ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ଆଠଗଡ ସ୍ଥିତ ପ୍ରଭୁ ସିଂହନାଥ ପୀଠରେ ମକର ମେଳା ଚାଲିବ । ଆସନ୍ତା ଜାନୁଆରୀ ୧୪ ତାରିଖରୁ ୧୬ ପର୍ଯ୍ୟନ୍ତ ମକର ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି । ଏହି ମେଳାରେ କଟକ ସମେତ ଏହାର ଆଖପାଖ ଜିଲ୍ଲାମାନଙ୍କରୁ ପୂଜା ଅର୍ଚ୍ଚନା ନିମନ୍ତେ ଦୁଇ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ଜନସମାଗମ ହେବାର ଅଛି ।ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ଵର-ବଡ଼ମ୍ବା, ଟି-ସେତୁ ଉପରେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଯେପରି କୈଣସି ଅଘଟଣ ନ ଘଟେ ସେଥିପ୍ରତି ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଅଛି।ନୟାଗଡ ପଟୁ ବଡମ୍ବା ଆସୁଥିବା ସମସ୍ତ ଯାନବାହନ ଗୁଡିକୁ ସିଦ୍ଧମୂଳା ସେତୁ ଦେଇ ବଡମ୍ବା ଅଭିମୁଖେ ଗତି କରିବ ।
Author: sanitelevision
ଖୋଲୁଛି ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ମୁଖା। ପ୍ରତିଦିନ ମିଳୁଛି ପୂଳା ପୂଳା ଫ୍ଲାଟ୍। ଯେଉଁ ଇମ୍ପୋର୍ଟେଡ୍ କମ୍ପାନୀ ଖୋଜିବ, ସେ ବ୍ରାଣ୍ଡର ଦାମୀ କାର ମିଳୁଛି। ତା’ସଙ୍ଗକୁ ହାଇପ୍ରୋଫାଇଲ ଲାଇଫ୍ ଷ୍ଟାଇଲ୍। ୫୦ ଲକ୍ଷ ଉଡ଼ାଇ ବାର୍ଥ ଡେ’ ସେଲିବ୍ରେସନ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି। ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ସମ୍ପତ୍ତି ୧୦୦ କୋଟି ଅତିକ୍ରମ କଲାଣି। ଯେଉଁଥିରେ ରହିଛି ଦାମୀ ପ୍ଲଟ୍, ନାମୀଦାମୀ କାର୍।ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ଉପରେ ଆୟକର ବିଭାଗ ଚଢ଼ାଉ କରିବା ସହ ପାଇଛି ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି, ଯେଉଁଥିରେ ୧୭ କୋଟି ଟଙ୍କାର ବେନାମୀ ସମ୍ପତ୍ତି ବିଲଡରଙ୍କ ପାଖରେ ରହିଛି। ଯାହାଙ୍କୁ ଆୟକର ବିଭାଗ ନୋଟିସ କରିସାରିଛି। ଏଣେ ଠକ୍ ଯୋଡି ସହ ଜଡ଼ିତ ନେତାଙ୍କୁ ଖୁବଶୀଘ୍ର ନୋଟିସ କରିବ ଆୟକର ବିଭାଗ।ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦିନିକିଆ ରିମାଣ୍ଡ୍ରେ ହାଇପ୍ରୋଫାଇଲ୍ ଠକ…
ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗ୍ୟାଲେରୀରେ ଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ଭବ୍ୟ ଆୟୋଜନ ଦେଖି ବେଶ ଖୁସି ହୋଇଛନ୍ତି ।ପ୍ରଦର୍ଶନୀ କକ୍ଷରେ ପ୍ରାଚୀନ ଓଡ଼ିଶା ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଇତିହାସ, ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ଗୌରବମୟ ଯାତ୍ରାକୁ ଖୁବ୍ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ସଂସ୍କୃତିର ଝଲକ ପ୍ରଦର୍ଶନୀ କକ୍ଷରେ ଦେଖିବାକୁ ମିଳୁଛି ।ଷ୍ଟଲ ବୁଲିବା ପରେ ଜନତା ମଇଦାନରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୭ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଛି ପ୍ରବାସୀ ଭାରତୀୟ ସମ୍ମାନ। ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆମେରିକାର ୩, ରୁଷର ୨ ସମେତ ଅଷ୍ଟ୍ରେଲିଆ, ଜାପାନ,…
ଭିଜିଲାନ୍ସ ଜାଲରେ ଏଆରଆଇ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ। ଭୂମିହୀନ ଗରିବ ଲୋକଙ୍କୁ ଜାଗା ପ୍ରଦାନ ପାଇଁ ଲାଞ୍ଚ ନେଉଥିଲେ କୈଳାସ ।ତାଙ୍କ ନିକଟରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଲାଞ୍ଚ ଧରାପଡ଼ିବା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ୍ ଚାଲିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ରେଡ୍ ହେଉଛି । ତାଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ ।ପୂର୍ବରୁ ୨୦୧୬ରେ ଗିରଫ ହୋଇଥିଲେ କୈଳାସ ଚନ୍ଦ୍ର ବେହେରା । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଥିଲେ ।
ସାଧାରଣ ଲୋକ ଆସି ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବିଭିନ୍ନ ଗ୍ୟାଲେରୀର ଷ୍ଟଲ ବୁଲି ଦେଖି ପାରିବେ ସାଧାରଣ ଲୋକ । ଶୁକ୍ରବାର ସନ୍ଧ୍ୟା ଠାରୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲି ଦେଖିପାରିବେ ସାଧାରଣ ଲୋକ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ତାଙ୍କ ଘୋଷଣା ମୁତାବକ ଆଜି ସନ୍ଧ୍ୟାରୁ ସାଧାରଣ ଲୋକେ ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ବୁଲିବା ସହ ବିଭିନ୍ନ ଗ୍ୟାଲେରୀର ଷ୍ଟଲ ଦେଖିପାରିବେ । ୧୨ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନ ଆସି ଏଭଳି କାର୍ଯ୍ୟକ୍ରମ ଦେଖିପାରିବେ ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ ବଢାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସାଧାରଣ ଲୋକ ବିଶେଷ କରି ଯୁବ ବର୍ଗଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଏହି…
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଅନ୍ୟ ପିଆରଆଇ ମେମ୍ବରଙ୍କୁ ତୁରନ୍ତ ଛାଡ଼ । ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ କିର୍ମିରା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଅଟକ ରଖାଯାଇଛି । ସେମାନ ଅଟକ ଥିବା କାରଣରୁ ଅନାସ୍ଥା ଭୋଟ୍ ବାଧାପ୍ରାପ୍ତ ହୋଇଛି । କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଥିଲା ଅନାସ୍ଥା ଭୋଟିଂ ।ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଛାତିଶଗଡ଼ ସରେଇପାଲି ଥାନାରେ ଅଟକ ହେଲେ ପିଆରଆଇ ମେମ୍ବର l ଗୁରୁବାର ରାତି ୧୧ଟାରୁ ୧୨ ଜଣ ପିଆରଆଇ ମେମ୍ବର ଅଟକ ଥିବାବେଳେ ସେମାନଙ୍କ ଠାରୁ ସୂଚନା ପାଇ ଝାରସୁଗୁଡା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ପିଆରଆଇ ମେମ୍ବର ମାନଙ୍କୁ…
ମଣ୍ଡିରେ ଧାନ ସଂଗ୍ରହ ଠିକ ଠାକ୍ ଚାଲିଛି । କିଛି ସ୍ଥାନରେ ଅସୁବିଧା ସାମନାକୁ ଆସିଛି । ଯେକୌଣସି ଧାନ ଆଣିଲେ ୩୧୦୦ ଟଙ୍କା ଦେବେ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି । FAQ ମାନର ଧାନ ଆଣିବାକୁ ପଡିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବର୍ଷାରେ ଧାନ ରଙ୍ଗ ପରିବର୍ତ୍ତନ ହେଲେ ବି ଆମେ ନେଇଯିବୁ । କିନ୍ତୁ ବେଶୀ ଖରାପ ହୋଇଥିଲେ ନେଇ ହେବନି । କ୍ଷତି ହୋଇଥିବା ଧାନର କ୍ଷତିପୂରଣ ଦିଆଯାଉଛି । ୧୨ ଘଣ୍ଟା ଭିତରେ ଚାଷୀଙ୍କ ପାଖକୁ ଟଙ୍କା ଯାଉଛି । ୨୩ ଲକ୍ଷ ମେଟ୍ରିକ ଟନ୍ ଧାନ ପାଇଁ ଟଙ୍କା ଦିଆ ସରିଲାଣି । ସେହିପରି ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ କିଛି ଟକରାଟକରି ନାହିଁ। ଆଳୁ ଯୋଗାଣ ନେଇ ସେମାନଙ୍କ ସହ ଫାଇଟ୍ କରିବାକୁ ଚାହୁଁନୁ । ପଶ୍ଚିମବଙ୍ଗ ସରକାର ତାଙ୍କ ପଲିସି ଅନୁସାରେ…
ଆସନ୍ତା ଫେବୃଆରୀରେ ଦୁଇ ଦିନ ବନଦ ରହିବ ବ୍ୟାଙ୍କ । ଫେବୃଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ସର୍ବ ଭାରତୀୟ ଅଫିସର ମହାସଂଘ (ଏଆଇବିଓସି) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯିବ ।ନିକଟରେ ଆର୍ଥିକ ସେବା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ମହାସଂଘ ସମାଲୋଚନା କରିଛି । ଏହି ନିର୍ଦ୍ଦେଶନାମା କର୍ମଚାରୀମାନଙ୍କ ନିଯୁକ୍ତି ସୁରକ୍ଷା ସହ ସାଲିସ କରୁଛି ଏବଂ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି । କାର୍ୟ୍ୟଦକ୍ଷତା ସମୀକ୍ଷା ଏବଂ ପ୍ରଦର୍ଶନ ସଂଯୋଜିତ ପ୍ରୋତ୍ସାହନ (ପିଏଲଆଇ) ସଂକ୍ରାନ୍ତ ମାର୍ଗଦର୍ଶନକୁ ତୁରନ୍ତ ପ୍ରତ୍ୟାହାର ପାଇଁ କୁହାଯାଇଛି ।ଚଳିତମାସରେ ଧର୍ମଘଟ ନୋଟିସ୍ ଦିଆଯିବା ପରେ ଆଗକୁ ଅଧିକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁସଙ୍ଗ ରେଞ୍ଜ ପକ୍ଷରୁ ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ଚଳିତ ବର୍ଷର କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ କୁମ୍ଭୀର ଗଣନା ସରିଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି । ତିନି ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛ । ସମୁଦାୟ ୧୯ଟି କୁମ୍ଭୀର ଗଣନା ହୋଇଥିବା ସୂଚନା ମିଳିଛି । ୧୧ଟି ଘଡିଆଳ ଓ ୮ଟି ମଗର ପ୍ରଜାତିର କୁମ୍ଭୀର ଥିବା ସୂଚନା ମିଳିଛି । ୩ଟି ବଡ଼ ଘଡିଆଳ ଓ ୮ଟି ଛୁଆ ଘଡ଼ିଆଳ ରହିଛନ୍ତି । ୫ ଟି ବଡ ମଗର ଓ ୩ ଟି ଛୁଆ ମଗର ରହିଛନ୍ତି ।ଚଳିତ ବର୍ଷ ରେଞ୍ଜ ଅନ୍ତର୍ଗତ ମାରଡ଼ା ଠାରୁ ଶୀତଲପାଣି, ଶୀତଲପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ ତିନି ଭାଗରେ ତିନୋଟି ଟିମ୍କୁ ଭାଗ କରାଯାଇ ମାଛମରା…
ପୁରୀ ବେଳାଭୂମିରେ ଗୁରୁବାର ମହୋଦଧି ଆଳତିର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ପୁରୀ ଜଗତଗୁରୁ ଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ଭାରତକୁ ହିନ୍ଦୁ ରାଷ୍ଟ୍ର ରାଷ୍ଟ୍ର ଘୋଷଣା କରାଯାଉ। ଏହାଦ୍ବାରା ଅନ୍ୟ ୨୩ ଦେଶ ହିନ୍ଦୁ ରାଷ୍ଟ୍ର ଘୋଷଣା ହୋଇପାରିବେ ।ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଆମେ କେବଳ ଖାଇବା ପାଇଁ ନ ବଞ୍ଚି, ୨୪ ଘଣ୍ଟାରେ ଅତିକମ୍ରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ପାଞ୍ଚ ଥର ମହାପ୍ରଭୁଙ୍କ ଭଜନ, କୀର୍ତ୍ତନ କରିବା ଜରୁରୀ। ଆମଠାରେ ସଚ୍ଚିଦାନନ୍ଦ ସ୍ବରୂପ ସର୍ବେଶ୍ବରଙ୍କ ବଳ ଥିଲେ, ଆମ ଜୀବନରେ ଅଦ୍ଭୂତ ଶକ୍ତି ଓ ପ୍ରାଣଶକ୍ତିର ଉଦ୍ରେକ ହେବ। ଶଙ୍କରାଚାର୍ଯ୍ୟ କହିଛନ୍ତି, ଭାରତ ବିଶ୍ବର ହୃଦୟ। ରାଜନୀତିର ପରିଭାଷା ବେଦ ଆଦି ଶାସ୍ତ୍ର ଅନୁସାରେ ନିର୍ଦ୍ଧାରିତ ଓ କ୍ରିୟାନ୍ବିତ ହେବା ଜରୁରୀ। ତା’ହେଲେ ଭାରତର ଉପଯୋଗ ଓ ବିନିଯୋଗ ବିଶ୍ବର ହିତରେ ଲାଗି ପାରିବ। ସୁସଂସ୍କୃତି, ସୁଶିକ୍ଷିତ, ସୁରକ୍ଷିତ ସଂପନ୍ନ ସେବା…









