ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆଜି ଆରମ୍ଭ ହୋଇଛି । ଏହି ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏକ ସ୍ୱେତପତ୍ର ଜାରି କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି କି, ରାଜ୍ୟ ସରକାର ୨୦୨୭ ସୁଦ୍ଧା ରାଜ୍ୟର ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାର ଯୋଜନା କରିଛନ୍ତି । ଏନେଇ ଜାତୀୟ ଗ୍ରାମୀଣ ଜୀବୀକା ମିଶନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଜୀବୀକା ମିଶନ ଅଧିନରେ ରହିଛି ଲକ୍ଷପତି ଦିଦି ଅଭିଯାନ । ଏହାର ଉଦ୍ଦେଶ୍ୟ ହେଉଛି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ବାର୍ଷିକ ଅତି କମରେ ୧ ଲକ୍ଷ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିବା । ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବାକୁ ମୋ ସରକାର ଯୋଜନା କରିଛନ୍ତି ।୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏହି ସ୍ତରର ଆୟ ହାସଲ ପାଇଁ ତାଲିମ…
Author: sanitelevision
ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶ । ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣ ଦେଉଛନ୍ତି । ଏହାରି ମଧ୍ୟରେ ସେ କହିଛନ୍ତି ଯେ, ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ପ୍ରଥମ ୨ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ତେବେ ଏହି ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଜାରି କରିଛନ୍ତି । ଏଥିରେ ବିଭିନ୍ନ ଯୋଜନା ବାବଦରେ ଉଲ୍ଲେଖ ରହିଛି । ରାଜ୍ୟ ସରକାର ସହରାଞ୍ଚଳ ରେ ସୁଦୃଢ ଗମନାଗମନ ବ୍ୟବସ୍ଥା ସମୃନ୍ଧ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ସରକାରଙ୍କ ନୂଆ ଯୋଜନା ‘ଅର୍ବାନ ମୋବିଲିଟି’ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଭୁବନେଶ୍ୱର ପାଇଁ ୧୫୦ଟି ଇ-ବସ୍ କ୍ରୟ ଏବଂ ୮ଟି ଅତିରିକ୍ତ ସହରକୁ ମୋ ବସ୍ ସେବା ମିଳିବ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ…
କୋଟିପତି ରେମୁଣା ତହସିଲଦାର ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ବରରେ ଅଢ଼େଇ କୋଟିର ଫ୍ଲାଟ ସହ ବାଲେଶ୍ବରରେ ଏକ ଫ୍ଳାଟ୍ ଠାବ ହୋଇଥିଲା । ଦୁଇଟି ପ୍ଳଟ, ୯୩୭ ଗ୍ରାମ ସୁନା, ଏବଂ ପାଖାପାଖି ୧କୋଟି ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା । ଏତେ ସଂପତ୍ତି କେଉଁଠୁ ଆଣିଲେ, ତାର ସନ୍ତୋଷଜନକ ଉତ୍ତର ରଖି ପାରିନଥିଲେ ତହସିଲଦାର । ଫଳରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ଭିଜିଲାନ୍ସ।ସେହିପରି, ବିଦ୍ୟାଧର ପତିଙ୍କ ହୁଣ୍ଡାଇ-ଆଇ୨୦ କାର୍, ୨ଟି ଦୁଇଚକିଆ ସହ ବ୍ୟାଙ୍କ ଓ ଅନ୍ୟାନ୍ୟ ଜମାରାଶିର କାଗଜପତ୍ର ଭିଜିଲାନ୍ସ ଠାବ କରିଥିଲା । ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ୟୁକୋ ବ୍ୟାଙ୍କରେ…
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପାଇଁ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଏବଂ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏ ସଭାପତି ପଦବୀ ଖାଲି ପଡ଼ିଛି।୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ପୂର୍ବରୁ ୨୦୧୯ରୁ ୨୨ ପର୍ଯ୍ୟନ୍ତ ଓସିଏର ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି ପଙ୍କଜ ଲୋଚନ ମହାନ୍ତି । ୨୦୨୨ରୁ ଏଯାଏ କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେଣୁ ଅଭିଜ୍ଞତା ଓ ପରିଚାଳନା ଦକ୍ଷତା ପାଇଁ ସେ ଓସିଏ ସଭାପତି ପଦ ପାଇଁ ରେସରେ ଆଗରେ ରହିଛନ୍ତି। ତେବେ ଓସିଏ ସଭାପତି ପଦରୁ ବବିଙ୍କ ଇସ୍ତଫା ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଏବଂ ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ରାଜ୍ୟର କ୍ରିକେଟ ସଂସ୍ଥାର ସର୍ବୋଚ୍ଚ…
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ୫୦ ଟଙ୍କାର ନୂଆ ନୋଟ୍ ଜାରି କରାଯିବ। ଏହି ନୋଟ୍ ଖୁବ୍ ଶୀଘ୍ର ବଜାରକୁ ଆସିବ। ଏହି ନୂଆ ନୋଟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସ୍ୱାକ୍ଷର ରହିବ।ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମହାତ୍ମା ଗାନ୍ଧୀ (ନୂଆ) ସିରିଜର ୫୦ ଟଙ୍କିଆ ନୋଟ୍ ସହ ଏହି ନୋଟ୍ ଗୁଡ଼ିକର ଡିଜାଇନ୍ ସବୁ ଦୃଷ୍ଟିରୁ ସମାନ।ପୂର୍ବରୁ ଜାରି ହୋଇଥିବା ମହାତ୍ମା ଗାନ୍ଧି ସିରିଜ ନୋଟର ଆକାର ୫୬ମିମିX ୧୩୫ ମିମି ଥିଲା। ଏହି ନୋଟ୍ ଗୁଡିକର ରଙ୍ଗ ଫ୍ଲୋରୋସେଣ୍ଟ ବ୍ଲୁ ଥିଲା। ନୋଟ ଗୁଡିକରେ ରଥ ସହିତ ହାମ୍ପି ମନ୍ଦିରର ଫଟୋ ରହିଛି, ଯାହା ଭାରତର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଛି। ଅତୀତରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ୫୦ ଟଙ୍କିଆ ନୋଟ ବୈଧ ରହିବ ବୋଲି କୁହାଯାଇଛି।
ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଡା. ସ୍ମୃତି ମିଶ୍ରଙ୍କ ନେତୃତ୍ବରେ ଅଭିଜ୍ଞ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ କିଡ୍ନୀ ସୁସ୍ଥ ଥିବାବେଳେ ନିମୋନିଆର ଚିକିତ୍ସା କରାଯାଉଥିବା ଡାକ୍ତର କହିଛନ୍ତି। ଆଉ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ସମେତ କୋଟି କୋଟି ପ୍ରଶଂସକ। ସେଥିପାଇଁ ତ ତାଙ୍କ ଶୁଭ ମନାସି ଜାଳିଛନ୍ତି ୧୦୮ ଦୀପ। କିପରି ଉତ୍ତମ ଶୀଘ୍ର ଭଲ ହୋଇ ଘରକୁ ଫେରିବେ ଆଉ ପୂର୍ବ ପରି ଦର୍ଶକଙ୍କୁ ସୁନ୍ଦର ସୁନ୍ଦର ଫିଲ୍ମ ଭେଟି ଦେବେ ସେନେଇ ପ୍ରାର୍ଥନା ମଧ୍ୟ କରିଛନ୍ତି।ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଭାବେ ଉତ୍ତମ ନିଆରା ଛାପ ସୃଷ୍ଟି କରିଛନ୍ତି। ଉତ୍ତମ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି। ହସ୍ପିଟାଲରେ ଅଭିନେତା ପୁତ୍ର ବାବୁସାନ, ପୁତ୍ରବଧୂ ତୃପ୍ତି, ଅଭିନେତା ରବି ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି।ସୂଚନାଯୋଗ୍ୟ, ଗତ…
ନିକଟରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଉପଯୁକ୍ତ ଲାଭଦାୟକ ଚାକିରିରେ ଅଭିଜ୍ଞତା ଥିବା ଜଣେ ସୁଶିକ୍ଷିତ ପତ୍ନୀ କେବଳ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିବା ପାଇଁ ବେରୋଜଗାର ରହିପାରିବେ ନାହିଁ।ଏକ ମାମଲାର ଶୁଣାଣି କରି, ହାଇକୋର୍ଟ ଏକ ଛାଡପତ୍ର ମାମଲାରେ ପରିବାର କୋର୍ଟ ଦ୍ୱାରା ନିର୍ଦ୍ଦେଶିତ ଭରଣପୋଷଣ ପରିମାଣକୁ ପ୍ରତିମାସ ୮,୦୦୦ ଟଙ୍କାରୁ ହ୍ରାସ କରି ୫,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି।ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏହି ମାମଲାରେ ରାୟ ଶୁଣାଣି ବେଳେ କହିଥିଲେ ଯେ, ସିଆରପିସି’ର ଧାରା ୧୨୫ ପ୍ରଣୟନ କରିବାରେ ଉଦ୍ଦେଶ୍ୟ ଏବଂ ସେହି ସ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା, ଯେଉଁମାନେ ନିଜକୁ ପ୍ରତିପାଳନ କରିବାକୁ ଅକ୍ଷମ ଏବଂ ସେମାନଙ୍କ ଭରଣପୋଷଣ ପାଇଁ ପର୍ଯ୍ୟାପ୍ତ ଆୟ ନାହିଁ, ହେଲେ ସେମାନଙ୍କୁ ନୁହଁ ଯେଉଁ ସ୍ତ୍ରୀ ମାନେ ଉପଯୁକ୍ତ ଏବଂ ଉଚ୍ଚ ଯୋଗ୍ୟତା ସତ୍ତ୍ୱେ କାମ ନକରି କିମ୍ବା କାମ କରିବାକୁ ଚେଷ୍ଟା ନକରି କେବଳ ସ୍ୱାମୀଙ୍କଠାରୁ ଭରଣପୋଷଣ…
ଫେବୃଆରୀରୁ ବଢିଲାଣି ତାତି। ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା। ଝାରସୁଗୁଡାରେ ସର୍ବାଧି ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ। ଚଳିତ ବର୍ଷର ଏହା ସର୍ବାଧିକ ତାପମାତ୍ରା। ହେଲେ ଆଗାମୀ ୪ ଦିନରେ ରାତି ତାପମାତ୍ରା ୫ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସ୍ଵାଭାବିକଠାରୁ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା । ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇପାରେ । ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।ସେହିଭଳି ଫେବ୍ରୁଆରୀ ପ୍ରଥମ ସପ୍ତାହ ପରେ ଦ୍ୱିତୀୟ ସପ୍ତାହରେ ରାଜଧାନୀ ତାତି ପୁଣି ୩୪ ଡିଗ୍ରୀ ପାର୍ କରିଛି। ରାତିରେ ରାଉରକେଲାରେ ପାରଦ ସବୁଠୁ କମ୍ ବା ୧୩.୧ ଡିଗ୍ରୀ ରେକର୍ଡ…
ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ଚଢ଼ାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍ । ଯେଉଁଥିରେ ତାଙ୍କ ବାସଭବନ ଏବଂ ଅଫିସ ଆଦି ସ୍ଥାନ ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସୂଚନା ମିଳିନାହିଁ । ଭିଜିଲାନ୍ସର ଚଢାଉ ଶେଷ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି । ଚଢାଉରେ ଭିଜିଲାନ୍ସ ଟିମରେ ୨ ଏଡିଡିଆଇ, ଏସପି, ୪ ଡିଏସପି, ୬ ଇନ୍ସପେକ୍ଟର, ୫ ଏଏସଆଇ ଏବଂ ଅନ୍ୟାନ୍ୟ ସପୋର୍ଟିଂ ଷ୍ଟାଫ ସାମିଲ ଅଛନ୍ତି। ତେବେ ଜୟପୁରର ସ୍ପେସିଆଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଏହି ଚଢାଉ କରିଛି।
ବଲିଉଡ୍, ଟଲିଉଡ୍ ପରେ ଏବେ ଓଲିଉଡ୍ ରେ ଏଣ୍ଟ୍ରି କରିବେ ଲୋକପ୍ରିୟ ଫିଲ୍ମ ନିର୍ମାତା ବୋନି କପୁର। ଜୀବନରେ ଅନେକ ହିଟ୍ ଫିଲ୍ମ ଦେବା ପରେ ଏବେ ବୋନି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମୁହାଁ। ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ପାଇଁ ସେ ହାତ ବଢ଼ାଇବେ ବୋଲି କହିଛନ୍ତି । ଓଡ଼ିଶାରେ ସୁଟିଂ କରିବା ପାଇଁ ଭଲ ସ୍ପଟ୍ ଥିବା କହିଛନ୍ତି ବୋନି । ଆସନ୍ତା ୧୬ରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ସେଲିବ୍ରିଟି କ୍ରିକେଟ ଲିଗ୍ । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନୀ କପୁର ।ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ । ବୋନି କପୁରଙ୍କ ନିଷ୍ପତିକୁ ବିଧାୟକ ସିଦ୍ଧାନ୍ତ ମହାପାତ୍ର ସ୍ବାଗତ କରିଛନ୍ତି। ଏହାଦ୍ବାରା ସିନେ ପ୍ରୋଜୋଜକ, ଅଭିନେତା ଅଭିନେତ୍ରୀଙ୍କ ସମେତ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଫାଇଦା ପାଇବେ ବୋଲି…









