ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ଘରୋଇ ସକଳ ଉତ୍ପାଦ (ଜିଡିପି)ରେ ଗତ ୪ ବର୍ଷରେ ସବୁଠୁ କମ ଦେଖିବାକୁ ମିଳିପାରେ । ସରକାରୀ ଡାଟା ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶରେ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ମୁଖ୍ୟତଃ ବିନିର୍ମାଣ ଏବଂ ସେବା କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) କୋଭିଡ୍ ବର୍ଷ (୨୦୨୦-୨୧) ପରଠାରୁ ସର୍ବନିମ୍ନ ହେବାକୁ ଯାଉଛି। କୋଭିଡ୍ ବର୍ଷରେ ଜିଡିପି ଅଭିବୃଦ୍ଧି ୫.୮ ପ୍ରତିଶତ ଥିବାବେଳେ ୨୦୨୧-୨୨ରେ ୯.୭%, ୨୦୨୨-୨୩ରେ ୭% ଏବଂ ୨୦୨୪ ମାର୍ଚ୍ଚରେ ଶେଷ ହୋଇଥିବା ପୂର୍ବ ଆର୍ଥତ୍କ ବର୍ଷରେ ୮.୨% ରହିଥିଲା।ଆରବିଆଇ ଆର୍ଥିକ ବର୍ଷ ୨୦୨୪-୨୫ରେ ଜିଡିପି ୬.୬ ପ୍ରତିଶତ ରହିବା ନେଇ ଅନୁମାନ କରିଛି । ଏହା ବ୍ୟତୀତ ଗ୍ରସ୍ ଭାଲ୍ୟୁ ଏଡେଡ୍ (ଜିଭିଏ)ର ଆନୁମାନିକ ବୃଦ୍ଧି ହାର ବି ୨୦୨୪-୨୫ରେ ହ୍ରାସ ପାଇ ୬.୪% ହୋଇଛି, ଯାହା…
Author: sanitelevision
ବିବାହ କରିଥିବା ଦିନକୁ ଜୀବନ ସମାପ୍ତ କରିଦେବା ଦିନ ଭାବେ ବାଛିନେଲେ । ବିବାହର ୨୬ ବର୍ଷ ପୂର୍ତ୍ତିକୁ ବେଶ ଧୂମଧାମରେ ପାଳିଲେ । ବର-କନ୍ୟା ପୋଷାକ ପିନ୍ଧି ମଧ୍ୟ ରାତ୍ର ପର ଯାଏ ବନ୍ଧୁ ଓ ପରିବାର ଲୋକଙ୍କ ସହ ଉତ୍ସବ ମନାଇଲେ । ଆଉ ସେହିଦିନକୁ ଜୀବନର ଶେଷ ଦିନ କରିଦେଲେ । କରଜରେ ବୁଡିଥିବା ଦମ୍ପତି ଶେଷର ନେଲେ ଏମିତି ନିଷ୍ପତ୍ତି । ମହାରାଷ୍ଟ୍ର ନାଗପୁରରେ ଘଟିଛି ହୃଦୟ ବିଦାରକ ଘଟଣା ।୫୭ ବର୍ଷୀୟ ଜେରୀ ଦାମସନ ଅସ୍କାର ମୋନିକ୍ରିଫଙ୍କ ମୃତଦେହ ରୋଷେଇ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ତାଙ୍କର ୪୬ ବର୍ଷୀୟ ପତ୍ନୀ ଆନ୍ନି ଡ୍ରଇଂ ରୁମରେ ଥିବା ଗୋଟିଏ ବେଡରେ ନିସ୍ତେଜ ଅବସ୍ଥାରେ ରହିଥିଲେ। ଆନ୍ନି ବେଡ ଉପରେ ୨୬ ବର୍ଷ ତଳେ ବାହାଘର ବେଳେ ପିନ୍ଧିଥିବା ପୋଷାକ ପରିଧାନ କରି ଶୋଇ ରହିଥିଲେ। ତାଙ୍କ ଦେହରେ ଧଳା କପଡ଼ା ଘୋଡ଼ା…
ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଘଟଣାରେ ୫ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ନିଜ ବିରୋଧରେ ମିଛ ମାମଲା ଏବଂ ତାଙ୍କର ଗିରଫଦାରୀକୁ ନେଇ ଜଣେ ଆଇପିଏସ ଅଫିସରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସାଂସଦ।ପ୍ରଦୀପ କହିଛନ୍ତି, ” ସେମାନେ ମୋତେ ଦଳରୁ ବହିଷ୍କାର କଲେ ତାଙ୍କୁ ରାଜ୍ୟବାସୀ ବହିଷ୍କାର କରିଛନ୍ତି। ଆଗକୁ ଓଡ଼ିଆ ନୂଆ ବର୍ଷ ଆସୁଛି, ସେତେବେଳେ ସବୁ ପାଞ୍ଜି ଖୋଲିଦେବି। ନିଜର ଗିରଫରେ ଜଣେ ବରିଷ୍ଠ IPSଙ୍କ ନାଁ ନେଇ ମଧ୍ୟ ସେ ଆକ୍ଷେପ କରିଥିଲେ। ସମ୍ପୃକ୍ତ IPSଙ୍କୁ ଟାର୍ଗେଟ୍ କହିଥିଲେ ସେ ମୋତେ ଗିରଫ କରିବାରୁ ପୁରସ୍କାର ପାଇ କମିଶନର ହେଲେ।” ଜେଲ୍ ଭିତରେ ବି ମୋତେ ହଇରାଣ କରାଯାଇଛି । ବିଜେଡ଼ି ପାଞ୍ଜି ମୋ ପାଖରେ । ଆଗକୁ ସବୁ ଖୋଲିବି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।
କାନ୍ଥରେ କଣା କରି ମୋବାଇଲ ଦୋକାନରୁ କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଫୋନ୍ ନେଇଗଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ଚୋରି ପୂରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି |ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଦାମୀ ଦାମୀ ମୋବାଇଲ ଚୋରି କରି ନେଇଛି । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଦେଇଛି। ଅନ୍ୟ ସବୁ ମୋବାଇଲ ଏକ ଛୋଟିଆ ଜଙ୍ଗଲ ଭିତରେ ନେଇ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇଯାଇଛି । ଆଜି ସକାଳେ ଚୋରି ସମ୍ପର୍କରେ ଜଣାପଡ଼ିବା ପରେ ଟାଉନ୍ ଥାନା ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ମିଳିତ ଭାବେ…
ଯମୁନା ପଶ୍ଚିମବଙ୍ଗ ଚାଲିଯିବା ଗୁଜବ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଆମ ସମ୍ପତ୍ତି ଆମ ପାଖରେ ଅଛନ୍ତି, ଶିମିଳିପାଳ ଭିତରେ ଅଛନ୍ତି । ପୂର୍ବରୁ ଆସିଥିବା ଯମୁନା ଶିମିଳିପାଳ ଓ କୁଲଢ଼ିଆ ଅଭୟାରଣ୍ୟ ମଧ୍ୟରେ ଯିବାଆସିବା କରୁଛି । ଯମୁନା ପଶ୍ଚିମବଙ୍ଗ ଯିବା ଏକ ଗୁଜବ ବୋଲି ସେ କହିଛନ୍ତି । ସେମାନଙ୍କ ବିଷୟରେ ମୁଁ ବରିଷ୍ଠ ବନ ଅଧିକାରୀମାନଙ୍କ ସହ ନିୟମିତ କଥା ହେଉଛି।ତେବେ ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଜିନ୍ନତ୍ ଏବେ ଉତ୍ତର ଶିମିଳିପାଳର ଏନ୍କ୍ଲୋଜରରେ ରହିଥିବା ବେଳେ ବାଘୁଣୀ ‘ଯମୁନା’ ଦକ୍ଷିଣ ଶିମିଳିପାଳର ଲ୍ୟାଣ୍ଡସ୍କେପ୍ରେ ରହିଛି। ଉଭୟଙ୍କ ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ଉଭୟଙ୍କୁ କ୍ୟାମେରା ଓ କଲାର୍ ଆଇଡି ଜରିଆରେ ନଜରରେ ରଖାଯାଇଛି। କିନ୍ତୁ ମମତା ଦିଦି ବାଘକୁ ନେଇ ରାଜନୀତି ନ କରିବା ପାଇଂ ମନ୍ତ୍ରୀ କହିଛନ୍ତି |
ଚାଇନା ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ବର୍ତ୍ତମାନ ଭାରତରେ ପଶିଛି। ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ନାଟକ, ତାମିଲନାଡୁ ପରେ ଏବେ ମୁମ୍ବାଇରେ ଏକ ନୂଆ ମାମଲା ଦେଖିବାକୁ ମିଳିଛି। HMPVର ଏହି ଭାଇରସ ଦଶନ୍ଧି ପୁରୁଣା । ୨୦୦୧ ମସିହାରେ ଏହା ମଣିଷମାନଙ୍କଠାରେ ଚିହ୍ନଟ ହୋଇଥିଲା । ସେବେଠାରୁ ଭାରତ ସମେତ ବିଶ୍ୱର କେତେକ ଦେଶରେ ଏହାର ମାମଲା ଆସୁଛି । ୨୦୦୩ରେ ପ୍ରଥମ ମାମଲା ଭାରତରେ ଆସିଥିଲା । ଗତ ବର୍ଷ, AIIMS ରେ ୭୦୦ ରୋଗୀଙ୍କ ଉପରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ରୋଗୀଙ୍କ ମଧ୍ୟରୁ ୪ ପ୍ରତିଶତ HMPV ଅଛନ୍ତି । ଏହି ଆକଳନଗୁଡିକ ଦର୍ଶାଏ ଯେ ଏହା ନୂଆ ଭୂତାଣୁ ନୁହେଁ । କିନ୍ତୁ ଗୋଟିଏ ଦିନରେ ଏତେଗୁଡ଼ିଏ ମାମଲା ରିପୋର୍ଟ ହେବା ଆଶ୍ଚର୍ଯ୍ୟ ନିଶ୍ଚୟ । ମୁମ୍ବାଇରେ ଚିହ୍ନଟ ହୋଇଥିବା ୬ମାସର ଝିଅଟି ଜାନୁଆରୀ ୧ରେ,…
ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଏମ୍ପି ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ବ୍ରହ୍ମପୁର JMFC ରୁରାଲ କୋର୍ଟ ଦୋଷମୁକ୍ତ କରିଛନ୍ତି।ଟାଟାରେ ଚାକିରି ନାଁରେ ହୋଇଥିବା ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ୪ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଏକୁଟିଆ ମୁଦାଲା ଥିବା ବେଳେ ଅନ୍ୟମାମଲାରେ ଆକାଶ ପାଠକ ଓ ଅଭୟ ପାଠକ ବି ମୁଦାଲା ଥିଲେ। ଏନେଇ ଗୋଳନ୍ଥରା ଥାନାରେ ୪ଟି ଓ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ହୋଇଥିଲା। ମଙ୍ଗଳବାର ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଓ ଗୋଳନ୍ଥରା ଥାନାରେ ଥିବା ଦୁଇଟି ଠକେଇ ମାମଲାର ଶୁଣାଣି ହୋଇଥିଲା।
ବର୍ବରତାର ସୀମା ଟପିଲେ ASI । ପ୍ଲାଟଫର୍ମରେ ଯୁବତୀଙ୍କୁ ଏକା ପାଇଁ ସାଥିରେ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଏଏସଆଇ । ସୁରକ୍ଷା ସ୍ଥାନରେ ଅସୁରକ୍ଷିତ ହୋଇଗଲେ ଯୁବତୀ । ଏପରି ଲଜ୍ଜାଜନକ କାଣ୍ଡ ଘଟାଇ ଗିରଫ ହୋଇଛନ୍ତି ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା।ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘର ଜଗତସିଂପୁରରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ହଷ୍ଟେଲରେ ରହୁଥିଲେ। ଦୁଇ ଦିନ ତଳେ ଟ୍ରେନ୍ରେ ଆସି ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ। ମାତ୍ର ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ। ସେଠାରେ ASI ନିରଞ୍ଜନ ତାଙ୍କୁ ଏକ ରୁମ୍ରେ ରହିବା ପାଇଁ କହିଥିଲେ। ଯୁବତୀ ରୁମ୍ ଭିତରକୁ ଯିବାପରେ ତାଙ୍କୁ ଏକୁଟିଆ ପାଇ ନିରଞ୍ଜନ କବାଟ ବନ୍ଦ କରି ଦେଇଥିଲେ ଓ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏଥିରେ ଭୟଭୀତ ହୋଇ ଯୁବତୀ ଜଣଙ୍କ ପିସିଆରକୁ କଲ୍ କରିଥିଲେ। ତତ୍କ୍ଷଣାତ ପୁଲିସ୍ ପହଞ୍ଚି ଉକ୍ତ ରୁମ୍ରୁ ଯୁବତୀଙ୍କୁ…
ସମ୍ବଲପୁରର ବଜାରଘାଟରେ ଏପରି ଏକ ପୋଷ୍ଟର ମାରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୋଜୁଛି ଜିଲ୍ଲା ପୁଲିସ। ଏଥିସହ ଏ ସମ୍ପର୍କରେ କୌଣସି ସୂଚନା ଦେଇ ଅଭିଯୁକ୍ତଙ୍କୁ ଧରାଇଦେଲେ ପୁରସ୍କାର ରାଶି ସମ୍ପର୍କରେ ବି ଘୋଷଣା କରିଛି |ଏ ସମ୍ପର୍କରେ ସୂଚନା ଦେବା ଲାଗି ପୋଲିସ ପକ୍ଷରୁ ୮୯୨୬୯-୮୭୬୯୫ ଏବଂ ୮୯୨୬୯-୮୭୬୯୩ ନଂ ବିଶିଷ୍ଟ ଦୁଇଟି ମୋବାଇଲ୍ ନମ୍ବର ଜାରି କରାଯାଇଛି। ସୂଚନାଦାତାଙ୍କୁ ପୁରସ୍କାର ରାଶି ମିଳିବା ସହ ତାଙ୍କ ପରିଚୟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯିବ ବୋଲି କହିଛି ପୁଲିସ୍। ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।ସୂଚନାମୁତାବକ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଅଞ୍ଚଳର ମଣପୁରମ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ବଡ ଧରଣର ଚୋରି ହୋଇଥିଲା l ଦିନ ପ୍ରାୟ 10 ଟା…
ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ୯ ତାରିଖ ପର୍ଯ୍ୟନ୍ତ ଘନକୁହୁଡି ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୯ ତାରିଖରେ ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ଗଞ୍ଜାମ ଏବଂ କଳାହାଣ୍ଡିରେ ହାଲୁକା କୁହୁଡି ନେଇ ସତର୍କତା ଜାରି କରାଯାଇଛି। ବିଶେଷ କରି ରାତି ୨ ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ସତର୍କ କରାଯାଇଛି ।ସେହିପରି ଆସନ୍ତା ୩ ଦିନ ମଧ୍ୟରେ ବୃଦ୍ଧି ପାଇବ ତାପମାତ୍ରା, କମିବ ଶୀତ। ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।









