ରାଜ୍ୟରେ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା । ଜାରି ରହିଛି ମ୍ୟାପିଂ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥଗୋପାଳନ ସୂଚନା ଦେଇଛନ୍ତି । ୧୯ ଫେବ୍ରୁଆରୀ ୨୦୨୬ରେ ଜାରି ହୋଇଥିବା ଏକ ସରକାରୀ ଚିଠି ଅନୁଯାୟୀ, SIRର ପରବର୍ତ୍ତୀ ପର୍ଯ୍ୟାୟ ଏପ୍ରିଲ ମାସରୁ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆରମ୍ଭ ହେବ । ଏହି ସ୍ୱତନ୍ତ୍ର ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି, ନୂତନ ଭୋଟରଙ୍କ ପଞ୍ଜିକରଣ । ବିଶେଷ କରି ଯୋଗ୍ୟ ନୂଆ ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ।ସେହିପରି ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବା । ମୃତ ବା ସ୍ଥାନାନ୍ତରିତ ହୋଇଥିବା ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ହଟାଯିବ । ଭୋଟର କାର୍ଡରେ ଥିବା ଯେକୌଣସି ଭୁଲ୍ ତଥ୍ୟକୁ ମଧ୍ୟ ସଠିକ୍ କରାଯିବ । ଜୁନ୍ ୨୦୨୫ରୁ ଏହି ପ୍ରକ୍ରିୟା ପାଇଁ ଯୋଜନା ଚାଲିଥିବା ବେଳେ ଏବେ କ୍ଷେତ୍ରସ୍ତରୀୟ…
Author: sanitelevision
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହୁଣ୍ଡିକୁ ଆସୁଛି କେଜି କେଜି ସୁନା । ଭକ୍ତମାନେ ସ୍ବହସ୍ତରେ ଦାନ କରୁଛନ୍ତି ସୁନା ରୁପା । ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତବର୍ଷ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ମିଳିଛି । ମନ୍ତ୍ରୀ କହିଛନ୍ତି ଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି। ୩୩ କେଜି ୬୪୮ ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି। ୧୯୮୧ ମସିହାରୁ ୨୦୨୪-୨୫ ମସିହା ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ହୁଣ୍ଡିରୁ ସଂଗ୍ରହ କରାଯାଇଛି। ଏବଂ ରୁପା ଦାନ ହୁଣ୍ଡିରୁ ୧୫୮ କେଜି ୮୩୬ ଗ୍ରାମ ରୁପା ସଂଗ୍ରହ ହୋଇଛି। ୨୦୧୧ରୁ ୨୦୨୪-୨୫ ମସିହା ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ସଂଗ୍ରହ ହୋଇଛି।ହୁଣ୍ଡିରୁ ଆଦାୟ ଅର୍ଥର ୯୦ ପ୍ରତିଶତ ଓ ଅନ୍ୟାନ୍ୟ ଦାନ ଯୋଜନାରେ ସଂଗୃହିତ ୫ ଶହ ଟଙ୍କାରୁ ଅଧିକ ପରିମାଣର…
କାଚ ବୋତଲ ବଦଳରେ ଫ୍ରୁଟି ଭଳି ମୋଟାକାଗଜ ଖୋଳରେ ମିଳିବ ମଦ । ସନା ମହାକୁଡଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି କହିଛନ୍ତି,ଯେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ। ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ଅଟେ। ସରକାର କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଥିବା ମନ୍ତ୍ରୀ କହିଛନ୍ତି। ଏ ଆହୁରି କହିଛନ୍ତି ଯେ ପ୍ରତିବର୍ଷ କ୍ରମାଗତ ଭାବେ ବଢି ଚାଲିଛି ମଦ ବିକ୍ରି। ୨୦୨୩-୨୪ ରେ ମଦ ବିକ୍ରି ରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ ରେ ୮ ହଜାର ୧୯୫ କୋଟି ର ରାଜସ୍ୱ ଆଦାୟ ହୋଇଛି।
କେନ୍ଦ୍ରାପଡ଼ାରେ ଲଜ୍ଜା। ପୁଣି ଗୁରୁ ନାଁରେ କଳଙ୍କ ! ଜଣେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘରୋଇ ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ତାଙ୍କ ବିଦ୍ୟାଳୟର ୪ଜଣ ଶିକ୍ଷକ ବିଗତ କିଛି ଦିନ ଧରି ପାଳି କରି ଦୁଷ୍କର୍ମ କରିଥିବା ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଉଠିଛି । ଖେଳ ଛୁଟି ସମୟରେ ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଛାତ ଉପରକୁ ଡାକି ନେଇ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା କୁହାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି ।ଏପରିକି ୪ ଜଣ ଶିକ୍ଷକଙ୍କୁ ସହଯୋଗ କରୁଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ।ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ମାଙ୍କ ଆଗରେ ସବୁ କଥା କହିଲା ପରେ ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଛି । । ଅଭିଯୋଗ ପରେ ଏକ ଚାରି ଜଣିଆ ଟିମ ପୀଡ଼ିତାଙ୍କ ଘରେ…
ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, କିନ୍ନର ସଂପ୍ରଦାୟଙ୍କ ସାମାଜିକ ନିରାପତ୍ତା ପାଇଁ ମଧୁବାବୁ ପେନ୍ସନ୍ ଯୋଜନାରେ ମାସିକ ହଜାର ଟଙ୍କା ଭତ୍ତା ଦିଆଯାଉଛି। ୧୮ବର୍ଷରୁ କମ୍ କିନ୍ନରଙ୍କ ପିତାମାତାଙ୍କୁ ମାସିକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି। ତେବେ ଓଡ଼ିଶାରେ ୩୪୮୬ଜଣ ପଞ୍ଜୀକୃତ କିନ୍ନର ଅଛନ୍ତି। ଏଥିରେ ବଲାଙ୍ଗୀରରେ ସର୍ବାଧିକ ୪୯୪, ଅନୁଗୁଳରେ ୪ଶହ, ଖୋର୍ଦ୍ଧା ୩୯୫, ଗଞ୍ଜାମ ୨୪୦ ଓ ରାୟଗଡ଼ାରେ ୧୭୫ଜଣ ରହିଛନ୍ତି। ଦେବଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବନିମ୍ନ ୨୫ଜଣ ଲେଖାଏ କିନ୍ନର ପଞ୍ଜୀକୃତ ହୋଇଥିବା ବିଧାନସଭାରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।ର।ଜ୍ୟରେ ପଞ୍ଜୀକୃତ କିନ୍ନରଙ୍କ ଭିତରେ ୫୧୫ଜଣ ମାଟ୍ରିକ, ୧୪୬ଜଣ +୨, ୧୬୨ଜଣ +୩, ୨୮ ସ୍ନାତକୋତ୍ତର ଓ ୮ଜଣ ବୈଷୟିକ ଶିକ୍ଷାଧାରୀ ରହିଛନ୍ତି। ବୈଷୟିକ ଶିକ୍ଷାଧାରୀ କିନ୍ନରଙ୍କ ଭିତରେ କଟକରୁ ସର୍ବାଧିକ ୫ଜଣ ଅଛନ୍ତି। ୧୦୨୨ଜଣ ମାଟ୍ରିକ୍ ପାସ…
ଶୀତର ପ୍ରକୋପ ଧୀରେ ଧୀରେ କମୁଥିବା ବେଳେ, ଲୋକଙ୍କୁ ଏବେ ପୁଣି ଡରାଇବାକୁ ଯାଉଛି ଲଘୁଚାପ ବର୍ଷା । ବିଷୁବୀୟ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି।ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏନେଇ ରାଜ୍ୟରେ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ପୁରୀ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଭଳି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୪ ତାରିଖ ପାଇଁ ଖୋର୍ଦ୍ଧା, କଟକ, ମୟୂରଭଞ୍ଜରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରିଛି…
ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ରାଜଧାନୀ ଦିଲ୍ଲୀ । ବଡ଼ ଧରଣର ବିସ୍ଫୋରଣ କରିବାକୁ ଲସ୍କର-ଏ-ତୋଏବାର ଯୋଜନା । ବିଭିନ୍ନ ବଡ଼ ବଡ଼ ମନ୍ଦିରକୁ ଟାର୍ଗେଟ୍ କରିଛି ଆତଙ୍କୀ ସଂଗଠନ । ଗୁଇନ୍ଦା ସୂଚନା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି । ଦିଲ୍ଲୀର ଚାନ୍ଦନୀଚୌକରେ ଥିବା ଏକ ମନ୍ଦିରକୁ ମଧ୍ୟ ଆକ୍ରମଣ କରିପାରନ୍ତି । ଦେଶର ବିଭିନ୍ନ ସ୍ଥାନରେ ଥିବା ମଧ୍ୟ ମନ୍ଦିରକୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ , ଆଇଡି ବ୍ଲାଷ୍ଟ କରି ଆକ୍ରମଣ ହୋଇପାରେ ସୂଚନାନୁଯାୟୀ, ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର IED ଆକ୍ରମଣ କରିବାକୁ ଯୋଜନା କରୁଛି । ଫେବୃଆରୀ ୬ ତାରିଖରେ ପାକିସ୍ତାନର ଇସଲାମାବାଦର ଏକ ମସଜିଦରେ ହୋଇଥିବା ବିସ୍ଫୋରଣ ପରେ, ଏହି ସଂଗଠନ ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଁଛି ବୋଲି ଜଣାପଡ଼ିଛି ।ଗୁଇନ୍ଦା ସୂଚନା ମିଳିବା ମାତ୍ର ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି ।…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ପୂର୍ବରୁ ଫେବୃଆରୀ ୫ ତାରିଖ ଯାଏଁ ବଢ଼ାଯାଇଥିଲା। ପରେ ଆସନ୍ତା ୧୮ ତାରିଖକୁ ପୁନଃ ବୃଦ୍ଧି କରାଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬” ଅଧୀନରେ ସମସ୍ତ ପୁରସ୍କାର ପାଇଁ ଆବେଦନ ସମୟସୀମା ୨୮ ଫେବୃଆରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି। ଯୋଗ୍ୟ ଆବେଦନକାରୀ https://msp.odisha.gov.in website କୁ ଯାଇ ଆବେଦନ କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପାଇଁ ଆବେଦନରେ କୋହଳ କରାଯାଇଛି। ପୂର୍ବ କାର୍ଯ୍ୟରତ ଜିଲ୍ଲା ଓ ବ୍ଲକରେ ୨୦୨୪ ମାର୍ଚ୍ଚ ୩୧ ଭିତରେ ଯୋଗ ଦେଇଥିଲେ ଆବେଦନ କରିପାରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୦୨୬ ଏପ୍ରିଲ ୧ ରୁ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୟୁକେ ଏବଂ କେତେକ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯିବ । ଭିସା କେନ୍ଦ୍ର ସହିତ ‘ଭିସା କନସିଅର୍ଜ ସେବା’ ମଧ୍ୟ ଉପଲବ୍ଧ ହେବ, ଯାହା ଫର୍ମ ପୂରଣ, ବୀମା ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୁ ସହଜ କରିବ ।ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀମାନଙ୍କୁ ଆଉ ଭିସା କାମ ପାଇଁ କୋଲକାତା କିମ୍ବା ଅନ୍ୟ…
ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ୧୭ତମ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ଚାଲୁ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଅଭିଯୋଗ ଶୁଣାଣି (ଜନ ଅଭିଯୋଗ ଶୁଣାଣି) ଫେବୃଆରୀ ୨୩ ତାରିଖ ସୋମବାର ବନ୍ଦ ରହିବ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ ବିଧାନସଭା କାର୍ଯ୍ୟକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ପାଇଁ ସ୍ଥିର ହୋଇଥିବା ଶୁଣାଣି ବାତିଲ କରାଯାଇଛି। ପରବର୍ତ୍ତୀ ସାଧାରଣ ଅଭିଯୋଗ ଶୁଣାଣି ତାରିଖ ସମ୍ବାଦପତ୍ର ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ମାଧ୍ୟମରେ ସାଧାରଣ ଜନତାଙ୍କୁ ଯଥାସମ୍ଭବ ଘୋଷଣା କରାଯିବ।









