ଏକ ଏକ୍ସୟୁଭି କାର୍ ଏବଂ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୁଘର ଲୋକେ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ଦାବି ପୂରଣ ନ ହେବାରୁ ସେମାନେ ଝିଅକୁ ଏଚ୍ଆଇଭି ସଂକ୍ରମିତ ଛୁଞ୍ଚିରେ ଇଞ୍ଜେକ୍ଶନ ଦେଇଦେଲେ। ଝିଅ ଏବେ ଏଚ୍ଆଇଭି ପଜିଟିଭ ସଂକ୍ରମିତ ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ବାପା।ୟୁପିର ସାହାରନପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।ଏନେଇ ସାହାରନପୁର ଏସପି କହିଛନ୍ତି, “ପିଡିତା ସାହାରନପୁରର ବାସିନ୍ଦା। ଘଟଣାରେ ଆମେ ତାଙ୍କ ସ୍ୱାମୀ, ଦିଅର, ଭାଉଜ, ନଣନ୍ଦ ଏବଂ ଶାଶୁଙ୍କ ବିରୋଧରେ ଆଇପିସି ଧାରା ୩୦୭, ୪୯୮ଏ, ୩୨୩, ୩୨୮, ୪୦୬ ଯୌତୁକ ଧାରା ଅନୁଯାୟୀ ଗଙ୍ଗୋହ ଥାନାରେ ଏକ ଏଫଆଇଆର ଦାଖଲ କରିଛୁ।ମିଳିଥିବା ସୂଚନାନୁସାରେ, ସାହାରନ୍ପୁର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଝିଅ ରଶ୍ମି(ଛଦ୍ମନାମ)ଙ୍କ ଉତ୍ତରାଖଣ୍ଡର ହରିଦ୍ୱାରରେ ରହୁଥିବା ଅଭିଷେକ ଓରଫ ସଚିନ୍ଙ୍କ ସହିତ ୨୦୨୩ ଫେବୃଆରୀ ୧୫ରେ ବିବାହ…
Author: sanitelevision
ଆକ୍ସନମୋଡ଼ରେ ଜିଲ୍ଲାପାଳ । ରାତିଅଧରେ ରୋଗୀଙ୍କର ଅଭିଯୋଗ ଶୁଣି ମେଡିକାଲରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ । ମେଡିକାଲରେ ପହଞ୍ଚି ବିଭିନ୍ନ ସ୍ଥିତି ବିଷୟରେ ପରଖିଛନ୍ତି ଜିଲ୍ଲାପାଳ । ରାତିରେ ଡାକ୍ତର ରହୁନଥିବା ଜାଣିବା ପରେ ଅଚାନକ ଗସ୍ତ କରିଥିଲେ। ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତର ନ ଥିବା ଜାଣି ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ସମ୍ପୃକ୍ତ ଡାକ୍ତରଙ୍କୁ ସୋ’ କଜ ନୋଟିସ ଜାରି କରିବାକୁ CDMOଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ପରେ ସଂପୂର୍ଣ୍ଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି । ଗତ କିଛି ଦିନ ହେବ ମା ଓ ଶିଶୁ ମାନଙ୍କ ଚିକିତ୍ସା ପାଇଁ ଉଦିଷ୍ଟ MCH ରେ ଡାକ୍ତର ରାତିରେ ରହୁନଥିବା ଅଭିଯୋଗ ହୋଇ ଆସୁଥିଲା । ଗତ ୩ ତାରିଖରେ ଚାଷୀ ବେଶରେ ମଣ୍ଡି ବୁଲି ମଣ୍ଡି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ…
ଗଞ୍ଜାମ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦେଖିବାକୁ ମିଳିଛି । ଆଜି ଭୋର୍ ସମୟରୁ ଧୀରେ ଧୀରେ ଅଲିଭ ରିଡଲେଙ୍କ ଆଗମନ ହୋଇଛି । ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି । କିଛି ଅଞ୍ଚଳକୁ ନୋ ଫିସିଂ ଜୋନ୍ ଭାବେ ଘୋଷଣା କରାଯାଇଛି । ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନଥିଲା । ପ୍ରାୟ ୨ ହଜାର କଇଁଛ ଅଣ୍ଡାଦାନ କରିଥିଲେ କିନ୍ତୁ ଏବର୍ଷ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି । ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ବର ମାସରେ ଶ୍ରୀଲଙ୍କା ଉପକୂଳରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି । ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ…
ରାଜ୍ୟ ବିଜେପି ପକ୍ଷରୁ ଘୋଷଣା ହୋଇଛି ଜିଲ୍ଲା ସଭାପତିଙ୍କ ନାଁ। ଗତ ଜାନୁଆରୀ ମାସ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ, ରବିବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୩ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ଜିଲ୍ଲା ସଭାପତିମାନେ ହେଲେ : ଅନୁଗୁଳ – ଯଯାତି କେଶରୀ ପଟ୍ଟନାୟକ;ଭଦ୍ରକ – ଭଗବାନ ପଣ୍ଡା;ଭୁବନେଶ୍ୱର – ନିରଞ୍ଜନ ମିଶ୍ର;ଗଜପତି – ନବକିଶୋର ଶବର;ଯାଜପୁର – ଦେବଯାନୀ ପ୍ରଧାନ;ଝାରସୁଗୁଡା – ରଘୁନନ୍ଦନ ପଣ୍ଡା;କନ୍ଧମାଳ – ପଣ୍ଡିତ କୁମାର ବିସ୍ମାଝୀ;ଖୋର୍ଦ୍ଧା – ବିଶ୍ୱରଂଜନ ବଡଜେନା;କୋରାପୁଟ – ଶିବ ମୁଦୁଲି;ନୟାଗଡ – ତାପସ ରଂଜନ ମାର୍ଥା;ରାୟଗଡା – ଗୋପି ଆନନ୍ଦ;ସୁବର୍ଣ୍ଣପୁର – ବେଣୁଧର ଦାଶ;ରାଉରକେଲା – ପୂର୍ଣ୍ଣିମା କେର୍କେଟା
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଆଜି ସକାଳୁ ସକାଳୁ ଏନକାଉଣ୍ଟର ହୋଇଛି। ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର ହୋଇଛି। ଭୋର୍ରେ ଲୁଟ୍ ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର କରିଛି। ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଅନାରେ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦେଖି ଦେଇଥିଲା।ପୋଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ ଫେରାର୍ ହେବା ପାଇଁ ବସିଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇଥିଲା। ସେହି ସମୟରେ ବାଲିଅନ୍ତା କେନାଲ ବନ୍ଧ ଉପରେ ଅର୍ଜୁନ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ।
ଆଜି ଆସିବ ରାଜ୍ୟ ବଜେଟ, ସଂଧ୍ୟାରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥର ପରିମାଣ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା । ୨୦୨୫-୨୬ ଆର୍ଥିକବର୍ଷ ବଜେଟରେ ନିଯୁକ୍ତି ଓ ଉତ୍ପାଦନ ଉପରେ ମୋହନ ସରକାର ଗୁରୁତ୍ୱ ଦେଇପାରନ୍ତି। ଗାଁରେ ଆର୍ଥିକ ସ୍ରୋତ ସୃଷ୍ଟି କରିବାକୁ ସରକାର ନୂଆ ଯୋଜନା ଆଣିପାରନ୍ତି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଲୋକମତ, ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ ପରାମର୍ଶରେ ବଜେଟ ପ୍ରସ୍ତୁତ ହୋଇଛି। ଭାଜପାର ନିର୍ବାଚନୀ ସଂକଳ୍ପପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଇ ବଜେଟରେ ଅର୍ଥ ବ୍ୟୟବରାଦ ହୋଇଥିବା ଆଶା କରାଯାଉଛି।ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ବତନ୍ତ୍ର ଅନୁଦାନ ସହ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ହୋଇପାରେ। ସେହିପରି ସୁଭଦ୍ରା ଯୋଜନାରେ ୧ କୋଟି ମହିଳାଙ୍କ ପାଇଁ ଅଧିକ ଅନୁଦାନ…
ରାଶନ କାର୍ଡକୁ ନେଇ ବଡ଼ ଅପଡେଟ୍। E-KYC ଅପଡେଟ ପାଇଁ ଆଉ କୋହଳ କରାଯିବ ନାହଁ । ହିତାଧିକାରୀଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଇ-କେୱାଇସି ଅପଡେଟ୍ ସମୟ ସୀମା ବର୍ଦ୍ଧିତ କରାଯାଇଛି ସତ । ହେଲେ ଏହା ଭିତରେ ଯଦି ଯୋଗ୍ୟ ହିତାଧିକାରୀ ଇ-କେୱାଇସି ନକରିପାରିଲେ । ସେମାନଙ୍କ କାର୍ଡ ସରେଣ୍ଡର ହୋଇଗଲା ବୋଲି ଧରିନିଆଯିବ । ଫେବ୍ରୁଆରି ୧୫ ଶେଷ ତାରିଖ ଥିଲା କିନ୍ତୁ କିନ୍ତୁ ରାଜ୍ୟର ୩୪୧ ପିଡିଏସ ସେଣ୍ଟରରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ଯୋଗୁଁ ମାର୍ଚ୍ଚ ୩୧ ତାରିଖ ଯାଏଁ ସମୟ ସୀମା ବର୍ଦ୍ଧିତ ହେଇଛି । ତେବେ ଏହି ଦେଢ଼ ମାସ ଭିତରେ Ration Card ହିତାଧିକାରୀ ଇ-କେୱାଇସି ଅପଡେଟ କରି ନିଅନ୍ତୁ ବୋଲି କହିଛନ୍ତି କୃଷ୍ଣ ପାତ୍ର।
ଏବେ ଚାଲିଛି ବାହାଘର ସିଜିନ୍। ଆଉ ଏହି ବାହାଘରରେ କାହାକୁ ଫାଇଦା ହେଉ କି ନ ହେଉ ଲୁଟେରା ମାନଙ୍କୁ ବେଶ ଫାଇଦା ହେଉଛି। ତେବେ କ୍ୟାମେରା ମ୍ୟାନ ହୋଇ ବରପକ୍ଷରୁ ଆସିଲେ । ଆଉ ବରଯାତ୍ରୀ ପହଞ୍ଚିବା ପରେ ଭିଡ଼ର ସୁଯୋଗ ଦେଖି କନିଆର ଦାଦାଙ୍କ ବାଇକ ଲୁଟିନେଲେ । ଯାହାର ଲାଇଭ ଫୁଟେଜ ସିସିଟିଭିରେ କଏଦ ହୋଇଛି । ଏଭଳି ଘଟଣା ଉଦଳା ଥାନା ବୈରାଟପୁର ଗାଁରେ ଘଟିଛି । ଗାଁର ସୁଶୀଲ ମିଶ୍ରଙ୍କ ଝିଅ ବାହାଘର ହେଉଥିଲା। ତେବେ ଗତକାଲି ରାତିରେ ରେମୁଣା ଅଞ୍ଚଳରୁ ବରପକ୍ଷ ଆସିବା ସହିତ ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ଆସିଥିଲେ । ବରପକ୍ଷ ପହଞ୍ଚିବା ପରେ କନିଆର ଦାଦା ସ୍ୱରୂପ ମହାପାତ୍ର ବରପକ୍ଷଙ୍କ ପାଇଁ ଜଳଖିଆ ନେଇ ଯିବାକୁ ବାହାରିବା ସମୟରେ ତାଙ୍କ ବାଇକ ପାଇ ନଥିଲେ। ବହୁ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ନ ପାଇବାରୁ…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାହାରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବାହାରିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।ପ୍ରସନ୍ନ କହିଛନ୍ତି, ମୋହନ ମାଝୀ ଆଦିବାସୀ ସମ୍ପ୍ରଦାୟର ସରଳ ଅମାୟିକ ଲୋକ। ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏପରି ନ କରିବାକୁ ସେ ଅପିଲ କରିଛନ୍ତି।ତେବେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାହିଁକି ଏମିତି କହିଲେ ବିରୋଧୀ ଦଳ ଉପନେତା, ତାହା ଜଣାପଡିନାହିଁ ।
ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୨୮ ଜାନୁଆରୀ ୨୦୨୫ ରେ ନୂଆ ନିୟମ ଜାରି କରିଛି । ଏହି ନୂଆ ନିୟମ ଅନୁଯାୟୀ ଫେବୃଆରୀ ୧୭, ୨୦୨୫ରୁ ଯଦି ଆପଣ ନିଜ ଗାଡ଼ିକୁ ନେଇ ଟୋଲ୍ ପ୍ଲାଜାରେ ପହଞ୍ଚିବେ ଏବଂ ଟ୍ୟାଗ୍ ରିଡ୍ କରିବା ପରେ ୬୦ ମିନିଟରୁ ଅଧିକ ସମୟ ଲାଗେ ତେବେ ପେମେଣ୍ଟ ହେବ ନାହିଁ । କେବଳ ଏତିକି ନୁହେଁ ଯଦି ଟ୍ୟାଗ୍ ରିଡ୍ କରିବାର ଅତିକମରେ ୧୦ ମିନିଟ୍ ପୂର୍ବରୁ ବ୍ଲାକଲିଷ୍ଟ ହୋଇଯାଏ, ତେବେ ମଧ୍ୟ ପେମେଣ୍ଟ ହେବ ନାହିଁ । ହେଲେ ନୂଆ ନିୟମ ଅନୁଯାୟୀ, ୟୁଜର୍ସମାନଙ୍କୁ ନିଜର ଫାସ୍ଟ୍ୟାଗ ସିଷ୍ଟମରେ ସୁଧାର ପାଇଁ ୭୦ ମିନିଟର ସମୟ ମିଳିବ ।ଏହା ବ୍ୟତୀତ ଯଦି ଆପଣଙ୍କର ଫାସ୍ଟ୍ୟାଗ ବ୍ଲାକଲିଷ୍ଟ ହୋଇଛି । କିନ୍ତୁ ଯଦି ଆପଣ ଟ୍ୟାଗକୁ ରିଡ୍ କରିବାର ୬୦ ମିନିଟ୍ ମଧ୍ୟରେ କିମ୍ବା ରିଡ୍ କରିବାର ୧୦ ମିନିଟ୍ ମଧ୍ୟରେ…









