ରାଜଧାନୀ ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ । କାର୍ ଭିତରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଧମକ ଦେଉଛି ଦୁର୍ବୁତ୍ତ । ତ୍ରିକୋଣୀୟ ପ୍ରେମକୁ ନେଇ ଦୁର୍ବୁତ୍ତ ଜଣଙ୍କ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ ଦେଉଛନ୍ତି । ସାଙ୍ଗରେ ନରହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଅନ୍ୟ ଯୁବକ ସହ ବୁଲିଲେ ୨୪ ଘଣ୍ଟାରେ ମାରିଦେବ ବୋଲି କହୁଛି ଦୁର୍ବୁତ୍ତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣାରେ ପୁଲିସ୍ ଅଭିଯୁକ୍ତ ପ୍ରେମିକ ଲାଜାର୍ ପ୍ରଧାନକୁ ଗିରଫ କରିବା ସହ ତା ଠାରୁ ପିସ୍ତଲ୍ ଜବତ କରିଛି । ଜଣା ପଡିଛି ଯେ, କାର୍ ଭିତରେ ବସିଥିବା ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ବାର୍ ଗର୍ଲ । ତାଙ୍କ ଘର କୋଲକାତାରେ । ସେ ଭୁବନେଶ୍ୱରର ଏକ ବାର୍ରେ କାମ କରନ୍ତି ।…
Author: sanitelevision
ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏହାସହ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା।ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା । ଭୁବନେଶ୍ୱର କଟକରେ ପ୍ରୀ ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ ହୋଇଛି ।ତେବେ ମିଳିଥିବା ସୂଚନା ଅନୁସାରେ, 200 ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ।…
ଭାରତ ସରକାର ଶିଶୁ ସମ୍ପର୍କିତ ଓ ଶିଶୁ ଜଡ଼ିତ ଥିବା ଅଶ୍ଳୀଳ ଭିଡିଓର ସମସ୍ତ ୱେବ୍ସାଇଟ୍କୁ ନିଷେଧ କରିଛନ୍ତି । ସୁପ୍ରିମ୍କୋର୍ଟ ଏ ବିଷୟରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଶିଶୁ ସମ୍ପର୍କିତ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଦେଖିବା, ଇଣ୍ଟରନେଟ୍ରୁ ଡାଉନ୍ଲୋଡ୍ କରିବା ଏପରିକି ନିଜ ଫୋନ୍ରେ ରଖିବା ମଧ୍ୟ ସଙ୍ଗିନ ଅପରାଧ ବୋଲି କହିଛନ୍ତି । ଇଣ୍ଟରନେଟ୍ରେ କିଏ ଏହାକୁ ଦେଖୁଛି, କିଏ ଭିଡିଓ ଅପ୍ଲୋଡ୍ କରୁଛି, କିଏ ଡାଉନ୍ଲୋଡ୍ କରୁଛି, କିଏ କାହାକୁ ଏଭଳି ଫଟୋ-ଭିଡିଓ ପଠାଉଛି, କେତେ ଥର ପଠାଉଛି ତାହା ଉପରେ ନଜର ରଖାଯାଉଛି । ଏ ନେଇ ସମ୍ୟକ ତଥ୍ୟ ଏନ୍ସିଆର୍ବି ପାଇବା ମାତ୍ରେ ତୁରନ୍ତ ତାହାକୁ ରାଜ୍ୟ କ୍ରାଇମ୍ବ୍ରାଞ୍ଚ୍କୁ ପଠାଉଛି । ଏହାପରେ କ୍ରାଇମ୍ବ୍ରାଞ୍ଚ୍ ସ୍ଥାନୀୟ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟକୁ ଉକ୍ତ ତଥ୍ୟ ପଠାଉଛି । ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସାଇବର୍ କମ୍ପେ୍ଲକ୍ସ ସହଯୋଗରେ ବିସ୍ତୃତ ବିବରଣୀ…
ଆଜିଠୁ ସ୍ୱାଭାବିକ ହେଲା ଧାନ କିଣା। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ୧୯ଟି ଜିଲ୍ଲାରେ ଆଜି ସୁଦ୍ଧା ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି। ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ୧୩ ଲକ୍ଷ ୫୯ ହଜାର ୯୭୬ ମେଟ୍ରିକ ଟନ୍ ଧାନ ମିଲର୍ସ ଉଠାଇଛନ୍ତି। ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର। ଗତକାଲି ମିଲର୍ସଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ।ସୂଚାନମୂତାବକ ମିଲର୍ସଙ୍କ ଆନ୍ଦୋଳନ ଜାରି ରହିଛି । ଶୀତ କାକରରେ ଧାନବସ୍ତା ଧରି ବସି ରହିଛନ୍ତି ଅନ୍ନଦାତା। ସରକାର କେବେ କିଣିବେ ଚାଷୀଙ୍କ ଧାନ, ତାହା ଏବେ ବି ଅସ୍ପଷ୍ଟ। ରାତି ତମାମ ଅନିଦ୍ରା ରହି ଧାନ ଖଳାରେ ପାଳି ପାଳି କରି ଅମଳ ଧାନକୁ ଜଗୁଛନ୍ତି ଚାଷୀ ।ଅନ୍ୟପଟେ ରାଜ୍ୟରେ ମିଲର୍ସ ଆନ୍ଦୋଳନକୁ ନେଇ ଭିନ୍ନ ଯୁକ୍ତି ବାଢିଛନ୍ତି…
ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା କ୍ରିକେଟର ପ୍ରଶାସକ ସଂସ୍ଥା ICC । ବାଂଲାଦେଶ ICC କୁ ଭାରତରୁ T20 ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା । ଟି-୨୦ ବିଶ୍ୱକପ୍ ପାଇଁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ବାଂଲାଦେଶର ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି | ଆଇସିସି ସ୍ପଷ୍ଟ ଭାବରେ କହିଛି ଯେ, ବାଂଲାଦେଶକୁ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ପଡିବ । ବାଂଲାଦେଶ ନ ଖେଳିଲେ ପଏଣ୍ଟ ହରାଇବାକୁ ପଡିବ । ଭାରତରେ ବାଂଲାଦେଶ ଖେଳାଳିଙ୍କ ସୁରକ୍ଷାକୁ ନେଇ କୌଣସି ବିପଦ ନାହିଁ । ତେଣୁ ଆଇସିସି ବାଂଲାଦେଶର ଅନୁରୋଧକୁ ଅସ୍ବୀକାର କରିଛି ।ଆଇସିସି ପକ୍ଷରୁ ଉକ୍ତ ବିବାଦର ସମାଧାନ ନେଇ ଉଦ୍ୟମ ଆରମ୍ଭ ହୋଇଛି। ବିସିବିକୁ ଉକ୍ତ ନିଷ୍ପତ୍ତିର ପୁନଃବିଚାର କରିବାକୁ ଆଇସିସିରୁ ପରାମର୍ଶ ଦିଆଯାଇଛି। ବିଶ୍ବକପ ଆଉ ମାତ୍ର ଏକ ମାସ ଥିବାବେଳେ ଏତେ କମ ସମୟ ମଧ୍ୟରେ ମ୍ୟାଚଗୁଡ଼ିକର ସ୍ଥାନ ବଦଳାଇବା…
ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ଚାଲିଯିବା କାରଣରୁ ଅନ୍ଧାରରେ ରୋଗୀ ସେବା କରାଯାଇଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ ହସପିଟାଲ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପ୍ରତିଦିନ କିଛି ନା କିଛି ସମସ୍ୟା ଲାଗି ରହୁଛି। ମଙ୍ଗଳବାର ଅପରେସନ ପାଇଁ ଡାକ୍ତରମାନେ ତାରିଖ ଦେଇଥିଲେ। ମଙ୍ଗଳବାର ସକାଳୁ ଅପରେସନ ପାଇଁ ତାଙ୍କୁ ଅପରେସନ ଗୃହକୁ ନିଆଯାଇଥିଲା । ହେଲେ ଅପରେସନ ଚାଲୁଥିବା ବେଳେ ଏମକେସିଜିରେ ବିଦ୍ୟୁତ କାଟ ହୋଇଥିଲା। ଏହାପରେ ସର୍ଜରୀ କୋଠାକୁ ଜେନେରେଟରରୁ ବିଦ୍ୟୁତ ଆସିଥିଲା। ହେଲେ ସର୍ଜରୀ କୋଠାର ବିଭିନ୍ନ ବିଭାଗକୁ ବିଦ୍ୟୁତ ଆସିଥିଲେ ମଧ୍ୟ ଅପରେସନ ଗୃହକୁ ବିଦ୍ୟୁତ ଆସିନଥିଲା । ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ଏବଂ ପରିଚାଳନା ବ୍ୟବସ୍ଥା ସଠିକ ଥିବା ସତ୍ତ୍ବେ ସାଧାରଣ ବିଦ୍ୟୁତ ବିଭାଗ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା କାରଣରୁ ପୁଣିଥରେ ମେଡିକାଲ ଜିଲ୍ଲା ତଥା ରାଜ୍ୟରେ ବଦନାମ ହୋଇଛି।
ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ପାଇଁ ଭିତରକନିକା ବନ୍ଦ ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ ଭିତରକନିକା ସଂଲଗ୍ନ ନଦୀ ନାଳରେ ଗଣନା ହେବ। ସେହିପରି ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ମହାନଦୀ ସାତକୋଶିଆ ଗଣ୍ଡରେ କେତେ ଅଛନ୍ତି କୁମ୍ଭୀର, ଚାଲିଛି ଗଣନା । ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । ଏଥିପାଇଁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ଓ ଆଠମଲ୍ଲିର ବନଖଣ୍ଡରେ ମୋଟ ୧୪ଟି ଟିମ୍ ଗଠନ କରାଯାଇଛି । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପକ୍ଷରୁ ନଦୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ମହାନଦୀର ସାତକୋଶିଆ ଗଣ୍ଡ ଓ ଶିଶୁପଥର ଡ୍ୟାମରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳମୁହାଁ । ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ ।ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ଓ ବାଲେଶ୍ୱରରେ ୫.୬ ଡିଗ୍ରୀ ରହିଛି ତାପମାତ୍ରା। ସେହିପରି କେନ୍ଦୁଝର ୬.୪, ଚାନ୍ଦବାଲି ୫.୬ ଓ ପାରାଦୀପରେ ୬.୨ ଡିଗ୍ରୀ ରହିଛି ତାପମାତ୍ରା।ଆହୁରି ୩ ଦିନ ରାଜ୍ୟରେ କଲବଲ କରିବ ଶୀତ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ଆକଳନ କରିଛି ପାଣିପାଗ ବିଭାଗ । ଖାଲି ଶୀତ ନୁହେଁ, କୁହୁଡି ବି କଲବଲ କରୁଛି । ସକାଳ ଏବଂ ସନ୍ଧ୍ୟା ସମୟରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି । ତେଣୁ ଗାଡି ଚାଳକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।
ରାଜ୍ୟରେ ଡାକ୍ତର ସଂଘ(ଓମ୍ସା) ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ ସେବା ପରିଚାଳନା ଆଇନ(ଏସ୍ମା) ଲାଗୁ କରାଯାଇଛି।ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିବ । ପୂର୍ବ ଭଳି ଦୁଇ ଘଣ୍ଟା ଓପିଡି ବନ୍ଦ କରିବେ ଡାକ୍ତର । ସରକାରଙ୍କ ଏସମାଙ୍କୁ ବେଖାତିର । ଓଡ଼ିଶା ସରକାର ଏସମା ଲଗାଇବା ପରେ ଡାକ୍ତର ସଂଘ ତୁରନ୍ତ ଅନଲାଇନ ଜରୁରୀ ବୈଠକ ଡାକି ଥିଲା । ଆନ୍ଦୋଳନ ଜାରି ରହିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଡାକ୍ତରଙ୍କ ଦାବି ସହ କୌଣସି ସାଲିସ ହେବ ନାହିଁ । ଡାକ୍ତରଙ୍କ ଦାବି ଯଥାର୍ଥ । ବୈଠକରେ ନିଷ୍ପତ୍ତି ହୋଇଛି, ପୂର୍ବବତ ସକାଳ ୯ଟା ରୁ ୧୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଓପିଡି ବନ୍ଦ ରହିବ । ସେହିପରି NHM କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବୟକଟ କରାଯିବ । ଏମର୍ଜେନ୍ସି ସେବା ଜାରି ରହିବ…
ନିଆଁରେ ପୋଡ଼ିହୋଇ ୪ ଛାତ୍ର ଗୁରୁତର ହେବା ଘଟଣା । ରାୟଗଡ଼ା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ ସେ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏସ୍ଡିପିଓଙ୍କ ସହିତ ଏକ ପୋଲିସ ଟିମ ପକ୍ଷରୁ ଶିକ୍ଷକ ଓ ଛାତ୍ରଙ୍କୁ ପଚରାଉଚରା ଚାଲିଛି । ସୂଚନାଯୋଗ୍ୟ, ଗତକାଲି ୪ ଛାତ୍ରଙ୍କ ଉପରେ ଥିନର୍ ଢାଳି ନିଆଁ ଲଗାଇ ଦେଇଥିଲେ ଆଉ ଜଣେ ଛାତ୍ର । ପୋଡିହୋଇ ୪ ଛାତ୍ର ଗୁରୁତର ଆହତ ହୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ଗୁରୁତର ଛାତ୍ରମାନଙ୍କୁ ବିଷମକଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଛାତ୍ରଙ୍କ ଚିକିତ୍ସା ଚାଲିଛି । ଗୁରୁତରଙ୍କ ମଧ୍ୟରେ ୩ ଜଣ ସପ୍ତମ ଓ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ଥିନର ଢାଳି…









