ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗତକାଲି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଏମସିର ନିଷ୍ପତ୍ତି ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କାମ ବନ୍ଦ ରହିବ । ଏହି ସମୟରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା ଥିବାରୁ ଏପରି ନିର୍ଦ୍ଦେଶ ଜାରି କରିଛି ବିଭାଗ । ଯଦି କୌଣସି କାର୍ଯ୍ୟ ଜରୁରୀ ମନେ ହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତେବେ ସତର୍କମୂଳକ ପଦକ୍ଷେପ ନିଆଯିବ ।ସମସ୍ତ ଡାକ୍ତରଖାନାରେ ସନଷ୍ଟ୍ରୋକରେ…
Author: sanitelevision
ମୟୂରଭଞ୍ଜ ଜିଲା ଚାନ୍ଦୁଆଁ ଥାନା ଅଧିନ ଠାରୁଆସାହି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ଉତ୍ୟକ୍ତ ହୋଇ ବାପାକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରି ମୁଣ୍ଡକୁ କାଟିନେଇ ଥାନାରେ ଆତ୍ମସମର୍ପଣ କରିଛି । ତେବେ ଖବର ଅନୁସାରେ, ଅଧରାତିରେ ବାପା ପୁଅ ମଧ୍ୟରେ ବଚସା ହୋଇଥିଲା । ଏହାପରେ ନିଜ କ୍ରୋଧକୁ ସମ୍ଭାଳିପାରିନଥିବା ପୁଅ । ରାଗ ଜର୍ଜରିତ ହୋଇ ବାପାକୁ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା । ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି । ତେବେ କୌଶଳକ୍ରମେ ପୁଅର ମରଣାନ୍ତକ ଆକ୍ରମଣରୁ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବାପାର ଗଣ୍ଡିକୁ ଘର ଦ୍ବାର ମୁହଁରେ ପିଙ୍ଗିଦେଇ ମୁଣ୍ଡକୁ ହାତରେ ଧରି ଫେରା ମାରିଥିଲା ନୃଶଂସ ପୁଅ । ଅନ୍ୟପଟେ ପୁଅ ମାନସିକ ବିଚାର ଗ୍ରସ୍ତ ବୋଲି ସୂଚନା…
ଓଡ଼ିଶା ସରକାର ସୋମବାର ଦିନ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। କୌଶିକ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସଡି) ଭାବରେ ନିଯୁକ୍ତି ମିଳିଛି।ପୂର୍ବରୁ କେନ୍ଦୁଝର ଏଡିଏମ ଥିବା ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦୁଝର ଉପଜିଲ୍ଲାପାଳ ଥିବା ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ୧୮ ଓଏଏସ୍ ଅଧିକାରୀଙ୍କ ବଦଳି ହୋଇଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ । ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ ପରେ ଚାରିଆଡୁ ଘୋର ନିନ୍ଦା । ମହାପ୍ରଭୁଙ୍କୁ ଅପମାନ ନେଇ ଥାନାରେ ମାମଲା । ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଜଗନ୍ନାଥ ପ୍ରେମୀ ।ଟାଟୁ ଆଙ୍କିଥିବା ଭୁବନେଶ୍ୱର ରକି ଟାଟୁଜ୍ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇଙ୍କ ନାଁରେ ସହିଦନଗର ଥାନାରେ ମାମଲା ହୋଇଛି । ସେପଟେ ମହାପ୍ରଭୁଙ୍କୁ ଅପମାନିତ କରିଥିବାରୁ ନିଜଆଡ଼ୁ କ୍ଷମା ପ୍ରାର୍ଥନା କରିଛନ୍ତି ରକି । ଅନ୍ୟପଟେ ଟାଟୋ ଆଙ୍କିଥିବା ବିଦେଶିନୀ ମଧ୍ୟ ଭିଡିଓ ବାର୍ତ୍ତାରେ କ୍ଷମା ପ୍ରାର୍ଥନା କରିଛନ୍ତି । ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୋ ହ୍ୱାଟ୍ସଆପ୍ ଷ୍ଟାଟସକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିଛି ।
ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ । ଏନେଇ ରାଜସ୍ବ ବିଭାଗକୁ ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ଦେଇଛି । ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଷ କରି ଏହାକୁ ଏପ୍ରିଲରୁ କାର୍ଯ୍ୟକାରୀ କରାଯିବ । ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ଯେଉଁମାନେ ପ୍ଲଟ କିଣିବେ ସେମାନେ ରାସ୍ତା ଓ ଆନୁଷଙ୍ଗୀକ ସୁବିଧା ପାଇବେ । ଡ୍ରାଫ୍ଟକୁ ଅଧ୍ୟୟନ କରିବ ବିଭାଗ । ଯଦି ଦରକାର ପଡେ କିଛି ନିୟମାବଳୀ ଯୋଡାଯାଇପାରେ । ରେରା ଓ ଓଡିଏ ମଦ୍ୟ ଏହି ଡ୍ରାଫ୍ଟକୁ ତର୍ଜମା କରିବ । ମାର୍ଚ୍ଚ ସୁଦ୍ଧା ସଂଶୋଧନ ଓ ସ୍ପଷ୍ଟୀକରଣ ଯାହା ଦରକାର ଅଛି ନୋଟିଫିକେସନ ହେବ । ୫ହଜାର ସ୍କୋୟାର ଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମୋଡାଲିଟି ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ଡ୍ରାଫ୍ଟ ତିଆରି କରିବାକୁ କହିଥିଲା ରାଜସ୍ବ ବିଭାଗ ।
ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଖୁବଶୀଘ୍ର କାଯ୍ୟକାରୀ ହେବ ପୋଷ୍ୟ ସନ୍ତାନ ଯୋଜନା । ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷା ଦାନ କରାଯିବ । ସିଏସଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । କମିଟିରେ ଏମସିଏଲ କର୍ତ୍ତୁପକ୍ଷ , ମହିଳା ଓ ଶିଶୁ ବିକାଶ ଅଧିକାରୀ ରହିବେ । ଜିଲ୍ଲା ଶିକ୍ଷାଧିକାରୀ କମିଟିରେ ରହିବେ । ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ।
ମାର୍ଚ୍ଚ ଆରମ୍ଭରୁ ହିଁ ସୂର୍ଯ୍ୟଙ୍କ କୋପ ବଢ଼ିଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ଆହୁରି ବଢ଼ିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ ।ସୂଚନାଯୋଗ୍ୟ, ଗତକାଲି ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିଲା ଟିଟିଲାଗଡ଼ । ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ପାରଦ ମଧ୍ୟ ୩୮ ଡିଗ୍ରୀ ଛୁଇଁଛି । ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ । ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମ ପ୍ରବାହ । ମେ‘ ମାସ ଯାଏଁ ସ୍ବାଭାବିକଠୁ ଅଧିକ ତାପମାତ୍ରା ଲାଗି ରହିବ । ଆଗକୁ ସ୍ଥିତି ଅସମ୍ଭାଳ…
ଜାଲରେ ପଡିଲା ୨ କୁଇଣ୍ଟାଲର ସାର୍କ ମାଛ । ଓଡିଶା ସୀମାନ୍ତ ପଶ୍ଚିମବଙ୍ଗର କାଁଥି ଅଂଚଳରେ ମତ୍ସ୍ୟ ଯିବି ମାନେ ଗଭୀର ସମୁଦ୍ରରୁ ଏହି ୨ କୁଇଣ୍ଟାଲର ସାର୍କ ମାଛକୁ ଧରିଛନ୍ତି । କାନ୍ଥିର ପେଟୁଆଘାଟ ମତ୍ସ୍ୟ ବନ୍ଦରରେ ଏହି ମାଛଟି ଧରା ପଡ଼ିଛି ।ଏହି ମାଛର ଆନୁମାନିକ ମୂଲ୍ୟ ୧ ଲକ୍ଷ ହେବ ବୋଲି ଜଣା ପଡିଛି । ବନ୍ଦରରେ ମାଛଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦୀଘା ନଦୀ ମୁହାଣରେ ଥିବା ମତ୍ସ୍ୟ ସମ୍ପଦ ନିଲାମ କେନ୍ଦ୍ରରେ ମାଛକୁ ବିକ୍ରି କରାଯାଇଥିବା ଜଣା ପଡିଛି।
ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟସପ୍ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ ଘଟଣାକୁ ନେଇ ସହିଦ ନଗର ଥାନାର ଦ୍ବାରସ୍ଥ ହେଲେ ଜଗନ୍ନାଥ ପ୍ରେମୀ। ସଂମୃକ୍ତ ଟାଟୁ ଆର୍ଟିଷ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି।ଖବର ଅନୁଯାୟୀ, ସହିଦନଗରରେ ଥିବା ରକି ଷ୍ଟୁଡିଓ ପକ୍ଷରୁ ଦିଆଯାଇଥିବା ଷ୍ଟାଟସ୍ରେ ଜଣେ ବିଦେଶିନୀଙ୍କ ଆଣ୍ଠୁରେ ଜଗନ୍ନାଥ ଟାଟୁ ଥିବାର ନଜର ଆସିଥିଲା । ଏହି ଟାଟୁକୁ ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟସପ୍ରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ବଢିଥିଲା । ଏହା ହିନ୍ଦୁର ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଜଗନ୍ନାଥ ପ୍ରେମୀମାନେ ଅଭିଯୋଗ କରିଥିଲେ । ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିବାକୁ ସାମାଜିକ କର୍ମୀ ଦାବି କରିଛନ୍ତି ।
ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିକୁ ବେଖାତିର କରିବା। ବନ୍ଦ ହେଲା ୪୮ ଅଧିକାରୀଙ୍କ ଦରମା। କଟକ ଜିଲ୍ଲାର କିଛି ବିଭାଗୀୟ ଅଧିକାରୀ ଜନ ଶୁଣାଣି ଅଭିଯୋଗକୁ ଅଣଦେଖା କରିଥିବା ବେଳେ ସେ ସମସ୍ତ ବିଭାଗର ଅଧିକାରୀଙ୍କ ଫେବୃଆରୀ ମାସର ଦରମା ବନ୍ଦ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କୁ ନୋଟିସ କରାଯାଇଛି ।ଏଥିସହିତ ନୋଟିସର ଦରମା ବନ୍ଦ ହୋଇଥିବା ଅଫିସରଙ୍କ ମଧ୍ୟରେ, କଟକ ଜିଲ୍ଲାର ବହୁ ବିଭାଗୀୟ ଅଧିକାରୀ ରହିଥିବା ବେଳେ, ଏଥିରେ କଟକ ଉପଜିଲ୍ଲାପାଳ, ସାଲେପୁର ବିଡ଼ିଓ, ମାହାଙ୍ଗା ବିଡ଼ିଓ, ନିଶ୍ଚିନ୍ତକୋଇଲି ବିଡ଼ିଓ, ଟାଙ୍ଗୀ ଚୌଦ୍ବାର ବିଡ଼ିଓ, କଟକ ସଦର ବିଡ଼ିଓ, ଆଠଗଡ଼ ବିଡ଼ିଓ, ବାଙ୍କୀ ବିଡ଼ିଓ,ବଡମ୍ବା ବିଡ଼ିଓ, ତିଗିରିଆ ବିଡ଼ିଓଙ୍କ ସମ୍ତଏତ ଅନେକ ହସିଲଦାରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବହୁ ଅଧୀକାରୀ ଅନ୍ତର୍ଭୁକ୍ତ ଅଛନ୍ତି। ଏମାନଙ୍କ ବିରୁଦ୍ଧରେ ଗ୍ରୀଭାନ୍ସ ଖିଲପି ଅଭିଯୋଗ ହୋଇଥିବା ବେଳେ ଉକ୍ତ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ…








