ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ ମଞ୍ଜୁର କରିଛନ୍ତି ଯାହା ରୁଷିଆରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲଗାଇବ। ଏହା ଭାରତ ଏବଂ ଚାଇନା ଉପରେ ଆମେରିକାର ଟାରିଫ୍ରେ ଉଲ୍ଲେଖନୀୟ ବୃଦ୍ଧି ଆଣିପାରେ, କିଛି କ୍ଷେତ୍ରରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ।ଭାରତ, ଚୀନ୍ ଏବଂ ବ୍ରାଜିଲ୍ ଭଳି ଦେଶମାନଙ୍କୁ ଶସ୍ତା ଋଷୀୟ ତେଲ କିଣିବା ବନ୍ଦ କରିବାକୁ ଚାପ ପକାଉଛି ଆମେରିକା । ଗତ ବର୍ଷ, ଟ୍ରମ୍ପ ଭାରତରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଟିକସ ଲଗାଇଥିଲେ, ଏବଂ ଋଷରୁ କିଣାଯାଇଥିବା ତେଲ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟିକସ ଲଗାଇଥିଲେ । ଏହା କିଛି ଭାରତୀୟ ସାମଗ୍ରୀ ଉପରେ ମୋଟ ଟିକସ ୫୦ ପ୍ରତିଶତକୁ ନେଇଯାଇଥିଲା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ କରିଥିଲା ।ଗତ କିଛି ଦିନ ତଳେ ଟ୍ରମ୍ପ ଇଙ୍ଗିତ ଦେଇଥିଲେ ଯେ ଭାରତ ଉପରେ ନୂତନ ଟିକସ…
Author: sanitelevision
ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାଇଁ କୋହଲା ପବନ ଯୋଗୁ ଶୀତ ବଢ଼ିଛି। ହେଲେ ଆସନ୍ତା ୨ରୁ ୩ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଶିମିଳିପାଳରେ ଶୂନ ଡିଗ୍ରୀ। ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଉପକୂଳରୁ ଉପାନ୍ତ ସବୁଠି ପାରଦ ତଳମୁହାଁ । ରାଜଧାନୀରେ ବାଘୁଆ ଜାଡ଼ । ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୧୦ ଡିଗ୍ରୀ ଛୁଇଁଛି ପାରଦ । କନ୍ଧମାଳଜିଲ୍ଲା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀକୁ ଖସିବା ସହ ଚଳିତବର୍ଷ ଏହା ସବୁଠୁ କମ୍ ତାପମାତ୍ରା ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।ଗୁରୁବାର ବୌଦ୍ଧ, ନୟାଗଡ଼ ଓ କୋରାପୁଟ ଜିଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏଥିପାଇଁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ସେହିଭଳି ଜଗତ୍ସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦୁଝର, ଢ଼େଙ୍କାନାଳ,…
ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ । ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଫସି ରହିଛନ୍ତି । ସେଥିରୁ ଗଞ୍ଜାମର କେବଳ ୧୦ଜଣ ଇଞ୍ଜିନିୟର ଥିବା ଅନୁମାନ କରାଯାଉଛି । ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ଦିନରୁ ଅଧିକ ହେଲା ଆନ୍ଦୋଳନ କରୁଛନ୍ତି ।ଅକ୍ଟୋବର ମାସରୁ ଦରମା ମିଳିନି। ଏପରିକି କମ୍ପାନି ଖାଇବା ପିଇବା ମଧ୍ୟ ଦେଉ ନାହିଁ। ବହୁତ ହଇରାଣରେ ସେମାନେ ଅଛନ୍ତି ବୋଲି ଭିଡିଓରେ ଦର୍ଶାଇଛନ୍ତି । ଏହା ସହିତ ଉଦ୍ଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଉଜବେକିସ୍ତାନର ଆଙ୍ଗିୟୁଲରେ ୧୫ ଶହରୁ ଭାରତୀୟ କାମ କରୁଛନ୍ତି।ଅପରପକ୍ଷେ ଏ ନେଇ ଶ୍ରମ ବିଭାଗ ନିକଟରେ ଖବର ନାହିଁ । ଗଣମାଧ୍ୟମରୁ ଜାଣିବାକୁ ପାଇଥିବା କହିଛନ୍ତି ବ୍ରହ୍ମପୁର ଶ୍ରମ ବିଭାଗ ଅଧିକାରୀ । କିଭଳି ଭାବେ ସେଠାରୁ ଗଞ୍ଜାମ ଯୁବକଙ୍କୁ ମୁକ୍ତି କରି ଅଣାଯିବ ସେନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ…
ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ । ତେବେ କାଲିଠାରୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ । ଏନେଇ ସୂଚନା ଦେଲେ ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ଏନେଇ ସୂଚନା ଦେଇଛନ୍ତି ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ସୂଚନା ଦେଇ ସେ କହିଛନ୍ତି ଯେ ଯୋଗାଣ ନିଗମ, ଯୋଗାଣ ବିଭାଗ ଓ ମନ୍ତ୍ରୀଙ୍କୁ ଧନ୍ୟବାଦ । ୪ଟି ଦାବିରୁ ଗୋଟିଏ ଦାବି ମାନିଥିବାରୁ ଧନ୍ୟବାଦ । ୧୫ ଦିନ ଭିତରେ ସରକାର ଅନ୍ୟ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ୧୫ ଦିନ ଭିତରେ ଦାବି ପୂରଣ ନହେଲେ ବୈଠକ କରି ନିଷ୍ପତ୍ତି ନେବୁ । ଆମର ଆଶା ସରକାର ଦାବି ପୂରଣ କରିବେ । ୭ ଦିନ ଭିତରେ ବକେୟା ଟଙ୍କା ଦେବା ନେଇ ଚିଠି କରାଯାଇଛି । ତେବେ ଆଜି ସକାଳେ ଧାନ…
କଟକ ଏସସିବିରେ ବଡ଼ ଅଘଟଣ । ମେଡିକାଲରେ ରୋଗୀ ଉପରେ ଖସିଲା ସିଲିଂ । ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ । ତାହା ପୁଣି ରୋଗୀଙ୍କ ମୁଣ୍ଡ ଉପରେ ।ଯାହାକୁ ନେଇ କଟକ ବଡ଼ ମେଡିକାଲ୍ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଲାଣି । ସୂଚନା ଅନୁସାରେ, ଏସ୍ସିବିର ପୁରୁଣା ମେଡିସିନ୍ ୱାର୍ଡରେ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ରୋଗୀଙ୍କ ଠାରେ ଭେଣ୍ଟିଲେଟର ମଧ୍ୟ ଲାଗିଥିଲା । ଅର୍ଥାତ୍ ରୋଗୀ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ପୂର୍ବରୁ ହିଁ ଗୁରୁତର ଥିଲା । ଏବେ ତାଙ୍କ ମୁଣ୍ଡ ଉପରେ ସିଲିଂ ଖସି ପଡ଼ିବା ପରେ ସେ ଆହୁରି ଗୁରୁତର ହୋଇ ପଡ଼ିଛନ୍ତି । ଘଟଣା ପରେ ଆହତ ରୋଗୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।
ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୨୩ ସହର । ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ଶୀତର ପ୍ରକୋପ ବଢ଼ିବା ସହ ୩ ଦିନ ଯାଏ କୋଲ୍ଡ ୱେଭ ବା ଶୀତ ଲହରୀ ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରବଳ ଶୀତ ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।୮ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ୭ ଜିଲାକୁ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମରୁ ଉପକୂଳ ଅଧିକାଂଶ ଜିଲ୍ଲାରେ ଏଭଳି ଶୀତ…
ସାପକୁ ଧରି ବାହାଦୁରୀ ମାରୁଥିଲେ, ଦେଲା ଚୋଟେ । ବ୍ୟକ୍ତି ଜଣକ ସାପକୁ ଚୁମା ଦେବା ପାଇଁ ଚେଷ୍ଟା କରୁଥିଲେ । ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି ।ଭଦ୍ରକ ଜିଲ୍ଲା ବନ୍ତ ଅଧିନ ଚୟାଲଶିଂ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଗୁରୁତର ଯୁବକ ଜଣକ ସୁବଳ ସାହୁ ବୋଲି ଜଣାପଡିଛି। ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁବଳ ସାହୁ ନାମକ ଜଣେ ଯୁବକ ଜଙ୍ଗଲୀ ରଣା ସାପକୁ ଧରି ବେକରେ ପକାଇ ଖେଳୁଥିଲେ । ସେ ସାପକୁ ଗେଲ କରୁ କରୁ ହଠାତ୍ ସାପଟି ବୁଲି ପଡ଼ି ତାଙ୍କୁ ଚୋଟେ ଦେଇଛି । ମୁହଁକୁ ଜୋର୍ରେ କାମୁଡ଼ି ଦେଇଛି । ତେଣୁ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ହସ୍ପିଟାଲରେ ଭର୍ତି କରାଯାଇଛି । ସେ ଏବେ ଚିକିତ୍ସାଧିନ ରହିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛନ୍ତି । ସାପଟିକୁ ଚିହ୍ନଟ କରିବା ପାଇଁ…
ହିଜାବ, ବୁର୍ଖା ପିନ୍ଧି ଆସିଲେ କିଣି ପାରିବେନି ସୁନା । ଗହଣା ଦୋକାନରେ ମିଳିବନି ଏଣ୍ଟ୍ରି ।ବିହାରରେ ଲାଗୁ ହୋଇଛି ଏପରି ନିୟମ । ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନ ଏପରି ନିଷ୍ପତ୍ତି ନେଇଛି । କେବଳ ମହିଳା ନୁହେଁ ପୁରୁଷଙ୍କ କ୍ଷେତ୍ରରେ ବି ଲାଗୁ ହୋଇଛି ନିୟମ । ଗାମୁଛା, ହେଲମେଟ ଆଦି ପିନ୍ଧି ଚେହେରାକୁ କପଡାରେ ଘୋଡାଇ ଆସୁଥିଲେ କିଣିପାରିବେନି ସୁନା ଗହଣା । ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ ଆସନ୍ତାକାଲି ଏପରି ନିୟମ ଲାଗୁ କରିବାକୁ ଯାଉଛି ।ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନର ଅଧ୍ୟକ୍ଷ ଅଶୋକ କୁମାର ବର୍ମା କହିଛନ୍ତି, ‘ଗହଣା ଦୋକାନରେ ଘଟୁଥିବା ଚୋରି, ଲୁଟ୍ ଘଟଣାକୁ ରୋକିବା ପାଇଁ ଏପରି ପ୍ରତିବନ୍ଧକ ଲାଗୁ କରାଯାଇଛି ।ସେ ଆହୁରି କହିଛନ୍ତି, ‘ବୁର୍ଖା ହଟାଇବା ଆମର ଉଦ୍ଦେଶ୍ୟ ନୁହେଁ । ଯେଉଁମାନେ ବୁର୍ଖା ପିନ୍ଧିକି ଆସିବେ ସେମାନଙ୍କୁ ଅନୁରୋଧ କରିବୁ…
ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ଲେଖିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM)ର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେଉଁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର ସଂପ୍ରସରାରଣ କରାଯିବ। ଡିଜିଟାଲ୍ ମିଶନ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟସେବାକୁ ଯଥା ଆପଏଣ୍ଟମେଣ୍ଟ, ବୁକିଙ୍ଗ୍, ରେଫରାଲ୍ ଓ ଫଲୋଅପ୍ ବ୍ୟବସ୍ଥା ଇତ୍ୟାଦି ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରାଯିବ। ଏହା ଦ୍ୱାରା ରୋଗୀମାନଙ୍କ ପ୍ରତୀକ୍ଷା ସମୟ କମିବ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର ହୋଇପାରିବ।ଏଥିସହିତ ଡାକ୍ତର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଗୁଡ଼ିକରେ, Diplomate of National Board (DNB) ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଡାକ୍ତରମାନେ…
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ ନେଇ କୌଣସି ସୂଚନା ମିଳିନାହିଁ।ସୂଚନାଥାଉକି, ପୂର୍ବରୁ ଲଘୁଚାପ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ଦେଇ କହିଥିଲେ ଯେ, ୧୦ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା ରହିଛି । ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ କୁଆପଥର ବର୍ଷା ସମ୍ଭାବନା ରହିଛି । ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଶୀତର ପ୍ରଭାବ ରହିବ ।








