ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏସପିଙ୍କ ନିକଟରେ ୧୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନର ଅନେକ ହିଂସାକାଣ୍ଡରେ ସାମିଲ ଥିଲେ। ମାଓ ଆଦର୍ଶରୁ ମାଓବାଦୀ ବିଚ୍ୟୁତ ହେବାରୁ ଆତ୍ମସମର୍ପଣ କରିଥିବା କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଅଛନ୍ତି।ଟପ ମାଓ ନେତା CCM ଉଦୟର ଅଙ୍ଗରକ୍ଷୀ ମୁନ୍ନା ଏବଂ ସୁଖରାମ ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଆତ୍ମସମର୍ପଣ ପରେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପ୍ରୋତ୍ସାହନ ରାଶି ହିସାବରେ ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଇଛି । ସେହିପରି ଏସଟିଏଫ୍, ଡିଆରଜି, ବସ୍ତର ଫାଇଟର ଏବଂ ସିଆରପିଏଫ୍ ମିଳିତ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ।
Author: sanitelevision
ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି, ମାମଲା ବିଚାରାଧୀନ ଥିବାବେଳେ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ। ରାୟ ପୂର୍ବରୁ ଦମ୍ପତିଙ୍କ ମଧ୍ୟରୁ ଜଣେ ଏକପାଖିଆ ସମ୍ମତି ପ୍ରତ୍ୟାହାର କରିପାରିବେ।ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୧୩(ଖ)ରେ ସମ୍ମତିକ୍ରମେ ସ୍ବାମୀ-ସ୍ତ୍ରୀ ବିବାହ ବିଚ୍ଛେଦ ପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଛି। ଯଦି ଏଭଳି ମାମଲା ବିଚାରାଧୀନ ଥିବା ବେଳେ ଦୁଇଜଣଙ୍କ ମଧ୍ୟରୁ ଜଣେ ସମ୍ମତି ପ୍ରତ୍ୟାହାର କରନ୍ତି, ତେବେ ବିବାହ ବିଚ୍ଛେଦ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ। ଧାରା ୧୩(ଖ)ରେ ମଞ୍ଜୁର କରାଯାଉଥିବା ବିବାହ ବିଚ୍ଛେଦ ଆଦେଶର ମୂଳ ତତ୍ତ୍ବ ହେଉଛି ସମ୍ମତି। ତେଣୁ ଦମ୍ପତିଙ୍କ ମଧ୍ୟରୁ ଜଣଙ୍କ ସମ୍ମତି ନ ରହିଲେ ଧାରା ୧୩(ଖ) ଅନୁସାରେ ବିବାହ ବିଚ୍ଛେଦ ଆଦେଶ ଦିଆଯାଇ ପାରିବ ନାହିଁ। ଏପରିକି ମାମଲାରେ ଯୁକ୍ତି ଉପସ୍ଥାପନ ସଂପୂର୍ଣ୍ଣ ପରେ ବି ଦମ୍ପତିଙ୍କ ମଧ୍ୟରୁ ଜଣେ…
ନକଲି ଜିନିଷର ହବ୍ ପାଲଟିଛି କଟକ। ଏହି ସହର ପାଲଟିଛି ନକଲି ସାମଗ୍ରୀର ଆସର। ନାମୀ ଦାମୀ ଷ୍ଟିକର ଲଗେଇ ବିକୁଛନ୍ତି ନକଲି ଜିନିଷ। ଜଗତପୁର ଇମାନଗର ଖଇରା ପୋଲ ନିକଟରୁ ଠାବ ହେଲା ଅସଲି ବ୍ରାଣ୍ଡ ନାଁରେ ନକଲି ଟାୟାର ଗୋଦାମ। ନାମୀଦାମୀ କମ୍ପାନୀ ନାମରେ ନକଲି ସାଇକେଲ ଓ ବାଇକ୍ ଟାୟାର ଦୀର୍ଘଦିନ ହେବ ବିକ୍ରି ହେଉଥିଲା।ସୂଚନା ଅନୁସାରେ ଏହି ଗୋଦାମରୁ ଟାୟାର ଏବଂ ଟ୍ୟୁବ୍ଗୁଡିକୁ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳକୁ ପଠାଯାଉଥିବା ନେଇ କଟକ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଆଦିତ୍ୟ କୁମାର ଦାସ କଟକ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଏବଂ ତାଙ୍କ ଟିମ୍ ଉକ୍ତ ଗୋଦାମରେ ଗୁରୁବାର ଚଢ଼ଉ କରିଥିଲେ। ଯାଞ୍ଚ ବେଳେ ଏହି ଗୋଦାମ ଦୀର୍ଘ ୬ମାସ ଧରି ଜଗତପୁର ଅଞ୍ଚଳରେ ଚାଲୁଥିବା ଏବଂ ଅସଲି ଟାୟାର, ଟ୍ୟୁବ୍ଠାରୁ କମ୍ ଦରରେ…
କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଛି । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଛି । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ପାଣିପାଗ ବିଭାଗ ଆକଳନ କରୁଛି, ଶନିବାର ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ରବିବାରଠାରୁ ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ଶୀତ କମିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୧ ତାରିଖ ଯାଏ ଶୀତ ଜାରି ରହିବ। ୧୨ ତାରିଖରୁ ପଶ୍ଚିମା ବାୟୁର ପ୍ରଭାବ ରହିବ । ଏଥିପାଇଁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ଓ ଶୀତ କମିଯିବ । ୧୬ ତାରିଖରୁ ପୁଣି ଥଣ୍ଡାର ପ୍ରକୋପ ରହିବ ।…
ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଛନ୍ତି। ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ । ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୁଲିସର ପ୍ରତିକ୍ରିୟା ମିଳିନି।ସେପଟେ ଭାଇଙ୍କୁ ଅଟକ ରଖିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭଉଣୀ ଦୀପାଳି ଦାସ । ଏହା ଗଣତନ୍ତ୍ରର ହତ୍ୟା ଏବଂ ରାଜ୍ୟରେ ଡାର୍ଟି ପଲିଟିକ୍ସ ଚାଲିଛି ବୋଲି କହିଛନ୍ତି ଦୀପାଳି।
ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନ । ଉଦଯାପନୀ ଦିବସର ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାରୋହରେ ପ୍ରବାସୀଙ୍କ ଅବଦାନ ସଂପର୍କରେ ଅଭିଭାଷଣ ରଖିବା ସହ ୨୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା ସରିଛି । ଶୁକ୍ରବାର ୧୨ଟା ୫୫ ରେ ଜନତା ମଇଦାନ ଯିବେ। ସେଠାରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଭିନ୍ନ ଷ୍ଟଲରେ ପ୍ରର୍ଦଶିତ ହୋଇଥିବା କଳା, ସଂସ୍କୃତି, ବରପୁତ୍ରଙ୍କ ବୀରଗଥା, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ। ଦିନ ୩ଟାରେ ଉଦଯାପନୀ ଉତ୍ସବରେ ଯୋଗ ଦେବେ। ସେଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ପ୍ରଦାନ କରିବେ। ତାପରେ ସାଢ଼େ ୪ଟା ରେ ଜନତା ମଇଦାନରୁ ବାହାରି ସିଧା ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାତ୍ରା…
୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ ଶେଷ ହୋଇଗଲା? ଏହି ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କି ମାରୁଛି। କଂଗ୍ରେସ ନେତା ପଓ୍ବନ ଖେରା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଥିଲା। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଅସନ୍ତୋଷ ଝାଡ଼ିଛନ୍ତି। ଅବଦୁଲ୍ଲା କହିଛନ୍ତି ମୋର ଯେତିକି ମନେ ଅଛି, ଇଣ୍ଡିଆ ମେଣ୍ଟର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିଲା। ଅବଦୁଲ୍ଲା କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନରେ ଯେହେତୁ ଆମେ ଅଂଶଗ୍ରହଣ କରୁନାହୁଁ, ତେଣୁ ଏ ପ୍ରସଙ୍ଗରେ ମୋର କିଛି କହିବାର ନାହିଁ। ବିଜେପିକୁ କିପରି ହରାଇବାକୁ ହେବ, ସେକଥା ଆମ୍ ଆଦମୀ ପାର୍ଟି, କଂଗ୍ରେସ ଓ ନିର୍ବାଚନ ଲଢ଼ୁଥିବା ଅନ୍ୟ ଦଳ ଗୁଡ଼ିକ…
ସୋଶାଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କଲେ ପ୍ରେମିକ। ସମ୍ପର୍କୀୟା ମାଉସୀଙ୍କ ଘରେ ଝୁଲି ପଡ଼ିଲେ ପ୍ରେମିକା। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି |ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରେଶ୍ୱର ଥାନା ପୋଡାମରାଇ ଗ୍ରାମର ବିଷ୍ଣୁ ଚରଣ ସେଠୀଙ୍କ ଝିଅ ଇନ୍ଦୁମତୀ ସ୍ଥାନୀୟ ଅଂଚଳରେ ଥିବା ଏକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଏହି ସମୟରେ ଇନ୍ଦୁମତୀ ସ୍ଥାନୀୟ ନାହାଙ୍ଗ ପଞ୍ଚାୟତ ଡିହିଗୋପ ଗ୍ରାମର ଅଜୟ ସେଠୀଙ୍କ ପୁତ୍ର ଅନିଲଙ୍କୁ ଭଲ ପାଉଥିଲେ। ଏପରିକି ଦୁଇଜଣ ବହୁବାର ବିଭିନ୍ନ ସ୍ଥାନରେ ସାଥିହୋଇ ମିଳାମିଶା କରିଥିଲେ।ଏହି ସମୟରେ ପ୍ରେମିକାର ସରଳତାର ସୁଯୋଗ ନେଇ ପ୍ରେମିକ ଅନିଲ ତାର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ମୋବାଇଲ ଯୋଗେ ଉତ୍ତୋଳନ କରି ରଖିଥିଲେ। ଏପରିକି ଅନିଲ ବିଭିନ୍ନ ସମୟରେ ପ୍ରେମିକାକୁ ବ୍ଲାକ ମେଲ କରି ଆସୁଥିଲେ।…
ସୁଭଦ୍ରା ଯୋଜନାରୁ ଅପ୍ଟ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଉଛି। ଯେଉଁ ହିତାଧିକାରୀମାନେ ଭୁଲ୍ରେ ଅପଟ୍ ଆଉଟ ହୋଇଯାଇଥିଲେ ସେମାନେ ଏଥିରେ ସୁବିଧା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।ସୁଭଦ୍ରା ଯୋଜନାର ପୋର୍ଟାଲରେ ଲଗ୍ ଇନ୍ କରି ବାଦ୍ ପଡ଼ିଥିବା ହିତାଧିକାରୀମାନେ ଅପଟ୍ ଇନ୍ କରିପାରିବେ। ଏହାପରେ ସେମାନେ ହିତାଧିକାରୀ ତାଲିକାରେ ପୁନଃ ଯୋଡ଼ି ହୋଇପାରିବେ।ସୂଚନାଥାଉକି, ପୂର୍ବରୁ ଗତ ଶନିବାର ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ବଡ଼ ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏମିତିକି ମାର୍ଚ୍ଚ ୩୦ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ଏକାଥରକେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି । ଏନେଇ ବ୍ୟାଙ୍କ ଗୁଡ଼ିକ ସହିତ ବୈଠକ ସରିଛି। ମୋବାଇଲ ଅପଡେଟ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ହିତାଧିକାରୀ ‘ସୁଭଦ୍ରା’ରୁ OPT OUT ହୋଇଯାଇଥିଲେ । ଏବଂ ଏହି ସମ୍ପର୍କରେ…
ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେ ଆଉ ୨ ଜଣ ଅଭିଯୁକ୍ତ । ଏହି ୨ ଜଣ ଗିରଫ ହେବା ପରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅନ୍ୟ ୨ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍ । କେମିତି ସହଦେବଙ୍କୁ ହତ୍ୟା କରାଯାଇଥିଲା, କେମିତି ହତ୍ୟା ଷଡଯନ୍ତ୍ର ରଚାଯାଇଥିଲା । ଓ କେମିତି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ପ୍ରେସମିଟ୍ ଜରିଆରେ ଗୋଟି ଗୋଟି ତଥ୍ୟ ଦେଇଛି ପୋଲିସ । ସକାଳ ୮ଟାରେ ପୋଲିସକୁ ଖବର ମିଳିଥିଲା ରସୁଲଗଡ ନିକଟରେ ଏକ କ୍ଷତବିକ୍ଷତ ମୁଣ୍ଡ ବିହୀନ ଶରୀର ରାସ୍ତା ଉପରେ ପଡିଛି । ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହକୁ ମେଡିକାଲରେ ପହଞ୍ଚାଇଥିଲା ପୋଲିସ । ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପ୍ରାଥମିକ ତଦନ୍ତରୁ ପୋଲିସକୁ ଜଣାପଡିଥିଲା ଏହା ଏହ ହତ୍ୟା କାଣ୍ଡ…









