ନବଦାସ ହତ୍ୟା ଘଟଣାରେ ନୂଆମୋଡ। ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଘଟଣାକୁ ନେଇ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଦେଇଛନ୍ତି ବଡ଼ ସୂଚନା। ଗୋପାଳ ଦାସଙ୍କ ଗୁଳିରେ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ମୃତ୍ୟୁ ହୋଇନାହିଁ । ଅନ୍ୟ କୌଣସି ବନ୍ଧୁକରେ ନବ ଦାସଙ୍କ ମୃତ୍ୟୁ ହୋଇଛି | ଘଟଣା ଦିନ ନବଙ୍କ ସୁରକ୍ଷା ପାଇଁ ମୁତୟନ ଥିଲେ ଗୋପାଳ । ସେ ଗୁଳି ବା ବାଣ ଫୁଟିଲା ପରି ଶବ୍ଦ ଶୁଣିଥିଲେ । ତେଣୁ ସତର୍କ ହୋଇ ତୁରନ୍ତ ବ୍ଲାଙ୍କ ଫାୟାର କରଥିଲେ ଗୋପାଳ । ତିନି ଥର ବ୍ଲାଙ୍କ ଫାୟାର କରିଥିଲେ ଗୋପାଳ । ତାଙ୍କ ବନ୍ଧୁକର ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇନି । ଅନ୍ୟ କାହା ଗୁଳିରେ ନବଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଏପରି ସାଙ୍ଘାତିକ ବୟାନ ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ।…
Author: sanitelevision
ଏମରଜେନ୍ସି ଫିଲ୍ମରେ ଇନ୍ଦିରାଗାନ୍ଧିଙ୍କ ପିଲାଦିନ ଠାରୁ ତାଙ୍କୁ ହତ୍ୟା ସମୟ ପର୍ଯ୍ୟନ୍ତ ଘଟଣାବଳୀକୁ ଦେଖାଯାଇଛି । ଏହି ଫିଲ୍ମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆତ୍ମ ଜୀବନୀ ବୋଲି କହୁନାହିଁ ଏହି ଫିଲ୍ମ । କଙ୍ଗନା ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଯେତେବେଳେ ଫିଲ୍ମର ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଥିଲା। କଙ୍ଗନାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଲୁକରେ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ଥିଲେ । ବଡ କଥା ହେଲା କଙ୍ଗନା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ଦୁଇଗୁଣ ଆଶା ଦେଇଛନ୍ତି। କଙ୍ଗନା ଏଥର ଭଲ ଚଳଚ୍ଚିତ୍ର ଆଣିଛନ୍ତି। ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି । ବାସ୍ତବ ଜୀବନରେ ଅଭିନେତ୍ରୀ କଙ୍ଗନା ହେଉଛନ୍ତି ଜଣେ ସାଂସଦ । ଯଦି ଦେଖିବା ସେ ଏବେ ବଡ ପରଦାରେ ନଜର ଆସୁଛନ୍ତି । ତାହା ପୁଣି ବାସ୍ତବିକ ଜୀବନରେ ଜଣେ ରାଜନେତ୍ରୀ ଭାବରେ ପରଦା ଉପରକୁ ଆସିଛନ୍ତି ।…
ଏଣିକି ପାଟନାରୁ ଭୁବନେଶ୍ୱରକୁ ସିଧାସଳଖ ଉଡ଼ିବ ବିମାନ । ଏନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏୟାରଲାଇନ୍ସ ଗୁରୁବାର ଏକ X ପୋଷ୍ଟରେ ଏହା ସୂଚନା ଦେଇଛି। ଏଥି ସହିତ କେବଳ ଭୁବନେଶ୍ୱର ନୁହେଁ ପାଟନାରୁ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ବିମାନ ସେବା ଆରମ୍ଭ କରିଛି ଏୟାରଲାଇନ୍ସ । ବର୍ତ୍ତମାନ ୪୦୦ ରୁ ଅଧିକ ଦୈନିକ ବିମାନ ଚଳାଚଳ କରୁଛି, ଯାହା ଗତ ବର୍ଷ ୩୨୫ ରୁ ଅଧିକ ଥିଲା।ସେହିପରି ନୂଆବର୍ଷରୁଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହୋଇଛି ଉଡାଣ ସେବା । ତେବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୫ଟି ଓ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ୪ଟି ନୂଆ ସହରକୁ ଉଡାଣ ସେବା ଆରମ୍ଭ ହୋଇଛି ।
ଆଗାମୀ ଜାନୁଆରୀ ୨୦ ତାରିଖ ଅର୍ଥାତ୍ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ୟୁନିଟ-୫,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ ଏବଂ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ରାଜ୍ୟସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରାଣୀଉଦ୍ୟାନର ୬୨ ନମ୍ବର ଖୁଆଡ଼ରେ ରହୁଥିବା ଜଳହସ୍ତୀ ଏକ ଶାବକ ଜନ୍ମ ଦେଇଛି।ସଦ୍ୟ ଜନ୍ମିତ ଶାବକର ଲିଙ୍ଗ ନିରୂପଣ ହୋଇ ନ ଥିବା ସୂଚନା ମିଳିଛି। ସାଧାରଣତଃ ଏହି ପ୍ରଜାତିର ଜଳହସ୍ତୀ ଆଫ୍ରିକା ମହାଦେଶର ନଦୀ ଓ ହ୍ରଦରେ ଦଳବଦ୍ଧ ଭାବେ ରହଥାନ୍ତି।ଏହି ନବଜାତ ଶାବକକୁ ମିଶାଇ ଏବେ ନନ୍ଦନକାନନରେ ଜଳହସ୍ତୀ ସଂଖ୍ୟା ୧୨କୁ (୬ଟି ମାଈ ଓ ୭ଟି ଅଣ୍ଡିରା) ବୃଦ୍ଧିପାଇଛି।ମା’ ଓ ଛୁଆ ସୁସ୍ଥ ଥିବାବେଳେ ଜଳାଶୟରେ ବିଚରଣ କରୁଥିବା ଜଣାପଡ଼ିଛି।
ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗ୍ରତ୍ନମ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।ଏହି ଦୁଇ ଦିନ ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତ ଯେ, ମୋ ସହିତ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ସୁଦୃଢ କରିବା ପାଇଁ ଆଲୋଚନା କରିବେ । ବିଶେଷ କରି ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ରହିଛି ।ସିଙ୍ଗାପୁର ସରକାରଙ୍କ ସହିତ ଓଡ଼ିଶା ସରକାରଙ୍କ ଅନେକ ଗୁ଼ଡିଏ MoU…
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ରୁଜୁ ହୋଇଛି । ପୂର୍ବରୁ ଭାରତୀୟ ବିକାଶ ପରିଷଦ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ମାମଲାରେ ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ ଓ ପୋଲିସ ଡ଼ିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆଉ ମାତ୍ର କିଛି ଦିନ ପରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଠିକ ଏହା ପୂର୍ବରୁ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ବାପାଙ୍କ ହତ୍ୟାକାଣ୍ଡର ‘ସିବିଆଇ’ ତଦନ୍ତ ଦାବି କରିଛନ୍ତି । ଯାହାକୁ ନେଇ ରାଜନୀତି ଜୋରଦାର ଆରମ୍ଭ ହୋଇଛି ।ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଥିଲେ, CBI ତଦନ୍ତ ପାଇଁ ଲେଖିକି ଦିଅନ୍ତୁ ନବ ଦାସଙ୍କ ପରିବାର । ଲିଖିତ ଭାବେ ନଦେଇ ଗଣମାଧ୍ୟମରେ…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ମିଳିଛି ବଡ ଝଟକା। ଶୁକ୍ରବାର ପାକିସ୍ତାନର ଏକ ସ୍ଥାନୀୟ କୋର୍ଟ ଇମ୍ରାନ ଖାନ୍ଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦୁର୍ନୀତି ମାମଲାରେ ତାଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।କେବଳ ସେତିକି ନୁହେଁ ତାଙ୍କ ପତ୍ନୀଙ୍କୁ ମଧ୍ୟ ୭ ବର୍ଷ ସଜ୍ଜା ଶୁଣାଯାଇଛି । ଅଲକାଦିର ଟ୍ରଷ୍ଟ ମାମଲାରେ ଶୁଣାଣି । କ୍ଷମତାର ଦୁରୂପଯୋଗ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାକିସ୍ତାନ କୋର୍ଟ । ୨୦୨୩ରୁ ପାକିସ୍ତାନର ରାୱଲପିଣ୍ଡି ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ ଖାନ୍ । ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇ ଶହରୁ ଅଧିକ ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ଗିରଫ କରାଯାଇଛି । ପୂର୍ବରୁ ଅନେକ ମାମଲାରେ ଶୁଣାଣି କରାଯାଇ ତାଙ୍କୁ ଜେଲଦଣ୍ଡା ଦେଶ ହୋଇସାରିଛି । ଏବେ ପୁଣି ଆଉ ଏକ ମାମଲାରେ ଇମ୍ରାନଙ୍କୁ ଜେଲ ଦେଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନର କୋର୍ଟ ।
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ଵର ରେଳ ଷ୍ଟେସନରେ ଭୁବନେଶ୍ଵର – ଶିରିଡ଼ି – ନାସିକ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ର ଆଧ୍ୟାତ୍ମିକ ଯାତ୍ରା ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮୦୦ ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥଯାତ୍ରାରେ ଯାଉଛନ୍ତି । ଏହିଭଳି ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସର୍ବମୋଟ୍ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚଳିତ ବର୍ଷ ୮ ହାଜର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ପ୍ରତି ଟ୍ରିପରେ ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କଲିକତା ଦକ୍ଷିଣ…
ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ସାମିଲ ହେବ ପୁରୀ ସହର। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ବର ଓ କଟକ ସହ ଯୋଡ଼ିହେବ ଐତିହ୍ୟ ସହର ପୁରୀ। ପୁରୀ ସହରରେ ବେଆଇନ୍ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ବେଆଇନ୍ ଗୃହ ନିର୍ମାଣ ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ବାଡ । ୨୪ ଜଣ ସେନାନିବୃତ୍ତ କର୍ମଚାରୀଙ୍କୁ ନେଇ ସମୁଦାୟ ୮ଟି ଟିମ୍ ଗଠନ ହୋଇଥିବା ବେଳେ ଆଗକୁ ଶୁଣାଣି କରାଯାଇ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ସହରର ୮୦ ପ୍ରତିଶତ ଜମି ମହାପ୍ରଭୁଙ୍କ ଓ ପୌରପାଳିକା ନାମରେ ଥିବାରୁ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ବର୍ଗୀକରଣ କରିବାକୁ ଆଇନଜୀବୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯେଉଁମାନେ ଏନଓସି ଆଣିନାହାନ୍ତି ସେମାନଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ହୋଟେଲ ଆସୋସିଏସ ସଭାପତି। ବେଳାଭୂମି ନିକଟରେ ଆଇନ ନମାନି ଚାଲିଛି ବେଆଇନ…









