ଦିଲ୍ଲୀରେ ଭାଜପାର ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇସାରିଛି। ସୂତ୍ର ଅନୁସାରେ, ପ୍ରବେଶ ବର୍ମା ଦିଲ୍ଲୀର ଦାୟିତ୍ୱ ନେବେ। ତାଙ୍କ ନାମ ଉପରେ ଭାଜପା ଏବଂ ଆରଏସଏସ ମଧ୍ୟରେ ସହମତି ରହିଛି।ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ସହିତ, ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କସରତ ଜୋରଦାର ହୋଇଛି, ଏବଂ ଦଳର ଅଧ୍ୟକ୍ଷ ଜେ ପି ନଡ୍ଡା ଫେବୃଆରୀ ୯ରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବରିଷ୍ଠ ନେତାମାନେ ଫେବୃଆରୀ ୮ ତାରିଖରେ ଭାଜପା ମୁଖ୍ୟାଳୟରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ଆଲୋଚନା କରିଥିଲେ। ନିର୍ବାଚନରେ ଭାଜପା ପ୍ରତ୍ୟେକ ଅଞ୍ଚଳ ଏବଂ ଅଧିକାଂଶ ସମ୍ପ୍ରଦାୟ ମଧ୍ୟରେ ପ୍ରଭାବଶାଳୀ ନେତୃତ୍ୱ ହାସଲ କରିଛି, ତେଣୁ ଏହାର ମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଏକ ବିସ୍ତୃତ ତାଲିକା ଅଛି। ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବାଛିବାରେ ଦଳର ପସନ୍ଦକୁ ପ୍ରାୟତଃ ଏକ ବୃହତ ରାଜନୈତିକ ବାର୍ତ୍ତା ଭାବରେ ଦେଖାଯାଏ, ଏବଂ…
Author: sanitelevision
ବିବାହ ତିଥି ଆସିଯାଇଛି ଏପଟେ ସୁନା ଦର ବଢି ଚାଲିଛ । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ବର୍ତ୍ତମାନ ୮୭ ହଜାର ଉପରକୁ ଟପିଛି ସୁନା ରେଟ୍ ।ମଙ୍ଗଳବାର ଦେଶରେ ସର୍ବକାଳୀନ ରେକର୍ଡ଼ ଭାଙ୍ଗିଛି ସୁନାଦର। ୨୪ କ୍ୟାରେଟ୍ ସୁନା ଦାମ୍ ୮୭୦ ଟଙ୍କା ବୃଦ୍ଧି ପାଇଥିବାବେଳେ ୨୨ କ୍ୟାରେଟ୍ ସୁନା ୮୦୦ ଟଙ୍କା ବଢିଛି। ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୦ ହଜାର ୬୦୦ ଟଙ୍କା ହୋଇଛି। ଏପଟେ ଦିଲ୍ଲୀରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ରେଟ ୮୮,୦୮୦ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ରେଟ ୧୦ ଗ୍ରାମକୁ ୮୦,୭୫୦ଟଙ୍କା ରହିଛି । ଏଭଳି ଦରବୃଦ୍ଧି ହେଲେ ଖୁବଶୀଘ୍ର ସୁନା ଦର ୧ଲକ୍ଷ ଛୁଇଁବ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ ।
ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଜଘନ୍ୟକାଣ୍ଡ। ଠାକୁରାଣୀ ଯାତ୍ରାରେ ନାଟକ ଦେଖିବାକୁ ଯାଇଥିବା ବେଳେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନାରେ ୪ ଜଣ ଯୁବକଙ୍କୁ ଅଟକ ରଖାଯାଇଛି। ତେବେ ମଙ୍ଗଳବାର ଦିନ ନାବାଳିକାଙ୍କର ଡାକ୍ତରୀ ମାଇନା କରାଯିବ । ତେବେ ଦୁଷ୍କର୍ମ ଘଟଣା ଜଣେ ଯୁବକ ଦେଖିଥିଲେ କିନ୍ତୁ ଦୁଷ୍କର୍ମକାରୀ ୪ ଜଣ ସମ୍ପୃକ୍ତ ଯୁବକଙ୍କୁ ଧମକ ଦେଇ କାହାକୁ ନକହିବାକୁ ଚେତାବନୀ ଦେଇଥିଲେ। ହେଲେ ପୀଡ଼ିତା ନାବାଳିକା ଜଣକ ଘଟଣା ସମ୍ପର୍କରେ ଗ୍ରାମ୍ୟ କମିଟି ସମ୍ମୁଖରେ ଜଣାଇଥିଲେ। ପରେ ଗ୍ରାମ୍ୟ କମିଟି ଓ ପରିବାର ଲୋକଙ୍କ ସହ ପୀଡ଼ିତା ଲକ୍ଷ୍ମୀପୁର ଥାନାକୁ ଆସି ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା…
୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଶ୍ରୀମନ୍ଦିରରେ ଗଜଉଦ୍ଧାରଣ ବେଶ ସମ୍ପର୍କିତ ବିଶେଷ ନୀତି ଥିବାରୁ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ।ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସୂଚନାଯୋଗ୍ୟ, ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବୃଆରୀ ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା। ଏହି ଦିନ ବ୍ୟତୀତ ଅନ୍ୟ ଦିନରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ ବୋଲି କୁହାଯାଇଥିଲା।
ଆଜି ପୁରୀରେ ବସିବ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଦିନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ବିଭିନ୍ନ ପଞ୍ଜିକାରେ ତ୍ରୁଟି ନେଇ ପୂର୍ବରୁ ବିବାଦ ଦେଖାଦେଇଛି । ତେବେ ଏହି ବୈଠକରେ ନୀତି ପ୍ରଶାସକଙ୍କ ସହ ପଞ୍ଜିକାର, ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ।ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ବିଗତ ଦିନରେ ବିବାଦ ଦେଖାଦେଇଛି। ଆଜିର ବୈଠକରେ ଏପ୍ରସଙ୍ଗରେ ସବିଶେଷ ଆଲୋଚନା କରାଯିବ।
ଆଜିଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବ। ବିଶେଷ କରି ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ବେଙ୍ଗଲ ସମେତ ନେପାଳରୁ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ଆସିବେ ।ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ଜ୍ୱଳନ କରିବେ । ସନ୍ଧ୍ୟା ୫ଟା ୨୦ ମିନିଟ୍ରେ ଝାଡ଼ରେ ଅଗ୍ନି ସଂଯୋଗ ହେବ । ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଯୋରନ୍ଦା ସ୍ଥିତ ଏହି ମହିମା ଗାଦିରେ ଚଳିତ ବର୍ଷ ୧୫୨ ତମ ‘ଯୋରନ୍ଦା ମାଘ ମେଳା’ ପାଳନ ହେବାକୁ ଯାଉଛି । ଆଗାମୀ ମଙ୍ଗଳବାର ଠାରୁ ୨ ଦିନ ଧରି ଚାଲିବ ଏହି ମେଳା ।ଏଥିପାଇଁ ମୁଖ୍ୟ ଗାଦି ମନ୍ଦିର, ଛତିଶ ହାତିଆ ମନ୍ଦିର, ଅଖଣ୍ଡ…
ରାଜ୍ୟରେ କମିବ ଶୀତ, ବଢିବ ରାତି ତାପମାତ୍ରା। ଆସନ୍ତା ଦୁଇ ଦିନରେ ରାତିରେ ପାରଦ ଆଉ ୨ରୁ ୩ ଡିଗ୍ରୀ ବଢ଼ିବ। ଏହାପରେ ପୁଣି ୩ ଡିଗ୍ରୀ ଖସିଯିବ । ସୋମବାର ୪ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି। ଅଧିକାଂଶ ସ୍ଥାନରେ ରାତିବେଳା ପାରଦ ବି ଉପରମୁହାଁ ହେଉଛି । ପାରାଦୀପରେ ୨୦.୪ ଓ ପୁରୀରେ ୨୨.୬ ଡିଗ୍ରୀ ସେଲସିୟସ୍ ରହିଥିଲା। ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଥିଲା। ସୁନ୍ଦରଗଡ଼ରେ ୩୫.୪, ବଲାଙ୍ଗୀର ଓ ପାରଳାଖେମୁଣ୍ଡିରେ ୩୫.୨, ଅନୁଗୁଳରେ ୩୪.୭, ସୋନପୁରରେ ୩୪.୫, ହୀରାକୁଦରେ ୩୪.୧, ନୂଆପଡ଼ାରେ ୩୪, ଭଦ୍ରକ ଓ ଢେଙ୍କାନାଳରେ ୩୩.୮, ନବରଙ୍ଗପୁରରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ NCC ଡିଜି ଲେଫ୍ଟନନାଣ୍ଟ ଜେନେରାଲ ଗୁରୁବୀର ପାଲ୍ ସିଂହ। ଓଡ଼ିଶାରେ ଏନସିସିର ସଂପ୍ରସାରଣ ସମ୍ପର୍କରେ କଲେ ଆଲୋଚନା। କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ହେବ ଟ୍ରେନିଂ ସେଣ୍ଟର। କୋରାପୁଟରେ ହେବ ଏନସିସି ଗ୍ରୁପ୍ ହେଡକ୍ବାର୍ଟର୍ସ ପ୍ରତିଷ୍ଠା।ବର୍ତ୍ତମାନ ଓଡ଼ିଶାରେ ଏନସିସି କ୍ୟାଡେଟ ସଂଖ୍ୟା ୬୦ ହଜାର ରହିଛି। ଯାହାକୁ ୯୦ ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନସିସି ଶାଖା ପ୍ରତିଷ୍ଠା କରାଯିବ।କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍ଧ ଥିବାବେଳେ, ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦିଆଯିବ ।ଏହା ସହିତ କୋରାପୁଟରେ ଏନ୍.ସି.ସି.ର ଗ୍ରୁପ୍ ହେଡ୍କ୍ୱାଟର୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯିବ । ଝାରସୁଗୁଡ଼ା ଏୟାରପୋର୍ଟରେ ଏନ୍.ସି.ସି. ପିଲାମାନଙ୍କୁ ବିମାନ ଉଡାଣ ପ୍ରଶିକ୍ଷଣ ଦେବାପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି ।…
ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ମହିଳା ଆୟୋଗ ‘ଜାତୀୟ ମହିଳା କମିଶନ- ଆପଣଙ୍କ ଦ୍ୱାରରେ’ ଶୀର୍ଷକ ନାମକ ଏକ ଜନ ଶୁଣାଣି ଆୟୋଜିତ ହେବ।ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିବେ । ସମସ୍ୟାରେ ପୀଡ଼ିତ ମହିଳା ଜନ ଶୁଣାଣିକୁ ଆସି ଭାଗ ନେଇ ପାରିବେ ବୋଲି କୁହାଯାଇଛି । ତେବେ ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ ଅଞ୍ଚଳର ମହିଳାମାନଙ୍କଠାରୁ ନୂତନ ଅଭିଯୋଗ ଗ୍ରହଣ କରିବା ହେଉଛି ମହିଳା ଜନ ସୁନଓ୍ବାଇ କାର୍ଯ୍ୟକ୍ରମର ପ୍ରଧାନ ଲକ୍ଷ୍ୟ ରହିଛି ।ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାରର ସମସ୍ୟାରେ ପୀଡିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଉପସ୍ଥାପିତ କରିବାକୁ କୁହାଯାଇଛି। ମହିଳାମାନଙ୍କ ସହ ଜଡିତ ବିଚାରଧୀନ ମାମଲାଗୁଡ଼ିକର ସମାଧାନ କରିବା ଏବଂ ଯଥାସମ୍ଭବ ସମସ୍ତ…
କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ୍ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହରୁ ପୁଅର କାଠଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବଳକ ବିକାଶ ଜଣେ ଝିଅକୁ ଭଲ ପାଉଥିଲେ। ତାଙ୍କୁ ବିବାହ କରିବାକୁ ଘରେ ଜିଦ୍ କରୁଥିଲେ। ମାତ୍ର ଘରେ ବିକାଶଙ୍କ ଜଣେ ଭଉଣୀ ଓ ଭାଇ ରହିଥିବାରୁ ଘରଲୋକ ତାଙ୍କୁ କାମଧନ୍ଦା କରି ନିଜ ଗୋଡ଼ରେ ଛିଡ଼ା ହେବାକୁ କହୁଥିଲେ। ଏହି ଘଟଣାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ରବିବାର ଅନୁରୂପ ବିକାଶ ବିବାହ କରିବାକୁ ଜିଦ୍ କରିଥିଲେ। ଫଳରେ ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବିକାଶ ଉତ୍ତ୍ୟକ୍ତ ହୋଇବାପାଙ୍କ ମୁଣ୍ଡକୁ ଏକ କାଠଫାଳିଆରେ ପିଟି ଦେଇଥିଲେ। ଫଳରେ ଅଜୟ ଗୁରୁତର ହୋଇପଡ଼ିଥିଲେ। ତେବେ ବାପା ଅଜୟ ସେଠୀଙ୍କୁ ତାଙ୍କ ପୁଅ ଆକ୍ରମଣ କରିବା ପରେ ପରିବାର ଲୋକେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି…








