Author: sanitelevision

ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକା ଘର । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୭ ଲକ୍ଷ ହିତାଧିକାରୀ ଆବେଦନ କରିଛନ୍ତି । ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର ସରକାରଙ୍କୁ ତାଲିକା ଦିଆଯାଇଛି ।ପୂର୍ବରୁ ହିତାଧିକାରୀଙ୍କ ପରିବାରର ସର୍ବାଧିକ ମାସିକ ଆୟ ୧୦ ହଜାର ରଖାଯାଇଥିଲା । ଏହାକୁ ବଢ଼ାଇ ୧୫ ହଜାର କରାଯାଇଛି । ଦୁଇ ଚକିଆ ଯାନ, ଫ୍ରିଜ , ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ଦିବ୍ୟାଙ୍ଗ ଓ ଭିନ୍ନ ହୋଇଥିବା ପୁଅଙ୍କୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ । ସେହିପରି ବିଧବା ଓ ନିରାଶ୍ରୟ ମହିଳା ଏହି ଯୋଜନାରେ ମଧ୍ୟ ସାମିଲ ହୋଇପାରିବେ।

Read More

ଦୁର୍ଘଟଣା ଏଡାଇବାକୁ ମାଷ୍ଟରପ୍ଲାନ୍ । ଏଥିପାଇଁ ଗାଡିରେ ଲଗାଯିବ ସେନସର । ୨୦୨୬ ଶେଷ ସୁଦ୍ଧା ଭେଇକିଲ୍-ଟୁ-ଭେଇକିଲ୍ (V2V) ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ସମସ୍ତ ନୂଆ ଗାଡ଼ିରେ ମାତ୍ର ୫/୭ ହଜାର ଟଙ୍କାରେ ଏହି ସେନସର ଲଗାଯିବ । ଯାହା ଫଳରେ ରାସ୍ତାରେ କିଛି ଅସୁବିଧା ଥିଲେ ବୁଲାଣି ସ୍ଥାନରେ ଏହି ସେନସର ଗାଡ଼ି ଚାଳକକୁ ଅଲର୍ଟ କରିବ, ସେହିପରି ଟ୍ରକ ବସରେ ଗାଡ଼ି ଚାଳକକୁ ନିଦ ଲାଗିଲେ ଏହା ଆଲର୍ଟ କରିବ ।କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଏହି ପ୍ରଣାଳୀ ବିଶେଷ ଭାବରେ ରାସ୍ତା କଡ଼ରେ ଠିଆ ହୋଇଥିବା ଯାନଗୁଡ଼ିକ ସହିତ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଯାନଗୁଡ଼ିକର ଧକ୍କାକୁ ଏଡ଼ାଇବାରେ ସାହାଯ୍ୟ କରିବ। ଶୀତଦିନେ ଘନ କୁହୁଡ଼ି ସମୟରେ ହେଉଥିବା ବହୁଳ ଦୁର୍ଘଟଣାକୁ ରୋକିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହେବ। ସଡ଼କ…

Read More

ଭେନେଜୁଏଲା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଆମେରିକାର ପ୍ରତିରକ୍ଷା ପାଇଁ ଗ୍ରୀନଲ୍ୟାଣ୍ଡ ଆବଶ୍ୟକ।ଟ୍ରମ୍ପ ପ୍ରଶାସନ ଗ୍ରୀନଲ୍ୟାଣ୍ଡବାସୀଙ୍କୁ ସିଧାସଳଖ ନଗଦ ଟଙ୍କା ଦେବାର ଯୋଜନା ବିଚାର କରୁଛି । ଯାହା ଦ୍ୱାରା ସେମାନେ ଡେନମାର୍କରୁ ଅଲଗା ହୋଇ ଆମେରିକା ସହିତ ଅଧିକ ନିକଟତର ହେବାକୁ ରାଜି ହେବେ । କିନ୍ତୁ ଡେନମାର୍କ ଆମେରିକାକୁ କଡା ଚେତାବନୀ ଦେଇଛି । ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକା ଆକ୍ରମଣ କଲେ, ପ୍ରଥମେ ଗୁଳି ଚଳାଇବେ, ପରେ ପ୍ରଶ୍ନ ପଚାରିବେ ବୋଲି କହିଛି ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ । ଇଉରୋପିଓ ଦେଶ ଡେନମାର୍କର ସହର ଗ୍ରୀନଲାଣ୍ଡ ଉପରେ ଆମେରିକାର ଧମକକୁ ନେଇ ଇଉରୋପିଓ ସଂଘ ମଧ୍ୟରେ ବି ବିବାଦ ବଢିବାରେ ଲାଗିଛି। ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ…

Read More

ମହିଳାଙ୍କ ପାଇଁ ଦେଶର ସବୁଠୁ ସୁରକ୍ଷିତ ସହର ତାଲିକାରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି । ଏହା ତଳକୁ ଚେନ୍ନାଇ, ପୁନେ ଏବଂ ହାଇଦ୍ରାବାଦ ତାଲିକାରେ ସ୍ଥାନିତ ହୋଇଛି । ୱାର୍କ ପ୍ଲେସ୍ କଲ୍ଚର (କାର୍ଯ୍ୟସ୍ଥଳୀ ସଂସ୍କୃତି) କନ୍‌ସଲ୍ଟିଂ ଫାର୍ମ ଅବତାର ଗ୍ରୁପ୍ ରିପୋର୍ଟ ‘ଟପ୍ ସିଟିଜ୍ ଫର୍ ୱିମେନ ଇନ୍ ଇଣ୍ଡିଆ (ଟିସିଡବ୍ଲ୍ୟୁଆଇ)’ର ଚତୁର୍ଥ ସଂସ୍କରଣରେ ଏହି ତଥ୍ୟ ପ୍ରକାଶ ପାଇଛି । ତେବେ ଭୁବନେଶ୍ୱର ୧୩ ନମ୍ବର ସ୍ଥାନରେ ରହିଛି। ମହିଳାଙ୍କ ସୁରକ୍ଷା, ସାର୍ବଜନୀନ ସେବା, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସାମାଜିକ କାରକରେ ଚେନ୍ନାଇ ଆଗରେ ରହିଛି । ଶୀର୍ଷ ୧୦ରେ ମୁମ୍ବାଇ, ଗୁରୁଗ୍ରାମ, କୋଲକାତା, ଅହମ୍ମଦାବାଦ, ଥିରୁଅନନ୍ତପୁରମ, କୋଏମ୍ବାଟୁର ରହିଛି । ପୁନେକୁ ୪୬.୨୭ ସ୍କୋର ମିଳିଥିବାବେଳେ ହାଇଦ୍ରାବାଦକୁ ୪୬.୦୪ ଏବଂ ମୁମ୍ବାଇକୁ ୪୪.୪୯ ସ୍କୋର ମିଳିଛି । ଗୁରୁଗ୍ରାମ ୨୦୨୪ ତୁଳନାରେ ଭଲ ପ୍ରଦର୍ଶନ କରିଛି । ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ଶିଳ୍ପ ମାମଲାରେ…

Read More

ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି।ଚଳିତ ବର୍ଷ ମୋଟ ୫୫ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

Read More

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ମାଇନସ ୧ ଡିଗ୍ରୀକୁ ଖସିଲା ତାପମାତ୍ରା । ପ୍ରବଳ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ରେ ଥରୁଛି ମୟୁରଭଞ୍ଜ ।ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପି ଶୀତର ଜାଡ ଅସମ୍ଭାଳ କରିଦେଇଛି ।ତେବେ ୨୦୧୪ରୁ ଶିମିଳିପାଳରେ ଶିମିଳିପାଳରେ ୧୩ବର୍ଷ ମଧ୍ୟରେ ତାପମାତ୍ରା ମାଇନାସକୁ ଆସିନଥିବା ବେଳେ ଚଳିତ ବର୍ଷ ପାରଦ କମିଥିବାରୁ ଉପରବାରହାକାମୁଡା ଅଂଚଳରେ ତୁହିନର ଆସ୍ତରଣ ପଡିଛି ।ସେପଟେ ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ୫ଟା ସୁଦ୍ଧା ୫.୬ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା । ରାଜଧାନୀରେ ପାରଦ ୧୧.୬ ଡିଗ୍ରୀ ଛୁଇଁଛି। ଆହୁରି ୧୫ ଦିନ ଯାଏ ପାଗ ଶୁଖିଲା ରହିବ । ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ୫ରୁ ୬ଡିଗ୍ରୀ ତଳେ ରହିଛି । ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩…

Read More

ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରଦୂଷଣ ଯାଞ୍ଚ ଓ ଜରିମାନାକୁ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଜରିମାନା ନଲଗାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଟୋଲ୍‌ ଗେଟ୍‌ରେ ପ୍ରଚଳିତ ଇ-ଡିଟେକ୍ସନ୍ ଜରିଆରେ ଚାଲାଣ କାଟିବା ସ୍ଥଗିତ ରଖାଯାଇଥିବା ଗୁରୁବାର ରାତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବ ପରିବହନ ବିଭାଗ ପକ୍ଷରୁ ଆଇନ୍ ବିଭାଗକୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିଧି ଅନୁସାରେ ଜୋରିମାନା ପରିମାଣ ହ୍ରାସ କରିପାରିବେ।ମନ୍ତ୍ରୀ ଶ୍ରୀଜେନା କହିଛନ୍ତି, ପ୍ରଦୂଷଣ ‎ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜୋରିମାନାକୁ ହ୍ରାସ କରିବା ‎ଦିଗରେ ବିଭାଗ ପକ୍ଷରୁ ତର୍ଜମା…

Read More

ପ୍ରେମିକାକୁ ଡାକ, ମୋ ସହ ତାର କଥା କରାଅ । ନହେଲେ ଜମା ବି ତଳକୁ ଓହ୍ଲାଇବି ନାହିଁ । ପ୍ରେମ ପାଇଁ ଏମିତି ପାଗଳାମୀ କରିଛନ୍ତି ଜଣେ ଯୁବକ । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏହି ଘଟଣା ଦେଖିବାକୁ ମିଳିଛି । ତରଭା ସହର ମାରୱାଡି ଧର୍ମଶାଳା ପଛରେ ଥିବା ଟାୱାରରେ ଜଣେ ଯୁବକ ଚଢ଼ିଛନ୍ତି । ସୁମିତଙ୍କ ଏଭଳି ପାଗଳାମୀକୁ ନେଇ ତରଭାରେ ଚର୍ଚ୍ଚା ଜୋର୍ ଧରିଛି । ଦୀର୍ଘ ସମୟ ଧରି ଟାୱାର ଉପରେ ଯୁବକ ଜଣକ ଅଛନ୍ତି । ଯୁବକ ଜଣକ ଟାୱାର ଉପରେ କାହା ସହିତ ଫୋନରେ କଥା ହେଉଥିବା ମଧ୍ୟ ଦେଖା ଯାଉଛି ।ଯୁବକଙ୍କୁ ତଳକୁ ଓହ୍ଲାଇ ଆଣିବା ଲାଗି ବୁଝାସୁଝା, ଆଲୋଚନା ଜାରି ରଖିଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀ ।

Read More

ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି। କୋର୍ଟ କହିଛନ୍ତି, ” କୁକୁର ମାନେ ସର୍ବଦା ସେମାନଙ୍କୁ ଚିହ୍ନିଥାନ୍ତି, ଯେଉଁମାନେ ତାଙ୍କୁ ଭୟ କରନ୍ତି। ଆଉ ଯେତେବେଳେ କୁକୁର ମଣିଷ ବିଷୟରେ ଏପରି ଅନୁଭବ କରେ, ସେତେବେଳେ କୁକୁର ପ୍ରଥମେ ସେମାନଙ୍କୁ ଆକ୍ରମଣ କରେ। ଆମେ ବ୍ୟକ୍ତିଗତ ଅଭିଜ୍ଞତାରୁ ଏହା କହୁଛୁ।” ଏହା ଶୁଣି କୁକୁର ପ୍ରେମୀ ମାନେ ମୁଣ୍ଡ ହଲାଇଥିଲେ, ଖଣ୍ଡପୀଠ ସେମାନଙ୍କୁ ମୁଣ୍ଡ ନହଲାଇବା କହିଥିଲେ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୁକୁର ମାନେ ଆପଣଙ୍କୁ ଭୟ କରୁଥିବା ଭାବରେ ଦେଖନ୍ତି, ତେବେ ସେମାନେ ଆକ୍ରମଣ କରିବାର ସମ୍ଭାବନା ଅଧିକ। ପୋଷା କୁକୁର ଏବଂ ବୁଲା କୁକୁର ମଧ୍ୟରେ ପାର୍ଥକ୍ୟ ବୁଝିବା ଆବଶ୍ୟକ। ବୁଲା କୁକୁର ମାନଙ୍କୁ ପୋଷା…

Read More

କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ। ଉତ୍କଳିକା ଏବଂ ମହିଳା ଓ ଶିଶୁ ବିକାଶ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ।ଏହି ବୁଝାମଣାପତ୍ର ମାଧ୍ୟମରେ ଉତ୍କଳିକା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଯୋଗ୍ୟ କନ୍ୟାମାନଙ୍କୁ ଉପହାର ସାମଗ୍ରୀ ଯଥା ଶାଢୀ, ଚୁଡ଼ି, ପାଉଁଜି,ଝୁଣ୍ଟିଆ,ଅଳତା, ସିନ୍ଦୂର ସମେତ ସମସ୍ତ ଶୃଙ୍ଗାର ସାମଗ୍ରୀ ସହ ବାସନ କୁସନ ଭଳି ଘରୋଇ ବ୍ୟବହାର ସାମଗ୍ରୀ ଭଳି ଉପଲବ୍ଧ କରାଇବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି । ଏହି ସହଯୋଗ ମାଧ୍ୟମରେ ମହିଳା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ସରକାର ମୋଟ୍ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ। ବାହାଘର ପଞ୍ଜୀକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୩୫…

Read More