Author: sanitelevision

ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି|ଇଟାଲୀର ପ୍ରସିଦ୍ଧ ‘ମାଉଣ୍ଟ ଏଟନା’ ଆଗ୍ନେୟଗିରି ପାହାଡ଼ରେ କିଛି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଚାରିଆଡ଼େ ଧଳା ବରଫର ଚାଦର ବିଛା ହୋଇଥିବା ବେଳେ ତା’ ଭିତରୁ ନିଆଁର ଲହରୀ ବାହାରୁଥିବା ଦେଖାଯାଇଛି । ଲୋକେ ଏହାକୁ ଏକ ‘ଚମତ୍କାର’ ବୋଲି କହୁଥିବା ବେଳେ ଏହା ପଛରେ ରହିଛି ବିଜ୍ଞାନର ଏକ ରହସ୍ୟ ।ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର ହୋଇଥିବା ଏହି ଦୃଶ୍ୟର ଏକ ଭିଡିଓରେ ପର୍ବତ ଶିଖରରେ ଥିବା ବରଫ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଚମତ୍କାର ଲାର୍ଭାର ଧାରା ଦେଖାଯାଉଛି। ଅନ୍ୟପଟେ ପ୍ରବଳ ତୁଷାରପାତ ଯୋଗୁ ପାହାଡରେ ବରଫ ଢ଼ାଙ୍କି ହୋଇ ରହିଛି। ଧୂଆଁ ଏବଂ ଲାର୍ଭା ଏବେ ବି ସମଗ୍ର ଅଞ୍ଚଳକୁ ଗ୍ରାସ କରୁଛି।ପ୍ରକୃତରେ ଏହା କୌଣସି ଯାଦୁ କିମ୍ବା ଚମତ୍କାର ନୁହେଁ । ମାଉଣ୍ଟ ଏଟନା ହେଉଛି ୟୁରୋପର ସବୁଠାରୁ ସକ୍ରିୟ…

Read More

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା ।ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁଭଦ୍ରାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଏହି ସପ୍ତାହରେ ଟଙ୍କା ମିଳିବ । ଏସଓପି ଅନୁସାରେ କରାଯିବ ।ତେବେ ଚଳିତ ଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ । ପୂର୍ବରୁ ବାଦ ପଡିଥିବା ୨ ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ପୁଣିଥରେ ସାମିଲ କରାଯାଇଛି ।ଗତ ନଭେମ୍ୱର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟା । ନୂଆ କରି ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧିକାରୀଙ୍କୁ ପ୍ରଥମ ଥର ମିଳିବ ସୁଭଦ୍ରା ଟଙ୍କା । ୫୦୦୦ ଟଙ୍କା ଲେଖାଏଁ ପାଇବେ । ତେବେ ପୂର୍ବରୁ ଯେଉଁମାନେ ବାଦ୍ ପଡିଥିଲେ ସେମାନେ ସମସ୍ତ କିସ୍ତି ଏକାଥରେ…

Read More

ଗତ ଡିସେମ୍ବର ୨୬ ତାରିଖରୁ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ । ଏନେଇ ଓମସା ପକ୍ଷରୁ ସୂଚନା ଦିଆଯାଇଛି । ଓମସା ପକ୍ଷରୁ କୁହାଯାଇଛି ଯେ, ଆଜି ସନ୍ଧ୍ୟା ସୁଦ୍ଧା ସରକାର ଦୁଇଟି ଦାବି ପୂରଣ ନେଇ ନୋଟିିଫିକେସନ ଜାରି କରିବେ । ଏହାଛଡା ଅନ୍ୟ ଦାବି ଗୁଡିକୁ ବି ସରକାର ପୂରଣ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ସରକାର ଏଥିରେ ଅବହେଳା କରନ୍ତି, ତେବେ ପୁଣି ଆନ୍ଦୋଳନ ହେବ । ସୁଚନା ମୁତାବକ ଗତ ଦୁଇ ଦିନ ଧରି ଚାଲିଥିବା ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ରହିଥିଲା । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ ଘଣ୍ଟିଆ ଓିଡି ବନ୍ଦ ଏସମା ଲାଗିବା ପରେ ମଧ୍ୟ ଆଜି ଜାରି ରହିଥିଲା । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଥିଲେ । ଚିକିତ୍ସା ପାଇଁ…

Read More

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକଙ୍କ ପାଇଁ ଖୋଲିବ ଲୋକ ଭବନ । ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଭବନର ଉଦ୍ୟାନ ଖୋଲାଯିବା ନେଇ ଯୋଜନା ରହିଛି ।ଲୋକଭବନ ଉଦ୍ୟାନ ଏବଂ ଅଟଳ ବନ ଖୋଲିବା ଦ୍ୱାରା ବହୁ ଜନସମାଗମ ହେବ ବୋଲି ଆଶା କରାଯାଉଛି। ତେବେ ସାଧାରଣ ଜନତାଙ୍କ ପାଇଁ ପରିଦର୍ଶନ ସମୟ ପ୍ରତିଦିନ ଅପରାହ୍ନ ୨.୩୦ରୁ ସନ୍ଧ୍ୟା ୬.୧୫ ପର୍ଯ୍ୟନ୍ତ ଖୋଲା ରହିବ। ପର୍ଯ୍ୟଟକ ମାଗଣାରେ ପ୍ରବେଶ କରିପାରିବେ। କିନ୍ତୁ Google Play Store ରେ ଉପଲବ୍ଧ ଲୋକଭବନ ଉଦ୍ୟାନ ଭିଜିଟ୍ ମୋବାଇଲ୍ ଆପ୍ ମାଧ୍ୟମରେ ପୂର୍ବ ପଞ୍ଜୀକରଣର ଆବଶ୍ୟକତା ରହିଛି। ପରିଦର୍ଶକମାନେ ସେମାନଙ୍କର ପସନ୍ଦର ଭାଷା (ଇଂରାଜୀ କିମ୍ବା ଓଡ଼ିଆ) ଚୟନ କରିପାରିବେ। ଏଥିସହିତ ଏକ ତାରିଖ ବାଛିପାରିବେ ଏବଂ ଆପ୍ ର ‘ବୁକ୍ ନାଉ’ ବିକଳ୍ପ ମାଧ୍ୟମରେ ସେମାନଙ୍କର ସ୍ଲଟ୍ ବୁକ୍ କରିପାରିବେ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

Read More

ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ । ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ପରିବହନ ନିଗମ ଏମ୍‌ଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ । ତିନି ଅଧିକାରୀ ହେଉଛନ୍ତି ଈଶ୍ୱର ମହାପାତ୍ର ଜିଲା ପରିଚାଳକ, ଜୟପୁର, କୋରାପୁଟ, ଜ୍ୟୋତି ପ୍ରକାଶ ବେହେରା, ଅତିରିକ୍ତ ପରିଚାଳକ ଜୟପୁର, କୋରାପୁଟ ଏବଂ ପ୍ରିତିଶ କୁମାର ନାୟକ, ଅତିରିକ୍ତ ପରିଚାଳକ ସୁନ୍ଦରଗଡ଼ର ବୋଲି ଜଣାପଡିଛି। ଏହି ତିନି ଅଧିକାରୀ ନିଜ କାର୍ଯ୍ୟରେ ଅବହେଳାର ଅଭିଯୋଗ ପାଇବା ପରେ ବିଭାଗୀୟ ତଦନ୍ତ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି।

Read More

କୋର୍ଟକୁ ବୋମା ଧମକ । ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଛି । ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ମେଲରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ତନାଘନା ଜାରି ରଖିଛି । ଇ-ମେଲ୍ ମାଧ୍ୟମରେ ଧମକ ଆସିବା ପରେ ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ବାଡ । ଘଟଣାସ୍ଥଳରେ ତନ୍ନ ତନ୍ନ କରି ଯାଞ୍ଚ କରୁଛି ଟିମ୍ । କଟକରେ ଜିଲ୍ଲା ଜଜ୍ କୋର୍ଟ ପରିସରକୁ ଖାଲି କରାଯାଇଛି । ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ୱାରା ଯାଞ୍ଚ କରାଯାଇଛି । ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍ଡିଏକ୍ସ ଥିବା ମେଲ୍ ଆସିଛି । କିଏ ମେଲ୍‌ କରି ଏଭଳି ଧମକ ଦେଇଛି , ଏଯାବତ୍ ତାହା ସ୍ପଷ୍ଟ ହୋଇନାହିଁ।

Read More

ପରଲୋକରେ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲ । ମାତ୍ର ୪୯ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଆମେରିକାରେ ସ୍କିଇଂ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଥିଲେ । ତାଙ୍କୁ ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ହେଉଥିଲେ ଏବଂ ଭଲ ହୋଇ ଘରକୁ ଫେରିବା ଆଶା ଥିଲା । ମାତ୍ର ହଠାତ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଅଗ୍ନିବେଶ ଅଗ୍ରୱାଲ ବ୍ୟବସାୟିକ ଦୁନିଆରେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ସେ ‘ଫୁଜୈରା ଗୋଲ୍ଡ’ର ପ୍ରତିଷ୍ଠାତା ଥିବା ସହ ହିନ୍ଦୁସ୍ତାନ ଜିଙ୍କ୍‌ର ଅଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କର ଅକାଳ ବିୟୋଗ ପରେ ଏବେ ସମସ୍ତ ଦାୟିତ୍ୱ କନ୍ୟା ପ୍ରିୟା ଅଗ୍ରୱାଲଙ୍କ କାନ୍ଧକୁ ଆସିବାକୁ ଯାଉଛି । ପ୍ରିୟା…

Read More

ଶ୍ରୀକ୍ଷେତ୍ର ପୁରୀକୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ।ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସର ପାର୍କିଂ ଫି ବଢିଲା। ଚାରି ଚକିଆ ଯାନ ପିଛା ୫ ଶହ ଟଙ୍କା ଆଦାୟ କରାଯିବ। ଏଥିରେ ୧୮ ପ୍ରତିଶତ ଜିଏସଟି ରହିଛି। କୌଣସି ଭକ୍ତ ଯଦି ନିଜ ଚାରି ଚକିଆ ଯାନ ୨୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତନିବାସରେ ପାର୍କ କରୁଛନ୍ତି ତେବେ ସେମାନଙ୍କୁ ୫ ଶହ ଟଙ୍କା ଦେବାକୁ ପଡିବ। ପୁରୀରେ ଥିବା ନୀଳାଚଳ ଭକ୍ତ ନିବାସ, ନୀଳାଦ୍ରି ଭକ୍ତ ନିବାସ ସମେତ ଅନ୍ୟ ସମସ୍ତ ସରକାରୀ ଭକ୍ତ ନିବାସରେ ରହୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏହି ନିୟମ ପରିସରଭୁକ୍ତ ହେବେ । ତେବେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

Read More

୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଫେବୃଆରୀ ୧ ତାରିଖରେ ଲୋକସଭାରେ ଉପସ୍ଥାପିତ ହେବ। ସେଦିନ ରବିବାର ପଡ଼ୁଛି। ସେହିପରି ଅର୍ଥନୈତିକ ସର୍ଭେ ଜାନୁଆରୀ ୨୯ ତାରିଖରେ ଉପସ୍ଥାପିତ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନବମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରି ରେକର୍ଡ କରିବାକୁ ଯାଉଛନ୍ତି।ମିଳିଥିବା ସୂଚନା ଅନୁସାରେ, ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟି (CCPA) ସଂସଦର ବଜେଟ ଅଧିବେଶନ ପାଇଁ ଜାନୁଆରି ୨୮ ତାରିଖକୁ ପ୍ରସ୍ତାବ ଦେଇଛି। ଯାହାଫଳରେ ଦେଶର ସାଧାରଣ ବଜେଟ ପ୍ରତିବର୍ଷ ପରି ଫେବ୍ରୁଆରି ୧ ତାରିଖରେ ଉପସ୍ଥାପନ ହେବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି । ଜାଣିରଖିବା ଉଚିତ ଯେ, ସଂସଦର ବଜେଟ ଅଧିବେଶନ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୁଏ । ଆଉ ତା ପରେ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥାନ୍ତି ।, ୨୦୧୭ ମସିହା ପୂର୍ବରୁ ଫେବ୍ରୁଆରି…

Read More

ଗତ ଦୁଇ ଦିନ ଧରି ଚାଲିଥିବା ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜି ବି ସାରା ରାଜ୍ୟରେ ଜାରି ରହିଛି । ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ୨ ଘଣ୍ଟିଆ ଓିଡି ବନ୍ଦ ଏସମା ଲାଗିବା ପରେ ମଧ୍ୟ ଆଜି ଜାରି ରହିଛି ।ସରକାର ଲଗାଇଥିବା ଏସମାକୁ ମାନୁନାହାଁନ୍ତି ଡାକ୍ତର ସଂଘ । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ।ଡାକ୍ତର ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଡାକ୍ତରଙ୍କ ଦାବି ଉପରେ ଆଲୋଚନା ହୋଇଛି । ଅନେକ ଦାବି ପୂରଣ ହୋଇଛି, ବାକି ଦାବି ଗୁଡ଼ିକ ଆଲୋଚନା ମାଧ୍ୟମରେ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି । ଏନେଇ ଏକ କମିଟି ଗଠନ ହୋଇଥିବା ମନ୍ତ୍ରୀ କହିଛନ୍ତି ।

Read More