Author: sanitelevision

ବଲିଉଡ୍‌ ଅଭିନେତା ତଥା ଛୋଟ ନବାବ ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ। ବାନ୍ଦ୍ରାସ୍ଥିତ ତାଙ୍କର ଘରେ ଚୋର ପଶି ଗୁରୁବାର ସକାଳ ୩ଟାରେ ଏଭଳି କାଣ୍ଡ ଘଟାଇଛନ୍ତି। ୨/୩ ଥର ତାଙ୍କୁ ଛୁରାମାଡ଼ କରାଯାଇଛି। ଘଟଣା ପରେ ସୈଫଙ୍କୁ ସ୍ଥାନୀୟ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଷତ ସ୍ଥାନରେ ଅପରେସନ କରଯାଉଥିବା ସୂଚନା ମିଳିଛି।ପୋଲିସକୁ ଖବର ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଘରେ ଥିବା ସିସିଟିଭିର ଫୁଟେଜ ସହ ନିକଟରେ ଥିବା କ୍ୟାମେରାଗୁଡ଼ିକର ଯାଞ୍ଚ କରାଯାଉଛି। କିନ୍ତୁ ଦୁର୍ବୃତ୍ତ ଜଣକ ତାଙ୍କୁ ଛୁରିରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଅପରପକ୍ଷେ ସୈଫଙ୍କ ଆଘାତ ଗୁରୁତର ନ ଥିବା କୁହାଯାଉଛି।ସୈଫଙ୍କ ଘରେ ପଶିବାକୁ କାହାକୁ ଅନୁମତି ନ ଥାଏ। ଯିଏ ବି ପ୍ରବେଶ କରେ ତାର ଯାଞ୍ଚ କରାଯାଏ। ଏମିତିରେ ସୈଫଙ୍କ ଉପରେ ଆକ୍ରମଣକୁ ସୁରକ୍ଷାରେ ବଡ଼ ଅବହେଳା ବୋଲି କୁହାଯାଉଛି।

Read More

ଦେଶରେ ଏବେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି) ସଂକ୍ରମଣ ହେଉଛି। ଯାହା ଏବେ ଚିନ୍ତାର କାରଣ ପାଲଟିଲାଣି। ସଦ୍ୟତମ ରିପୋର୍ଟ ଅନୁସାରେ କେତେକ ରାଜ୍ୟରେ ଏହି ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ହେଉଛି। ତେବେ ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ନେଇ ସଂପୂର୍ଣ୍ଣ ସଜାଗ ରହିଛନ୍ତି। ତେଣୁ ଭୂତାଣୁକୁ ନେଇ ଆତଙ୍କୀତ ନହେବାକୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ଓଡ଼ିଶାରେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଜନସଚେତନତା ଓ ସତର୍କତା ଦ୍ୱାରା ସଂକ୍ରମଣକୁ ସହଜରେ ପ୍ରତିହତ କରାଯାଇପାରିବ। ତେଣୁ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି।‘‘ଏଚଏମପିଭି ଭାଇରସ୍ ୫ ବର୍ଷରୁ କମ୍ ବୟସ୍କ ପିଲା, ଶ୍ଵାସରୋଗୀ, ବ୍ରୋଙ୍କାଇଟିସ୍ ରୋଗୀ,…

Read More

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆଙ୍କ ଦେହାନ୍ତ ହୋଇଛି।୮୯ ବର୍ଷ ବୟସରେ ତାଙ୍କ ମାଆ ଲୋଭାବତୀ ପରିଡ଼ାଙ୍କ ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ଗାଁରେ ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ହୋଇଛି । ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।ମାଆଙ୍କ ମୃତ୍ୟୁ ଖବର ଶୁଣି ପୈତୃକ ଗାଁ ନିଭରଣରେ ପହଞ୍ଚଛନ୍ତି ପ୍ରଭାତୀ ପରିଡ଼ା।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଲୋଭାବତୀଙ୍କ ତୃତୀୟ ଝିଅ ।ଅନ୍ତିମ ଦର୍ଶନ ପାଇଁ ଗାଁ ଲୋକଙ୍କ ଭିଡ ଲାଗୁଥିବା ବେଳେ ଧୀରେ ଧୀରେ ପରିବାର ସମସ୍ତ ସଦସ୍ୟ ଘରେ ପହଞ୍ଚୁଛନ୍ତି ।

Read More

ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ପରେ ତୁରନ୍ତ ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଳ୍ଲାପାଳ । ସେବା ବିଭ୍ରାଟ ନେଇ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରିବାକୁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଳ୍ପ ସମୟ ମଧ୍ୟରେ ନୀତିକାନ୍ତି ଆରମ୍ଭ ହେବ |ରିପୋର୍ଟ ଆସିବା ପରେ ଯେଉଁ ସେବାୟତଙ୍କ ତ୍ରୁଟି ସାମ୍ନାକୁ ଆସିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବିବାଦ ଦିନ ନୀତିକାନ୍ତି ସମୟରେ ଯେଉଁ ସେବାୟତ ମାନେ ଥିଲେ ସେମାନଙ୍କୁ ନେଇ ତଦନ୍ତ ହେବ । ତଦନ୍ତ ରିପୋର୍ଟରେ ଯେଉଁମାନଙ୍କ ଭୁଲ ସାମ୍ନାକୁ ଆସିବ, ସେମାନଙ୍କୁ ଅତିକମରେ ନିଲମ୍ବିତ କରାଯିବ ।

Read More

ଶ୍ରୀମନ୍ଦିରରେ ଘଟିଲା ଅଘଟଣ । । ମନ୍ଦିର ଭିତରେ ଟଳିପଡିଲେ ସୁଆର ବଡୁ ସେବାୟତ । ବୁଧବାର ଦ୍ବିପ୍ରହର ଧୂପ ପାଇଁ ରତ୍ନ ସିଂହାସନ ନିକଟରେ ପାଣି ପକାଉଥିବାବେଳେ ସୁଆରବଡୁ ସେବାୟତ ଜଗନ୍ନାଥ ମେକାପ ଟଳିପଡ଼ିଥିଲେ।ତେବେ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସେବାୟତଙ୍କ ନାମ ଜଗନ୍ନାଥ ସୁନାଥାଳି ବୋଲି ଜଣାପଡିଛି ।ଛାତିରେ ତାଙ୍କୁ ଯନ୍ତ୍ରଣା ହୋଇଥିଲା ସେ ପଡିଯାଇଥିଲେ ।ଜଗନ୍ନାଥଙ୍କ ଘର ଦୋଳମଣ୍ଡପ ସାହିରେ।

Read More

ବାଘୁଣୀ ରୂପାର ଧଳା ଛୁଆ କିଛିଦିନ ହେବ ଅସୁସ୍ଥ ଥିଲା । ମା’ ଠାରୁ ଅଲଗା ହୋଇ ଅଢେଇ ମାସର ଛୁଆ ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଜାରି ରହିଥିଲା । କିନ୍ତୁ ପରେ ମୃତ୍ୟୂ ଘଟିଥିଲା।ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହାର କାରଣ ଜାଣିବା ପାଇଁ ମୃତ ଶାବକର ପୋଷ୍ଟମର୍ଟମ କରାଯିବ। ସୂଚନାମୁତାବକ ୧୨ ଜାନୁୟାରୀ ୨୦୨୫ରେ, ବାଘ ଶାବକ ଧଳା ବାଘୁଣୀ ଅସୁସ୍ଥ ଥିବା ଦେଖାଯାଇଥିଲା। ଶାବକଟି ବସି ରହୁଥିଲା ଏବଂ ଖାଇବାକୁ ଆସୁ ନଥିଲା। ଶାବକକୁ ମା’ ଠାରୁ ଅଲଗା କରାଯାଇ ପରୀକ୍ଷଣ କରାଯାଇଥିଲା। ଶାବକର ଶରୀରର ତାପମାତ୍ରା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ​​ଏବଂ ତୁରନ୍ତ ଚିକିତ୍ସା ପାଇଁ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଶାବକର ରକ୍ତ ଏବଂ ମଳ ନମୁନା ବିଶ୍ଳେଷଣ ସହିତ ବିସ୍ତୃତ ନିଦାନ ପରୀକ୍ଷା କରାଯାଇଥିଲା।

Read More

ଶେଷରେ କ୍ଷମା ମାଗିଲା ମେଟା । ଭାରତ ଉପରେ ମାର୍କ ଜୁକରବର୍ଗଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରଯାଇଛି । ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଆଇଟି ଏବଂ ଯୋଗାଯୋଗ ବ୍ୟାପାର ସଂସଦୀୟ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଦେଇଛନ୍ତି।ମଙ୍ଗଳବାର ଦିନ କହିଥିଲେ ଯେ ମାର୍କ ଜୁକରବର୍ଗଙ୍କ ମନ୍ତବ୍ୟ ଉପରେ ଏକ ସଂସଦୀୟ କମିଟି ମେଟାକୁ ସମନ କରିବ ।ନିଶିକାନ୍ତ ଦୁବେ X ରେ ପୋଷ୍ଟ କରି ଲେଖିଛନ୍ତି, ‘ଭାରତୀୟ ସଂସଦ ଏବଂ ସରକାରଙ୍କ ଉପରେ ୧୪୦ କୋଟି ଲୋକଙ୍କ ଆଶୀର୍ବାଦ ଏବଂ ସାର୍ବଜନୀନ ବିଶ୍ୱାସ ରହିଛି ।’ ମେଟା ଭାରତୀୟ ଅଧିକାରୀ ଶେଷରେ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି । ସୂଚନାମୁତାବକ ମାର୍କ ଜୁକରବର୍ଗ କହିଥିଲେ କି ମହାମାରୀ କୋଭିଡ ପରିଚାଳାନରେ ଫେଲ ହୋଇଥିବାରୁ ଏଥରକ ନିର୍ବାଚନରେ ମୋଦୀ ସରକାରଙ୍କୁ ବିଶେଷ ସଫଳତା ମିଳିପାରିନି । ଭୋଟରଙ୍କ ଆସ୍ଥା ଓ ବିଶ୍ବାସ ହରାଇଛି ଦଳ ।…

Read More

ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ସୂଚନା ଦେଲେ ବିଏସଇ ଉପସଭାପତି ନିହାର ରଂଜନ ମହାନ୍ତି । ବୋର୍ଡରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବହାର ହେବ । ୧୮୩ ଟି ସେଣ୍ଟରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବାକ୍ସରେ ଲାଗିବ ଡିଜିଟାଲ ଲକର ।ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ ।ଅନ୍ୟପଟେ ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନର ଜରିଆରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ । ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ଏପରି ବଡ଼ ବ୍ୟବସ୍ଥା ହୋଇଛି ।

Read More

ଫେବ୍ରୁଆରୀ ୧ ତାରିଖରୁ ଆଉ ମିଳିବନି ଚାଉଳ କିମ୍ବା ଗହମ । ରାସନ କାର୍ଡରେ ଯେଉଁମାନେ eKYC କରିନାହାନ୍ତି ସେମାନଙ୍କର କାର୍ଡ କାଟିଦିଆଯିବ । ଆଉ ଆଗକୁ eKYC କରିବା ପାଇଁ ସୁଯୋଗ ମିଳିବ ନାହିଁ ।ଗତ ସପ୍ତାହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ, ଜାନୁଆରୀ ୩୧ ତାରିଖ ସୁଦ୍ଧା ekyc ନକଲେ କଟିଯିବ ରାସନ କାର୍ଡ । ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ekyc କରିନାହାନ୍ତି । ଯଦି ସେମାନେ ଜାନୁଆରୀ ୩୧ ସୁଦ୍ଧା eKYC ନକରନ୍ତି ତେବେ ସେମାନେ ଆଉ ଚାଉଳ ପାଇବେ ନାହିଁ । ବାହାର ରାଜ୍ଯରେ ଥିବା ଲୋକଙ୍କର eKYC କରାଯାଉଛି । ଅଫିସର ମାନେ ନିଜେ ଯାଇ ସେମାନଙ୍କର KYC କରୁଛନ୍ତି । ଏହି ପ୍ରକ୍ରିୟା ସରିବା ପରେ ଯାଇ ନୂଆ ରାସନ କାର୍ଡ ଯୋଗାଇ ଦିଆଯିବ ।ଜାନୁଆରୀ ୩୧ ତାରିଖ ପରେ ଆଉ ମିଳିବ ନାହିଁ ରାସନ…

Read More

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। ସେ ପୁଣି କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଜାନୁୟାରୀ ମାସର। ସୂଚନାମୁତାବକ ତୁଳା ଭିକ୍ଷାବୃତ୍ତି କରି ସଂଚୟ କରିଥିବା ଏକ ଲକ୍ଷ ଟଙ୍କା ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ଏହି ଖବର ସମଗ୍ର ରାଜ୍ୟ ଓ ଦେଶରେ ଏକ ଆଲୋଚନାର ଖବର ହୋଇଥିବା ବେଳେ ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ ଷ୍ଟାଡ଼ିୟମ୍‌‌ ଠାରେ ଆୟୋଜିତ ନିର୍ବାଚନ ସଭାରେ ନିଜେ ପ୍ରଧାନମନ୍ତ୍ରୀ ତୁଳା ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଯାହାକି ସେହି ସମୟରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା।

Read More