Author: sanitelevision

କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍‌ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ। ଯଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ ସହ ଆଣ୍ଟିବାୟୋଟିକ ଖାଉଛନ୍ତି, ତେବେ ଔଷଧ ଖାଇବା ହଠାତ୍‌ ବନ୍ଦ କରନ୍ତୁ ନାହିଁ। ଡାକ୍ତର ଯେତେଦିନ ପର୍ଯ୍ୟନ୍ତ ଖାଇବାକୁ କହିଛନ୍ତି, ସେ ପର୍ଯ୍ୟନ୍ତ ଔଷଧ ଖାଇବା ଚାଲୁ ରଖନ୍ତୁ। ସାଧାରଣ ଥଣ୍ଡା, ଜ୍ୱର ଓ କାଶରେ ଏହି ଔଷଧ ବ୍ୟବହାର କରିବା ଉଚିତ ନୁହେଁ । ତେଣୁ ଲୋକଙ୍କୁ ଏଭଳି ଔଷଧ ବ୍ୟବହାର ନକରିବାକୁ ସଚେତନ କରିବା ନିମନ୍ତେ ରାଜ୍ୟର ୩୦ ଜିଲ୍ଲାରେ ଚଳିତ ମାସ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏହାର ବ୍ୟବହାର ନେଇ ତୃଣମୂଳସ୍ତରରେ ସଚେତନତା…

Read More

ଆଜି ବିଶ୍ବ ଟେଲିଭିଜନ ଦିବସ । କଳାଧଳା ଯୁଗରୁ ଆରମ୍ଭ ହୋଇ ଟେଲିଭିଜନ ଏବେ ସ୍ମାର୍ଟ ଏଲଇଡି ସ୍ତରରେ ପହଞ୍ଚିଲାଣି। ୧୯୯୬ ନଭେମ୍ବର ୨୧ରେ ବିଶ୍ବରେ ପ୍ରଥମ ଟେଲିଭିଜନ ଫୋରମ୍ ଆୟୋଜିତ ହୋଇଥିଲା। ୧୯୯୭ ଡିସେମ୍ବରରେ ଜାତିସଂଘ ନଭେମ୍ବର ୨୧ତାରିଖକୁ ଆନୁଷ୍ଠନିକ ଭାବେ ଟେଲିଭିଜନ ଦିବସ ପାଳନ କରିବାକୁ ଘୋଷଣା କଲା। ଜନ୍ ବେଆର୍ଡ ୧୯୨୫ ଅକ୍ଟୋବର ୨ରେ ଟେଲିଭିଜନ ମାଧ୍ୟମରେ ପ୍ରଥମେ ଚିତ୍ର ପ୍ରସାରଣ ଆରମ୍ଭ କରିଥିଲେ। ଆଜି ଟିଭି ସମସ୍ତଙ୍କ ଦୈନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି । କୋଟି କୋଟି ଲୋକ ମନୋରଞ୍ଜନ , ବିଜ୍ଞାନ ଓ ଶିକ୍ଷା ଏବଂ ସୂଚନା ପ୍ରଦାନ କରୁଛି । ସାମାଜିକ ପରିବର୍ତ୍ତନ କୁ ପ୍ରୋତ୍ସାହନ କରିବାରେ ଟିଭି ର ମୁଖ୍ୟ ଭୂମିକା ରହିଛି ।୧୯୮୦ ମସିହାରେ ଧିରେ ଧିରେ ଭାରତରେ ଟେଲିଭିଜନ ସଂଖ୍ୟା ବଢିବାରେ ଲାଗିଲା । ପ୍ରଥମେ କଳାଧଳା ପରେ ଆଉ ପରେ ଆସିଲା ରଙ୍ଗାୀନ ଟିଭି…

Read More

ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୂଲ୍ୟବାନ ଜୀବନ । ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀ ଙ୍କ ନିଜ ଘରେ ଆତ୍ମହତ୍ୟା | ତେବେ ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ସ୍ବାମୀ ସ୍ତ୍ରୀ ଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଅନ୍ୟ ଏକ କୋଠରୀ ରେ ସ୍ବାମୀ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତର ମଝିସାହି ରେ । ଏହି ଗ୍ରାମର ପ୍ରମୋଦ ମଲିକ ଗତ ୨ ବର୍ଷ ହେବ ପୁଆରୀ ମଲିକଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନିଜ ବାପା ଘରୁ ସ୍ତ୍ରୀ ପୁଆରୀ ଏକ ମୋବାଇଲ ଆଣିଥିଲେ । ତେବେ ଅଭାବ ରେ ପଡି ପ୍ରମୋଦ ମୋବାଇଲକୁ ବନ୍ଧା ରଖିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ…

Read More

ଐତିହାସିକ କଟକ ବାଲିଯାତ୍ରା ପ୍ରତି ରହିଛି ରାଜ୍ୟବାସୀଙ୍କର ଅହେତୁକ ଆକର୍ଷଣ। ବର୍ଷକରେ ଥରେ ପଡ଼ୁଥିବା ଏହି ବାଲିଯାତ୍ରା ବୁଲିବାକୁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସିଥାନ୍ତି। ମାତ୍ର ଏବେ ଆଉ ବର୍ଷଯାକ ଅପେକ୍ଷା କରିବାକୁ ପଡ଼ିବନି। କାରଣ ବର୍ଷସାରା ମହାନଦୀ ପଠାରେ ହେବ ମିନି ବାଲି ଯାତ୍ରା।କଟକ ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ଗତ ରାତିରେ ବାଲି ଯାତ୍ରା ପରିଦର୍ଶନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଅବସରରେ ସେ କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ ମହାନଦୀ ରିଭର ଭିୟୁ ଫ୍ରଣ୍ଟ କାମ। ମହାନଦୀ ପଠାରେ ବର୍ଷ ତମାମ ଚାଲିବ ମିନି ବାଲିଯାତ୍ରା । ଚିତ୍ତବିନୋଦନ ପାଇଁ ହେବ ସ୍ଥାୟୀ ପ୍ରକଳ୍ପ । ଆମ୍ୟୁଜମେଣ୍ଟ ପାର୍କ, ବ୍ୟାପକ ଗଛ ଲଗାଯିବ । ଏଥିସହ ଫୁଟପାଥ, ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା ରହିବ।ଏଥିସହ ସେ କହିଛନ୍ତି, ସାବରମତିରେ ଯେପରି ରିଭର ଫ୍ରଣ୍ଟ ହୋଇଛି ସେପରି ମହାନଦୀରେ ବି ହେବ । ବର୍ଷ ସାରା…

Read More

ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ଆମେରିକାରେ ଲାଗିଛି ବଡ ଝଟ୍‌କା । ତାଙ୍କ ଉପରେ ଅଭିଯୋଗ ଆସିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଦେଇଛି ଧୋକ୍କା । ଆମେରିକାରେ ତାଙ୍କ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି। ଏହି ସମଗ୍ର ବିଷୟ ଆଦାନୀ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟ ଏକ ସଂସ୍ଥା ସହିତ ଜଡିତ । ନ୍ୟୁୟର୍କର ଫେଡେରାଲ କୋର୍ଟରେ ହୋଇଥିବା ଏକ ଶୁଣାଣିରେ ଗୌତମ ଆଦାନୀଙ୍କ ସମେତ ୮ ଜଣ ଲୋକ କୋଟି କୋଟି ଟଙ୍କାର ଠକେଇ କରିଥିବା ଏବଂ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡର ଅଧିକାରୀ ତଥା…

Read More

ଓଲଟି ପଡ଼ିଲା ବିଲାତି ବୋଝେଇ ଟ୍ରକ । ଟମାଟୋ ବହି ନେଲେ ଲୋକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନର୍ସରୀ ଛକ ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ଗାଡ଼ିଟି ଓଲଟି ପଡ଼ିବାରୁ ବୋଝେଇ ହୋଇଥିବା ଟମାଟୋ ସବୁ ଏଣେ ତେଣେ ପଡ଼ି ଯାଇଛି। ଆଉ ଏହାପରେ ଲୋକେ ସେଠାରୁ ଟମାଟୋ ସବୁ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି। ସାଇକେଲ୍ ଓ ବାଇକରେ ଲୋକେ ଟମାଟୋ ବୋହି ନେଇ ଯାଇଥିବା ଦେଖିବାକୁ ମିଳିଛି। ଏମିତିକି ରାସ୍ତାରେ ଯା’ଆସ କରୁଥିବା ଲୋକେ ବି ଓହ୍ଲାଇ ଟମାଟୋ ବୋହି ନେଇ ଯାଇଯାଉଛନ୍ତି। ପିଲାଠୁ ବୟସ୍କ କେହି ଏଥିରୁ ବାଦ୍ ପଡ଼ି ନାହାନ୍ତି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Read More

ଓସ୍କାର ବିଜେତା ତଥା ଭେଟେରାନ ସଙ୍ଗୀତକାର ଏ.ଆର୍‌ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ସେମାନଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭାବପ୍ରବଣତା ପରେ ଏହି ନିଷ୍ପତ୍ତି ଆସିଛି। ପରସ୍ପର ପ୍ରତି ସେମାନଙ୍କର ଗଭୀର ପ୍ରେମ, ସତ୍ତ୍ୱେ, ଦମ୍ପତ୍ତି ଜାଣିବାକୁ ପାଇଛନ୍ତି ,ତିକ୍ତତା ଏବଂ ଅସୁବିଧା ସେମାନଙ୍କ ମଧ୍ୟରେ ଏକ ଅବିସ୍ମରଣୀୟ ବ୍ୟବଧାନ ସୃଷ୍ଟି କରିଛି, ଯାହା ଉଭୟ ପକ୍ଷ ଏହି ସମୟରେ ସେତୁ କରିବାକୁ ସକ୍ଷମ ନୁହଁନ୍ତି । କଷ୍ଟ ଏବଂ ଯନ୍ତ୍ରଣାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀମତୀ ସାୟରା ଗୁରୁତ୍ୱାରୋପ କରିଛନ୍ତି । ରେହମାନ ଓ ସାଏରାଙ୍କ ବିବାହ ୧୯୯୫ରେ ହୋଇଥିଲା। ତାଙ୍କର ୩ଟି ଝିଅ। ଦୁହିଁଙ୍କ ଭିତରେ ସଂସ୍କୃତିକୁ ନେଇ ଦୀର୍ଘଦିନ ଧରି ମତଭେଦ ରହି ଆସିଥିଲା।

Read More

ପ୍ରତିଦିନ ସ୍ୱର୍ଗଦ୍ୱାରରେ ଦାହ ପାଇଁ ଶବ ସଂଖ୍ୟା ବଢି ଚାଲିଛି । ଏଥିପାଇଁ ଆବଶ୍ୟକ ପଡୁଥିବା କାଠ ନିଅଣ୍ଟ ହେବାରେ ଲାଗିଛି । ଏମିତିକି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ମଧ୍ୟ କାଠ ଯୋଗାଇବାକୁ ଅସହାୟ ପ୍ରକାଶ କଲାଣି। ଶ୍ରୀମନ୍ଦିରରେ କୋଠଭୋଗ ପ୍ରସ୍ତୁତି ପାଇଁ ଦୁଇ-ତିନି ଦିନରେ ୧୦ ଟନ୍‌ ଝାଉଁ କାଠ ଆବଶ୍ୟକ ପଡ଼ୁଛି। ଅର୍ଥାତ ମାସକୁ ୧୦୦ ଟନ୍‌ କାଠ ଆବଶ୍ୟକ ପଡ଼ୁଛି। ତେବେ ସ୍ବର୍ଗଦ୍ବାରରେ ଏଇ ଦୁଇ-ତିନି ବର୍ଷ ମଧ୍ୟରେ ଶବ ଆଗମନରେ ସଂଖ୍ୟାବୃଦ୍ଧି ଯୋଗୁ କାଠ ଅଭାବ ଦେଖାଦେଇଛି। ୩ ବର୍ଷ ପୂର୍ବରୁ ପ୍ରତିଦିନ ସ୍ବର୍ଗଦ୍ବାରରେ ଶବଦାହ ସଂଖ୍ୟା ଅତିବେଶୀରେ ୫୦ ମଧ୍ୟରେ ସୀମିତ ରହୁଥିଲା। ଏବେ ପ୍ରତିଦିନ ୭୦ରୁ ୯୦ ପର୍ଯ୍ୟନ୍ତ ଶବଦାହ ହେଉଛି। ଶୀତ ଦିନେ ୧୦୦ରୁ ୧୨୦ଟି ଶବ ଦାହ ପାଇଁ ଆସୁଛି।ଓଏଫଡିସି ଅଧିକାରୀଙ୍କ ସୂଚନା ମୁତାବକ, ଅସ୍ତରଙ୍ଗର କାଜୁରିନା କୂପରେ ୫ ହଜାର ଗଛ ଥିଲା। ସେଥିମଧ୍ୟରୁ ଏବେ…

Read More

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଏକ ରୋବୋଟିକ୍ କୁକୁର ନିୟୋଜିତ କରାଯାଇଛି। ଏହି ରୋବୋଟିକ୍ କୁକୁରକୁ ଦୁନିଆର ସବୁଠାରୁ ବିପଦଜ୍ଜନକ ବୋଲି କୁହାଯାଉଛି ।ଏହି ରୋବୋଟିକ୍ କୁକୁର ଏତେ ଶକ୍ତିଶାଳୀ ଯେ ଏହା ଶତ୍ରୁର ପ୍ରତ୍ୟେକ ଗତିବିଧିକୁ ବିଫଳ କରିବାର କ୍ଷମତା ରଖିଥାଏ । ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବଳୟକୁ କ୍ରମାଗତ ଭାବେ ସୁଦୃଢ଼ କରାଯାଉଛି । ଏହି କ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ନିଆଯାଇଛି ।ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ଏହି ରୋବୋଟିକ୍ କୁକୁର ହେଉଛି ଏକ ସର୍ଭିଲାନ୍ସ ରୋବଟ୍ କୁକୁର, ଯାହାର ଆଖି ପ୍ରତି ମୁହୂର୍ତ୍ତରେ ଶତ୍ରୁ ଉପରେ ରହିଥାଏ। ଏଥିରେ ନିୟୋଜିତ ରୋବୋଟିକ୍ କୁକୁର ଏକ ରିମୋଟ୍ କଣ୍ଟ୍ରୋଲ୍ ସର୍ଭିଲାନ୍ସ ୟୁନିଟ୍, ଯେଉଁଥିରେ ଆଧୁନିକ ସେନ୍ସର ଏବଂ ଟେକ୍ନୋଲୋଜି ରହିଛି, ଯେଉଁଥିରୁ ଏହାର ତଦାରଖ କରାଯାଏ।

Read More

ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଘଟଣା । ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ଓଲିଉଡ଼ ଅଭିନେତା ମନୋଜ ମିଶ୍ର । ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି । ସୂଚନାମୁତାବକ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ଆକ୍ଷେପ କରି ଅଭିନେତା ମନୋଜ ମିଶ୍ର ଦେଇଥିବା ମନ୍ତବ୍ୟକୁ ସବୁଆଡ଼େ ନିନ୍ଦା କରାଯାଇଥିଲା । ବାଲେଶ୍ଵରର ସାହିତ୍ୟିକମାନେ କହିଛନ୍ତି, ଓଡ଼ିଆ ଭାଷା, ସାହିତ୍ୟ ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିବା ବ୍ୟାସକବିଙ୍କୁ ସଠିକ୍‌ ଭାବେ ଜାଣି ନାହାନ୍ତି ମନୋଜ । ଫକୀର ମୋହନଙ୍କର କାଳଜୟୀ ଉପନ୍ୟାସକୁ ନ ପଢି କେଉଁଠୁ ଶୁଣି ସାହିତ୍ୟ ସ୍ରଷ୍ଟାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ଏକ ଅର୍ଦ୍ଧ ପାଗଳର ବିଳାପ। କଲିକତାରୁ ଶଗଡ଼ରେ ପ୍ରିଣ୍ଟଂ ମେସିନ୍‌ ଆଣି ଓଡ଼ିଆ ଭାଷା…

Read More