ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୋମଗୁଡ଼ା ଠାରେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଏହି କ୍ୟାମ୍ପର ସୁରକ୍ଷା କର୍ମୀ ସର୍ଚ୍ଚ ଅପରସନ ବେଳେ ମିନ୍ନଗଟ୍ଟା ଜଙ୍ଗଲରେ ମାଓ ଡମ୍ପ ଉଦ୍ଧାର କରିଥିଲେ। ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ମଧ୍ୟ ଜବତ କରାଯାଇଛି। ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ଚଢ଼ାଉରେ ସିଆରପିଏଫ ଓ କୋବ୍ରା ଯବାନ ସାମିଲ ଥିଲେ। ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୋମଗୁଡ଼ା ଠାରେ ନୂତନ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଏହି କ୍ୟାମ୍ପର ସୁରକ୍ଷା କର୍ମୀ ସର୍ଚ୍ଚ ଅପରସନ ବେଳେ ମାଓ ଡମ୍ପ ଉଦ୍ଧାର କରିଥିଲେ।
Author: sanitelevision
ଟାୱାର ଉପରେ ୬ ଘଣ୍ଟା ଧରି ଯୁବକଙ୍କ ହାଇଡ୍ରାମା । ୧୦୦ ଫୁଟ ଇଲେକ୍ଟ୍ରି ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଯୁବକ । ସୂଚନାମୁତାବକ ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁ ନିକଟ ଏକ ହାଇଭୋଲ୍ଟେଜ୍ ବିଦ୍ୟୁତ୍ ଟାଓ୍ବାର ଉପରକୁ ଗାଁର ସିଦ୍ଧେଶ୍ୱର ଭୋଇ (୩୨) ସକାଳ ୮ ରେ ଚଢ଼ି ଯାଇଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ, ଦମକଳବାହିନୀ, ଜଙ୍ଗଲ ବିଭାଗ ଓ ପୁଇନ୍ତଳା ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟୁତ୍ ଟାଓ୍ବାର ଉପରୁ ଓହ୍ଲାଇବାକୁ ତାଙ୍କୁ କୁହାଯାଉଥିଲେ ମଧ୍ୟ ସେଠାରୁ ଓହ୍ଲାଉ ନ ଥିଲେ। ମଝିରେ ମଝିରେ ତାରକୁ ଧରି ଝୁଲି ପଡୁଥିଲେ। ତେବେ କଣ ପାଇଁ ସେ ଏପରି କରିଛନ୍ତି ଜଣାପଡିନାହିଁ । ପୂର୍ବରୁ ବି ଥରେ ଏଭଳି କାଣ୍ଡ ଭିଆଇଥିଲେ ଯୁବକ। ସେହିପରି ଗତକିଛି ଦିନ ତଳେ କେନ୍ଦୁଝରରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଉନ୍ମତ୍ତ…
ଦେଶକୁ ଆର୍ଥିକ ସ୍ତରରେ ଅଧିକ ମଜଭୂତ କରିବାକୁ ଓ ଦେଶରେ ବିଦେଶୀ ନିବେଶକ ବଢ଼ାଇବାକୁ ନୂଆ ଉପାୟ ଆପଣାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି।ଆମେରିକାର ନାଗରିକତା ହାସଲ କରିବା ଲାଗି ଅନେକ ବିଦେଶୀଙ୍କ ସ୍ବପ୍ନ ରହିଥାଏ। ଯଦି ଆପଣଙ୍କ ନିକଟରେ ପ୍ରଚୁର ଅର୍ଥ ଅଛି, ତେବେ ଏହି ସ୍ବପ୍ନ ସହଜରେ ପୂରଣ ହୋଇପାରିବ। ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅଫର ଘୋଷଣା କରିବାକୁ ଯାଉଛନ୍ତି। ଏହା ଜରିଆରେ ଧନୀ ଅପ୍ରବାସୀମାନେ ଆମେରିକାର ନାଗରିକତ୍ଵ ଗ୍ରହଣ କରିପାରିବେ ଏବଂ ଗୋଲ୍ଡ କାର୍ଡ ହାସଲ କରିପାରିବେ। ମିଳିଥିବା ସୂଚନା ଅନୁସାରେ ଏବେ କେହି ବି ଆମେରିକା ନାଗରିକତା ପାଇପାରିବେ କିନ୍ତୁ ସେଥିପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ କୋଟି କୋଟି ଟଙ୍କା । ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୫୦କୋଟି । ଆଜ୍ଞା ହଁ ଡୋନାଲ୍ଡ ଟ୍ରମ୍ପ ଏବେ ଧନୀ ବ୍ୟକ୍ତିଙ୍କୁ…
ପୁଲିସକୁ ପ୍ରେମ କଲା ପୁଲିସ, ପୁଣି ପୁଲିସକୁ ବାନ୍ଧିଲା ପୁଲିସ ଆଉ ଆଜି ପୁଲିସକୁ ନିଲମ୍ବନ କଲା ପୁଲିସ। ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ତପନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ହୋମଗାର୍ଡ।୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ତପନ ନାହାକ ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡିତା ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଆଇଆଇସି ଜଣଙ୍କ ଲୁଚି ବାହାରକୁ ପଳାଇଯାଇଥିଲେ।ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।
ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ଉପାବାସ ରହି ନିଷ୍ଠାର ସହ ଜାଗର ଜାଳିଲେ ସମସ୍ତ ଇଚ୍ଛା ପୂରଣ ହେବାର ବିଶ୍ବାସ ରହିଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଶୈବପୀଠରେ ସାରାରାତ୍ରୀ ଉଜାଗର ରହି ଦୀପ ଜାଳି ଶିବରାତ୍ରୀ ପାଳନ୍ତି ଶ୍ରଦ୍ଧାଳୁ ।ଦେବ ଦେବ ମହାଦେବଙ୍କୁ ଶିବରାତ୍ରିରେ ଅଭିଷେକ କରିବା ପାଇଁ ଲାଗି ହୋଇଥାଏ କ୍ଷୀର, ବେଲପତ୍ର, ଲହୁଣି ଏବଂ ବିଭିନ୍ନ ପ୍ରକାରର ଫୁଲ। ଫୁଲ ପ୍ରତି ଅନ୍ୟ ଦେବାଦେବୀଙ୍କ ପରି ମହାଦେବଙ୍କର ରହିଥାଏ ବହୁତ ଶ୍ରଦ୍ଧା। ଫୁଳ ମାନଙ୍କ ମଧ୍ୟରୁ ଧବଳ ରଙ୍ଗର ଫୁଲ ମଙ୍ଗଳମୟ ଶିବଙ୍କର ଅତି ପ୍ରିୟ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି। ଚମ୍ପା, ଗୟେଶ, ଅରଖ, କନିଅର, ଦୁଦୁରା, ନାଗେଶ୍ବର ଫୁଲ ବର୍ଷତମାମ ମହାଦେବଙ୍କ ମସ୍ତକରେ ବର୍ଷ ତମାମ ଲାଗି ହେଉଥିବାବେଳେ ଭଗବାନ ଶିବଙ୍କୁ କେତକୀ ଫୁଲ କେବଳ ମହାଶିବରାତ୍ରିରେ ଅର୍ପଣ କରାଯାଏ |ମହାଶିବରାତ୍ରିରେ ମହାଦେବଙ୍କୁ କେତକୀ ଫୁଲ…
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମହାକୁମ୍ଭରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥ-୩୯ ରେ ଏହି ଘଟଣା ଘଟିଥିଲା । ଏହି ସମୟରେ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ତାଙ୍କ ସହ ଥିଲେ। ଜାତୀୟ ରାଜପଥ -39 ର ଲାଟେହାରର ହଟୱାଗ ଗ୍ରାମରେ ତାଙ୍କ କାର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କାରେ ଗାଡିର ଆଗ ଭାଗ ଭାଙ୍ଗିଯାଇଛି। ମହୁଆ ମାଂଝୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଥିଲା, ପରେ ତାଙ୍କୁ ରାଞ୍ଚି ରିଏମ୍ଏସ୍ ରେଫର୍ କରାଯାଇଛି।
ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟିର ପାଣ୍ଠି ଘୋଷଣା। ବାବା ଆରଡ଼ିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ୧୦ କୋଟି ଟଙ୍କାର ଅନୁଦାନ। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ପାଣ୍ଠିରୁ ୧୦ କୋଟି ଟଙ୍କା ମନ୍ଦିରକୁ ପ୍ରଦାନ କରିଛନ୍ତି। ଆଜି ପବିତ୍ର ମହାଶିବରାତ୍ରିରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ଓ ଓଡ଼ିଆ ଭାଷାସାହିତ୍ୟ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ବାବା ଆଖଣ୍ଡଳମଣିଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ କୋଟିର ଅନୁଦାନ ଦିଆଯିବା ନେଇ ଘୋଷଣା କରିଥିଲେ।…
ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । ଶିବଙ୍କର ପ୍ରତିମୂର୍ତ୍ତି ସହ ଶିବ ଲିଙ୍ଗ, ଶିବଙ୍କ ବାହନ ସାପ ମଧ୍ୟ ଏଥିରେ ସ୍ଥାନ ପାଇଛି । କେବଳ ସେତିକି ନୁହେଁ ଏହି ବାଲୁକା କଳାରେ ୧୪୪ଟି କୁମ୍ଭ ସହିତ ୧୪୪ଟି ଶିବ ଲିଙ୍ଗ ମଧ୍ୟ ସ୍ଥାନ ପାଇଛି । ମହାଶିବରାତ୍ରୀରେ ମହାକୁମ୍ଭ ଶେଷ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସୁଦର୍ଶନ ଏଭଳି ବାଲୁକା କଳା ନିର୍ମାଣ କରିଥିବା କହିଛନ୍ତି ।ଏହି ବାଲୁକା କଳାଟିକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ୬ ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ ୮ ଟନ୍ ବାଲି ବ୍ୟବହୃତ ହୋଇଛି ।
ଆଜି ପବିତ୍ର ମହାଶିବରାତ୍ରୀ। ଓମ୍ ନମଃ ଶିବାୟ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ରାଜ୍ୟର ସବୁ ଶିବାଳୟ। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ରେ ଲେଖିଛନ୍ତି, ମହାଶିବରାତ୍ରି ପବିତ୍ର ଅବସରରେ ମୁଁ ମୋର ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ପରମ ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ ଏବଂ ଆମ ଦେଶ ପ୍ରଗତି ପଥରେ ଆଗକୁ ବଢ଼ୁ। ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ‘ଏକ୍ସ’ରେ ଲେଖିଛନ୍ତି, ମୁଁ ମୋର ସମସ୍ତ ଦେଶବାସୀଙ୍କୁ ମହାଶିବରାତ୍ରିର ବହୁତ ବହୁତ ଶୁଭକାମନା ଜଣାଉଛି। ଏହା ଭଗବାନ ଶିବଙ୍କ ପ୍ରତି ସମର୍ପିତ ଏକ ପର୍ବ। ଏହି ଦିବ୍ୟ ଅବସର ଆପଣମାନଙ୍କ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ, ଏବଂ ଏକ ବିକଶିତ ଭାରତ ପାଇଁ ସଂକଳ୍ପକୁ ମଧ୍ୟ ମଜବୁତ କରୁ।…
ଆଜି ମହାଶିବରାତ୍ରି । ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳାର ଅନ୍ତିମ ଦିନ । ମହାଶିବରାତ୍ରିର ଶେଷ ସ୍ନାନ ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶ୍ବାସ ରହିଛି ମହାଶିବରାତ୍ରୀରେ ସଂଗମରେ ସ୍ନାନ କଲେ ହୋଇଥାଏ ମୋକ୍ଷପ୍ରାପ୍ତି। ଅନ୍ତିମ ସ୍ନାନ ଲାଗି ମେଳାରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ। ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହେବ ପୂର୍ଣ୍ଣ ମହାକୁମ୍ଭ । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବେ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ଏକାଠି ହୋଇଛନ୍ତି। ତେବେ ଦଳାଚକଟା ଭଳି ଘଟଣାକୁ ଏଡ଼ାଇବା, ଆଇନଶୃଙ୍ଖଳା ବଜାୟ ଲାଗି ଶ୍ରଦ୍ଧାଳୁମାନଙ୍କୁ ନିକଟତମ ଘାଟରେ ସ୍ନାନ, ଶିବାଳୟ ଦର୍ଶନ ସାରି ଘରକୁ ଫେରିବାକୁ ଆହ୍ୱାନ କରାଯାଇଛି । ସେପଟେ ଅନ୍ତିମ ସ୍ନାନ ପୂର୍ବରୁ ବିମାନ…









