ଭାରତୀୟ ହକି ଦଳର ନୂଆ ଜର୍ସିକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ୨୦୨୬ FIH ହକି ବିଶ୍ୱକପ୍ ପୂର୍ବରୁ ହକି ଇଣ୍ଡିଆ ପୁରୁଣା ନୀଳ ଜର୍ସି ବଦଳରେ ପ୍ରମୁଖ ଜର୍ସି ଭାବେ ଗେରୁଆ ରଙ୍ଗର ଜର୍ସି ଉନ୍ମୋଚନ କରିଛି । ଏହି ପଦକ୍ଷେପକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ଓ ଅଲିମ୍ପିଆନ୍ ବିରେନ୍ ରସ୍କୁଇନା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରେନ୍ ରସ୍କୁଇନା କହିଛନ୍ତି, ଭାରତୀୟ ହକିର ପରିଚୟ ବର୍ଷ ବର୍ଷ ଧରି ନୀଳ ଜର୍ସି ସହ ଜଡ଼ିତ ରହିଛି । ତେଣୁ ବିଶ୍ୱକପ୍ ପରି ବଡ଼ ମଞ୍ଚ ପୂର୍ବରୁ ହଠାତ୍ ଏଭଳି ରଙ୍ଗ ପରିବର୍ତ୍ତନର ଯୁକ୍ତି କଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।ହକି ଇଣ୍ଡିଆ ଏକ ବୟାନ ଜାରି କରି କହିଛି, ଆମେ ଆପଣଙ୍କ କହିବାକୁ ଚାହୁଁଛୁ କି, ଜର୍ସିର ରଙ୍ଗ ବଦଳାଇବା ନିଷ୍ପତ୍ତି ସପୋର୍ଟ ଷ୍ଟାଫ, ଖେଳାଳିଙ୍କ ସୁପାରିଶ ଏବଂ ଦୀର୍ଘ ସମୟ ଧରି ହୋଇଥିବା ଆଲୋଚନା ପରେ ହୋଇଛି । ପ୍ରଥମେ ନୀଳ ଜର୍ସି ନୀଳ ରଙ୍ଗର ଚଟାଣ ସହିତ ମ୍ୟାଚ୍ ହେଉଥିବାରୁ ମିଶିଯାଉଥିଲା । ନୀଳ ରଙ୍ଗ ଅର୍ନ୍ତରାଷ୍ଟ୍ରୀୟ ହକି ମଇଦାନର ମାନକ ରଙ୍ଗ । ତେଣୁ ଏହି ସମାନତା ଖେଳାଳି ଏବଂ ମଇଦାନରେ ସ୍ପଷ୍ଟ ଭାବେ ଦେଖାଯିବା ନେଇ ପ୍ରଭାବିତ ହେଉଥିଲା ।
ଜର୍ସି ଅନାବରଣ କରି ହକି ଇଣ୍ଡିଆ ଏକ ଭିଡିଓ ସେୟାର କରିଛି । ଏହି ଭିଡିଓ କ୍ୟାପସନରେ ଲେଖାଯାଇଛି କି, ଭାରତର ନୂଆ ଜର୍ସି । ପ୍ରତ୍ୟେକ ସିଲେଇ ଏକ କାହାଣୀ କହେ । ପ୍ରତ୍ୟେକ ପାର୍ଟନ, ପ୍ରତ୍ୟେକ ରଙ୍ଗ ଭାରତର ଗୌରବକୁ ଜାବୁଡ଼ି ଧରିଛି । ଆମ ଟିମ୍ ଏଫଆଇଏଚ ହକି ବିଶ୍ବକପ ବେଲଜିୟନ ଏବଂ ନେଦରଲାଣ୍ଡସ ୨୦୨୬ରେ ପୁଣିଥରେ ଦେଶର ଗୌରବ ବଢାଇବା ପାଇଁ ପ୍ରସ୍ତୁତ ରହିଛି ।






