରହିଛି। ୧୫ ତାରିଖ ଭିତରେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।ଆଉ ଯେଉଁମାନେ ଇକେୱାଇସି ନ କରିବେ ତାହା ସରେଣ୍ଡର କରାଗଲା ବୋଲି ଧରି ନିଆଯିବ । ସେହି ଜାଗାରେ ନୂଆ ଲୋକଙ୍କୁ ରାସନ କାର୍ଡ ଦିଆଯିବ ।

Read More

ଆଜି କଟକ ସହରରେ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରାଯାଉଛି। ସେହିପରି ହେଲମେଟ୍ ପିନ୍ଧୁ ନଥିବା ଗାଡି ଚାଳକଙ୍କୁ ଧରୁଛି ପୋଲିସ ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି । ସେହିପରି ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ୧୦ ହଜାର ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରିଛି ଏବଂ ଗାଡିକୁ ସିଜ୍ ମଧ୍ୟ କରାଯାଇଛି । ତେବେ ଵସ୍ ଓ ଟ୍ରକ ଗୁଡିକ ମଲ୍ଟି ହର୍ଣ୍ଣ ଓ ପ୍ରେସର ହର୍ଣ୍ଣ ଵ୍ୟଵହାର ଉପରେ କଟକଣା ରହିଛି । ଏଭଳି ହର୍ଣ୍ଣ ଦ୍ୱାରା ସାଧାରଣ ପଥଚାରୀ ଓ ଵାଇକ ଚାଳକ ଭୟଭୀତ ହେଵା ସହ ବେଳେ ବେଳେ ଏହି ହର୍ଣ୍ଣ ଦୁର୍ଘଟଣାର କାରଣ ପାଲଟୁଛି । ଏହା ସହ ଏଭଳି ମଲଟି ହର୍ଣ୍ଣ…

Read More

ପଞ୍ଜିକା ସମନ୍ବୟ ନେଇ ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ। ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ପର୍ବପର୍ବାଣୀକୁ ଅନୁମୋଦିତ କରାଯାଇଛି । ଶ୍ରୀମନ୍ଦିରର ପ୍ରଚଳିତ ପର୍ବପର୍ବାଣୀ ତିଥିକୁ ନେଇ କୌଣସି ତାରତମ୍ୟ ରହିବ ନାହିଁ । ଭୁଲ୍ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଞ୍ଚଟି ପାଞ୍ଜିକା ରାଧାରମଣ,କୋହିନୁର, ଅରୁଣଦୋୟ, ଜି ଏ ନ ତ୍ରିପାଠୀ ଓ ଭାଗ୍ୟଦୀପ ପାଣ୍ଡୁଲିପି ଦାଖଲ କରିଛନ୍ତି । ସମସ୍ତ ଜନସାଧାରଣ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଭୁଲ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଜନସାଧାରଣ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ…

Read More

ସନ୍ଧ୍ୟା ହେଲେ କନ୍ଦାଏ ବାଣୀବିହାର ଠାରୁ ଜୟଦେବ ବିହାର ଦେଇ ପଟିଆ ରାସ୍ତା । ଭିଡ , ଗାଡି ଜାମ୍ ନକହିବା ଭଲ । ଘଣ୍ଟା ଘଣ୍ଟା ଧରି ଜାମରେ ହନ୍ତସନ୍ତ ହୁଅନ୍ତି ରାଜଧାନୀବାସୀ । ହେଲେ ଏବେ ସେମାନେ ସୁରୁଖୁରୁରେ ଘରେ ପହଞ୍ଚିବେ । ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ସରକାର ସେ ପ୍ରକଳ୍ପକୁ ଅନୁମତି ଦେଇ ସାରିଛନ୍ତି । ଖୁବଶୀଘ୍ର ଟେକ୍ନିକାଲ କାର୍ଯ୍ୟ ଆରମ୍ଭ ହେବ । ଜୟଦେବ ବିହାରରେ ଜାତୀୟ ରାଜପଥର ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ସେ ଫ୍ଲାଏ ଓଭର ନନ୍ଦନ କାନନ ପର୍ଯ୍ୟନ୍ତ ଯିବ । ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସକେପ ୱେ ରହିବ । ଯେଉଁମାନେ…

Read More

ଆଜି ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱରର ଶୈଳଶ୍ରୀ ବିହାର, ରୁଦ୍ରପୁର, ଡୁମୁଡୁମା ଅଞ୍ଚଳରେ ଥିବା ଘର ଏବଂ ବାଲେଶ୍ୱରର ସୋର, ରେମୁଣା, ବାଲେଶ୍ୱର ସଦର ଆଦି ଅଞ୍ଚଳରେ ଥିବା ବାସ ସ୍ଥାନ ରହିଛି। ବର୍ତ୍ତମାନ ଯାଏଁ କେତେ ପରିମାଣରେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।

Read More

ପ୍ରାୟ ୧୮ ଲକ୍ଷ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହାଜର ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିନ୍ତୁ ଇ-କେୱାଇସି ଏବଂ ଅନ୍ୟାନ୍ୟ ନିୟମ ପାଳନ ନକରିବା କାରଣରୁ ଓଡ଼ିଶାରେ ୨.୫ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପାଇ ନାହାନ୍ତି ବୋଲି ରାଜ୍ୟ ସରକାର ସୋମବାର ଦିନ କହିଛନ୍ତି।ଏହି ହିତାଧିକାରୀଙ୍କ ତାଲିକା ବ୍ଲକ, ପୌରପାଳିକା ଏବଂ ନଗର ନିଗମ ସ୍ତରରେ କର୍ତ୍ତୃପକ୍ଷଙ୍କ ପାଖରେ ଉପଲବ୍ଧ। ସମସ୍ତ ଯୋଗ୍ୟ ହିତାଧିକାରୀ, ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ଲାଭ ପାଇ ନାହାନ୍ତି, ସେମାନେ ତାଲିକା ଯାଞ୍ଚ କରିବା ଉଚିତ୍। ତେବେ ସେମାନଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ବ୍ୟାଙ୍କ ଆକାଉଣ୍ଟଟି ହିତାଧିକାରୀଙ୍କ ଆଧାର ନମ୍ବର ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ। ଆକାଉଣ୍ଟଟି ଡିବିଟି ସକ୍ଷମ ହୋଇଥିବା ଆବଶ୍ୟକ। ହିତାଧିକାରୀମାନେ ସୁଭଦ୍ରା ପୋର୍ଟାଲରେ ବାୟୋମେଟ୍ରିକ୍ ପଦ୍ଧତି ମାଧ୍ୟମରେ ସେମାନଙ୍କର ଇ-କେୱାଇସି କରିଥିବା ଆବଶ୍ୟକ।ପ୍ରଥମ ତିନୋଟି କାର୍ଯ୍ୟ…

Read More