ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC (National Assessment and Accreditation Council)ମାନ୍ୟତା ନବୀକରଣ ହୋଇନଥିବା ଘଟଣାକୁ ନେଇ ତତ୍ପର ହୋଇଛି ଉଚ୍ଚଶିକ୍ଷା ବିଭାଗ । ଯଥାଶୀଘ୍ର ମାନ୍ୟତା ନବୀକରଣ କରିବାକୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ । ମାନ୍ୟତା ନବୀକରଣ ପ୍ରକ୍ରିୟାରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ । ଏଥିସହ UGC ସହ ମଧ୍ୟ ଯୋଗାଯୋଗରେ ରହିଛି ଉଚ୍ଚଶିକ୍ଷା ବିଭାଗ ।ଏହି ତାଲିକାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରହିଛନ୍ତି । ଏନେଇ ବିଭାଗ ପକ୍ଷରୁ ଚିଠି ମଧ୍ୟ କରାଯାଇଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।






