Author: sanitelevision

ଓଡ଼ିଶାର ଦୁଇଟି ଜିଲାରେ ସୁନା ଖଣି ମିଳିଛି, ଯେଉଁଥିରୁ ଗୋଟିଏ ବ୍ଲକ କେନ୍ଦ୍ର ଦ୍ୱାରା ନିଲାମ କରାଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି।ରାଜ୍ୟର ଦେବଗଡ ଓ କେନ୍ଦୁଝର ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି ନାହିଁ ବୋଲି ବିଧାନସଭା ପ୍ରଶ୍ନ କାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ।ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାର ଆଡାସ ଏବଂ ଗୋପୁର ଅଞ୍ଚଳରେ ଯଥାକ୍ରମେ ସୁନା ଗଚ୍ଛିତ ମିଳିଛି। ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (GSI) ଦେବଗଡ଼ ଜିଲାର ଆଡାସ ଅଞ୍ଚଳରେ ଜି -୨ ସ୍ତରରେ ଗବେଷଣା କରିଛି ଏବଂ ତମ୍ବା ସହିତ ସୁନା, ନିକେଲ, ରୂପା ଏବଂ ଗ୍ରାଫାଇଟ୍ ଖଣିଜ ପଦାର୍ଥ ପାଇଛି। ଯେହେତୁ ନିକେଲ ଏବଂ ଗ୍ରାଫାଇଟ୍…

Read More

ହୀରାକୁଦ୍‌କୁ ନେଇ ତୁ ତୁ ମେଁ ମେଁ । ହୀରାକୁଦରେ ଅଳ୍ପ କିଛି ଫାଟ ସରକାରଙ୍କ ନଜରକୁ ଆସିଛି । ଫାଟ ଗୁଡିକ କଂକ୍ରିଟର ଉପରିସ୍ଥ ଭାଗରେ ରହିଛି । ଏହି ଫାଟ ଗୁଡ଼ିକ ଡେଡ୍‌ ଓ ଇନ୍‌ ଅକ୍ଟିଭ ଥିବା ଉତ୍ତରରେ କହିଛନ୍ତି ମୋହନ ମାଝୀ । ସିଏସ୍‌ଏମଆରଏସ୍‌ ସଂସ୍ଥା ଏହି ଫାଟର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛି । ଫାଟ ଗୁଡିକର ମରାମତି ପାଇଁ ସର୍ଭେ କରାଯିବ। ଏଥିପାଇଁ କ୍ୟାବିନେଟ ସ୍ବୀକୃତି ମିଳିଛି । ଅନ୍ୟପକ୍ଷେ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ କି, ହୀରାକୁଦରେ ସୁକାସୋଢା ଶୁଖିଗଲାଣି, ସେଠାରେ କିଛି ବ୍ୟାରେଜ୍ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି କି ? ଯାହାର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଘେରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଛତିଶଗଡ଼ରେ ଯେଉଁ ଡ୍ୟାମ୍‌ ହୋଇଛି । ତାକୁ ନେଇ ବିଧାନସଭାରେ ଅନେକ…

Read More

ଗୁରୁବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ। ଏଥିସହିତ ୮୧୨ ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି ହେବ । ଏଥିପାଇଁ ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ଏନେଇ ଖୁବଶୀଘ୍ର କାମ ହେବ । ଅନ୍ୟପକ୍ଷେ ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ କଡ଼ା ଟାର୍ଗେଟ କରି କହିଛନ୍ତି, ଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା କିନ୍ତୁ କାର୍ଯ୍ୟକାରୀ ଶୂନ। ଯେଉଁ ନିଷ୍ପତ୍ତି ନେଲେ ଆମ ସରକାର କରିବ ବୋଲି ଛାଡ଼ିକି ଗଲେ। ଯାହ 5T କାଗଜପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରୁଥିଲା। ଏଷ୍ଟିମେଟ କଲା, ଟେଣ୍ଡର ହେଲା, କିନ୍ତୁ ଓର୍‌ବ୍‌କ ଅର୍ଡର ପରେ ପଇସା ମିଳିଲ ନାହିଁ। ରିଲିଫ ଫଣ୍ଡରେ ଯେତିକି ଟଙ୍କା…

Read More

ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାରେ, ଓଡ଼ିଶାର ବଲାଙ୍ଗୀର ଜିଲାର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଗତ ତିନି ମାସ ଧରି ଦରମା ନପାଇବାରୁ ଶ୍ରମିକ ଭାବରେ କାମ କରିବା ପାଇଁ ଗୋଟିଏ ଦିନ ପାଇଁ ଛୁଟି ମାଗିଥିବା ଜଣାପଡ଼ିଛି।ପ୍ରଧାନ ଶିକ୍ଷକ ବି ଦରଖାସ୍ତକୁ ଗ୍ରହଣ କରିଛନ୍ତି । ଶିକ୍ଷକ ପ୍ରଭୁଦତ୍ତ ସ୍କୁଲରେ ଶିକ୍ଷକତା କରି ଯାହା ରୋଜଗାର କରି ଆଣନ୍ତି ସେଥିରେ ପରିବାର ଚଳେ । କିନ୍ତୁ ଦରମା ଟଙ୍କା ମିଳିନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରଭୁଦତ୍ତ । ଏବେ ଘରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ମୂଲ ଲାଗିବା ପାଇଁ ବାହାରିଛନ୍ତି । ସପ୍ତାହର କିଛି ଦିନ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବେ । ଆଉ ଗୋଟେ ଦିନ ଛୁଟି ନେଇ ମୂଲ ଲାଗିବେ । ମୂଲ ପଇସାରେ ନିଜ ଆର୍ଥିକ ସମସ୍ୟାକୁ ଅଳ୍ପ ବହୁତ ଦୂର କରିବେ ଭାବିଛନ୍ତି ସହକାରୀ ଶିକ୍ଷକ ପ୍ରଭୁଦତ୍ତ…

Read More

ସ୍ପାଇଡର ସତୀଶକୁ ନେଇ ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଅଭିଯୋଗରେ ଗିରଫ ହୋଇଛି ସ୍ପାଇଡର ସତୀଶ । କିପରି ପାଚେରି ଡେଇଁ ଚୋରି କରିଥିଲା ଏବଂ ଚୋରି ପରେ କିପରି ସେଠାରୁ ଖସି ଯାଇଥିଲା ତାର ଡେମୋ ଦେଖାଇଛି । ସତୀଶକୁ କମିଶନରେଟ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି । ଆଜି ରିମାଣ୍ଡର ତୃତୀୟ ଦିନରେ ଡେମୋ ଦେଖାଇଛି ସ୍ପାଇଡର । ଖବର ଅନୁଯାୟୀ, ଜାନୁଆରୀ ୨୬ ତାରିଖରେ ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା । ଘରୁ ସୁନା-ହୀରା ସହ ନଗଦ କିଛି ଟଙ୍କା ଲୁଟ ହୋଇଥିଲା । ଏହାପରେ ସ୍ପାଇଡର ବିଶାଖାପାଟଣା ଚାଲିଯାଇଥିଲା । ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ସ୍ପେଶାଲ ସ୍କ୍ୱାର୍ଡ ସହ…

Read More

ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଥାଉକି, ଛତିଶଗଡରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏହି ଅବସରରେ ମାତିଛନ୍ତି ମାଓବାଦୀ । ନିର୍ବାଚନ ବେଳେ ହିଂସା କାଣ୍ଡ ଘଟାଇ ବିଜାପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ମାଓବାଦୀ । ତେବେ ମାଓବାଦୀଙ୍କୁ ଉଚିତ୍ ଜବାବ୍ ଦେବା ଲାଗି ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି । କମ୍ୱିଂ ଅପରେସନ ଆରମ୍ଭ କରିଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।

Read More

ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଅଘଟଣ । ବାହାଘର ପ୍ରୋସେସନ୍ ବେଳେ ବାଣ ନିଆଁ ପଡ଼ି ଜଗନ୍ନାଥଙ୍କ ରଥରେ ଲାଗିଲା ନିଆଁ ।ବହୁ ପୁରାତନ ସୁକିନ୍ଦା ଗଡ଼ ଜଗନ୍ନାଥ ମନ୍ଦିରରେ ରଥଯାତ୍ରାରେ ବ୍ୟବହୃତ ରଥଟି ରଥଯାତ୍ରା ପରେ ମନ୍ଦିର ସମ୍ମୁଖରେ ରହିଥାଏ । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ପ୍ରୋସେସନ୍ ଯାଉଥିବା ସମୟରେ ବାଣ ନିଆଁ ପଡ଼ି ହଠାତ୍ ରଥର ଅଗ୍ରଭାଗ ଜଳିବାକୁ ଲାଗିଥିଲା । ଏହାଦେଖି ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ରଥର ଅଧିକାଂଶ ଅଂଶ ଜଳି ଯାଇଥିଲା ।

Read More

ଓମଫେଡ୍ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରୁନାହାଁନ୍ତି ।ରାଉରକେଲା ପୋଲିସ୍ 13 ଲିଟର ନକଲି ଘିଅ ଜବତ କରିଛି। ଓମ୍ଫେଡ୍ କମ୍ପାନୀ ରାଉରକେଲା ଏସ୍ପିଙ୍କୁ ନକଲି ଘିଅ ବିଷୟରେ ଜଣାଇବାରୁ ଏସ୍ପିଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ସୂଚନା ଅନୁସାରେ, ରାଉରକେଲା ସହରରେ ନକଲି ଓମଫେଡ୍‌ ଘିଅର କାରବାର ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏନେ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ରାଉରକେଲା ପୋଲିସ ଏବଂ ଓମଫେଡ୍ ର ଅଧିକାରୀଙ୍ଲ ମିଳିତ ଟିମ୍ ସହରର ପ୍ଲାଣ୍ଟ୍‌ସାଇଟ ହୋଲସେଲ୍‌ ବଜାର ସେକ୍ଟର -୭ ଓ ୮ ନମ୍ବର ମାର୍କେଟ ସମେତ ଅନ୍ୟ କିଛି ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ବର୍ତ୍ତମାନ ସୁଦ୍ଧା ୧୭ ଲିଟର ନକଲି ଓମଫେଡ୍ ଘିଅ ଜବତ…

Read More

ରିମାଣ୍ଡରେ ବାହାରିବ ସତ । କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଅଦ୍ଭିକ୍‌ ଶ୍ରୀବାସ୍ତବକୁ ରିମାଣ୍ଡରେ ନେଇଛି ଇନ୍‌ଫୋସିଟି ପୋଲିସ । ଗୁରୁବାରଠୁ ଅଭିଯୁକ୍ତ ଅଦ୍ଭିକ୍‌ ଶ୍ରୀବାସ୍ତବକୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକ୍ରିତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍‌ ମୋବାଇଲରେ ରଖିଥିଲେ। ଫଟୋ ଓ ଭିଡିଓ ଜରିଆରେ ସେ ପ୍ରକ୍ରିତିଙ୍କୁ ବ୍ଲାକମେଲ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି କାରଣରୁ ଉଭୟ କିଟ୍‌ ଇଣ୍ଟରନ୍ୟାଶନାଲ ରିଲେଶନ୍‌ ଅଫିସ (ଆଇଆର୍‌ଓ)ର ସାହାଯ୍ୟ ନେଇଥିବାବେଳେ ଦୁଇଥର ଏହି ସମସ୍ୟାର ଆପୋସ ସମାଧାନ ହୋଇଥିଲା। ହେଲେ କିଛିଦିନ ଯିବା ପରେ ଆଦଭିକ୍‌ ପୂର୍ବଭଳି ସମ୍ପର୍କ ରଖିବା ପାଇଁ ପୀଡିତାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ପ୍ରକ୍ରିତି ରାଜି…

Read More

ଗ୍ରୀଡ୍‌କୋ ବିଦ୍ୟୁତ୍‌ ନିୟାମକ ଆୟୋଗ ଗ୍ରୀନ୍‌ ଏନର୍ଜି ଓପନ ଆକ୍ସେସ୍‌ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍‌ ଏଚ୍‌ ୨ ପ୍ରାଇଭେଟ୍‌ ଲିମିଟେଡ୍‌୍‌ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ମେଟ୍ରିକ ଟନ୍‌ ବିଶିଷ୍ଟ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟର ସବୁଜ ପାୱାର ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବ।ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା, ଆମେ ଆମ ରାଜ୍ୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୨୨,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସହିତ ୧୪ଟି ସବୁଜ ହାଇଡ୍ରୋଜେନ୍/ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରିଛୁ । ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଏବଂ ଆମୋନିଆ ଶିଳ୍ପ ପ୍ରତିଷ୍ଠାରେ ଏହା ଏକ ଐତିହାସିକ ଘଟଣା ।ଯେହେତୁ ଅକ୍ଷୟ ଶକ୍ତି ବିଦ୍ୟୁତ୍‌ ଉତ୍ପାଦନ ଅସ୍ଥିର,…

Read More