ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୋଟରେ ଅଘଟଣ ଘଟିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ପଞ୍ଚାୟତ ନିକଟରୁ ଓରାଳୀ ଗ୍ରାମକୁ ଯିବା ସମୟରେ ଏହି ଘଟଣା ଘଟିଥିଲା।ବୋଟରେ ମନ୍ତ୍ରୀଙ୍କ ସହ ପ୍ରାୟ ୧୨ରୁ ଅଧିକ ଲୋକ ଥିଲେ । କିଛି ବାଟ ଯିବା ପରେ ବର୍ଷା ସାଙ୍ଗକୁ ରେବ ନଦୀର ପ୍ରୋଖର ସ୍ଟ୍ରୋତରେ ବୋଟଟି ନିୟନ୍ତ୍ରଣ ହରାଇ ଏପରି ଏକ ଦୁର୍ଘଟଣା ଘଟିଛି ।
ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଥିବା ବେଳେ ପଖରେ ଥିବା ଏକ ଗଛ ଓ ମାଛଧରା ଜାଲ ଦ୍ଵାରା ବୋଟଟି ଅଟକିଯାଇଥିଲା । ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ସମୟରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇ ବୋଟରୁ ଓହ୍ଲାଇ ବୋଟକୁ ଧରି ସ୍ଥିର କରିବାରେ ସହଯୋଗ କରିଥିଲେ । ପରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳଙ୍କ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣାଯାଇଥିଲା ।






