ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା । ୧୧ ବର୍ଷ ପରେ ଆଜି ହେବ ହାଣ୍ଡିଭଙ୍ଗା ଯାତ। ଆଜି ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର। ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା।ଦୀର୍ଘ ବର୍ଷ ଧରି ଖୁଣ୍ଟିଆ ଓ ମଲିଆ ସେବାୟତ ମଧ୍ୟରେ ଥିଲା ବିବାଦ । ଯାହାଫଳରେ ମହାପ୍ରଭୁଙ୍କର ଏହି ଯାତ୍ରା ହୋଇପାରୁନଥିଲା ।ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିଛନ୍ତି । ଠାକୁରଙ୍କ ଦିନ ତମାମର ୪ ବେଳା ପାଇଁ କୋଠ ବ୍ୟଞ୍ଜନାଦି ପ୍ରସ୍ତୁତି ଓ ସମର୍ପଣ କରିବେ। କିନ୍ତୁ ବରାଦି ଭୋଗ ପ୍ରସ୍ତୁତି ଏବଂ ସେଇ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ-କପିଳେଶ୍ୱରଙ୍କ ଭେଟ ଆଳତୀ ନୀତି ମଲିଆ ସେବାୟତଙ୍କ ଦ୍ୱାରା କରାଯିବ । ଅନ୍ତରୀଣ ସେବା ସ୍ୱତ୍ତ୍ୱକୁ ମାନିବେ ଖୁଣ୍ଟିଆ ଓ ମଲିଆ ସେବାୟତ। ଶିବରାତ୍ରି ବାସି ପ୍ରଥମ ଶନିବାର ହାଣ୍ଡି ଭଙ୍ଗା ଯାତ୍ରା…
Author: sanitelevision
ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ବିଶ୍ଵରେ ଭାଷା ଓ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ମଧ୍ୟରେ ମାତୃଭାଷା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଉଛି।ଭାଷା ହେଉଛି ଏକ ମାତ୍ର ମାଧ୍ୟମ ଯାହା, ଲୋକଙ୍କୁ ପରସ୍ପର ସହ ଯୋଡ଼ି ରଖିବାରେ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ ନିଜର ମନ କଥା ହେଉବା ନିଜର କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ମଧ୍ୟ ପାଲଟିଥାଏ ଭାଷା। ଭାରତରେ ବହୁଭାଷୀ ଲୋକ ବସବାସ କରୁଥିବାବେଳେ ସମସ୍ତଙ୍କୁ ଯୋଡ଼ି ରଖିବାରେ ଭାଷା ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ନିଜ ମାତୃଭାଷାର ବ୍ୟବହାର ଏବଂ ପ୍ରଚାର ପ୍ରସାର କରିବାର ଆବଶ୍ୟକତା…
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବା ବେଳେ ବଜେଟରେ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସ୍ବାସ୍ଥ୍ୟ ସେବା ପାଇଁ ସରକାର ୨୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏହା ମୋଟ ବଜେଟର ୭. ୫ ପ୍ରତିଶତ । ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ପାଇଁ ୪ ହଜାର ୨୭୯ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ତିନିଟି ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ନୟାଗଡ଼ ଓ ନୂଆପଡ଼ାରେ ପ୍ରତିଷ୍ଠା ହେବ ହୋମିଓପାଥୀ ମେଡିକାଲ କଲେଜ। ସମସ୍ତ ମେଡିକାଲରେ ରକ୍ତଭଣ୍ଡାର ପ୍ରତିଷ୍ଠା ଓ ରକ୍ତଭଣ୍ଡାର ଆଧୁନିକୀ କରଣ ପାଇଁ ଆରମ୍ଭ ହେବ ଅଟଳ ରକ୍ତଦାନ ଅଭିଯାନ । ଏହାସହ…
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବା ବେଳେ ବଜେଟରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରି ଚାଷୀମାନଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ବ୍ୟାପକ ସହାୟତା ରାଶିର ବ୍ୟବସ୍ଥା ସହ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବଜେଟ୍ ଅଧୀନରେ ପୁଷ୍ଟିଶସ୍ୟର ଚାଷ ଓ ବ୍ୟବହାରକୁ ବୃଦ୍ଧି କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରି ଓଡ଼ିଶାର ପ୍ରତିଟି କୃଷକ ପରିବାରକୁ ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି ଟଙ୍କା ଓ ପିଏମ୍ ପିଷାନ ଯୋଜନାରେ ୨୦୨୩୦ କୋଟି ଟଙ୍କା…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ।ବାର୍ଦ୍ଧକ୍ୟ ବିଧବା ଭତ୍ତା ପାଇଁ କାହାକୁ ଅପେକ୍ଷା କରିବାକୁ ପଡିବନି । ମଧୁବାବୁ ପେନସନ ଯୋଜନାରେ ସମସ୍ତ ଯୋଗ୍ୟଙ୍କୁ ସାମିଲ କରାଯିବ । ହିତାଧିକାରୀ ମରିଲେ ଖାଲି ସ୍ଥାନ ପୂରଣ ନିୟମ ଆଉ ଲାଗୁ ହେବନି । ବାଦ ପଡିଥିବା ୬ ଲକ୍ଷରୁ ଅଧିକ ଯୋଗ୍ୟଙ୍କୁ ପେନସନ ମିଳିବ । ପୂର୍ବତନ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ମୁଖ୍ୟମନ୍ତ୍ରୀ ରାଜ୍ୟ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୪ ଶହ ୭୦ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କା ପ୍ରସ୍ତାବ ଦେଇଛନ୍ତି ।ସେହିଭଳି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂତନ ଅନୁଷ୍ଠାନଗୁଡିକ ଏନଇପି – ୨୦୨୦ ଅନୁଯାୟୀ ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ମୌଳିକ ଭାବରେ ଅଭିନବ ଶିକ୍ଷାଦାନ କାର୍ଯ୍ୟକାରୀ କରିବାର ଅନନ୍ୟ ସୁବିଧା ପାଇପାରିବେ । ତେବେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଏବଂ…
ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଉଛି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଛି । ବଜେଟ୍ ୨୦୨୬-୨୭ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା ହୋଇଛି । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ । ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ । ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ।ସେହିପରି ସୁଭଦ୍ରା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ରହିଛି । ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ରହିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଆରମ୍ଭରେ ହିଁ ପ୍ରଭୁ ଜଗନ୍ନାଥ ଓ ପୁରୀ ସହ ଜଡିତ ବିକାଶ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାଁରେ ଅନଲାଇନ ଡିଜିଟାଲ ହୁଣ୍ଡି କରାଯିବ। ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱର ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କୁ କୌଣସି ବସ୍ତୁ କିମ୍ୱା ରାଶି ଦାନ କରି କାର୍ଯ୍ୟ କରିବାରୁ ଶୁଭ ମନେ କରିଥାନ୍ତି । ଆମେ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାଟଫର୍ମ ଡିଜିଟାଲ୍ ହୁଣ୍ଡି ପ୍ରଚଳନ କରିଛୁ । ଏହି ପ୍ଲାଟଫର୍ମ ଶ୍ରୀମନ୍ଦିର ପ୍ରଶାସନର ସରକାରୀ ପୋର୍ଟାଲ…
ଆସିଲା ରାଜ୍ୟ ବଜେଟ୍ ୨୦୨୬-୨୭। ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଉଛି। ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି।ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ପଞ୍ଚାୟତିରାଜ ବିଭାଗ ପାଇଁ ୩୪ ହଜାର ୧୧୪.୧୪ କୋଟି ଏବଂ ୧୦୦ଟି ମଡେଲ ମଣ୍ଡି ପାଇଁ ବ୍ୟବସ୍ଥା ହୋଇଛି। ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି , ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି , ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ହୋଇଛି। ବଜେଟରେ VB-G RAM G ପାଇଁ ୫୫୭୫ କୋଟି ଟଙ୍କା , ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି -୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ପୂର୍ବରୁ ଗୁରୁବାର ରାଜ୍ୟ ସରକାର ବିଧାନସଭାରେ ଅର୍ଥନୀତିକ ସର୍ଭ ଉପସ୍ଥାପନ କରିଥିଲେ । ଅର୍ଥନୈତିକ ସର୍ଭରେ ବିକାଶର ଗୋଲାପୀ ଚିତ୍ର ରଖିଥିଲେ ସରକାର । ବଜେଟର ଅର୍ଥନୀତିକ ସର୍ଭରେ କରାଯାଇଥିବା ଆଗୁଆ ଆକଳନକୁ ବାସ୍ତବ ରୂପ ଦେବା ପାଇଁ ପ୍ରୟାସ କରାଯାଇଛି !ଗତବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିଲେ । ସେହିପରି ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଅଣାଯାଇଥିଲା । ତେବେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ଛୁଇଁଛି ।ତେବେ ବଜେଟ୍ ଉପସ୍ଥାପନ ପୂର୍ବରୁ ଗୃହରେ ଅନୁପସ୍ଥିତ ରହିଲେ ବିଜେଡି ଏବଂ କଂଗ୍ରେସ ବିଧାୟକ । ବିଜେଡି-କଂଗ୍ରେସ ବିଧାୟକଙ୍କୁ ଗୃହକୁ ଯିବାକୁ ଅନୁରୋଧ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।








