Author: sanitelevision

ଦୁଇ ଦିନ ତଳେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଥିବା ବେଳେ ଆଜି ଇଂରାଜୀ ନୂଆ ବର୍ଷରେ ୩ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୯୯୩ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଆଇପିଏସ୍ ବିନୟତୋଷ ମିଶ୍ର, ଆଇପିଏସ୍‌ ଆର.ପି. କୋଚେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ ନାଥଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

Read More

ପତ୍ନୀଙ୍କ ନିର୍ଯାତନା ସହିତ ନପାରି ଦିଲ୍ଲୀର ଜଣେ ୩୯ ବର୍ଷୀୟ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଦିଲ୍ଲୀର ମଡେଲ ଟାଉନ୍‌ର କଲ୍ୟାଣ ବିହାର ଅଞ୍ଚଳରେ ଏହି ଘଟଣା ଘଟିଛି।ମୃତ୍ୟୁ ପୂର୍ବରୁ ୫୪ ମିନିଟର ଭିଡ଼ିଓ କରି ସୁଇସାଇଡ୍ କରିଛନ୍ତି ପୀଡିତ ପୁରୁଷ । ପୁନିତ୍ ଖୁରାନା ନାମକ ଉକ୍ତ ବ୍ୟକ୍ତି ପତ୍ନୀ ମାଣିକ ଜଗଦୀଶ ପହୱାଙ୍କୁ ନେଇ ସବୁବେଳେ ଟେନସନରେ ରହୁଥିବା କଥା ପରିବାର ପୁଲିସକୁ କହିଛନ୍ତି । ପୂର୍ବରୁ ଛାଡ଼ପତ୍ର ଫାଇଲ୍ ହୋଇଥିଲେ ହେଁ ପତ୍ନୀଙ୍କ ଅତ୍ୟାଚାରକୁ ସହି ପାରୁନଥିଲେ ପୁନିତ୍ । ଏହାଛଡ଼ା ୨ ପରିବାର ଭିତରେ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା । ପୁନିତ୍ ଙ୍କ କିଛି ମେଡିକାଲ୍ ରିପୋର୍ଟ ମଧ୍ୟ ପୁଲିସ୍ ହାତରେ ଲାଗିଛି । ପୁନୀତଙ୍କ ଭଉଣୀ ଲୀନା କହିଛନ୍ତି, ମୋ ଭାଇଙ୍କୁ ମାଣିକ ବହୁତ ନିର୍ଯାତନା ଦେଇଛନ୍ତି।…

Read More

ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି ।୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ୩ରୁ ୧ ନମ୍ବର ହେବ ଓଡ଼ିଶା । ଏହା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳର ଭରି ରହିଥିବା ପ୍ରାଚ୍ୟୁର୍ଯ୍ୟକୁ ବିଶ୍ଵ ଦରବାରରେ ଦେଖାଇବା ପାଇଁ ଆମେ ସଫଳ ହେବୁ । ୭ ହଜାରରୁ ୮ ହାଜର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ । ଅତିଥି ଦେବ ଭବୋ ସଂସ୍କୃତିରେ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।

Read More

ଗୁରୁବାର ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତି। ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ୩ ତାରିଖରେ ରାଜଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।ମିଜୋରାମର ପୂର୍ବତନ ରାଜ୍ୟପାଳ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଡ. କମ୍ଭାମପତି ୨୦୨୧ ଜୁଲାଇ ୧୯ତାରିଖରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିିତ ହୋଇଥିଲେ।ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଅପ୍ରତ୍ୟାଶିତ ଭାବେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ଅନ୍ୟ କୌଣସି ରାଜ୍ୟରେ ମଧ୍ୟ ନିଯୁକ୍ତି ମିଳିନାହିଁ ।

Read More

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇ-କଓ୍ବୋଇସିକୁ ନେଇ ନୂଆବର୍ଷରେ ବଡ଼ ସୂଚନା ଦେଇଛନ୍ତି। ଜାନୁଆରୀ ୧୫ତାରିଖ ସୁଦ୍ଧା ସରିବ ଇ-କେୱାଇସି । ବୟସାଧିକ କାରଣରୁ ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି । ଅନ୍ୟପଟେ ଯେଉଁମାନେ ବାହାର ରାଜ୍ୟରେ ରହୁଛନ୍ତି ସେମାନଙ୍କ ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ସରକାରୀ ଅଧିକାରୀ ଯିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ନିକଟରେ ଗୋଆରେ ଥିବା କିଛି ଲୋକଙ୍କ ଇ-କେୱାଇସି କରାଯାଇଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୮୫% ଇ-କଓ୍ବୋଇସି ସରିଲାଣି ଯେଉଁମାନଙ୍କର ବାକି ରହିଛି ସମସ୍ତଙ୍କର ସରିବ। ଏଯାବତ ୫୦ ଲକ୍ଷ ଲୋକ ଇ-କଓ୍ବୋଇସି କରି ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Read More

ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳୁଥିବା ଟିମ ଇଣ୍ଡିଆକୁ ମେଲବୋର୍ନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ପ୍ରଶ୍ନ ଉଠିଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ଟେଷ୍ଟରେ ବିଫଳତା ଦେଖୁଛି। କ୍ୟାପ୍ଟେନ୍ସିରେ ତାଙ୍କର ଆଉ ସେହି ପୁରୁଣା ଚମକ ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଫ୍ଲପ୍ ହେବା ପରେ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ବି ଫେଲ୍ । ଫଳରେ ତାଙ୍କର ଅବସର ନେଇ ସବୁଠି ଚର୍ଚ୍ଚା । ଏମିତିକି ପୂର୍ବତନ କ୍ରିକେଟର ବି ରିଟାୟରମେଣ୍ଟ ସପକ୍ଷରେ । ଏବେ ଅପେକ୍ଷା କେବଳ ଘୋଷଣାକୁ ।ବର୍ତ୍ତମାନ ମେଲବୋର୍ନରେ ପରାଜୟ ପରେ ରୋହିତ ଶର୍ମା ସୋସିଆଲ ମିଡିଆ ମାଧ୍ୟମରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ତାଙ୍କ ପୋଷ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଭାରତୀୟ ଅଧିନାୟକ ୨୦୨୪କୁ ଧନ୍ୟବାଦ ଦେଇଥିଲେ। ରୋହିତ…

Read More

୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ୟୁକ୍ରେନ-ରୁ‌ଷ୍‌ ଯୁଦ୍ଧ ଥମିବାର ନାମ ନେଉନଥିବା ବେଳେ ନୂଆ ବର୍ଷରୁ ଏକ ଖୁସି ଖବର ମିଳିଛି । ପ୍ରଥମ ଥର ନିମନ୍ତେ ଉଭୟ ଦେଶ ୩ ଶହ ଯୁଦ୍ଧବନ୍ଦୀଙ୍କୁ ପରସ୍ପରକୁ ଫେରାଇଛନ୍ତି । ୟୁଏଇ ମଧ୍ୟସ୍ଥତାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବନ୍ଦୀ ହସ୍ତାନ୍ତର ପାଇଁ ବୁଝାମଣା ହୋଇଥିଲା ଏବଂ ସର୍ତ୍ତ ମୁତାବକ ଉଭୟ ଦେଶ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବୁଝାମଣା ବ୍ୟବସ୍ଥା ଅନୁସାରେ ୟୁକ୍ରେନ ନିୟନ୍ତ୍ରିତ ଅଞ୍ଚଳରୁ ୧୫୦ ରୁଷୀୟ କର୍ମଚାରୀ ଫେରିଛନ୍ତି। ପ୍ରତିବଦଳରେ ରୁଷ୍‌ ୧୫୦ ୟୁକ୍ରେନ୍‌ ଯୁଦ୍ଧବନ୍ଦୀ ଓ ସୈନିକଙ୍କୁ ଫେରାଇଛି।

Read More

ନୂତନ ବର୍ଷ ୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣିଦେଉ। ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ମିଳୁ। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ କହିଛନ୍ତି । ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା । ୨୦୨୫ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧତା ଆଣ । ଏହି ଅବସରରେ, ଆସନ୍ତୁ ଭାରତ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ଅନ୍ତର୍ଭୂକ୍ତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆମର ପ୍ରତିବଦ୍ଧତାକୁ ନବୀକରଣ କରିବା ।

Read More

ନୂଆବର୍ଷରେ ଆମିଷ ବଜାରର ଚାହିଦା। ଆମିଷ କିଣିବାକୁ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି । ମାଂସ ଭଳି ମାଛର ବି ଚାହିଦା କିଛି କମ ନାହିଁ । ବିଭିନ୍ନ ପ୍ରକାର ମାଛ ଭିତରୁ ଗ୍ରାହକ ନିଜ ମନପସନ୍ଦର ମାଛ କିଣିବାକୁ ଆଗ୍ରହ ଦେଖାଉଛନ୍ତି । ଗ୍ରାହକଙ୍କ ଆଗ୍ରହକୁ ଦେଖି ମାଛ, ଚିକେନ୍ ଏବଂ ମଟନ ଦୋକାନୀ ମଧ୍ୟ ଦୋକାନରେ ମାଲ୍ ଗଦା କରି ରଖିଛନ୍ତି । ଆଖି ପିଛୁଳାକେ ଦୋକାନରୁ ଖାଲିହେବାରେ ଲାଗିଛି, ଜିନିଷ । ରୋହି, ଭାକୁର, ମିରିକାଳୀ, ଖଇଙ୍ଗା ମାଛର ଚାହିଦା ଅଧିକ ରହିଛି । ଦର ଅଧିକ ରହିଛି ତଥାପି ଭିଡ ଦର୍ଶାଉଛି ବୁଧବାର ପାଇଁ ଆମିଷ ବଜାରର ଚାହିଦା ଅଧିକ ରହିଛି । ନୂଆ ବର୍ଷ ପାଇଁ ଭୁବନେଶ୍ୱର ୪ ନମ୍ବର ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ। ଖାସି ମାଂସ ସମେତ ନଦୀ ମାଛ ଓ ସମୁଦ୍ର ମାଛ କିଣିବା ପାଇଁ ବଢିଛି…

Read More

ନୂଆ ବର୍ଷ ଆରମ୍ଭରୁ ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ହାର ହ୍ରାସ କରିଛନ୍ତି। ଏଲପିଜି ସିଲିଣ୍ଡର ୧୪.୫୦ଟଙ୍କା ଶସ୍ତା ହୋଇଛି। ତେବେ ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଛି| ସୂଚନାଯୋଗ୍ୟ ଯେ, ତୈଳ ମାର୍କେଟିଂ କମ୍ପାନୀଗୁଡିକ କେବଳ ମାସର ପ୍ରଥମ ଦିନରେ ଏଲପିଜି ଗ୍ୟାସର ମୂଲ୍ୟ ସ୍ଥିର କରନ୍ତି। ସେହିଭଳି ୧ ଜାନୁଆରୀରୁ ପେନସନଧାରୀଙ୍କ ପାଇଁ ଇପିଏଫ୍ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ନୂଆ ନିୟମରେ ପେନସନଧାରୀ କୌଣସି ବି ବ୍ୟାଙ୍କରୁ ପେନସନ ଉଠାଇପାରିବେ, ଏଥିପାଇଁ ଅଧିକ ଯାଞ୍ଚର ଆବଶ୍ୟକତା ପଡିବନି । ଆରବିଆଇ ଫିଚର ଫୋନରେ ଅନଲାଇନ ପେମେଣ୍ଟ ସୁବିଧା ପାଇଁ ୟୁପିଆଇ ୧୨୩ ପେ ଆରମ୍ଭ କରିଛି । ଚାଷୀଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ପୂର୍ବରୁ ଏନେଇ ଘୋଷଣା କରିଥିଲା ଆରବିଆଇ…

Read More