ଆଜି ୧୮ ତମ ପ୍ରବାସୀ ଭାରତୀୟ ଦିବସର ଦ୍ବିତୀୟ ଦିନ । ଆଉ ଦ୍ବିତୀୟ ଦିନରେ ଏହି ସମ୍ମେଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି ମୋଦି । ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଭାରତୀୟ ଐତିହ୍ୟର ପଦଚିହ୍ନ ଧାରଣ କରିଛି। ରାଜ୍ୟର ଧଉଳି ଶାନ୍ତିସ୍ତୁପ ପ୍ରମାଣିତ କରିଥିଲା ଯେ, ତରବାରୀ ଦ୍ବାରା ହୃଦୟ ଜୟ ଅବା ଶାନ୍ତି ପ୍ରତିଷ୍ଠା କରାଯାଇପାରେ ନାହିଁ।ସେହିପରି ମୋଦି ଜଗନ୍ନାଥ ଏବଂ ଲିଙ୍ଗରାଜଙ୍କ କ୍ଷେତ୍ରକୁ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି । ଏଥିସହିତ ସେମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଭାରତୀୟ ଯୁଆଡେ ଯାଆନ୍ତି ସେଠିକାର ନିୟମ ସହ ଯୋଡି ହୋଇଯାଆନ୍ତି । ଆଜି ବିଦେଶରେ ମୁଁ ଆପଣମାନଙ୍କୁ ନେଇ ଗର୍ବ ଅନୁଭବ କରେ । ଏଥିପାଇଁ ଦେଶ ସବୁବେଳେ ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା…
Author: sanitelevision
ଜିଲ୍ଲାର ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ ଅଭାବନୀୟ ଘଟଣା। ଏଠାରେ ବେଆଇନ୍ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ଅବକାରୀ ବିଭାଗର କର୍ମଚାରୀ। ତାତିଲେ ଗାଁ ଲୋକେ ଓ ଅବକାରୀ କର୍ମଚାରୀଙ୍କୁ ଘେରି ଯାଇ ପ୍ରବଳ ଛେଚିଲେ। ଲୋକଙ୍କ ଆକ୍ରମଣରେ ଦୁଇ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ସାଂଘାତିକ ଘଟଣା କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ ଘଟିଛି। କନର୍ଲା ଗାଁରେ ବିପୁଳ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଅତର୍କିତ ଭାବେ ସଦର ଅବକାରୀ ଟିମ୍ କନର୍ଲା ଗାଁରେ ଚଢାଉ କରିଥିଲା।ତେବେ ଅବକାରୀ ବିଭାଗ ଆସିବା ଦେଖି ବେଆଇନ୍ ମଦ କାରବାରରେ ସଂପୃକ୍ତ ଲୋକେ ରୁଣ୍ଡ ହୋଇ ଗାଡ଼ିକୁ ଆକ୍ରମଣ କରି ଭଙ୍ଗାରୁଜା କଲେ।ଏଥିରେ ଅବକାରୀ ବିଭାଗର ଦୁଇ କନେଷ୍ଟବଲ ଗୁରୁତର ଆହତ ହୋଇଥିବା ବେଳେ ଉଭୟଙ୍କୁ ଚିକିତ୍ସା…
ମହାରାଷ୍ଟ୍ରର କୋଲହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ହଠାତ୍ ତାଙ୍କ ଭାଣଜୀଙ୍କ ବିବାହ ଭୋଜିରେ ଏଣ୍ଟ୍ରି କରିଥିଲେ। ଏଠାରେ ସେ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟରେ ବିଷ ମିଶାଇଥିଲେ। ପୁଲିସ କହିବା ଅନୁସାରେ ମାମୁ ମହେଶ ପାଟିଲ ଘରେ ହିଁ ତାଙ୍କ ଭାଣିଜୀଙ୍କର ଲାଳନପାଳନ ହୋଇଥିଲା। ହେଲେ ଭାଣିଜୀ ସେହି ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଘର ଲୋକ ରାଜି ନହେବାରୁ ସେ ପ୍ରେମିକଙ୍କ ସହ ଲୁଚି ଘର ଛାଡ଼ି ପଳାଇଲେ ଏବଂ ଉଭୟ ବିବାହ କରିଥିଲେ। ହେଲେ ଯୁବତୀଙ୍କ ମାମୁ ମହେଶ ପାଟିଲ୍ ଏଥିରେ ରାଗି ଯାଇଥିଲେ। ପ୍ରତିଶୋଧ ନେବାକୁ ଯାଇ ସେ ଭାଣିଜୀଙ୍କ ବିବାହ ରିସେପ୍ସନରେ ପଶି ଭୋଜିରେ ବିଷ ମିଶାଇ ଦେଇଥିଲେ।ବଡ କଥା ହେଉଛି ଆସିଥିବା ଅତିଥିମାନେ କେହି ଖାଦ୍ୟ ଖାଇ ନଥିଲେ । ମାମଲା ସାମ୍ନାକୁ ଆସିବା ପରେ, ଏହାର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପଟେ ବିବାହ…
ଆସନ୍ତା ୧୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଲୋକମାନେ ମୋବାଇଲ୍ ଆପ୍ ମାଧ୍ୟମରେ ନିଜକୁ ପଞ୍ଜୀକରଣ କରିପାରିବେ ଯାହାକୁ ସେମାନେ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେମାନେ ଓଡ଼ିଶା ରାଜଭବନ ୱେବସାଇଟ୍ (www.rajbhavanodisha.gov.in) ରେ ଉପଲବ୍ଧ OR କୋଡ୍ ମାଧ୍ୟମରେ ମଧ୍ୟ ଡାଉନଲୋଡ୍ କରିପାରିବେ। ସାଧାରଣ ଜନତା ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ, ସ୍କୁଲ ଛାତ୍ରଛାତ୍ରୀମାନେ ସକାଳ ୮.୩୦ ରୁ ୧୦ ଟା ମଧ୍ୟରେ ସେମାନଙ୍କ ସ୍କୁଲ୍ ୟୁନିଫର୍ମ ଏବଂ ପରିଚୟପତ୍ର ସହିତ ସେମାନଙ୍କ ସ୍କୁଲ୍ ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ପରିଦର୍ଶନ କରିପାରିବେ।ରାଜଭବନ ଉଦ୍ୟାନ ପରିଦର୍ଶନ କରିବା ସମୟରେ ସାଙ୍ଗରେ କ୍ୟାମେରା, ଖାଦ୍ୟପେୟ, ବନ୍ଧୁକ,…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଯେପରି ସମସ୍ୟା ନ ହେବ ସେଥିଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ ତାରିଖରୁ ନାଟମଣ୍ଡପ ପରିସରରେ ଧାଡ଼ିଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି।ଶ୍ରୀମନ୍ଦିରରେ ଧାଡି ଦର୍ଶନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନାଟମଣ୍ଡପ ଭିତରେ କିପରି ଭକ୍ତମାନେ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ ସେନେଇ ୬ ଥାକିଆ ବ୍ୟାରିଗେଡ଼ କରାଯାଇଛି । ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ୟ୍ୟ ସମ୍ପୂର୍ଣ୍ଣ କରାଯିବ । ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରଵର୍ତ୍ତୀ ସପ୍ତାହ ଠାରୁ ଗଣତିମଣତି କରାଯିବା ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏଥିସହ ଖୁବ୍ଶୀଘ୍ର କଲ୍ଚରାଲ ଆଡ୍ଭାଇଜରି କମିଟି ଗଠନ ହେବ। ମହାପ୍ରଭୁଙ୍କ ସଂସ୍କୃତିକୁ ନେଇ ଗବେଷଣା କରୁଥିବା ବ୍ୟକ୍ତିବିଶେଷ ଏହି କମିଟିରେ ରହିବେ, ଯେଉଁମାନେ ଆଉ କ’ଣସବୁ କରାଯାଇପାରିବ ସେ ନେଇ ପରାମର୍ଶ ଦେବେ। ଯାହାସବୁ…
ଆଜି ପବିତ୍ର ଶାମ୍ବଦଶମୀ । ଏହି ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ଚଳଚଞ୍ଚଳ l ଶ୍ରଦ୍ଧାଳୁ ଏବଂ ସୂର୍ଯ୍ୟ ଉପାସକ ମାନେ ସକାଳୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ପୌରାଣିକ କଥା ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧି ମୁକ୍ତ ହୋଇଥିଲେ।ଆଜିର ଦିନରେ ସୂର୍ଯ୍ୟନାରାୟଣଙ୍କ ଦକ୍ଷିଣାୟନ ଓ ଉତ୍ତରାୟଣ ଚଳନ୍ତି ପ୍ରତିମା ରଥାରୁଢ଼ ହୋଇ ଚନ୍ଦ୍ରଭାଗା ତୀର୍ଥରେ ନିକଟରେ ଥିବା ଛୋଟାବାବା ମଠ ନିକଟକୁ ଯାଇଥାନ୍ତି । ରଥ ଉପରେ କାକରା, ବରା ଓ ପୋଡ ପିଠା ଲାଗି ପରେ ମଠ ମହନ୍ତ ଛେରା ପହରା କରିଥାନ୍ତି । ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣି ନେଇ ଚନ୍ଦ୍ରଭାଗା କୂଳରେ…
ଆସନ୍ତା ଜାନୁଆରୀ ୧୩ ତାରିଖରେ ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ସରକାର ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ । ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡାଙ୍କ ଉପସ୍ଥିତିରେ ହେବ ଏମ ଓ ୟୁ ।ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କ୍ୟାବିନେଟରେ ପାରିତ ହେବ। କ୍ୟାବିନେଟ ପାରିତ ଓ ଏମଓୟୁ ସ୍ୱାକ୍ଷର ପରେ ଏହା ଲାଗୁ କରାଯିବ। ଏହାପରେ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯିବ। ଯୋଜନା ଅନୁସାରେ ଫେବୃଆରୀରେ ଲାଗୁ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଗୋଟିଏ କାର୍ଡରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟସେବା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା । ପୁରୁଣା କାର୍ଡକୁ ହଟାଇ ଖୁବଶୀଘ୍ର ଦିଆଯିବ ନୂଆ କାର୍ଡ । ପୁରୁଣା କାର୍ଡର ପରିବର୍ତନ ହେବ ଲୋଗୋ । ଏକ କୋଟି ପରିବାର ଏବଂ ସାଢେ ତିନି କୋଟି ଲୋକ ଏହାର…
ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟିକୋଟି ଶ୍ରଦ୍ଧାରଳୁ ଯୋଗଦେଇ ଗଙ୍ଗାରେ ବୁଡ ପକାଇବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ବେଳେ ଏବେଠାରୁ ଭିଡ ଜମିଲାଣି। ତେବେ କୁମ୍ଭମେଳା ପାଇଁ ଓଡ଼ିଶାରୁ ଆଯୋଧ୍ୟାକୁ ଆରମ୍ଭ ହେବ ବସ୍ ସେବା । ଚାରୋଟି ଉତ୍ସର୍ଗୀକୃତ ମାର୍ଗରେ ଚାଲିବ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ । ପୁରୀ, ସମ୍ୱଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବାହାରିବ ବସ୍ । ଜାନୁଆରୀ 13ରୁ ଫେବୃଆରୀ 26 ଯାଏଁ ଗଡ଼ିବ ବସ୍ । OSRTC ୱେବସାଇଟ୍ ରେ ହେବ ଅଗ୍ରୀମ ଟିକେଟ୍ ବୁକିଂ । ଯାତ୍ରୀ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି।
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଏକ ନିଆରା କାର୍ଯ୍ୟ କରି ଇତିହାସ ରଚିଛନ୍ତି ଜଣେ ୬ ବର୍ଷୀୟ ବାଳକ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଉକ୍ତ ବାଳକ ଜଣକ ପଞ୍ଜାବର ଫାଜିଲକା ଜିଲ୍ଲାର କିଲିୟାବାଲି ଗ୍ରାମରେ ରହୁଥିବା ବେଳେ ନାମ ତାର ମୋହବ୍ବତ ବୋଲି ଜଣାପଡ଼ିଛି।୬ ବର୍ଷୀୟ ମୋହବତ୍ ରାମ ଦର୍ଶନ ପାଇଁ ଘରୁ ଚାଲି ଚାଲି ୧୦୦୦ କିମି ଦୂରତା ଅତିକ୍ରମ କରି ଆସି ଅଯୋଧ୍ୟାରେ ପହଞ୍ଚିଛି। ଏହି ବାଳକ ବିଷୟରେ ଜାଣିବା ପରେ ଲୋକେ କହୁଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କର ଅନେକ ଭକ୍ତ ଅଛନ୍ତି, କିନ୍ତୁ ମୋହବତ୍ ପରି କେହି ନାହିଁ।ମୋହବତଙ୍କ ୫୫ ଦିନର କଠିନ ପରିଶ୍ରମ ଅଯୋଧ୍ୟାରେ ପହଞ୍ଚି ସଫଳ ହୋଇଛି। ତେବେ ଜାନୁଆରୀ ୧୧ ତାରିଖ ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ଏବଂ ମୁଖ୍ୟମନ୍ତ୍ରୀ ମୋହବତଙ୍କୁ ସ୍ଵାଗତ କରିବେ ବୋଲି ଆଶା କରାଯାଉଛି।
ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରି ନିକଟରୁ ହଂସିତାଙ୍କ ପ୍ରଥମ ସ୍ବାମୀଙ୍କୁ ଧରିଲା ଆୟକର ବିଭାଗ । ହଂସିତାଙ୍କ ପ୍ରଥମ ସ୍ବାମୀ ଶରୋଜ ସାହୁ । ହଂସିତା ଗିରଫ ଖବର ପରେ ଭୁବନେଶ୍ବରରେ ପହଞ୍ଚିଥିଲେ ଶରୋଜ । ହଂସିତାଙ୍କୁ ଜେଲରେ ମଧ୍ୟ ଭେଟିଥିଲେ ଶରୋଜ । ଶରୋଜ ଗଞ୍ଜାମର ଜଣେ ବ୍ୟବସାୟୀ ହୋଇଥିବା ସୂଚନ ରହିଛି । ହଂସିତାଙ୍କ ଠକେଇ କାରବାରର ମୁଖ୍ୟ ନାୟକ ଥିଲେ ଶରୋଜ ।ଏକଥା ଜାଣିବା ପରେ ହତବାକ ହୋଇଛି ଭୁବନେଶ୍ୱର କମିଶନରେଟ୍ ପୁଲିସ୍। ଆଉ ଜାଣିପାରୁନି କେଉଁ ଦିଗରୁ ତଦନ୍ତ ଆଗକୁ ବଢ଼ାଇବ। ଏବେ ହଂସିକା ଅଭିଲିପ୍ସାଙ୍କ ଅପରାଧ ଦୁନିଆର ତଦନ୍ତ କମିଶନରେଟ୍ ପୁଲିସ୍ କରୁଥିବା ବେଳେ ଅର୍ଥନୈତିକ କାରବାର ମାମଲାର ତଦନ୍ତ ଆୟକର ବିଭାଗ କରୁଛି। କଳାହାଣ୍ଡି ନର୍ଲାର ବିଷ୍ଣୁପ୍ରିୟା ଚାନ୍ଦ। ମାଆଙ୍କ ମୃତ୍ୟୁ ପରେ ଭୁବନେଶ୍ୱରରେ ପାଠ ପଢ଼ିଥିଲେ! ଆଉ ବାହା ହୋଇଥିଲେ ବ୍ରହ୍ମପୁରର ପ୍ରତିଷ୍ଠିତ ମଦ ବ୍ୟବସାୟୀ ସରୋଜ…








