ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ । ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ପଡ଼ୁଛି ମହାଶିବରାତ୍ରି । ଏହି ଦିନ ମହାଦେବଙ୍କ ଆଶୀର୍ବାଦ ପାଇବା ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ସାରା ଦେଶରେ ଅଗଣିତ ଶିବ ଭକ୍ତ ଉପବାସ କରନ୍ତି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶିବରାତ୍ରୀରେ ଉପବାସ ପାଳନ କରିବା ଦ୍ବାରା ଜଣେ ଭକ୍ତଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ସେଥିପାଇଁ ଲକ୍ଷ ଲକ୍ଷ ଶିବ ଭକ୍ତ ଉପବାସ କରିଥାନ୍ତି । ଏମିତି କି ଅନେକ ଭକ୍ତ ନିର୍ଜଳା ଉପବାସ ମଧ୍ୟ କରିଥାନ୍ତି । ଶିବରାତ୍ରି ବ୍ରତ କରିବା ବେଳେ କେତେକ ଜିନିଷ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ ।ବ୍ରତ ଦିନ ସକାଳୁ ଉଠି ସ୍ନାନାଦି କର୍ମ ସାରି ଘରେ କିମ୍ବା ମନ୍ଦିରକୁ ଯାଇ ଭଗବାନ…
Author: sanitelevision
ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟରେ ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର । ଆବେଦନକାରୀ ନିଜର କୃତୀ ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି । ୨୯ ଟି ପୁସ୍ତକ ବିଚାରପତିଙ୍କୁ ଦେଖାଇଲେ। ହେଲେ ପ୍ରତିପକ୍ଷ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହୋଇ ନାହାନ୍ତି। ହାଜର ହୋଇ ନିଜର କୃତୀ ଦର୍ଶାଇବା ପାଇଁ ସମୟ ନେଇଛନ୍ତି । ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ କୋର୍ଟରେ ହାଜର ହୋଇ ତଥ୍ୟ ରଖିବାକୁ ୪ ସପ୍ତାହ ସମୟ ମାଗିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି । ୨୦୨୩ର ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରୁ ପାଇଥିବା ପଦ୍ମ ପୁରସ୍କାରକୁ ନେଇ ଉଠିଛି ବିବାଦ। ଗୋଟିଏ ନାଁରେ ଦୁଇ ଜଣ ବ୍ୟକ୍ତି ପୁରସ୍କାରର ଦାବିଦାର। ଜଣେ ପୁରସ୍କାର ପାଇବା ପରେ ଅନ୍ୟଜଣକ ହକ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପଦ୍ମ ପୁରସ୍କାରର ଅସଲ ଦାବିଦାର…
ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ ନେଇ ବିଜେଡିର ହେବ ପୋଲାଭରମ ଆନ୍ଦୋଳନ। ଦଳ ଅଭିଯୋଗ କରିଛିି,ଏହି ପ୍ରକଳ୍ପ ନେଇ କେନ୍ଦ୍ର ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। କିନ୍ତୁ ଓଡି଼ଶାର କେତେ ଯେ କ୍ଷତି ହେଉଛି, ତାକୁ ଦେଖୁନାହାନ୍ତି। କେନ୍ଦ୍ରର ଭୁଲ ନିଷ୍ପତ୍ତି ଯୋଗୁଁ ମାଲକାନଗିରିର ଜିଲ୍ଲାର ବହୁ ଅଞ୍ଚଳ ବୁଡ଼ିଯିବ। ପୋଲାଭରମର ଉଚ୍ଚତା ବୃଦ୍ଧି କରାଯାଉଥିବାରୁ ଓଡ଼ିଶାର ବହୁତ କ୍ଷତି ହେବ । ତେଣୁ ମାଲକାନଗିରି ଓ ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆନ୍ଦୋଳନ କରିବ ବୋଲି କହିଛି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ।ତେବେ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପକ୍ଷରୁ ମାଲକାନଗିରିର ମୋଟୁରୁ ଭୁବନେଶ୍ଵର ଯାଏଁ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ଵରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ। ଆନ୍ଦୋଳନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ନେଇ ବିଜେଡି ଲକ୍ଷ୍ୟ ରଖିଛି। କିଛି ଦିନ ମଧ୍ୟରେ ଦଳ ପକ୍ଷରୁ ଆନ୍ଦୋଳନର ରୂପରେଖ ସ୍ଥିର ହେବ।
ପୁଣି ପାକିସ୍ତାନରେ ସୁରକ୍ଷିତ ମ୍ୟାଚ ନେଇ ଆଶଙ୍କା ପ୍ରକାଶ ପାଇଛି । ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଆତଙ୍କୀ ହାମଲା ନେଇ ସତର୍କତା ଜାରି କରାଯାଇଛି। ଟିଟିପି, ଆଇଏସ୍ଆଇଏସ୍ ଉପରେ କଡ଼ା ନଜର ରଖାଯାଇଛି ।ପାକିସ୍ତାନର ଗୁଇନ୍ଦା ବିଭାଗ ସୋମବାର ଦିନ ଏକ ହାଇ ଆଲର୍ଟ ଜାରି କରି ଦେଶର ସୁରକ୍ଷା ବାହିନୀକୁ “ସକ୍ରିୟ ଗୁପ୍ତ ଗୋଷ୍ଠୀ” ଦ୍ୱାରା ୨୦୨୫ ମସିହାର ଆଇଆଇସି ଚମ୍ପିଆନ୍ସ ଟ୍ରଫିରେ ଯୋଗଦେବା ପାଇଁ ବିଦେଶୀ ଅତିଥିମାନଙ୍କୁ ଅପହରଣ କରିବା ପାଇଁ ଏକ ଷଡ଼ଯନ୍ତ୍ର ବିଷୟରେ ସତର୍କ କରାଇ ଦେଇଛି।ପାକିସ୍ତାନର ସୁରକ୍ଷା ବାହିନୀ ଖେଳାଳି ଏବଂ ସେମାନଙ୍କ ସହିତ ଥିବା କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପୁଲିସ ସମେତ ଉଚ୍ଚସ୍ତରୀୟ ସୁରକ୍ଷା ଦଳ ନିୟୋଜିତ କରିଛନ୍ତି। ଏହାପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥି ପାଇଁ ପାକିସ୍ତାନରେ ଅନେକ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବନ୍ଦ ରହିଥିଲା…
ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା । ଟ୍ବିନ୍ ସିଟି କଟକ ଏବଂ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ ।ଦୟା ବ୍ରିଜ୍, ଏୟାରଫିଲ୍ଡ ଥାନା ନିକଟବର୍ତ୍ତୀ ସୁନ୍ଦରପଦା-ଜଟଣୀ ରୋଡ୍, ପାତ୍ରପଡ଼ା ଛକ, ଚନ୍ଦକା ଛକ, ନନ୍ଦନକାନନ-ବାରଙ୍ଗ ଛକ, ହଂସପାଳ ଛକ, ପୁରୀ ବାଇପାସ୍ର ସାଇ ମନ୍ଦିର ଛକରେ ଏଆଇ କ୍ୟାମେରା ଲଗାଯିବ। ଆଡଭାନ୍ସ ଫେସିଆଲ ରିକୋଗନାଇଜ୍ ସିଷ୍ଟମ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକଖିଲାପକାରୀ । ବାୟୋମେଟ୍ରିକ ଏସେସ କଣ୍ଟ୍ରୋଲ ଜରିଆରେ ଅପରାଧୀ ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ। ଏବେ ଟୁଇନସିଟିରେ ୧ ହଜାର କ୍ୟାମେରା ଲାଗିଥିଲେ ମଧ୍ୟ ଅଧିକାଂଶ ଖରାପ ହୋଇଥିବା ଦେଖାଯାଇଛି ।ଏହା ପର୍ଯ୍ୟାପ୍ତ ନୁହେଁ । ତେଣୁ AI କ୍ୟାମେରା ପାଇଁ ପ୍ରସ୍ତାବ ରହିଛି । ଆପାର୍ଟମେଣ୍ଟରେ ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ପୁଣି ଅନୁରୋଧ କରିଛନ୍ତି ।
ଚାଷୀଙ୍କ ମୁହଁରେ ଖୁସିର ଲହରୀ । ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା । ବିହାରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ଓଡ଼ିଶାର ଚାଷୀମାନେ ବୃଦ୍ଧି ପାଉଛନ୍ତି, କାରଣ ସାମ୍ପ୍ରତିକ ପ୍ରୟାସ ଯୋଗୁଁ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି,” ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ବଣ୍ଟନ ସମୟରେ ପାଢୀ କହିଥିଲେ। ଗତ ବର୍ଷ ତୁଳନାରେ ୩.୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଏକ ଉଲ୍ଲେଖନୀୟ ବୃଦ୍ଧି ମଧ୍ୟ କୃଷି ସଚିବ ଉଲ୍ଲେଖ କରିଛନ୍ତି। “ଏହି ବର୍ଷ ଓଡ଼ିଶାର ଅତି କମରେ ୩୪, ୯୮, ୧୪୭ ଜଣ ଚାଷୀ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାରେ ଉପକୃତ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୩,୪୩,୪୪୭ ଜଣ ହିତାଧିକାରୀଙ୍କ ଅତିରିକ୍ତ ବୃଦ୍ଧି ହୋଇଛି,” ପାଢୀ ସୂଚନା ଦେଇଛନ୍ତି।ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ…
ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା। ସୋର ଥାନା ଲିଙ୍ଗାପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।ଯୁବତୀ ଜଣଙ୍କ ନାମ ହେଉଛି ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ। ଆଜି ଘରେ କେହି ନଥିବା ବେଳେ ଜ୍ୟୋତିର୍ମୟୀଙ୍କ ଗଳା କାଟି କେହି ହତ୍ୟା କରିଦେଇଥିଲା। କିଛି ସମୟ ପରେ ଘର ଲୋକ ଫେରି ଝିଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ଦୁଇ ଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ ଯୁବକ ହଇରାଣ କରୁଥିବା ନେଇ ଜ୍ୟୋତିର୍ମୟୀ ସୋର ଥାନାରେ ଅଭିଯୋଗ କରିଥିଲେ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। ଯୁଦ୍ଧର ତୃତୀୟ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍ ବିରୋଧରେ ରୁଷିଆ ୬ ଘଣ୍ଟା ଧରି ୨୬୭ ଇରାନୀୟ ଡ୍ରୋନ୍ ଆକ୍ରମଣ କରିଛି, ଯାହାକି ୟୁକ୍ରେନୀୟ ସହର ଓ ଗ୍ରାମଗୁଡ଼ିକ ଉପରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ସବୁଠୁ ବଡ଼ ଡ୍ରୋନ୍ ଆଟାକ୍ ବୋଲି ଜେଲେନ୍ସ୍କି ପ୍ରକାଶ କରିଛନ୍ତି। ରୁଷ୍ ମଧ୍ୟ ୩ଟି ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରିଥିବାରୁ ୟୁକ୍ରେନର ୫ଟି ଅଞ୍ଚଳରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି । ମୃତାହତଙ୍କ ସଂପର୍କରେ ୟୁକ୍ରେନ କୌଣସି ତଥ୍ୟ ଜାରି କରିନାହିଁ । ମସ୍କୋ ଏବେ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଗୁଡ଼ିକୁ ଧ୍ବଂସ କରିବା ପାଇଁ ଅହରହ ପ୍ରୟାସ କରୁଛି । ଯୁଦ୍ଧର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆମେରିକା, ବ୍ରିଟେନ୍ ସମେତ ଅନେକ…
ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ନେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି ଚାଲୁଛି। ରୀତିନୀତିରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି। ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ଏଏସଆଇର ସହମତିରେ କାମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।
କାନ୍ଦି କାନ୍ଦି ପ୍ରେମିକର ପିଣ୍ଡ ଦେଲେ Rani Panda । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟମାନଙ୍କ ଭଳି ଦିନେ ସେ ମଧ୍ୟ ସତ ସତିକା ପ୍ରେମିକା ସାଜି ପ୍ରେମ କରିଥିଲେ, ସେଥିରେ ଉବୁଟୁବୁ ମଧ୍ୟ ହୋଇଥିଲେ । ହେଲେ ଧୋକାବାଜ ପ୍ରେମିକ ଅନେକ କିଛି ସ୍ୱପ୍ନ ଦେଖାଇ ସ୍ୱପ୍ନ ମହଲରେ ଘର କରାଇ ଶେଷରେ ରାଣୀଙ୍କୁ ଧୋକା ଦେଇ ଅନ୍ୟ କାହାର ହାତ ଧରୁଛି । ଆଉ ଏପଟେ ଧୋକାବାଜ ପ୍ରେମିକର ଦୟା ନଦୀ କୂଳରେ ପିଣ୍ଡ ଦାନ କରୁଛନ୍ତି ରାଣୀ ପଣ୍ଡା ।ସୂଚନା ଅନୁସାରେ, ଆଜି Rani Pandaଙ୍କ ପୂର୍ବତନ ପ୍ରେମିକଙ୍କ ବାହାଘର । ଆଉ ଜଣେ ଯୁବତୀଙ୍କୁ ବାହା ହେଉଛନ୍ତି ରାଣୀ ପଣ୍ଡାଙ୍କ ପୂର୍ବତନ ପ୍ରେମିକ । ଆଉ ଏହିକଥାକୁ ସହଜରେ ଗ୍ରହଣ କରିପାହାନ୍ତି ରାଣୀ ପଣ୍ଡା । ସିଧା ନଈ ପଠାକୁ ଯାଇ ବୟଫ୍ରେଣ୍ଡକୁ…









