ଆଗାମୀ ଫବୃଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସପ୍ତଦଶ ବିଧାନସଭାର ଧାନସଭାର ତୃତୀୟ ଅବେଶନ (ବଜେଟ ଅଧିବେଶନ) ଚାଲୁଥିବା ହେତୁ ଏହି ସୋମବାର ଭୁବନେଶ୍ବର,ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Author: sanitelevision
ଯଦି ଆପଣ ଫୋନ ପେ, ଗୁଗୁଲ ପେ ଏବଂ ପେଟିଏମ୍ ଇତ୍ୟାଦି ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏବେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। କିନ୍ତୁ ପୂର୍ବରୁ ସବୁ କମ୍ପାନୀ ୟୁପିଆଇ ଟ୍ରାଞ୍ଜାକସନ୍ ପାଇଁ କୌଣସି ଶୁଳ୍କ ନେଉନଥିଲେ । କିନ୍ତୁ ଏଣିକି ଭିନ୍ନ ଭନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେୟ ଦେବାକୁ ପଡିପାରେ । ପୂର୍ବରୁ ୟୁପିଆଇ ଦ୍ୱାରା ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁନଥିଲା । ଏବେ କିନ୍ତୁ ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁଛି । ସେହିପରେ ବର୍ତ୍ତମାନ ଭିନ୍ନ ଭିନ୍ନ ପେମେଣ୍ଟ ଉପରେ ଶୁଳ୍କ ଦେବାକୁ ପଡିବ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ଗୁଗୁଲ ପେ… ଇଲେକ୍ଟ୍ରିକ୍ ବିଲ୍ ପୈଠ ଉପରେ କନବିନିୟନ୍ସ ଫି ନେଇଛି । ଗ୍ରାହକଙ୍କଠୁ ୧୫ଟଙ୍କା ଶୁଳ୍କ ନେଇଛି ଗୁଗୁଲ-ପେ । ୟୁଜର୍ସ ଜଣକ କ୍ରେଡିଟ୍ କାର୍ଡର ସାହାଯ୍ୟ ନେଇ ଗୁଗୁଲ-ପେରୁ ବିଲ୍…
ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ-୨୦୨୫ରେ ସ୍ନାନ କରିଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଅନଲାଇନରେ ବିକ୍ରି କରୁଥିବା ୩ ଜଣଙ୍କୁ ଅହମଦାବାଦ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି। ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଆଶଙ୍କା କରାଯାଉଛି। ଏଣୁ ମାମଲାର ତଦନ୍ତ ଜାରି ରହିଛି। ପୋଲିସ ଅନୁସାରେ ଅଭିଯୁକ୍ତମାନେ କୁମ୍ଭ ସ୍ନାନ କାଳରେ ମହିଳାଙ୍କ ଭିଡିଓ ରେକର୍ଡ କରି ସେଗୁଡିକୁ ୟୁଟ୍ୟୁବ୍ ଓ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ବିକୁଥିଲେ। ସୂଚନାମୁତାବକ ମହାକୁମ୍ଭ ପାଇଁ ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ ନଗରୀ ପ୍ରୟାଗରାଜରରେ ପହଞ୍ଚୁଛନ୍ତି। ଏଭଳି ସ୍ଥିତିରେ କିଏ କାହାର ଫଟୋ ଉଠାଉଛି , ଭିଡିଓ ଉତ୍ତୋଳନ କରୁଛି ଜାଣିବା ଭାରି ମୁସ୍କିଲ୍ । ଲଜ୍ଜାକର କଥା ହେଉଛି ମହିଳା , ଝିଅ , ଯୁବତୀମାନଙ୍କର ଏଭଳି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ତ ସେୟାର୍ କରାଯାଉଛି କିନ୍ତୁ ଆହୁରି ବିରକ୍ତକର କଥା ହେଉଛି ଏହି ଫଟୋ ସବୁକୁ ବିକ୍ରି…
ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ ଝା ଶୁକ୍ରବାର ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ରଞ୍ଜନା ନାରାୟଣ ଝା ୨୦୨୨ରେ ବୈବାହିକ ଜୀବନ ପୁଣି ଆରମ୍ଭ ପାଇଁ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ ଉଦିତ ନାରାୟଣ ଅନେକ ଥର କୋର୍ଟରେ ଅନୁପସ୍ଥିତ ଥିବାରୁ ଅଦାଲତ ତାଙ୍କୁ ୧୦ ଟଙ୍କା ଜରିମାନା ଆଦାୟ କରିଥିଲେ। ପୂର୍ବ ସୂଚନା ଅନୁଯାୟୀ କିଛିଦିନ ତଳେ ଟ୍ରୋଲର ଶିକାର ହୋଇଥିଲେ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ । ଗାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏହି ଭିଡିଓଟି ଏକ ଲାଇଭ୍ କନସର୍ଟର, ଯେଉଁଥିରେ ସେ ତାଙ୍କର ହିଟ୍ ଗୀତ ‘ଟିପ୍ ଟିପ୍ ବରସା ପାନି’ ପରିବେଷଣ କରୁଥିବା ବେଳେ ଜଣେ ମହିଳା ଫ୍ୟାନ୍ସଙ୍କୁ କିସ୍ କରୁଥିବା ନଜର ଆସିଥିଲେ । ଯାହା କି ସେହି ସମୟରେ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ…
କେନ୍ଦୁଝର ସଦର ବ୍ଲକ ଅଧୀନ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାରରେ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି କଲଣ୍ଡା ଖେଳ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ସ୍ଥାନୀୟ ଅମୃତପଡା ଗାଁର ନେତ୍ର ମୁଣ୍ଡା ସେଠାକୁ ଆସିଥିଲେ। ଏହି ସମୟରେ ସେ ଟାୱାର ଉପରକୁ ଚଢି ଉପରେ ଶୋଇ ପଡିଥିଲେ । ଲୋକେ ବୁଝା ସୁଝା କରିବା ପରେ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଥିଲେ ।ହେଲେ ଯୁବକ ଜଣକ ଟାୱାର ଉପରକୁ କାହିଁକି ଚଢ଼ିଲେ ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷେ ଯୁବକ ଜଣକ ମାନସିକ ବିକୃତ ଥିବା ସୂଚନା ମିଳିଛି। ସେ ହେଲେ ନେତ୍ର ମୁଣ୍ଡା(୬୦)। ତାଙ୍କ ଘର ସ୍ଥାନୀୟ ଅମୃତପଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।
ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅଦିନିଆ ବର୍ଷା ଲାଗିରହିଛି। କେଉଁଠି କୁଆପଥର ତ ଆଉ କେଉଁଠି ବର୍ଷା ପବନ ହୋଇଛି। ବିଶେଷକରି ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ହେବାରୁ ବ୍ୟାପକ ଫସଲ ନଷ୍ଟ ସହ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି। ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ ରହିଛି। ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି। ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ଲାଗି ରହିଛି । ୮ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି । ଏହାବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଯାଜପୁର ଜିଲ୍ଲାରେ ହାଲୁକା…
ଆବାସ ଯୋଜନାରେ ପଞ୍ଜିକରଣକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଦେଲେ ବଡ ସୂଚନା । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆବାସ ଯୋଜନାରେ ପଞ୍ଜିକରଣ ଚାଲିବ ।ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ଆବେଦନ କଲେଣି ସାଢେ ୧୨ ଲକ୍ଷ ଲୋକେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ଆରମ୍ଭ ହୋଇଥିବା ପଞ୍ଜୀକରଣ ସଂଖ୍ୟା ୧୨ଲକ୍ଷ୍ୟ ୫୦ହଜାର ପହଞ୍ଚିଲାଣି । ସବୁ ଲୋକଙ୍କ ପକ୍କା ଘର ସ୍ୱପ୍ନ ପୂରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ପାଖାପାଖି ୬ ଲକ୍ଷ ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତାହା ଛଡା ଯେଉଁମାନେ ରହିଯିବେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି ଗତ ୯ ତାରିଖରେ ମନ୍ତ୍ରୀ କହିଥିଲେ । ଆଜି ଗୃହରେ ଆବାସକୁ ନେଇ ଦେଇଥିବା ତଥ୍ୟ ଆସିବା ପରେ ଏବେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ ବୋଲି ଆଶା ରହିଛି ।
ଓଡ଼ିଶାରୁ ବିଦେଶକୁ ବଢ଼ିବ ମଦର ରପ୍ତାନୀ। ଓଡିଶାରେ ତିଆରି ହେବ ଅଧିକ ପରିମାଣରେ ମଦ। ଯାହା ଉପରେ କମ୍ପାନୀକୁ ସବସିଡି ଦେବେ ରାଜ୍ୟ ସରକାର। 2025-26 ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତା ରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି । ଖୁବ ଶୀଘ୍ର ଏ ନେଇ ରାଜ୍ୟ ଶିଳ୍ପ ବିଭାଗ ସହ ହେବ ଆଲୋଚନା । ମାଣ୍ଡିଆ, ଯଅ, ବାଜ୍ରା ଭଳି ଖାଦ୍ୟ ଶସ୍ୟରୁ ମଦ ତିଆରି କରିବାକୁ ଆଗ୍ରହୀ ଥିବା କିଛି କମ୍ପାନୀ ସହ ଏ ନେଇ ହୋଇଛି ଅବକାରୀ ବିଭାଗର ଆଲୋଚନା ।ସେହିପରି ଅପମିଶ୍ରିତ ମଦ କିଭଳି ବନ୍ଦ ହେବ ଆଉ ଏଥିପାଇଁ ପଲିସିରେ କଣ ପରିବର୍ତ୍ତନ କରାଯିବ ସେ ନେଇ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ନେଇ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବକାରୀ ମନ୍ତ୍ରୀ…
କଟକ ଏସସିବିରେ ପୁଣି ଶିଶୁ ଅଦଳବଦଳ ଅଭିଯୋଗ । ଏସ୍ଏନସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁ ଧରାଇ ଦେଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଏହି ଘଟଣାରେ ପ୍ରସୂତିଙ୍କ ପରିବାର ଲୋକେ ଏସ୍ ସିବି ଅଧ୍ୟକ୍ଷଙ୍କୁ ଲିିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଲୁସି ଦାସ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏବଂ ଶିଶୁ ରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ତଳଚୁଆ ସାହିର ଚନ୍ଦ୍ରମା ବେହେରା ଗତ ୧୧ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଜନ୍ମ ପରେ ଅସୁସ୍ଥ ନବଜାତ ଶିଶୁକୁ ଏସ୍ଏନ୍ ସିୟୁକୁ ନିଅଯାଇଥିଲା । ମାତ୍ର ୨୪ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା…
ଚାଲିଛି ବିଧାନସଭା। ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ବିଜେଡ଼ିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ । କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ । ହିମାଳୟ ଭଳି ବଜେଟ ରଖୁଛନ୍ତି, କିନ୍ତୁ ଖର୍ଚ୍ଚ କରି ପାରୁନାହାନ୍ତି । ମାହାଙ୍ଗାରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ଧାରଣାରେ ବସିଥିଲେ । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତର ଜନପ୍ରତିନିଧିଙ୍କୁ ମାଡ଼ ମରାଗଲା। DSP ବି ମାଡ଼ ଖାାଇଲେ। ତାଙ୍କ ମୁଣ୍ଡ ଓ ଆଖି ଫାଟିଲା । ଗଣତନ୍ତ୍ର ପଦ୍ଧତିରେ ଆନ୍ଦୋଳନ କଲେ ସରକାରୀ ଗୁଣ୍ଡା ଲଗାଇ ମାଡ ମାରୁଛନ୍ତି । ଲୋକଙ୍କ କାମ ପାଇଁ ଆନ୍ଦୋଳନ କଲେ ମାଡ ଖାଇବାକୁ ପଡ଼ୁଛି। ପୁଲିସର ମନୋବଳ ଭାଙ୍ଗି ଗଲାଣି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ସୁରକ୍ଷା ଦିଆଯାଉ। ଦୁର୍ନୀତି ହୋଇଥିଲେ ଗିରଫ ହେଉ।ଏହାସହ ବାଚସ୍ପତି ନିର୍ଦ୍ଦେଶ ଦାବି କରିଛନ୍ତି ଅରୁଣ ସାହୁ । ମାର୍ଚ୍ଚ…









