ବଜେଟ ଅଧିବେଶନର ଆଜି ହେଉଛି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ-ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ରହିଛି ପ୍ରଶ୍ନକାଳ ।ସୂଚନାଯୋଗ୍ୟ, ୧୩ ଫେବୃୟାରୀ ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ରହିଛି । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ । ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ । ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ…
Author: sanitelevision
ହ୍ବାଇଟ୍ ହାଉସରେ ବିଶ୍ବର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ସାକ୍ଷାତ। ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ । ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ, ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।ଦୁଇ ନେତା ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଥିଲେ – ଯେଉଁଥିରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବାଂଲାଦେଶର ସଙ୍କଟ ଏବଂ ଏଥିରେ ଆମେରିକାର ଗଭୀର ରାଷ୍ଟ୍ର ଜଡିତ ଥିବା ଅଭିଯୋଗ ରହିଛି। ଉତ୍ତରରେ “ଆମେରିକା ବାଂଲାଦେଶରେ ଜଡିତ ହୋଇନାହିଁ,” ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ମୁଁ ବାଂଲାଦେଶ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଛାଡି ଦେଉଛି” ଏବଂ ସମାଧାନ ପାଇଁ। ଅନ୍ୟପଟେ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ଭାରତର ସମ୍ଭାବ୍ୟ ଭୂମିକା ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଯୁଦ୍ଧ ସମାପ୍ତ ପାଇଁ ଏକ ସମ୍ଭାବ୍ୟ ସମାଧାନ ଖୋଜିବା ଦିଗରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସକୁ ମୁଁ ସମର୍ଥନ କରୁଛି। ବିଶ୍ୱ…
ଗାଁ ଦାଣ୍ଡରେ ବିଷାକ୍ତ ସାପ ସହ ଖେଳ । ତମ୍ପ ସାପକୁ ବେକରେ ଗୁଡାଇ ଉତ୍ପାତ କରୁଛି ମଦ୍ୟପ ଯୁବକ । ସାପକୁ ବେକରେ ପକେଇ ଘୁରେଇ ଘୁରେଇ ବୁଲୁଛି ଗାଁ ଦାଣ୍ଡରେ । ଆଉ ସାପଟି ହାତକୁ କାମୁଡି ଧରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଡ୍ରଗ୍ସ ଖାଇବା ଯୋଗୁ ତାଙ୍କ ଶରୀରରେ ସାପ ବିଷ କାମ କରୁ ନି। ଏହି ଯୁବକ ୨୪ ଘଣ୍ଟା ନିଶାରେ ରୁହେ। ନିଶା ଖାଇ ଗାଁ ଗହଳି ରେ କରେ ଉନ୍ମତ କାଣ୍ଡ! କିଛି ଦିନ ପୂର୍ବରୁ ବାପା ମା ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ ହେଲେ ପୁଅ ଭଲ ହୋଇଯାଇଛି ଭାବି ପୁଣି ଗାଁ କୁ ଆଣିଥିଲେ,ଆଜି କିନ୍ତୁ ସବୁ ସୀମା ଟପିଯାଇଛି । ତେବେ ରାସ୍ତାରେ ଗୋଡେଇ ଗୋଡେଇ ଲୋକଙ୍କୁ କାମୁଡୁଥିଲା । ଯୁବକ ଏବଂ ସାପକୁ ଧରିବା ପାଇଁ ନାକେଦମ ହୋଇଥିଲେ କଣାସ ପୋଲିସ ଓ କଣାସ…
ଭାରତ ଦୀର୍ଘ ଦିନରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି। ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି ଅଛି। ଏ ସମ୍ପର୍କିତ ଏକ ରିପୋର୍ଟ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲରେ ପ୍ରକାଶ ପାଇଛି। ଏହି ସୂଚକାଙ୍କରେ ବିଶ୍ୱର ସବୁଠୁ ଭ୍ରଷ୍ଟ ଓ ସବୁଠୁ ସଚ୍ଚୋଟ ଦେଶଙ୍କ ରାଙ୍କିଙ୍ଗ କରାଯାଏ। ସିପିଆଇ ୧୮୦ ଦେଶ ଓ କ୍ଷେତ୍ରଙ୍କ ସାର୍ବଜନିକ ଅନୁଷ୍ଠାନରେ ଭ୍ରଷ୍ଟାଚାରର କଥିତ ସ୍ତରର ଆଧାରରେ ରାଙ୍କିଙ୍ଗ କରିଥାଏ। ଦେଶମାନଙ୍କୁ ଶୁନରୁ ୧୦୦ ପର୍ଯ୍ୟନ୍ତ ନମ୍ବର ଦିଆଯାଏ। ଏଣୁ ସବୁଠୁ ଅଧିକ ପଏଣ୍ଟ ପାଇଥିବା ଦେଶଙ୍କୁ ଅଧିକ ସଚ୍ଚୋଟ ଓ କମ୍ ପଏଣ୍ଟ ପାଇଥିବା ଦେଶଙ୍କୁ ସବୁଠୁ ଭ୍ରଷ୍ଟ ଘୋଷଣା କରିଥାଏ। ଏହି ରିପୋର୍ଟ ଅନୁସାରେ ଭାରତ ୧୮୦ଟି ଦେଶ ମଧ୍ୟରେ ୯୬ତମ ସ୍ଥାନରେ ରହିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟ ୨୦୨୪ର ଦୁର୍ନୀତି ପରସେପ୍ସନ ଇଣ୍ଡେକ୍ସ (ସିପିଆଇ) ଅନୁଯାୟୀ ଭାରତର ସ୍କୋର ଗୋଟିଏ ପଏଣ୍ଟ ହ୍ରାସ ପାଇ ୩୮କୁ ଆସିଛି। ୨୦୨୩ ମସିହାରେ ଭାରତର…
ବାହାଘର ଚାଲିଥିବା ବେଳେ ପଶିଆସିଲା ବାଘ । ବାହାଘର ଛାଡି ଦୌଡିଲେ ଲୋକ । ଉତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ବର ଏମଏମ ଲନରେ ବିବାହ ଚାଲିଥିବା ବେଳେ ବାହାଘରକୁ ପଶିଆସିଥିଲା ବାଘ । ବନ କର୍ମଚାରୀ ବାଘକୁ ଧରିବା ପାଇଁ ଆସି ନାକେଦମ୍ ହୋଇଛନ୍ତି ବୁଦ୍ଧେଶ୍ୱର ଅଞ୍ଚଳରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଏକ ଚିତାବାଘ ସେଠାରେ ପଶିଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଜୀବନ ବଞ୍ଚାଇବା ପାଇଁ ବିବାହ ବନ୍ଦ କରିବାକୁ ପଡ଼ିଥିଲା ଏବଂ ବର-କନ୍ୟା ଘଣ୍ଟା ଘଣ୍ଟା ଧରି ନିଜ କାର୍ ରେ ରହିଥିଲେ। ପ୍ରାୟ ୮ ଘଣ୍ଟା ଧରି ଚାଲିଥିବା ଏହି ଲୁଚକାଳି ଖେଳ ପରେ ଗୁରୁବାର ସକାଳ ୪ଟା ବେଳକୁ କଲରାପତରିଆ ବାଘକୁ ଧରାଯାଇଥିଲା ।। ବୁଧବାର ରାତିରେ ବୁଦ୍ଧେଶ୍ୱର ରିଙ୍ଗରୋଡ୍ ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରେ ଚିତାବାଘ ଅନୁପ୍ରବେଶ କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି।।ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ମହାକୁମ୍ଭମେଳା ପାଇଁ ଅଯୋଧ୍ୟାକୁ ପୁଣି ଗଡ଼ିଲା OSRTC ବସ୍। ଫେବ୍ରୁଆରୀ ୫ରୁ ବସ୍ ସେବା ଆରମ୍ଭ ହୋଇଥିବା ଓଏସ୍ଆର୍ଟିସି ପକ୍ଷରୁ ସୂଚନା ଦିଆଯାଇଛି।ସୂଚନାନୁଯାୟୀ ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଥିଲା। ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିଥିଲେ । ସେଥି ପାଇଁ ମହାକୁମ୍ଭକୁ ଓଡ଼ିଶାରୁ ଓଏସଆରଟିସିର ସ୍ୱତନ୍ତ୍ର ବସ୍ ସେବା ବନ୍ଦ କରାଯାଇଥିଲା । ସେହିପରି ଯାତ୍ରା ପାଇଁ ଅଗ୍ରୀମ ଟିକେଟ୍ ବୁକିଂ କରିଥିବା ଯାତ୍ରୀ ସେମାନଙ୍କର ଟଙ୍କା ଫେରାସ୍ତ ପାଇଥିଲେ। ସେମାନଙ୍କ ପାଇଁ ଏକ ହେଲ୍ପ-ଲାଇନ୍ ନମ୍ବର ଜାରି କରାଯାଇଥିଲା। ଉକ୍ତ ନମ୍ବରରେ ସେମାନେ ଯୋଗାଯୋଗ କରି ସେମାନଙ୍କ ଟିକେଟ୍ ସମ୍ପର୍କିତ ସୂଚନା ଦେଇ ବୁକିଂ ରାଶି ଫେରସ୍ତ ପାଇଥିଲେ। କିନ୍ତୁ ଏବେ ପୁଣି ଏହି ସେବା ଆରମ୍ଭ କରାଯାଇଛି|
ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ ସମୟରେ କେନ୍ଦୁଝର ଜିଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତେରେଛା ବାଣ ମାରିଛନ୍ତି ନବୀନ।ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଖୋଦ୍ ସନାତନ ମହାକୁଡଙ୍କ ପ୍ରତିକ୍ରିୟା । ସନାତନ କହିଛନ୍ତି, ନବୀନ ଆମ ଦଳର ମୁଖିଆ, ତେଣୁ ସେ ପଚାରିପାରିବେ । କାଲି ବିଧାୟକ ଦଳ ବୈଠକକୁ କାହିଁକି ଯାଇନଥିଲି ବୋଲି ସେ ପଚାରିଥିଲେ । ଯାହାର ଉତ୍ତରରେ ମୋ ଦେହ ଖରାପ ଯୋଗୁଁ ଯାଇନଥିଲି ବୋଲି ସେ କହିଥିଲେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସନାତନ କହିଛନ୍ତି । ଅନ୍ୟପଟେ ସେ ବିଜେଡିରେ ଅଛନ୍ତି, ଆଉ ରହିବେ ବୋଲି କହିଛନ୍ତି । ଏହାସହ ୨୦୨୯ ପର୍ଯ୍ୟନ୍ତ କେଉଁ ଦଳକୁ ଯାଇ ପାରିବି ନାହିଁ ।
ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଆଗତ ନୂଆ ଇନକମ୍ ଟାକ୍ସ ବିଲ୍ ଆଗତ କରିଛନ୍ତି। ଏହି ନୂତନ ବିଲ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନକୁ ବଦଳାଇବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ସ୍ବଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ।ଟ୍ୟାକ୍ସ ବ୍ୟବସ୍ଥାକୁ ସହଜ କରିବା ପାଇଁ ଡିଜିଟାଲୀକରଣ, ଟ୍ୟାକ୍ସ ପେମେଣ୍ଟରେ ସୁଧାରଠୁ ଆରମ୍ଭ କରି, ଟ୍ୟାକ୍ସ ଚୋରି ରୋକିବା ଦିଗରେ ନିୟମ ଅଧିକ କଡ଼ାକଡ଼ି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ନୂଆ ଆୟକର ବିଲ୍ରେ ଧାରା ଓ ସିଡ୍ୟୁଲ ସଂଖ୍ୟା ଅଧିକ ରହିଛି। ସାଧାରଣତଃ ଦେଖାଯାଇଛି ଯେ ଟିକସ ଦେବା ସମୟରେ କରଦାତାମାନେ ମୂଲ୍ୟାୟନ ଏବଂ ଆର୍ଥିକ ବର୍ଷ ବିଷୟରେ ଦ୍ୱନ୍ଦ୍ୱରେ ପଡୁଥିଲେ। କିନ୍ତୁ ଏବେ ଏଗୁଡ଼ିକୁ ଦୂର କରି ନୂଆ ଆଇନ୍ ଅନୁସାରେ କେବଳ ଟିକସ ବର୍ଷ ବ୍ୟବହାର କରାଯିବ।ନୂତନ ବିଲ…
ବିହାରରେ ଓଲଟିଲା ଓଡ଼ିଶା ବସ୍ । ବିହାର ମୁହାନିଆରେ ଓଲଟିଲା ଓଡ଼ିଶା ବସ୍ ।ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁ ୩୫ ଯାତ୍ରୀ ଆହତ ହୋଇଥିବାବେଳେ ୩ ଗୁରୁତର ଥିବା ଜଣାପଡ଼ିଛି ।ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ଯାଉଥିବାବେଳେ ଘଟିଲା ଏହି ଦୁର୍ଘଟଣା । ସୂଚନାମୁତାବ, ଭୋଗରାଇରୁ ୭୦ ଯାତ୍ରୀ ମହାକୁମ୍ଭ ମେଳା ଯାଉଥିଲେ । ଉଭୟ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବସ୍ରେ ମହିଳା, ପୁରୁଷ ସହ ୧୦ ଜଣ ଯାତ୍ରୀ ଆହତ ହୋଇ ସେଠାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୩ ଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନା ଆଇସିୟୁରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସେମାନେ ହେଲେ ଭୋଗରାଇ ବ୍ଲକ କୁମାର ସରିସା ଗ୍ରାମର ସୁବାସ ବେହେରା( ୪୨), ଫୁଲବଣୀ ଗ୍ରାମର ବାପି ସାସମଲ (୩୫)ଓ ନଗୁଆଁ ଗ୍ରାମର ରାଜକିଶୋର ସାହୁ( ୫୦) । ଦୁର୍ଘଟଣା ଘଟାଇଥିବା ବସ୍ ଡ୍ରାଇଭର ଘଟଣାସ୍ଥଳରୁ…
ଓଲିଉଡ୍ର ୮୦ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବାପା ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି ବାବୁସାନ । ସେହିପରି ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ପହଞ୍ଚି ଉତ୍ତମ ମହାନ୍ତିଙ୍କୁ ଭେଟିଛନ୍ତି । ଏଥିସହିତ ବାବୁସାନଙ୍କ ସହ କଥା ହୋଇଛନ୍ତି ।ଉତ୍ତମ ଏବେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି। ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଉତ୍ତମ ମହାନ୍ତି ଏକ ଫିଲ୍ମର ଶୁଟିଂ ପାଇଁ ବାହାରକୁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା ।ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ |ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲା । ଏହି ଖବର ଜାଣିବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଚିନ୍ତିତ ଥିବା ବେଳେ…








