Author: sanitelevision

ଭୁବନେଶ୍ବର ଇନକମ୍ ଟ୍ୟାକ୍ସ ଅଫିସରେ କାର୍ଯ୍ୟରତ IRS ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସହୀଦ ନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ସହୀଦ ଥାନାରେ କେସ ନମ୍ବର ୧୦୪/୨୬ରେ ମାମଲା ରୁଜୁ କରି ତନାଘନା କରୁଛି ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ । ଜିଏସଟି ବିଭାଗରେ ଯୁଗ୍ମ କମିଶନର ଭାବେ କାର୍ଯ୍ୟରତ ଆଇଆର୍‌ଏସ ବାବୁଙ୍କୁ ପୁଲିସ ଆଜି ଜେରା କରିଛି। ସେପଟେ ଏହି ବଳାତ୍କାର ଘଟଣା ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ପହଞ୍ଚିଛି। ମାମଲାର ନିରପେକ୍ଷ ତଦନ୍ତ କ କରାଯାଇ ସମ୍ପୃକ୍ତ ଆଇଆରଏଏସ୍ ଅଧିକାରୀଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି ଆୟୋଗଙ୍କୁ ଗୁହାରି କରାଯାଇଛି। ପୀଡ଼ିତାଙ୍କ ସମେତ ୩ଜଣଙ୍କ ବୟାନ ରେକର୍ଡ କରିଛି ପୁଲିସ। ଅଧିକାରୀଙ୍କଠାରୁ ଜବତ ହୋଇଥିବା ମୋବାଇଲ୍ ଫୋନ୍ ଓ ଲାପଟପକୁ ପରୀକ୍ଷା ପାଇଁ ଫୋରେନ୍ସିକ ଲ୍ୟାବ୍‌ ପଠାଯିବ ବୋଲି ପୁଲିସ…

Read More

ଓଡ଼ିଶାରେ ବର୍ଷକୁ ୬ଲକ୍ଷ ୟୁନିଟ୍ ରକ୍ତ ଆବଶ୍ୟକ । ହେଲେ ସଂଗ୍ରହ ହେଉଛି ସାଢେ ୫ଲକ୍ଷ ୟୁନିଟ୍ । ଆହୁରି ଦରକାର ୫୦ହଜାର ୟୁନିଟ୍ । କିନ୍ତୁ ସଂଗ୍ରହ ହୋଇପାରୁନି। କଲବଲ ହେଉଛନ୍ତି ରୋଗୀ ଓ ପରିଜନ । ସୁପର ସ୍ପେସିଆଲ ଚିକିତ୍ସା, ହେପାଟୋଲୋଜି ଚିକିତ୍ସା, ନ୍ୟୁରୋ ଟ୍ରାନ୍ସପ୍ଲାଣ୍ଟ, କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ, ଓପନ ହାର୍ଟ ସର୍ଜରୀ ଚିକିତ୍ସା ବ୍ୟାପକ ହେଉଛି । ମାତ୍ର ଅଧିକାଂଶ ସମୟରେ ରୋଗୀଙ୍କୁ ରକ୍ତ ମିଳିବାରେ ସମସ୍ୟା ଦେଖାଦେଉଛି । ଥାଲାସେମିଆ, ସିକିଲସେଲ ଏବଂ ଆନିମିଆରେ ଆକ୍ରାନ୍ତ ରୋଗୀମାନେ ରକ୍ତ ଅଭାବର ଶିକାର ହୁଅନ୍ତି । ଏହି ବର୍ଗର ରୋଗୀମାନେ ରକ୍ତ ନେବାର ୧ ମାସ ପରେ ପୁନର୍ବାର ରକ୍ତ ଆବଶ୍ୟକ କରିଥାନ୍ତି । ହେଲେ ସେମାନେ ବି ହଇରାଣ ହୋଇଥିବାର ଅଭିଯୋଗ ଆସୁଛି ।ସୂଚନା ଅନୁସାରେ, ଏବେ ରାଜ୍ୟରେ ୮୮ଟି ରକ୍ତଭଣ୍ଡାର ଓ ୩୩ଟି ରକ୍ତ ପୃଥକୀକରଣ କେନ୍ଦ୍ର ରହଛି । ସେଥିମଧ୍ୟରେ ସରକାରୀ ରକ୍ତ…

Read More

ବିଧାନସଭା ବଜେଟ୍ ଅଧିବେଶନ । ଷଷ୍ଠ ଦିନରେ ବି ଗୃହ ଅଚଳ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ । ଯାହାଫଳରେ ବିଧାନସଭାକୁ ଦିନ ସାଢେ ୧୧ଟା ଯାଏ ମୁଲତବୀ ରଖିଲେ ବାଚସ୍ପତି । ତେବେ ଗୃହରେ ଆଜି ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି। ସେହିପରି ସାଧାରଣ ବଜେଟ ଉପରେ ଆଲୋଚନା ଆରମ୍ଭ ହେବ। ତେବେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରୁଛି ନା ନାହିଁ ତାଉପରେ ରହିଛି ନଜର।

Read More

ବାହାଘର ପ୍ରସ୍ତୁତି ଚାଲିଥିଲା । ସମସ୍ତେ ବାହାଘରକୁ ନେଇ ଉତ୍ସାହିତ ଥିଲେ । ବର ଆସିଥାନ୍ତା ବାହାଘର ପରେ ଶାଶୂଘରକୁ ଯାଇଥାନ୍ତେ । ହେଲେ ନିମିଷକେ ସବୁ କିଛି ସରିଗଲା । ବିବାହ ଉତ୍ସବ ଶୋକରେ ବୁଡିଗଲା । ବିବାହ ଦିନ ଉଠିଲା ଦୁଇ ଭଉଣୀଙ୍କ କୋକେଇ । ରାଜସ୍ଥାନର ଯୋଧପୁର ଜିଲା ଅନ୍ତର୍ଗତ ମାନାଇ ଗ୍ରାମରେ ଦୁଇ ଭଉଣୀ ଗତ ଶୁକ୍ରବାର ବିଷପାନ କରି ଆତ୍ମହତ୍ୟା କରିଛନ୍ତି।ମୃତ ଦୁଇ ଭଉଣୀ ହେଲେ ଶୋଭା (୨୫) ଓ ବିମଳା (୨୩) । ଯୋଧପୁରର ମନାଈ ଗ୍ରାମରେ ସେମାନଙ୍କ ଘର । ସେମାନେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଦୁଇ ଭଉଣୀଙ୍କୁ ଏକାଠି ବାହାଦେବାକୁ ପିତା ଦୀପ ସିଂହ ନିଷ୍ପତ୍ତି ନେଇଥିଲେ । ଶୋଭା ଓ ବିମଳାଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅଚେତ ଅବସ୍ଥାରେ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ…

Read More

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ଟ୍ରିବ୍ୟୁନାଲର ସଦସ୍ୟ ଏବଂ ତାଙ୍କ ପରିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣ ରହିବେ । ରାଜ୍ୟ ସରକାର ଏହି ଟିମ୍‌କୁ ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି । ଏହି ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ପରିଦର୍ଶନ ବେଳେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପୁଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦଳର ସଦସ୍ୟମାନେ ମହାନଦୀରେ ଜଳପ୍ରବାହ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ ଏବଂ ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଜଳ ବିବାଦ ସମ୍ପର୍କରେ ବୈଷୟିକ ଓ ପରିବେଶଗତ ଦିଗଗୁଡ଼ିକର ମୂଲ୍ୟାଙ୍କନ କରିବେ ।ସୂଚନାଯୋଗ୍ୟ , ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବଣ୍ଟନ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ…

Read More

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆକାଶ ମେଘୁଆ ରହିବ । ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ଏବଂ କଳାହାଣ୍ଡି ଜିଲାରେ ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି। ତେବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲାକୁ ଘଡ଼ଘଡି ବର୍ଷା ସହ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ମଧ୍ୟ ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

Read More

କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି।ଉତ୍ତରପ୍ରଦେଶରେ ଜଣେ ବର କୁକୁରକୁ ବାଡ଼େଇବାରୁ କନିଆଁ ନିଜ ବାହାଘର ଭାଙ୍ଗିଦେଇଛି । କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯାଇଥିବା ଜଣାପଡ଼ିଛି । ବର ଓ କନ୍ୟାଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲାବେଳେ ସେମାନେ ଆର୍ଯ୍ୟସମାଜ ରୀତିନୀତି ଅନୁସାରେ ବିବାହ କରିସାରିଥିଲେ। କିନ୍ତୁ ସାମାଜିକ ସ୍ବୀକୃତି ପାଇଁ ଉଭୟ ପାରମ୍ପରିକ ରୀତିରେ ବିବାହ ପାଇଁ ନିଷ୍ପତ୍ତି ନେବା ପରେ ଗତ ବୁଧବାର ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରପକ୍ଷ ରୋଷଣୀ କରି ବିବାହ ମଣ୍ଡପରେ ପହଞ୍ଚିବାପରେ ମାଳା ପିନ୍ଧା କାର୍ଯ୍ୟ ଶେଷ ହୋଇଥିଲା। ବିଳମ୍ବିତ ରାତିରେ ସ୍ଥାନୀୟ ପରମ୍ପରା ଅନୁଯାୟୀ ଉଭୟଙ୍କୁ ଗହଣା ପିନ୍ଧାଯାଇ ବେଦୀରେ କର୍ମ ହେବାକୁ ଯାଉଥିଲା ବେଳେ କନ୍ୟାଙ୍କ କୁକୁର ଜୋର୍‌ରେ ଭୋକିବାକୁ ଲାଗିଥିଲା। ଏହାକୁ ଦେଖି…

Read More

ନବ ଦାସ ହତ୍ୟା ମାମଲାରେ ପିଏସଓ ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ । ଝାରସୁଗୁଡା ଏଡିଜେରେ ସାକ୍ଷ୍ୟ ପ୍ରଦାନ କଲେ ପିଏସଓ ମିତ୍ରଭାନୁ ଦେଓ । ସେ କହିଛନ୍ତି ମୁଁ ଗୁଳିମାଡ଼ ଦେଖିନି। ନବ ଦାସଙ୍କ ଗାଡ଼ିରେ ବସି ନଥିଲି, ମୁଁ ପଛ ଗାଡ଼ିରେ ବସିଥିଲି। ଯେତେବେଳେ ବାଣ ଫୁଟିବା ଭଳି ଶବ୍ଦ ହେଲା, ସେତେବେଳେ ମୁଁ ଆସି ଦେଖିଲି ନବ ଦାସ ତଳେ ପଡ଼ି ଯାଇଛନ୍ତି। ନବଙ୍କୁ ଗୁଳିମାଡ଼ କିଏ କରିଛି, ମୁଁ ଦେଖିନି।

Read More

ଟ୍ରାକ୍ଟରରେ ବୁହାହେଲେ ଛାତ୍ରଛାତ୍ରୀ। ବାଜିରେ ଲାଗିଛି ମାଟ୍ରିକ ପରୀକ୍ଷାର୍ଥୀଙ୍କ ଜୀବନ। ପରୀକ୍ଷା କେନ୍ଦ୍ରକୁ ଟ୍ରାକରରେ ବସି ଯିବାର ଭିଡିଓ ଭାଇରାଲ୍। ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା କ.ନୁଆଗାଁ ଅଞ୍ଚଳରୁ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟରରେ ଏଭଳି ବିପଦ ସଂକୂଳ ଅବସ୍ଥାରେ ବୁହା ହୋଇ ଯାଇଥିଲେ କ.ନୂଆଗାଁ ପି.ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ପରୀକ୍ଷା କେନ୍ଦ୍ର କୁଡୁତୁଲି ଉଚ୍ଚ ବିଦ୍ୟାଳୟକୁ ଟ୍ରାକ୍ଟର ଟ୍ରଲିରେ ବସି ଯାଇଥିଲେ । କିଛି ଛାତ୍ର ଟ୍ରାକ୍ଟର ଟ୍ରଲି ଓ ଇଞ୍ଜିନର ଜଏଣ୍ଟ ସ୍ଥାନରେ ମଧ୍ୟ ଛିଡ଼ା ହୋଇ ଯାତ୍ରା କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କିଛି ଘଟିଥିଲେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା । ଏବେ ଜିଲ୍ଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯାନୁଷ୍ଠାନ…

Read More

ରାଜ୍ୟ ବଜେଟ୍‌ କୁ ନେଇ ବିଜେଡିର ପ୍ରେସମିଟ୍। ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏନେଇ କହିଛନ୍ତି ଯେ, ଗୃହ ଚଳାଇବା ପାଇଁ ସରକାରଙ୍କ ମାନସିକତା ନାହିଁ। ଆଲୋଚନା ହେଲେ ସରକାରଙ୍କ ଦୋଷ ପଦାକୁ ଆସିଯିବ। ସରକାର ସେଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଗୃହ ଚଳାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ବ। ସରକାର ଆଜି ଯାଏଁ କାହିଁକି ଧାନ କିଣି ପାରୁନାହାନ୍ତି। ଚାଷୀଙ୍କୁ ଟୋକନ ମିଳୁନାହିଁ । ଆମେ କଣ ଏ ପ୍ରସଙ୍ଗ ଉଠାଇବୁ ନାହିଁ। ସରକାର ଗୃହକୁ ଓ ଜନ ସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଖରିଫ ଧାନ ଏଯାଏଁ ଉଠୁ ନାହିଁ । ହେଲେ ଏପଟେ ଡାଳୁଆ ଧାନ ଆରମ୍ଭ ହେଲାଣି। ବିଜେଡିର ୨୪ ବର୍ଷ ଭିତରେ ଓଡ଼ିଶାର ଋଣଭାର ୭୮ ହଜାର କୋଟି ଥିଲା। ଏବେ ୧ ଲକ୍ଷ ୫୫ ହାଜର କୋଟି ଟଙ୍କା ଋଣଭାର ହୋଇଗଲା। ଏମିତି ଚାଲିଲେ ରାଜ୍ୟ…

Read More