Author: sanitelevision

ଭାରତୀୟ ପାଣିପାଗ କେନ୍ଦ୍ର ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ଭାବ୍ୟ ବର୍ଷାକୁ ନେଇ ନୂଆ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ କହୁଛି, ଏଥର ଜାନୁଆରୀରୁ ମାର୍ଚ୍ଚ ଭିତରେ ଉତ୍ତର ପଶ୍ଚିମ ଭାରତକୁ ଛାଡ଼ିଦେଲେ ବାକି ସବୁଠି ବର୍ଷା ସ୍ୱାଭାବିକଠାରୁ ଅଧିକ ରହିପାରେ ।କୋହଲା ପାଗ ସହ ବର୍ଷା ହେବ ଏବଂ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୀତ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ଉପକୂଳରେ ବଢ଼ିବାର ସମ୍ଭାବନା ରହିଛି।ରାଜ୍ୟର କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଶୀତ ବଢ଼ିବ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ।ଜାନୁଆରୀ ମାସରେ ବି ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଏହି…

Read More

ରାଜ୍ୟକୁ ଫେରିଛି ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାରଠାରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବାର ସମ୍ଭାବନା ରହିଥିବା ଅନୁମାନ କରିଛି ପାଣିପାଗ ବିଭାଗ।ଏହି ଆକଳନ ଅନୁସାରେ ୨ ତାରିଖରେ ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ, ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳ ୧୧, କଟକ ୧୪, ଭୁବନେଶ୍ୱର ୧୫ ଡିଗ୍ରୀ ସେଲସିୟସ୍‌ ରହିପାରେ । ଦିନକ ପରେ ଅନେକ ସ୍ଥାନରେ ପାରଦ ସାମାନ୍ୟ ବଢ଼ିପାରେ । ୩ ତାରିଖରେ ଭୁବନେଶ୍ୱର ୧୬, ରାଉରକେଲା ୧୧ ଡିଗ୍ରୀ ରହିପାରେ । ଅନ୍ୟପଟରେ ଗତ ୨୪ ଘଣ୍ଡାରେ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ନେଇ ରେକର୍ଡ ଭାଙ୍ଗିଛି ରାଉଲକେଲା ସହର । ବର୍ଷକର ସବୁଠୁ ଥଣ୍ଡା ସହର ପାଲଟିଛି । ଯାହାର…

Read More

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠୁ ପରୀକ୍ଷା ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ।ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରି ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାର ୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଦୁଇ ଘଣ୍ଟା ଅବଧି ରହିଛି। ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ସରିବା କ୍ଷଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାନୁଆରି ୧୦ରୁ…

Read More

ଚଳିତବର୍ଷ ମୋଟ ୪ଟି ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟୋପରାଗ ହେଉଥିବାବେଳେ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବ। ସେଥିମଧ୍ୟରୁ କେବଳ ଗୋଟିଏ ପୂଣ୍ଣର୍ର୍ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ ବୋଲି ଜନବିଜ୍‌ୟାନୀ ଡ. ଶୁଭେନ୍ଧୁ ପଟ୍ଟନାୟକ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ, ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟ୍‌ଲାଣ୍ଟିକ୍‌ ମହାସାଗର ଅଞ୍ଚଳରେ ଦେଖାଯିବ। ଏହା ଭାରତରୁ ଦୃଶ୍ୟମାନ ହେବ ନାହିଁ। ଆଂଶିକ ସୂର୍ଯ୍ୟ ପରାଗ ମାର୍ଚ୍ଚ ମାସ ୨୯ ତାରିଖରେ ଉତ୍ତର ଆମେରିକା, ଗ୍ରୀନ୍‌ଲ୍ୟାଣ୍ଡ, ଆଇସ୍‌ଲ୍ୟାଣ୍ଡ, ଉତ୍ତର ଆଟ୍‌ଲାଣ୍ଟିକ୍‌ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷରେ ଦୃଶ୍ୟମାନ ହେବ। ଏହା ମଧ୍ୟ ଭାରତରୁ ଦୃଶ୍ୟମାନ ହେବ ନାହିଁ। ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ ସେପ୍ଟେମ୍ୱର ୨୧-୨୨ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକାରେ ଦୃଶ୍ୟମାନ ହେବ। ଏହା ମଧ୍ୟ…

Read More

ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋଶାଲ ମିଡିଆ। ହ୍ୱାଟସଆପ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ। ଏସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର ଭାବେ ବାଛିଛନ୍ତି ସାଇବର କ୍ରିମିନାଲ।୨୦୨୪ର ପ୍ରଥମ ୩ ମାସ ମଧ୍ୟରେ କେବଳ ହ୍ବାଟ୍ସଆପ୍‌ ଯୋଗେ ସାଇବର ଅପରାଧ ହୋଇଥିବା ନେଇ ୪୩,୭୯୭ ଅଭିଯୋଗ ଗ୍ରହଣ କରାଯାଇଥିଲା। ସେହିପରି ଯଥାକ୍ରମେ ଟେଲିଗ୍ରାମ ଓ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ସାଇବର ଅପରାଧ ହୋଇଥିବା ନେଇ ୨୨,୬୮୦ ଏବଂ ୧୯,୮୦୦ ଅଭିଯୋଗ ଗ୍ରହଣ କରାଯାଇଥିଲା।ସାଇବର ଠକ ଗୁଗୁଲ ସେବା ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରୁଛନ୍ତି। ଗୁଗୁଲ ବିଜ୍ଞାପନ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ସାଇବର ଠକ। ସାଇବର ଅପରାଧୀ ମୁଖ୍ୟତଃ ବେକାରୀ, ଗୃହିଣୀ, ଛାତ୍ରଛାତ୍ରୀ, ଅଭାବୀ ଲୋକଙ୍କୁ ଅଧିକ ଟାର୍ଗେଟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

Read More

ରାଜସ୍ଥାନ କୋଟପୁତଲୀରେ ବୋରୱେଲକୁ ଖସିପଡିଥିବା ୩ ବର୍ଷର ଝିଅ ଚେତନା ଜୀବନ ଯୁଦ୍ଧ ହାରି ଯାଇଛି। ଚେତନାକୁ ବୋରୱେଲରୁ ୧୦ମ ଦିନରେ ବାହାର କରାଯାଇଛି। ବୋରୱେଲରୁ ବାହାରିବାମାତ୍ରେ ତାକୁ ବିଡିଏମ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଛନ୍ତି। ହସ୍ପିଟାଲର ଜିଲ୍ଲା କଲେକ୍ଟର କଳ୍ପନା ଅଗ୍ରୱାଲଙ୍କ ସମେତ ଅନ୍ୟ ଉଚ୍ଚ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଡିସେମ୍ବର ୨୩ ତାରିଖରେ ରାଜସ୍ଥାନର କୋଟପୁଟଲିର ବାଡିଆଲି ଗାଁରେ ୩ ବର୍ଷର ଚେତନା ବୋରୱେଲକୁ ଖସି ପଡ଼ିଥିଲା। ସେବେଠାରୁ ପ୍ରଶାସନ, ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ନାବାଳିକାଙ୍କୁ ଉଦ୍ଧାର କରିବା ରେ ଲାଗିପଡ଼ିଥିଲେ।ଏହି ଅପରେସନ ୧୦ ଦିନ ଧରି ଚାଲିଥିଲା ।ତିନି ବର୍ଷର ଚେତନାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା । ଏହି ସମୟରେ ବୋରୱେଲ ଭିତରକୁ ଅକ୍ସିଜେନ ମଧ୍ୟ ଛଡାଯାଉଥିଲା ସେତେବେଳେ ମଧ୍ୟ କ୍ୟାମେରାରେ ଝିଅର ମୁଭମେଣ୍ଟ ଦେଖା ଯାଉନଥିଲା। ଡିସେମ୍ବର ୨୬ ତାରିଖ ଦିନ ଉଦ୍ଧାର…

Read More

ସମ୍ବଲପୁରରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ । ଏଥିପାଇଁ ୧୬୩ ଧାରା ଲାଗୁ କରାଯାଇଛି । ମୋତିଝରଣ ଛକରୁ ୨୦୦ ମିଟର ଯାଏଁ ୧୬୩ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଉଚ୍ଛେଦ ସମୟରେ ଯେମିତି କୌଣସି ବିଶୃଙ୍ଖଳା ନଘଟେ ସେଥିପାଇଁ ୧୬୩ ଧାରା ଜାରି କରାଯାଇଛି । ଏହାସହିତ ଏହି ଉଚ୍ଛେଦ କାମରେ ୨ ଅତିରିକ୍ତ ଏସ୍‌ପି, ୨ ଏସ୍‌ପିଡିଓ, ୫ ଥାନା ଅଧିକାରୀ, ୨୦ରୁ ଅଧିକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Read More

ନୂଆବର୍ଷରେ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜ ନାଁ ବଦଳାଇଛନ୍ତି। ତେବେ ବାସ୍ତବ ଜୀବନରେ ସେ ନିଜ ନାମ ପରିବର୍ତ୍ତନ କରିନାହାନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟର ପ୍ରୋଫାଇଲ ନାମକୁ ମସ୍କ ବଦଳାଇ ‘କେକିଅସ ମାକ୍ସିମସ’ ରଖିଛନ୍ତି।ଏପରିକି ସେ ନିଜର ପ୍ରୋଫାଇଲ୍ ଫଟୋ ମଧ୍ୟ ବଦଳାଇ ‘ପେପ୍ ଦ ଫ୍ରଗ୍’ ନାମକ ଏକ ଚରିତ୍ରର ଫଟୋ ରଖିଛନ୍ତି। ଯାହାକି ଏକ ମିମ୍ ଅଟେ।୨୦୨୨ ଠାରୁ ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଅକ୍ତିଆର କରିଛନ୍ତି। ଏଥିରେ ତାଙ୍କର ୨୧୦ ନିୟୁତ ଫଲୋଅର୍ସ ଅଛନ୍ତି। ନାମ ଏବଂ ପ୍ରୋଫାଇଲ୍ ଫଟୋ ବଦଳାଇବା ପରେ ତାଙ୍କର ସମର୍ଥକ ଏବଂ ସମାଲୋଚକମାନେ ଭିନ୍ନଭିନ୍ନ କମେଣ୍ଟ କରିବାରେ ଲାଗିଛନ୍ତି। ତେବେ ସେ କାହିଁକି ଏପରି କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।କେକିଅସ ମାକ୍ସମସ ହେଉଛି କ୍ରିପ୍ଟୋକରେନ୍ସି ବଜାରରେ ଏକ ନୂଆ ସଦସ୍ୟ। ଯାହା ବର୍ତ୍ତମାନ ସମୟରେ ନିବେଶକମାନଙ୍କୁ ବେଶ୍‌ ଆକୃଷ୍ଟ କରିବାରେ…

Read More

ବର୍ଷ ୨୦୨୪ କୁ ବିଦାୟ ଦେଇ ବର୍ଷ ୨୦୨୫ ର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି l ଇଂରାଜୀ ନୂତନ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବର୍ଷ ସୁଖ ସମୃଦ୍ଧି ଓ ମଙ୍ଗଳମୟ ହେବା ନେଇ ଲକ୍ଷାଧିକ ଭକ୍ତ ପ୍ରାଥନା କରିଛନ୍ତି lଆଜି ବି ପୁରୀରେ ପ୍ରବଳ ଭିଡ଼। ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ଭକ୍ତ ବ୍ୟଗ୍ର, ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକିଛି ଦିନ ହେଲା ପୁରୀରେ ଲାଗିଛି ପ୍ରବଳ ଭିଡ଼। ଆଜି ବି ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଗଲା ଡିସେମ୍ବର ୩୧ ତାରିଖରୁ ଲାଗିଥିବା ଭିଡ଼ ଆଜି ଯାଏଁ ବି ଜାରି ରହିଛି।ବର୍ଷର ପ୍ରଥମ ଦିନରେ ମହୋଦଧିରେ ସୂର୍ଯ୍ୟୋଦୟ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଆଶିଷ ନେବା ପାଇଁ ପୁରୀକୁ ଛୁଟିଥିଲା ଲକ୍ଷ…

Read More

ଓଡ଼ିଶାରେ ୨୫ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସରେ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୬ଟି ସେକ୍ଟରରେ ୪ ହଜାର ୨୨୨ କୋଟିର ପୁଞ୍ଜି ନିବେଶକୁ ଅନୁମୋଦନ ମିଳିଛି। ରାଜ୍ୟର ୧୧ଟି ଜିଲାରେ ଏସବୁ ପୁଞ୍ଜି ନିବେଶ ହେବାକୁ ଥିବା ବେଳେ ଏହି ପ୍ରକଳ୍ପ ସବୁ କାର୍ଯ୍ୟକାରୀ ହେଲେ ୧୪ ହଜାର ୪୯୭ ନିଯୁକ୍ତି ସୃଷ୍ଟି ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି। ଅନ୍ୟପକ୍ଷେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ବରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ବିଭାଗରେ ଖାଲି ଥିବା ପଦବୀ ଗୁଡିକ ଶୀଘ୍ର ପୂରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆଗାମୀ ୫ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଢ ଲକ୍ଷ ସରକାରୀ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ୨ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ…

Read More