Author: sanitelevision

ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଦେଶର ତେଲ ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହା ଭାରତକୁ ଭେନେଜୁଏଲାର ଅଶୋଧିତ ତେଲ ମଧ୍ୟ ବିକ୍ରୟ କରିବ। ହେଲେ ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ତେବେ ଫକ୍ସ ବିଜନେସ ସହିତ ଏକ ସାକ୍ଷାତକାରରେ, ରାଇଟ୍ କହିଛନ୍ତି ଯେ ଆମେରିକା ଭେନେଜୁଏଲାର ତେଲକୁ ବିଶ୍ୱ ବଜାରକୁ ଫେରିବାକୁ ଅନୁମତି ଦେଉଛି । କିନ୍ତୁ ଏହା ଏକ କଡ଼ା ନିୟନ୍ତ୍ରିତ ଢାଞ୍ଚା ଅଧୀନରେ ହେବ । ମାର୍କେଟିଂ ଆମେରିକା ସରକାର କରିବେ। ଅର୍ଥ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ପ୍ରବାହିତ ହେବ।ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ତୈଳ କମ୍ପାନୀ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ।ଆମେରିକୀୟ କମ୍ପାନୀଗୁଡ଼ିକ ଭେନେଜୁଏଲାରେ ଅତି କମରେ $ ୧୦୦ ବିଲିୟନ ଖର୍ଚ୍ଚ କରିବେ। ଏହି ବୈଠକ ସମୟରେ, ଟ୍ରମ୍ପ ଭେନେଜୁଏଲାରେ…

Read More

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ କୁମ୍ଭୀର ଗଣନା ଶେଷ ହୋଇଛି । ଦିଗପହଣ୍ଡି ବ୍ଳକ ଖମାରି ଗାଁ ପଞ୍ଚାୟତ ସଂଲଗ୍ନ ଘୋଡ଼ାହାଡ଼ ଡ୍ୟାମରେ ୪ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି।ବିଗତ ୪ ବର୍ଷରେ ବ୍ରହ୍ମପୁର ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ରୁ ବୃଦ୍ଧି ପାଇ ୯୫ରେ ପହଞ୍ଚିଥିବା ଜଣାପଡ଼ିଛି । ଘୋଡ଼ାହାଡ଼ ଜଳ ଭଣ୍ଡାର ମଧ୍ୟରେ ୧୦ଟି ସେଗମେଣ୍ଟ ସହ ପାଖ ଗାଁରେ ଥିବା ୧୬ଟି ପୋଖରୀକୁ ପୂର୍ବରୁ ଚିହ୍ନଟ କରାଯାଇଥିଲା । ଏହି ସମସ୍ତ ସ୍ଥାନରେ ୩ ଦିନ ଧରି ୨୫ଟି ଟିମ୍ ଗଣନାରେ ନିୟୋଜିତ ଥିଲେ । ବନ ବିଭାଗର ଗଣନା ଅନୁଯାୟୀ, ୨୦୨୨ ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ ରହିଥିବା ବେଳେ ୨୦୨୩ରେ ତାହା ବୃଦ୍ଧି ପାଇ ୮୧ରେ ପହଞ୍ଚିଥିଲା । ସେହିପରି ୨୦୨୪ରେ ୮୪ରେ ଓ ୨୦୨୫ରେ ୮୭ରେ ପହଞ୍ଚିଥିଲା । ଚଳିତ ବର୍ଷ…

Read More

ସିନେମା ହଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ରାୟଗଡ଼ା ସହରରେ ଥିବା ଅଶୋକା ସିନେମା ହଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଶତାଧିକ ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।ରାୟଗଡ଼ା ସହର ସ୍ଥିତ ଅଶୋକ ଟକିଜ୍ ସିନେମା ହଲ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ‘ରେବେଲ ଷ୍ଟାର’ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ରାଜା ସାବ୍” ରିଲିଜ୍ ଉପଲକ୍ଷେ ଫ୍ୟାନମାନେ ହଲ୍ ଭିତରେ ଉତ୍ସବ ମନାଉଥିବା ବେଳେ ଏହି ଅଘଟଣ ଘଟିଛି।ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ତେଲୁଗୁ ସିନେ ତାରକା ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ସିନେମା ରାଜା ସାହେବର ଶୁଭ ମହୁରତ ହୋଇଥିଲା । ଯେଉଁଥିରେ ପ୍ରଭାସଙ୍କ ସମର୍ଥକମାନେ ସିନେମା ହଲ ପରିସରରେ ନିଆଁ ଲଗାଇ ଆଳତୀ କରୁଥିଲେ । ଏହି ସମୟରେ ହଲ୍ ରେ ଝୁଲୁଥିବା ପରଦାରେ ନିଆଁ ଲାଗିଯାଇଥିଲା । ଯାହାପରେ ହଠାତ୍ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ଏପିରିକି ପାଖରେ ଥିବା କାଗଜରେ ନିଆଁ ଲାଗି ପ୍ରକୋପ…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପାରିତ ହୋଇଛି ୮ଟି ବିଭାଗର ୧୧ଟି ପ୍ରସ୍ତାବ । ଶିଳ୍ପ ବିଭାଗ, ଗୃହ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ଵ ଆଦି ବିଭାଗର ପ୍ରସ୍ତାବ ଆଗତ ହୋଇଥିଲା ।ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମରେ ସଂଶୋଧନ କରାଯାଇଛି । ସମସ୍ତ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ, ନାବାଳକଙ୍କ ନାମରେ ସ୍ଵତନ୍ତ୍ର ରାସନ କାର୍ଡ ଜାରି ନ କରିବା, ଅଯୋଗ୍ୟ ପରିବାର ଚିହ୍ନଟ ଆଦି ନିୟମରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର ।ଏଣିକି ଗ୍ରାମାଞ୍ଚଳରେ ମାସିକ ୧୫ ହଜାର ଓ ସହରାଞ୍ଚଳରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିବା ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ। ରେସନ କାର୍ଡ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହୋଇଛି। ରାଜ୍ୟ କ୍ୟାବିନେଟ୍…

Read More

ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କୁ ନେଇ ବସିବ ଉଚ୍ଚ ସ୍ତରୀୟ ବୈଠକ । ଛୁଟି ଦିନ ଓ ସୋମବାର ବାଦ୍ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ । ଭିସି ଜରିଆରେ ଯୋଡ଼ି ହେବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ।ବୈଠକରେ ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକ୍ଷମ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମର ବିଭିନ୍ନ ଜରୁରୀ ଦିଗକୁ ନେଇ ବିସ୍ତୃତ ସମୀକ୍ଷା ହେବ। ସବୁ ଜିଲ୍ଲାପାଳ ଏଥିରେ ଉପସ୍ଥିତ ରହିବେ । ପ୍ରତି ବିଭାଗ ପାଇଁ ୩୦ ମିନିଟ୍ ସମୟ ରହିବ। ଏହି ସୀମିତ ସମୟ ଭିତରେ ଯେପରି ସବୁ ଜରୁରୀ ପ୍ରସଙ୍ଗ (କ୍ରିଟିକାଲ୍ ଇସ୍ୟୁ) ଉପରେ ଆଲୋଚନା ସରିବ, ସେନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ଘଟଣା ସର୍ମ୍ପକରେ ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।କଳିଙ୍ଗ ଷ୍ଟୁଡିଓ ଛକରେ ଆମ ବସ୍‌‌ରୁ ହଠାତ୍‌ ଧୂଆଁ ବାହାରିବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍‌ଟି ହୁତୁହୁତୁ ହୋଇ ମଝି ରାସ୍ତାରେ ଜଳିଯାଇଛି।

Read More

ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ଯେ, ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ।ନୂଆ ଟେକ୍ନୋଲୋଜି ନେଇ ଶିଖିବାକୁ ପଡ଼ିବ । ଆଧୁନିକ ଟେକ୍ନୋଲୋଜିରେ ପିଲା ମାନଙ୍କୁ କିଭଳି ସାମିଲ କରାଯାଇ ପାରିବ ସିଙ୍ଗାପୁର ସହଯୋଗରେ ବିଶ୍ବ ଦକ୍ଷତା କେନ୍ଦ୍ରକୁ ବିକଶିତ କରାଯାଇଛି । ପିଲାଙ୍କ ଦକ୍ଷତା ବୃଦ୍ଧି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଏହା ସହିତ ୪୭ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ଏଥିରେ ତାଲିମ ଦିଆଯିବ…

Read More

ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ସରିବ କାର୍ଯ୍ୟ ।ମନ୍ଦିର ସଂରକ୍ଷଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ ଆହୁରି କହିଛନ୍ତି ଯେ, ସର୍ବସାଧାରଣ ଦର୍ଶନ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଚଳିତ ମାସ ବସନ୍ତ ପଞ୍ଚମୀରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିପାରେ । ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ୩ ଦିନରେ ବିନା ଶୁଳ୍କରେ ଦର୍ଶନ କରିବେ ଭକ୍ତ । ପରେ ୧୦ଟଙ୍କା ଟିକଟ କାଟି ଦର୍ଶନ କରିବେ ଭକ୍ତ । ସେ ଆହୁରି କହିଛନ୍ତି ଯେ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରତ୍ନ ଅଳଙ୍କାର ଗଣତି ମଣତି ନେଇ ଆଲୋଚନା ହେବ । ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ପ୍ରସ୍ତୁତ ଏସଓପି ଉପରେ…

Read More

ଖୋର୍ଦ୍ଧା ଜଟଣୀର ପ୍ରଭାତ କୁମାର ପୃଷ୍ଟି…ଏବେ ସେ ଜଣେ ଜଣାଶୁଣା ଜାତୀୟ ଓ ଆନ୍ତର୍ଜାତୀୟ କାଇଟ ପ୍ଲେୟାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶାରେ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟମାନଙ୍କୁ ଶିଖାଉଛନ୍ତି ଗୁଡି ଉଡାଇବାର କୌଶଳ ।ଗୁଡି ଉଡାଇବାରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ପ୍ରଭାତ । ପ୍ରଭାତ ୨୦ରୁ ଅଧିକ ଅନ୍ତର୍ଜାତୀୟ କାଇଟ ଗେମରେ ଭାଗ ନେଇଛନ୍ତି । ଗତ ୨୦୨୫ ଅଗଷ୍ଟରେ ଶ୍ରୀଲଙ୍କାର କଲମ୍ବୋ ଇଣ୍ଟରନେସନାଲ କାଇଟ ଫେଷ୍ଟିଭାଲରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଚାମ୍ପିଅନ୍ ହୋଇଥିଲେ। ୨୦୨୩ରେ ମାଲେସିଆରେ ହୋଇଥିବା ୱାର୍ଲ୍ଡ କାଇଟ ଫେଷ୍ଟିଭାଲରେ ତୃତୀୟ ସ୍ଥାନ ହାସଲ କରିଥିଲେ ପ୍ରଭାତ। ଏଥିରେ ୫୫ ଟି ଦେଶର କାଇଟ ପ୍ଲେୟାର ଭାଗ ନେଇଥିଲେ। ୨୦୨୫ ଡ଼ିସେମ୍ବର ୨୬ ରେ କେରଳ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲରେ ମଧ୍ୟ ପ୍ରଭାତ ଚାମ୍ପିଅନ୍ ହୋଇଥିଲେ।କାଇଟ ଗେମ୍ କୁ ଓଡ଼ିଶାରେ…

Read More

ବିଜୟ ଥାଲାପତିଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ । ବିଜୟଙ୍କ ଫିଲ୍ମ ଆଜି ରିଲିଜ ହେବାକୁ ରହିଥିଲା, କିନ୍ତୁ ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଯାଇଥିଲା । ଏହାପରେ ଫିଲ୍ମ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(CBFC) ତରଫରୁ କ୍ଲିଏରାନ୍ସ ସାର୍ଟିଫିକେଟ ମିଳିନଥିଲା । ମାଡ୍ରାସ ହାଇକୋର୍ଟ ଏବେ ଜନ ନାୟଗନକୁ ମେକର୍ସ ଦ୍ବାରା ଦାୟର ହୋଇଥିବା ଯାଚିବାରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି ।ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାୟଗନ’ ଡିସେମ୍ବର ୧୮ ତାରିଖରେ CBFCରେ ଦାଖଲ କରାଯାଇଥିଲା। ସେହି ସମୟରେ ୨୭ କଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ପାଳନ କରି, ନିର୍ମାତା କିଛି ଆବଶ୍ୟକୀୟ ପରିବର୍ତ୍ତନ କରିବା ସହ ପ୍ରମାଣପତ୍ର ପାଇଁ ପୁନଃ ଦାଖଲ କରିଥିଲେ। କିନ୍ତୁ ସେମାନେ ପ୍ରମାଣପତ୍ର ପାଇନଥିଲେ। ଯାହା ପରେ ନିର୍ମାତା ମାଦ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ଦେଖିବାକୁ ବାକି ଅଛି ଯେ ଫିଲ୍ମର ନୂଆ ରିଲିଜ୍…

Read More