Author: sanitelevision

ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ମାଳତୀ ଦେବୀ ପାକ ବିଦ୍ୟାଳୟ ପରିଧାନ ଯୋଜନା କରାଯିବ । ଅଙ୍ଗନୱାଡି ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ । ବାଲ୍ୟ ବିବାହ ବନ୍ଦ ପାଇଁ ଆଦ୍ୱିକା ନାମରେ ନୂଆ ଯୋଜନା ରହିଛି । ଆମ କୁନିପିଲା ନାଁରେ ଯୋଜନା ରହିବ । ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ । ପୁଣି କହିଛନ୍ତି ଯେ ଓଡିଶା ୨୦୩୬ର ଯୋଜନା ପ୍ରସ୍ତୁତ କରାଯାଉଛି । ଭିତ୍ତିଭୂମିର ବିକାଶ ପାଇଁ ପଯ୍ୟାପ୍ତ ନିବେଶ କରାଯାଉଛି । ରାଜ୍ୟ ରାଜପଥ ଗୁଡିକୁ ୪ –ଲେନ କରାଯିବ । ମୁଖ୍ୟମନ୍ତ୍ରୀ ବସ ଯୋଜନାରେ ବସ ଯୋଗାଯୋଗ ସୁଦୃଢ କରାଯିବ । କେବଳ ମହିଳା କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ମହିଳା ବସ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏକ ଶହ ୩୩ଟି ବସ ଷ୍ଟାଣ୍ଡ କରାଯିବ । ସୁବଣ୍ଣରେଖା ଓ…

Read More

ଆଜି ରାଜ୍ୟ ବଜେଟ ଅଧିବେଶନ ରେ ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଆଳୁ ପାଇଁ ଆମେ କାହା ଉପରେ ନିର୍ଭର କରିବାକୁ ଚାହୁଁନାହୁଁ । ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଉଛି । ଆମ ସରକାର ଯୁଗାନ୍ତକାରୀ ଶୀତଳଭଣ୍ଡାର ଯୋଜନା ଆଣିଛନ୍ତି । ରାଜ୍ୟର ସମସ୍ତ ସବଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଏହା ସହ ସବୁ ଅଚଳ ଶୀତଳ ଭଣ୍ଡାରକୁ କାଯ୍ୟକ୍ଷମ କରାଯିବ । ଏଥିପାଇଁ ଏକ ଜଳସେଚନ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି । ବଲାଙ୍ଗୀରର ସୁକତେଲ , ନୟାଗଡର ସୁକୁମି , ବରଗଡର ଘଟକେଶ୍ୱର ଜଳସେଚନ ପ୍ରକଳ୍ପ କାଯ୍ୟକ୍ଷମ କରାଯିବ । ରାଜ୍ୟକୁ ଅଧିକରୁ ଅଧିକ ଚାଷୀଙ୍କ କ୍ଷେତକୁ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଖଇରି ବନ୍‌ଘନ , ବୃତାଙ୍ଗ , ଭାମକୁଣ୍ଡ ,…

Read More

ଗୃହରେ ମୁଲତବୀ ପ୍ରସ୍ତାବରେ ଭାଗ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ । କହିଲେ,ଦରବୃଦ୍ଧି ରୋକିବାରେ ସରକାର ବିଫଳ ହୋଇଛନ୍ତି । ଡବଲ ଇଞ୍ଜିନ ସରକାରରେ ମୁଁ ଭାବିଥିଲି ଗୋଟେ ମିଛ କହିବେ କିନ୍ତୁ ଡବଲ ମିଛ କହୁଛନ୍ତି । ଅରୁଣ ଆହୁରି କହିଥିଲେ, କେବଳ ବ୍ୟାଙ୍କରେ ଟଙ୍କା ରଖିଲେ ଶୁଦ୍ଧ କମିଛି । ନିବେଶରେ ରିଟର୍ନ କମିଛି, ଲୋକଙ୍କର ପ୍ରାପ୍ୟ କମିଛି । ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ କମିଛି । ଯେଉଁ ଭଳି ରଙ୍ଗ ବଦଳାଉଛନ୍ତି ରଙ୍ଗର ମୂଲ୍ୟ ବଢିବା ସ୍ଵାଭାବିକ । ନିର୍ବାଚନ ସରିବା ପରେ ସରକାର ଯଦି ଅନ୍ଧ ମୁକ ବଧିର ପାଲଟେ, କାହାକୁ କହିବେ। ବ୍ୟବସାୟୀଙ୍କ କଥା କହିଲେ ଆପଣ ମାନଙ୍କୁ ବାଧିବ। କାହିଁକି ନା ଆପଣ ଆଦାନୀ ଓ ଅମ୍ବାନୀଙ୍କ ସହ ଅଛନ୍ତି । କର୍ପୋରେଟ ହାଉସ ମୁନାଫା ପାଇଲେ ରାଜ୍ୟବାସୀ ହନ୍ତସନ୍ତ୍ ହେବେ । ହେଡ୍ ସାର୍…

Read More

ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି । ଆଇନ ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନୂଆ ଥାନା ଏବଂ ଫାଣ୍ଡି କରିବା ପାଇଁ ସମଗ୍ର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭ଟି ପ୍ରସ୍ତାବ ଆସିଛି । ଜିଲ୍ଲାରୁ ପ୍ରସ୍ତାବ ଆସିବା ପରେ ବିଭାଗ ତା ଉପରେ ନିଷ୍ପତ୍ତି ନେବ| ଯେଉଁ ଯେଉଁ ଜାଗାରେ ସମ୍ଭାବନା ଅଛି ଥାନା ଏବଂ ଫାଣ୍ଡି ନିର୍ମାଣ ପାଇଁ ସେଗୁଡ଼ିକ ଉପରେ ବିଭାଗ ବିଚାର କରିବ।ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି,ଥାନା ନିର୍ମାଣ ପାଇଁ ଏକ ପଲିସି ରହିଛି ଏବଂ ଥାନା ନିର୍ମାଣ ପାଇଁ କିଛି କ୍ରାଇଟେରିଆ ରହିଥାଏ | ସେଗୁଡିକ ହେଲା, ଜନସଂଖ୍ୟା, କ୍ଷେତ୍ରଫଳ, ଆଇନଶୃଙ୍ଖଳା, ନକ୍ସଲ କାର୍ଯ୍ୟକଳାପ, ଅପରାଧୀ ପରିସଂଖ୍ୟାନ, ସହରୀକରଣ ଓ ଶିଳ୍ପା୍ୟାନ, ସାମ୍ପ୍ରଦାୟିକ ସମ୍ବେଦନଶୀଳତା, ସଂଯୋଗୀକରଣ ଓ ଯୋଗାଯୋଗ ବ୍ୟବସ୍ତା ଭଳି ଆଠଗୋଟି ଆବଶ୍ୟକତା ରହିଛି…

Read More

ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅଫିସ ଜୁନିୟର କିରାଣି ଗୋଲକ ନାୟକ ଏକ ଜମି ଚିହ୍ନଟ ଫାଇଲ ପ୍ରୋସେସିଙ୍ଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଆଜି ଟଙ୍କା ନେବା ପରେ ଟଙ୍କାକୁ ଅନ୍ୟ ଜଣେ ବ୍ୟକ୍ତି ଅରୁଣ ସେଠଙ୍କୁ ହସ୍ତାନ୍ତର କରିଥିଲେ। ଉଭୟଙ୍କୁ ଅଟକ ରଖିଛି ଭିଜିଲାନ୍ସ। କିରାଣି ଶ୍ରୀ ନାଏକ ୨୦୨୧ରେ ଚାକିରି ପାଇଥିଲେ।ସୁନ୍ଦରଗଡ଼ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଜାଲ ବିଛାଇ ଆଜି ସକାଳେ ଲେଫ୍ରିପଡ଼ା ତହସିଲ ଅଫିସରେ କିରାଣି ଗୋଲେଖ ବିହାରୀ ନାଏକଙ୍କୁ କାବୁ କରିଥିବା ସୂଚନା ରହିଛି।

Read More

ଚଳିତ ବର୍ଷ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ପୂରଣ ନିମନ୍ତେ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି | ଠିକ୍ ସେହିପରି ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ନିମନ୍ତେ ଆୟୋଗକୁ ସୁପାରିଶ କରାଯାଇଛି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବା ମୁତାବକ, ସବୁ ଜିଲ୍ଲାହସ୍ପିଟାଲରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ। ସାଟେଲାଇଟ ସେଣ୍ଟରର ଉଦ୍ଦେଶ୍ୟ ହେଉଛି, ଯେଉଁ ପୁରୁଣା ଭିତ୍ତିଭୂମି ଅଛି, ତାହା ବ୍ୟବହାର କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା | ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଆସିଛି। ସାଟେଲାଇଟ ସେଣ୍ଟରରେ ଦଶଟି ଅବଜରଭେସନ ବେଡ଼ ରହିବ। ଜିଲ୍ଲା ହସ୍ପିଟାଲକୁ ରୋଗୀ ସ୍ଥାନାନ୍ତର ଲାଗି କ୍ୟାମ୍ପସରେ ୨୪ଘଣ୍ଟା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ।

Read More

ମିଳିଗଲା ହଜିଲା ଗାଡି । ଥାନାରେ ରଖିଦିଆଯାଇଛି ଚୋରି ଗାଡି ଆଉ ତା ସାଙ୍ଗକୁ ମିଳିଛି ଏକ ଚିଠି । ତେବେ କିଛି ଦିନ ତଳେ ଉଦଳାର ଏକ ବାହାଘରରୁ ଝିଅର ଦାଦାଙ୍କ ଗାଡି ଚୋରି ହୋଇଥିଲା। ପୋଲିସ ଅନେକ ଖୋଜାଖୋଜି ପରେ ମଧ୍ୟ ଚୋରର ସନ୍ଧାନ ପାଇନଥିଲା।ହେଲେ ଏବେ ଗାଡି ଆସି ଥାନାରେ ପହଞ୍ଚିଛି। ଆଉ ଚୋରି ଗାଡି ସାଙ୍ଗରେ ଏକ ଚିଠି ମଧ୍ୟ ମିଳିଛି। ସୂଚନାନୁସାରେ, ଚୋରି ହୋଇଥିବା ଗାଡିକୁ ଥାନାରେ ଆଣି ରଖି ଦିଆଯାଇଛି। ଆଉ ଗାଡି ସହ ଏକ ଚିଠି ମଧ୍ୟ ପାଖରେ ରଖିଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟକଥା ଲୁଟେରା ନୁହେଁ ଲୁଟରାଙ୍କ ବାପା ଗାଡି ରଖିଥିବା କଥା କହିବା ସହ ନିଜେ ଚିଠି ମାଧ୍ୟମରେ ଭୂଲ୍ ମାଗିଛନ୍ତି । ତାଙ୍କ ପୁଅକୁ କିଛି ନ କରିବାକୁ ଉକ୍ତ ଚିଠିରେ ବାପା ଅନୁରୋଧ କରିଛନ୍ତି। ହେଲେ ଥାନାରେ ଲାଗିଥିବା ସିସିଟିଭିରେ କିଛି ରେକର୍ଡ ନଥିବା ଜଣାପଡିଛି ।…

Read More

ପୁରୀ ରଥଯାତ୍ରା ପାଇଁ ଲାଗିବ AI କ୍ୟାମେରା। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୋମବାର ପୁରୀ ଏସ୍‌ପି ବିନିତ ଅଗ୍ରୱାଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏନଏଚ୍ ଓ ବଡ଼ଦାଣ୍ଡରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଜମା ହେଉଥିବାବେଳେ ସେମାନଙ୍କ ଉପରେ ନଜର ରଖିବ ଏହି ସ୍ୱତନ୍ତ୍ର କ୍ୟାମେରା । ଅନ୍ୟପକ୍ଷେ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସଗୁଡିକ ନାମରେ ନକଲି ୱେବସାଇଟ୍ ଖୋଲାଯାଇ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଠକାଯାଉଥିଲା । ଅନେକ ଲୋକ ଓ ପର୍ଯ୍ୟଟକ ଭକ୍ତନିବାସ ପାଇଁ ପଞ୍ଜୀକରଣ କରି ପୁରୀ ଆସିବା ପରେ ଠକାମିର ଶିକାର ହେଉଥିବା ଅଭିଯୋଗ କରାଯାଇଛି । ଏନେଇ ଅଭିଯୋଗ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ପୃକ୍ତ ଠକମାନଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖାଯାଇଥିବା…

Read More

ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।ଅତିରିକ୍ତ ଉତ୍ପାଦକୁ ଷ୍ଟୋର କରି ରଖିବା ପାଇଁ ଶୀତଳ ଭଣ୍ଡାର ଖୋଲାଯିବ । ଯେଉଁଠାରେ ମଣ୍ଡି ବ୍ୟବସ୍ଥା ନାହିଁ ସେଠାରେ ମଣ୍ଡି ସୁବିଧା କରାଯିବ । ଚାଷୀଙ୍କ ପ୍ରଡକ୍ଟ ନଷ୍ଟ ହେବ ନାହିଁ । ଠିକ୍ ଦାମ ପାଇବେ ସେ ନେଇ ବ୍ୟବସ୍ଥା ଚାଲିଛି। ତୁରନ୍ତ ପଦକ୍ଷେପ ନିଆଯିବ। ତେବେ କଟ୍‌ନୀ ଛଟ୍‌ନୀ ବନ୍ଦ କରିବାରେ ସଫଳ ହୋଇଛୁ ବୋଲି ମନ୍ତ୍ରୀ କହିଛନ୍ତି ।

Read More

କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ଏବେ ସମସ୍ତଙ୍କ ମୁଣ୍ଡରେ ପସିଛି। ଆଉ ସେଥିପାଇଁ ମୁଖ୍ୟ ପନ୍ଥା ସାଜିଛି ଅନଲାଇନ୍ ଟ୍ରେଡିଂ। ଏହି ଅନଲାଇନରେ ଟ୍ରେଡ଼ିଂ କରି କମ୍ ଟଙ୍କା ଲଗାଇ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଯୁବପିଢୀ। ତେବେ ସମ୍ବଲପୁରରେ ସେୟାର ମାର୍କେଟ ନାଁରେ ବଡ ଠକେଇ । ହଜାରେ କୋଟିରୁ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଲକ୍ଷେ ଟଙ୍କାରେ ୫ ପ୍ରତିଶତ ଲାଭ ଦେବାର ଲୋଭ ଦେଖାଇ ଏକ କମ୍ପାନୀ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏମସିଏକ୍ସ ସିଟି ନାମକ ଏକ କମ୍ପାନୀ ଏଭଳି ଠକେଇ କରିଛି । ସମ୍ବଲପୁରର ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ନାଁରେ ଏହି ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଜିଲ୍ଲାର ୫୦୦ରୁ ଅଧିକ ଲୋକ ଏଭଳି ଠକେଇର ଶୀକାର ହୋଇଛନ୍ତି ।ଆଉ ଏହିଭଳି ବିଭିନ୍ନ ଅନଲାଇନ ଟ୍ରେଡିଂ କମ୍ପାନୀର ପ୍ରମୋଟ କରୁଛନ୍ତି…

Read More