Author: sanitelevision

ଖଣ୍ଡଗିରି ଯାତ୍ରା ପରିବେଷଣରେ ଅଶ୍ଲୀଳତାକୁ ନାଁ। ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ ହେବ। କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବନି।ଏହି ମେଳା ପୂର୍ବରୁ ଯାତ୍ରାରେ ଆଇଟମ୍ ଡ୍ୟାନ୍ସ, ଡବଲ୍ ମିନିଙ୍ଗଗ୍ ଡାଇଲଗ୍ ଉପରେ କଟକଣା ଲାଗୁ କରାଯାଇଛି ।ଏଥରର ଖଣ୍ଡଗିରି ଯାତ୍ରାରେ ସମସ୍ତ ପ୍ରକାର ଅଶ୍ଳୀଳ ପ୍ରଦର୍ଶନକୁ ବାରଣ କରାଯାଇଛି । ଅଶ୍ଳୀଳ ରଙ୍ଗଢଙ୍ଗରେ ନୃତ୍ୟ ପରିବେଷଣ କରାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଜାରି ହୋଇଛି ।ଅଶ୍ଳୀଳ ନୃତ୍ୟ ହେଲେ ଯାତ୍ରାକୁ ଅଧାରୁ ରୋକି ଦିଆଯିବ ବୋଲି କୁହାଯାଇଛି । ଏନେଇ ଯାତ୍ରା କମିଟି ସଦସ୍ୟ ଓ ପୋଲିସ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି।

Read More

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ବନ୍ଦ କରିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ରହିବ । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନର ଜରିଆରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ । ଦେଶରେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ଓ ଦେଶର ପ୍ରମୁଖ ପରୀକ୍ଷା ପରିଚାଳନା ବୋର୍ଡ ଅନୁଧ୍ୟାନ କରିବା ପରେ ଏହି ୱାଟର ମାର୍କ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି । ରୀକ୍ଷାମୂଳକ ଭାବେ ଆସନ୍ତା ୧୭ ରେ ହେବାକୁ ଥିବା ଓଷ୍ଟେଟ ପରୀକ୍ଷା ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ଲଗାଯାଇଛି । ପ୍ରତ୍ୟେକ ପ୍ରଶ୍ନପତ୍ରର ସିରିଏଲ…

Read More

ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ ଗତକାଲି କଂସବଧ ହୋଇଛି। ବରଗଡ଼ ଚାଲିଥିବା ଧନୁଯାତ୍ରା ଶେଷ ହେବା ପରେ କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଆସିଛନ୍ତି ପୁରୀ। ଶଙ୍କରାଚାର୍ଯ୍ୟ ମଠରେ ପହଞ୍ଚିବା ପରେ ମହୋଦଧିରେ ସ୍ନାନ କରିଛନ୍ତି | ଏଥିସହ ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଛନ୍ତି।ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ ଓ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ ।ସେହିପରି ମୁନିଋଷିଙ୍କ ପ୍ରତି ଅତ୍ୟାଚାର କରିଥିବାରୁ କ୍ଷମା ମାଗିଛନ୍ତି ।

Read More

ଆସନ୍ତାକାଲି ତା୧୫.୧.୨୦୨୫ରିଖ, ବୁଧବାର ମାଘ:କୃଷ୍ଣ ଦ୍ୱିତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ପ୍ରତିମାସରେ ହାରାହାରି ଦୁଇଥର ହୋଇଥାଏ। ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥାଏ। ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ। ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ।ନୂଆବର୍ଷ ସାଙ୍ଗକୁ ଏବେ ନାନା ପର୍ବ ପର୍ବାଣି ଏବଂ ମକର ସଂକ୍ରାନ୍ତି ଥିବାରୁ ଶ୍ରୀମନ୍ଦିରରେ ଅନେକ ଶ୍ରାଦ୍ଧଳୁଙ୍କର ଭିଡ଼ ଲାଗୁଛି। ତେଣୁ ମହାପ୍ରଭୁଙ୍କର ରୀତିନୀତି ପାଇଁ 5 ଘଣ୍ଟା ଦର୍ଶନ ବନ୍ଦ ହେଲେ ଅନେକ ଭକ୍ତଙ୍କୁ ନିରାଶ ହେଇ ଫେରିବାକୁ ପଡିପାରେ।

Read More

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିବା ଯୁବତୀ ଆଜି ଦୀର୍ଘ ୪୮ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବରଗଡ଼ ଜିଲ୍ଲାର କୁର୍ଲା ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛନ୍ତି। ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ରହଛି। ସମ୍ପୃକ୍ତ ଯୁବତୀଙ୍କ ପ୍ରତି ପାଶବିକ ଅତ୍ୟାଚାର ହୋଇଥିବା ଅନୁମାନ ହେଉଛି। ତାଙ୍କୁ ବୁର୍ଲା ଭୀମସାର ମେଡ଼ିକାଲକୁ ନିଆଯାଇଛି।ତେବେ ସେ ସମୟର ଘଟଣା କେତେ ଯେ ଭୟଙ୍କର ହୋଇଥିବ ପରିବାର ଲୋକେ କହି ବାହୁନି ବାହୁନି କାନ୍ଦୁଛନ୍ତି ଓ ନ୍ୟାୟ ପାଇଁ ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି। ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି।

Read More

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ଲାଗି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ପୂର୍ବ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସେ କହିଛନ୍ତି, ପୂର୍ବରୁ ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ) ଥାଇ କି ଲୋକେ ପ୍ରତ୍ୟାଖ୍ୟାତ ହେଉଥିଲେ। ବହୁତ ସ୍ଥାନରେ ଲୋକେ ଶୋଷିତ ହେଉଥିଲେ। ହସ୍ପିଟାଲମାନେ ମନ ଇଚ୍ଛା ବିଲ କରୁଥିଲେ। ପୂର୍ବ ସରକାରର ଅନେକ ଲୋକ ଦୁର୍ନୀତିରେ ସମ୍ପୃକ୍ତ ଥିଲେ।ତେବେ ବିଏସକେଓ୍ବାଇ କାର୍ଡରେ ଦୁର୍ନୀତି ହୋଇଛି । ଖୁବଶୀଘ୍ର ଏହାର ତଦନ୍ତ ହେବ ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅନ୍ୟପଟେ ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ସୋମବାର ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ହେଲଥ ଅଥରିଟି ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ…

Read More

ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ବଡ଼ଦେଉଳର ନାଟମଣ୍ଡପରେ ଏଣିକି ସହଜ ହେବ ଜଗା ଦର୍ଶନ । ଧାଡ଼ି ଦର୍ଶନ ପାଇଁ ର‌୍ୟାମ୍ପ ଓ ବ୍ୟାରିକେଡ୍‌ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ । ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ । ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ୬ ଥାକିଆ ଧାଡି ଦର୍ଶନ ମଧ୍ୟରେ ପ୍ରଥମ ଧାଡି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ଦ୍ୱିତୀୟ ଧାଡିରେ ମହିଳା, ପରେ ଛୋଟପିଲା ଓ ବରିଷ୍ଠ ନାଗରିକ ମାନଙ୍କ ହୋଇଛି କାଷ୍ଠ ନିର୍ମିତ ରାମ୍ପ ଓ ବ୍ୟାରିକେଡ୍ । ସେହିପରି ମକର ସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ…

Read More

ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୁଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୁଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଗତକାଲି ପୌଷ ପୂର୍ଣ୍ଣମୀରେ ପ୍ରଭୁ ନୀଳମାଧବଙ୍କ ସୁନା ବେଶ ଦର୍ଶନ ଓ ଭଜନ ସନ୍ଧ୍ୟାକୁ ଉଦଘାଟନ କରିବାକୁ ଆସିଥିଲେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନା । କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ଫେରୁଥିଲେ । ନୟାଗଡ଼ ଖଣ୍ଡପଡା ଥାନା ବରକୋଳା ନିକଟରେ ବାଲି ଭର୍ତ୍ତି ହାଇୱା ଦେଖି ଅଟକାଇଥିଲେ । ଗାଡିକୁ ଅଟକାଇ ବାଲି ଚାଲାଣର କାଗଜ ପତ୍ର ମଧ୍ଯ ମାଗିଥିଲେ । ହାଇୱା ଗାଡି କାଗଜ ମାଗିଥିବା ବେଳେ କୌଣସି ବାଲି ବୋଝେଇ ଗାଡିର କେ ଫର୍ମ ନଥିବା ଦେଖିବାକୁ ମିଳିଥିଲା । ବାଲି ବୋଝେଇ ଗାଡ଼ି ମହାନଦୀ ଘାଟରୁ ବାଲି ଉଠାଇ ବେଆଇନ ଭାବେ…

Read More

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ପରମେଶ୍ବର ମହାଦେବ ମନ୍ଦିର ସଂଲଗ୍ନ ଅନୁସୟା ଘାଟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବୁଡ଼ ପକାଇଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୭ ଥର ମକରବୁଡ ପକାଇ ଥିଲେ। ଭୁବନେଶ୍ୱରରୁ ବିମାନରେ ଆସି ସକାଳ ୯ଟା ୪୦ ମିନିଟ୍ ରେ ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଥିଲେ । ଏହାପରେ ସେଠାରୁ କେନ୍ଦୁଝର ଦେଇ ସଡ଼କ ପଥରେ ୧୦ ଟା ୪୦ ମିନିଟ୍‌ରେ ପାଟଣାରେ ପହଞ୍ଚିଥିଲେ ।ସେଠାରେ ବୈତରଣୀ ନଦୀରେ ମୁଖ୍ୟମନ୍ତ୍ରୀ ମକର ବୁଡ଼ ପକାଇଛନ୍ତି । ଏହାପରେ ନଦୀ କୂଳରେ ଥିବା ପରମେଶ୍ଵର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେଠାରୁ ଯାଇ ସେ ପାଟଣାର ପୁରାତନ ଆନନ୍ଦେଶ୍ୱର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆଜି ସ୍ଥାନୀୟ ଅଞ୍ଚଳରେ ଥିବା ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମନ୍ଦିର ଦର୍ଶନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା…

Read More

ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍‌ ଫର୍‌ଗେଟ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷା ସୋମବାର ରାଜସ୍ଥାନର ଜୈସଲମୈର ଜିଲ୍ଲାର ପୋଖରାନ୍‌ରେ ଫିଲ୍ଡ ଫାୟାରିଂ ରେଞ୍ଜରେ କରାଯାଇଛି ।ଉକ୍ତ ପରୀକ୍ଷଣରେ ‘ନାଗ ମାର୍କ ୨’ ମିଶାଇଲ ଠିକ୍‌ ଭାବେ ନିଜର ସମସ୍ତ ଟାର୍ଗେଟକୁ ନଷ୍ଟ କରିଦେଇଥିଲା। ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି। ଏହାସହ ‘ନାଗ ମାର୍କ ୨’ ମିଶାଇଲ ଭାରତୀୟ ସେନାରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।ନାଗ MK-2 ହେଉଛି ଭାରତୀୟ ସେନା ପାଇଁ ଏକ ଉନ୍ନତ ଆଣ୍ଟି-ଟ୍ୟାଙ୍କ୍‌ ଗାଇଡ୍‌ ମିସାଇଲ୍‌ ସିଷ୍ଟମ୍‌। ଏହା ଏକ ହାଲୁକା ମିସାଇଲ ଯାହା ସମସ୍ତ ପାଣିପାଗ ପରିସ୍ଥିତିରେ କାମ କରିବାକୁ ସକ୍ଷମ ହେବ। ଏହାର…

Read More