ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଲାଗିବ ଦୌଡ଼ ପ୍ରତିଯୋଗିତା। ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ। ଜାନୁଆରୀ ୧୮ରେ ଶୁକ୍ର ଓ ଶନି ଗ୍ରହର ହେବ ମହାମିଳନ। ଖାଲି ଆଖିରେ ଦେଖିହେବ ଦୁଇ ଗ୍ରହଙ୍କ ଦୌଡ଼ ଓ ମିଳନର ଅପୂର୍ବ ଦୃଶ୍ୟ। ଏବେ ଶୁକ୍ରର ବେସ୍ ଉପରେ ଦୃଶ୍ୟମାନ ହେଉଛନ୍ତି ଶନି ଗ୍ରହ। ଆଗକୁ ଗ୍ରହ ଦୁଇଟି ମଧ୍ୟରେ ଦୂରତା କମିବ। ୧୮ ତାରିଖ ସନ୍ଧ୍ୟାରେ ଦୁହେଁ ନିକଟତର ହେବେ। ପ୍ରାୟ ୨ ଘଣ୍ଟା ଧରି ଦୁଇ ଗ୍ରହ ପାଖାପାଖି ଦେଖାଯିବେ। ଏହାପରେ ଶନି ତଳକୁ ତଳକୁ ଯାଇ ଶୁକ୍ରଙ୍କ ଠାରୁ ଦୂରେଇ ଯିବେ।କିଛି ଗ୍ରହ ଆକାଶରେ ଏକ ସମୟରେ ଦେଖାଯାନ୍ତି। ଏହାକୁ ଗ୍ରହ ସମାବେଶ ବା ପ୍ଲାନେଟ୍ ପରେଡ୍ ବୋଲି କୁହାଯାଏ। ଚାରୋଟି ଗ୍ରହ ବର୍ଷକୁ ଥରେ ଅଳ୍ପ ଦିନ ପାଇଁ ଏକା ସମୟରେ ଦେଖାଯାଏ। ପାଞ୍ଚଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି…
Author: sanitelevision
ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିୟା ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ଟିକୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଡାକ୍ତର ଟିକୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । ମାଲାମାଲ୍ ୱିକଲି , ହଙ୍ଗାମା , ଢ଼ୋଲ୍ , ହେରାଫେରୀ ଭଳି ଅନେକ ସିନେମାରେ ନଜର ଆସି ଲୋକଙ୍କୁ ହସି ହସି ବେଦମ୍ କରାଇଥିବା ଟିକୁଙ୍କ ଅଚାନକ ସ୍ବାସ୍ଥ୍ୟ ଖରାପ ହେବାକୁ ନେଇ ସାଥୀ କଳାକାର ଏବଂ ଫ୍ୟାନ୍ସ ଚିନ୍ତିତ ଅଛନ୍ତି ।ଟିକୁ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ବରିଷ୍ଠ କଳାକାର। ୧୯୫୪ ମସିହାରେ ତାଙ୍କର ଜନ୍ମ। ୧୯୮୪ରେ ଲୋକପ୍ରିୟ କାର୍ଯ୍ୟକ୍ରମ ‘ୟେ ଜୋ ହେ ଜିନ୍ଦଗୀ’ରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୮୬ରେ ‘ପ୍ୟାର କେ ଦୋ ପଲ’ ଚଳଚ୍ଚିତ୍ରରୁ ସେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ।
ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କରାଯିବ। ଚଳିତ ମାସ ୧୪ ତାରିଖରୁ ୨୨ ପର୍ଯ୍ୟନ୍ତ ଗଣନା କରାଯାଉଥିବାରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଭିତରକନିକା ନଦୀ ଓ ନାଳରେ ଜୁଆର ହୋଇ ଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବସ୍ୟା ତିଥି ପରେ ଉଚ୍ଚ ଜୁଆର ନ ଆସିବା ଯୋଗୁଁ ନଦୀ ପଠା ବୁଡି ନଥାଏ । ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ । ନଦୀ ପଠାରେ କୁମ୍ଭୀର ଶୋଇଥିବା ଚିହ୍ନରୁ ତାର ଲମ୍ବ ମପା ଯାଇ ବୟସ ବର୍ଗ ସ୍ଥିର କରା ଯାଇଥାଏ । ପର୍ଯ୍ୟଟକମାନଙ୍କୁ ବନ୍ଦ କରିବାର ୩ ରୁ ୪ ଦିନ ପରେ ଆହୁଲା ମରା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ। ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପରେ ଗଣନାକାରୀ ଦଳ ଗଠନ କରାଯାଇ କୁମ୍ଭୀର…
ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ପାଲଟିଥିବା ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି। ଡେରାଡୁନ୍ସ୍ଥିତ ବନ୍ୟପ୍ରାଣୀ ସଙ୍ଗଠନ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଷୟିକ ସହାୟତାରେ ଜିଏସ୍ଏମ୍-ଜିପିଏସ୍ ସମ୍ବଳିତ ଟ୍ୟାଗିଂ ଅନୁସନ୍ଧାନ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଆର. ସୁରେଶ କୁମାରଙ୍କ ନେତୃତ୍ୱରେ ଏବଂ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ଗତ ୮ ଓ ୯ ତାରିଖରେ ଚିଲିକାର ନଳବଣରୁ ଦୁଇଟି ଗ୍ରେଟର ଫ୍ଲେମିଙ୍ଗୋକୁ ସଫଳତାର ସହ ଧରି ଟ୍ୟାଗ୍ କରାଯାଇଛି। ଫ୍ଲେମିଙ୍ଗୋ ଦ୍ବୟକୁ ୩୦ ଗ୍ରାମ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି, ଯାହାକି ପ୍ରତି ୧୦ ମିନିଟ୍ରେ ପକ୍ଷୀମାନଙ୍କ ଉପସ୍ଥିତି ରେକର୍ଡ କରିବ। ଏହି ଉପକରଣଟି ଶୀତ ଋତୁରେ ଫ୍ଲେମିଙ୍ଗୋଙ୍କର…
କିମ୍ସରେ ପ୍ରଥର ଥର ଲାଗି ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ (ବିଏମଟି) କରି ଓଡ଼ିଶାର ଉନ୍ନତ କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।ପାରମ୍ପରିକ ମ୍ପରିକ ଆଞ୍ଜିଓପ୍ଲାଷ୍ଟି ଦ୍ଵାରା ଚିକିତ୍ସା ହୋଇପାରୁନଥିବା କରୋନାରୀ ଓ ପେରିଫେରା ଆଥେରେକ୍ଟୋମି, ଲିଡ୍ ମ୍ୟାନେଜମେଣ୍ଟ ଭଳି ଜଟିଳ ହୃଦ୍ଯନ୍ତ୍ର ସମସ୍ୟା ଏହି ଲେଜର ମେସିନ୍ ଜରିଆରେ ଚିକିତ୍ସା ହୋଇପାରୁଛି । ଏ ନେଇ କିମ୍ସର ବରିଷ୍ଠ ହୃଦ୍ଶଲ୍ୟ ବିଶେଷଜ୍ଞ ଡା. ଅନୁପମ ଜେନା କହିଛନ୍ତି ଏହା ଦ୍ଵାରା ଆମେ ଅତ୍ୟାଧୁନିକ ହୃଦରୋଗ ଚିକିତ୍ସା ଯୋଗାଇ ଦେଇପାରୁଛୁ । ଏଭଳି ଚିକିତ୍ସା ପୂର୍ବରୁ ଆମ ରାଜ୍ୟରେ ସମ୍ଭବ ହୋଇପାରୁ ନଥିଲା । ରୋଗୀର ଆର୍ଟେରୀରେ ବ୍ଲକେଜ୍ କିମ୍ବା ପେସ୍ମକର୍ ଲିଡ ରିମୁଭାଲ ଭଳି ଜଟିଳ ପ୍ରକ୍ରିୟା ଏବେ ସହଜରେ ହୋଇପାରୁଛି । ମାତ୍ର ୨୦ରୁ ୩୦ ସେକେଣ୍ଡ ମଧ୍ୟରେ ଏହି ଲେଜର ମେସିନ୍ କମ୍ ବୟସର ରୋଗୀଙ୍କୁ ହୃଦ୍ ସମସ୍ୟାରୁ ମୁକ୍ତ କରିପାରୁଛି । ତେବେ ନୟାଗଡ଼…
ରାଗିଂ ଅଭିଯୋଗ ମାମଲାରେ ଛାତ୍ରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ । ଅନାଥାଶ୍ରମରେ ସପ୍ତାହେ ଯାଏଁ ସ୍ବେଚ୍ଛାସେବୀ ଭାବେ ପାଠ ପଢାଇବାକୁ ନିର୍ଦ୍ଦେଶ । ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ ।ସୂଚନାମୁତାବକ ଭୁବନେଶ୍ୱରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନରେ ସିନିୟରମାନେ ଜୁନିୟରଙ୍କୁ ରାଗିଂ କରିଥିବା ନେଇ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଅଭିଯୋଗ ହୋଇଥିଲା । ଏନେଇ ଭରତପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ମାମଲା ବିଚାରାଧୀନ ଥିବା ସମୟରେ ଶୁଭେଚ୍ଛୁ ଓ ଅଭିଭାବକଙ୍କ ହସ୍ତକ୍ଷେପ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ସମାଧାନ ହୋଇଛି ବୋଲି ଦର୍ଶାଇ ମାମଲା ଖାରଜ କରିବାକୁ ସମ୍ପୃକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
ବିଶ୍ଵରେ ମହାପ୍ରଭୁଙ୍କ କୋଟି କୋଟି ଭକ୍ତ ରହିଛନ୍ତି। ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ବିଭିନ୍ନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଦାନ ଆକାରରେ ଆସୁଛି ହେଲେ ଶ୍ରୀକ୍ଷେତ୍ରରୁ ଦୂରରେ ବିଭିନ୍ନ ଜିଲାରେ ରହୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସହଜ ଏବଂ ସରଳରେ ଦାନ ଦେବାର କୌଣସି ବ୍ୟବସ୍ଥା ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେବଳ ସଞ୍ଚାର ମାଧ୍ୟମରେ ଦାନ ଦେବାର ବ୍ୟବସ୍ଥା ରହିଛି। ଏହି ପଦ୍ଧତି ଜଟିଳ ହେବା ସହ ଏହା ମାଧ୍ୟମରେ ବର୍ତ୍ତମାନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଅପରପକ୍ଷରେ ପୂର୍ବରୁ ଷ୍ଟେଟ୍ବ୍ୟାଙ୍କ ଏଟିଏମ୍ ମାଧ୍ୟମରେ ଶ୍ରୀମନ୍ଦିରକୁ ଦାନ ଦେବା ପାଇଁ ବ୍ୟବସ୍ଥା ରହିଥିଲା। ୨୦୧୫ରେ ଏହି ବ୍ୟବସ୍ଥାକୁ ବନ୍ଦ କରିଦିଆଯିବା ପରେ ସାଧାରଣ ଲୋକେ ମହାପ୍ରଭୁଙ୍କୁ ଦାନ ଦେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଶ୍ରୀମନ୍ଦିରରେ ଦାନ ଦେବା ପାଇଁ ହୁଣ୍ଡି, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଏବଂ ସଞ୍ଚାର ମାଧ୍ଯମରେ ବ୍ୟବସ୍ଥା ରହିଛି।୨୦୧୫ରେ ଷ୍ଟେଟବ୍ୟାଙ୍କ ଏଟିଏମ ମାଧ୍ୟମରେ ଟଙ୍କା ପଠାଇବା ବ୍ୟବସ୍ଥା ହଠାତ୍ ବନ୍ଦ…
ଅଯୋଧ୍ୟା ରାମ ମନ୍ଦିରକୁ ପୁରିଲା ବର୍ଷେ । ଅଯୋଧ୍ୟା ସହ ସାରା ଭାରତରେ ଆଜି ରାମଲାଲା ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଗତ ବର୍ଷ ଜାନୁଆରୀ ୨୨ ତାରିଖରେ ଭବ୍ୟ ଆୟୋଜନରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ତିଥି ଅନୁଯାୟୀ ପ୍ରାଣ ପ୍ରତିଷ୍ଠାକୁ ଆଜି ଗୋଟିଏ ବର୍ଷ ପୂରଣ ହେଉଛି। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେପଟେ ସୁରକ୍ଷା ବ୍ୟବସ୍ତା ମଧ୍ୟ କଡାକଡି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନ ୨ଟାରେ ରାମକଥା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାମଚରିତମାନସ ଏବଂ ପ୍ରବଚନ ମଧ୍ୟ କରାଯିବ ।
ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି । ଆସନ୍ତା ୧୬ ତାରିଖାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ ।ଏନେଇ ଶୁକ୍ରବାର ସୂଚନା ଦେଇଛି ଶ୍ରୀମନ୍ଦିର କାର୍ଯ୍ୟାଳୟ । ଏଏସ୍ଆଇର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଭିତର ଓ ବାହାର ରତ୍ନଭଣ୍ଡାର (ଉଭୟର ଭିତର ପାଶ୍ୱର୍) ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଉପର ଆଡୁ ଚୁନ ଛଡ଼ା କାମ ସରିଛି । ଏବେ ଭିତର ରତ୍ନଭଣ୍ଡାର ଭିତର ପାଶ୍ୱର୍ରେ ଖରାପ ହୋଇଯାଇଥିବା ପଥରଗୁଡ଼ିକ କାଢ଼ି ନୂଆ ପଥର ଲଗାଯାଉଛି । ପଥର-ପଥର ଭିତରେ ଥିବା ଜଏଣ୍ଟ ସିଲିଂ (ଯୋଡ଼େଇ ପ୍ଲାଷ୍ଟର)କୁ ପରିଷ୍କାର କରାଯାଇ ନୂଆ ଜଏଣ୍ଟ ସିଲିଂ କରାଯାଉଛି । ଏହି ଦୁଇ କାମ ସରିବା…
ଭୁବନେଶ୍ବର ଘାଟିକିଆ ମୌଜା ଅନ୍ତର୍ଗତ ଖଣ୍ଡଗିରିବାରିସ୍ଥିତ ବୈକୁଣ୍ଠଧାମ ଆଶ୍ରମ ପାଇଁ ବଢିଛି ଅଡ଼ୁଆ । ସରକାରୀ ଅନୁମତି ପତ୍ର ନକଲି ଥିବା ଦର୍ଶାଇ ରାଜ୍ୟସରକାରଙ୍କ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏହା ଉପରେ ଫେବୃୟାରୀ ୩ ତାରିଖରେ କୋର୍ଟରେ ଜବାବ୍ ଦାଖଲ କରିବେ ଆଶ୍ରମ କର୍ତ୍ତୃପକ୍ଷ। ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଫେବୃୟାରୀ ୩ ତାରିଖକୁ ଧାର୍ୟ୍ୟ କରିଛନ୍ତି ଉଚ୍ଚ ଅଦାଲତ।









