ଜାନୁଆରୀ ୨୦୨୭ରୁ ବିଭିନ୍ନ ଟ୍ରେନ୍ର ନମ୍ବର ଓ ଶ୍ରେଣୀରେ ପରିବର୍ତ୍ତନ କରାଯିବ । ସୁପରଫାଷ୍ଟ ଶ୍ରେଣୀରୁ ମେଲ୍/ଏକ୍ସପ୍ରେସ୍ ଶ୍ରେଣୀକୁ ପରିବର୍ତ୍ତନ ଅନୁଯାୟୀ ଏହି ନୂତନ ନମ୍ବରଗୁଡ଼ିକ ନିର୍ଦ୍ଦିଷ୍ଟ ତାରିଖରୁ କାର୍ଯ୍ୟକାରୀ ହେବ । ସେଗୁଡ଼ିକର ପୁରୁଣା ନମ୍ବର ବଦଳରେ ନୂଆ ୫-ଅଙ୍କ ବିଶିଷ୍ଟ ନମ୍ବର ଲାଗୁ ହେବ।ରେଳ ବୋର୍ଡର ନିୟମ ଅନୁଯାୟୀ, ଗୋଟିଏ ବ୍ରଡ୍-ଗେଜ୍ ଟ୍ରେନ୍କୁ ‘ସୁପରଫାଷ୍ଟ’ ମାନ୍ୟତା ମିଳିବା ପାଇଁ ତାର ସମଗ୍ର ଯାତ୍ରାପଥରେ ହାରାହାରି ଗତି ଅତିକମରେ ଘଣ୍ଟା ପ୍ରତି ୫୫ କିଲୋମିଟର ହେବା ଆବଶ୍ୟକ। ମାତ୍ର ବିଗତ କିଛି ବର୍ଷ ଧରି ଅତ୍ୟଧିକ ଟ୍ରାଫିକ୍, ଅଧିକ ରହଣି (Stoppages) ଓ ବିଳମ୍ବ ଯୋଗୁଁ କେତେକ ଟ୍ରେନ୍ର ଗତି ଏହି ସୀମାରୁ କମ୍ ରହୁଥିଲା। ସେଥିପାଇଁ ରେଳବାଇ ଏଗୁଡ଼ିକର ଶ୍ରେଣୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।ଟ୍ରେନ୍ଗୁଡ଼ିକରୁ ସୁପରଫାଷ୍ଟ ମାନ୍ୟତା ହଟିବା ପରେ ଯାତ୍ରୀଙ୍କୁ ଆଉ ଅତିରିକ୍ତ ସୁପରଫାଷ୍ଟ ଚାର୍ଜ (Superfast Surcharge) ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ଟିକେଟ୍ ପିଛା କ୍ଲାସ୍ ଅନୁଯାୟୀ ୩୦ ଟଙ୍କାରୁ ୭୫ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଶସ୍ତା ହେବ।
ଏହିକ୍ରମରେ ଆସନ୍ତା ଜାନୁଆରୀ ୧ ତାରିଖରୁ ହାୱଡ଼ା- କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ନୂତନ ନମ୍ବର ୧୮୦୭୩ ଏବଂ କଣ୍ଟାବାଞ୍ଜି- ହାୱଡ଼ା ଇସ୍ପାତ ଏକ୍ସପ୍ରେସ ନୂତନ ନମ୍ବର ୧୮୦୭୪ ସହ ଚଳାଚଳ କରିବ । ସେହିପରି ଜାନୁଆରୀ ୨ରୁ ହାୱଡ଼ା- ଜିନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସର ନୂତନ ନମ୍ବର ୧୮୦୭୧ ଏହଂ ଜୁନାଗଡ଼ ରୋଡ୍- ହାୱଡ଼ା ଇସ୍ପାତ ଏକ୍ସପ୍ରେସର ନୂଆ ନମ୍ବର ୧୮୦୭୨ ଜାନୁଆରୀ ୩ରୁ ଲାଗୁ ହେବ । ଏଥିସହ ଜାନୁଆରୀ ୪ ତାରିଖରୁ ଏର୍ଣ୍ଣାକୁଲମ୍- ପାଟନା ଏକ୍ସପ୍ରେସର ୧୬୩୫୯ ଏବଂ ପାଟନା-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ର ନୂତନ ନମ୍ବର ୧୬୩୬୦ ଜାନୁଆରୀ ୧ ଠାରୁ ଲାଗୁ ହେବ । ଭୁବନେଶ୍ୱର-ପୁରୁଣା କଟକ ସୁପରଫାଷ୍ଟ ଏକ୍ସପ୍ରେସ୍ ନୂତନ ନମ୍ବର ୧୮୪୧୧ ଏବଂ ପୁରୁଣାକଟକ- ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ୍ର ନୂଆ ନମ୍ବର ୧୮୪୧୨ ଜାନୁଆରୀ ୬ ଠାରୁ କାର୍ଯ୍ୟକାରୀ ହେବ । ପୁରୀ- ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍ର ନୂତନ ନମ୍ବର ୧୮୪୨୯ ଜାନୁଆରୀ ୮ ଏବଂ ଯଶବନ୍ତପୁର- ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ର ୧୮୪୩୦ ନମ୍ବର ଜାନୁଆରୀ ୯ ଠାରୁ ଲାଗୁ ହେବ । ଏହାବ୍ୟତୀତ, ବିଶାଖାପାଟଣା- ଅମୃତସର ହୀରାକୁଦ ଏକ୍ସପ୍ରେସ୍ର ନୂଆ ନମ୍ବର ୧୮୫୧୩ ଜାନୁଆରୀ ୫ ଏବଂ ଅମୃତସର- ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ୍ର ନୂତନ ନମ୍ବର ୧୮୫୧୪ ଜାନୁଆରୀ ୯ ଠାରୁ କାର୍ଯ୍ୟକାରୀ ହେବ ।






