ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କୋଠା ଓ ଜମି ସଉକ । ଭିଜିଲାନ୍ସ ଚଢାଉ ବେଳେ ୧୧ଟି ପ୍ଲଟ ଓ ବଡ଼ ବଡ଼ କୋଠା ଠାବ କରିଛି ଭିଜିଲାନ୍ସ ।ରେଡ୍ ବେଳେ ଖଟ ତଳୁ ମିଳିଛି ନଗଦ ୧୭ ଲକ୍ଷ ଟଙ୍କା। ଏହା ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର।ଖଟ ତଳେ ଗଦି ମରାଯାଇ ରଖା ଯାଇଥିଲା ଖାଲି ପାଞ୍ଚ ଶହ ଟଙ୍କିଆ ବିଡା।ଏହା ସହ ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା ନିଜ ଘର ଓ ଅର୍ଦ୍ଧ ନିର୍ମିତ କୋଠା ଘରେ ବି ଚାଲିଛି ଚଢାଉ। ସେହିପରି ଲାଞ୍ଜିପଲ୍ଲୀଠାରେ ରହୁଥିବା ସୂର୍ଯ୍ୟମଣିଙ୍କ ଶଳାଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଛି। ଅନ୍ୟପଟେ ଜଟଣୀ ଓ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢାଉ ଜାରି ରହିଛି। ଗଞ୍ଜାମ ଜିଲା ସୋରଡ଼ାରେ ଥିବା…
Author: sanitelevision
କେନ୍ଦ୍ର ସରକାରଙ୍କ ଦ୍ୱାରା ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ ମିଳିବା ପରଠାରୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଆଶାବାଦୀ ଯେ, ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ, ସେମାନଙ୍କ ଦରମା ଯଥେଷ୍ଟ ବୃଦ୍ଧି ପାଇବ।ତଥାପି, କିଛି ବିଭାଗ ଅଛି ଯାହା ଅଷ୍ଟମ ବେତନ କମିଶନ ଅଧୀନରେ ଆସିବ ନାହିଁ । ଅର୍ଥାତ୍ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ମଧ୍ୟ ସେମାନଙ୍କର ଦରମା ବୃଦ୍ଧି ପାଇବ ନାହିଁ ।ଅଷ୍ଟମ ବେତନ କମିଶନରେ, ଫିଟମେଣ୍ଟ ଫ୍ୟାକ୍ଟର ଏବଂ ଭତ୍ତା ଉପରେ ଆଧାରିତ ଦରମା ବୃଦ୍ଧି କରାଯିବ । ରିପୋର୍ଟ ଅନୁଯାୟୀ, ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର 1.92 ରୁ 2.86 ମଧ୍ୟରେ ହୋଇପାରେ। ଅର୍ଥାତ୍ ସରକାରୀ କର୍ମଚାରୀଙ୍କ ମୂଳ ଦରମା 18,000 ଟଙ୍କାରୁ ସିଧାସଳଖ 51,000 ଟଙ୍କାକୁ ବୃଦ୍ଧି ପାଇବ । ତଥାପି, ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ…
ବିଧାନସଭା ହଟ୍ଟଗୋଳ ପାଇଁ ବଡ ଆକ୍ସନ । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ନିଲମ୍ବିତ । ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଆକ୍ସନ । ତେବେ ଉକ୍ତ ବିଧାୟକଙ୍କ ନିଲମ୍ବନ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିବା ବେଳେ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହୋଇଛନ୍ତି ୧୨ କଂଗ୍ରେସ ବିଧାୟକ ।ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଛାଡି ସମସ୍ତ ସଦସ୍ୟ ନିଲମ୍ବିତ ହୋଇଥିବା ସୂଚନା ରହିଛି । ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ, ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି ।
ରାଜ୍ୟରେ ୪୫୩୯ ରକ୍ତଚନ୍ଦନ ଗଛ ରହିଛି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି ମନ୍ତ୍ରୀ । ଓଡିଶା ସରକାର ୯ ଏପ୍ରିଲରେ ଲାଲ ଚନ୍ଦନ କାଠର ବିଶ୍ୱସ୍ତରୀୟ ଇ-ନିଲାମର ଚତୁର୍ଥ ପର୍ଯ୍ୟାୟ କରିବାକୁ ଯାଉଛନ୍ତି। ଏହି ନିଲାମ ଇ-ଟେଣ୍ଡରିଂ ପ୍ରକ୍ରିୟା ମାଧ୍ୟମରେ କରାଯିବ, ଯାହା ଦ୍ୱାରା ଆନ୍ତର୍ଜାତୀୟ କ୍ରେତାମାନେ ଏହି ମୂଲ୍ୟବାନ କାଠର ବିକ୍ରୟରେ ଅଂଶଗ୍ରହଣ କରିପାରିବେ। ତେବେ ୨୫ ମାର୍ଚ୍ଚ, ୨୦୨୫ ସୁଦ୍ଧା, ଓଡ଼ିଶାରେ ମୋଟ ୪,୫୩୯ଟି ଲାଲ ଚନ୍ଦନ ଗଛ ଅଛି, ଯେଉଁଥିରୁ ୨୦୭୧ଟି ପ୍ରାକୃତିକ ଭାବରେ ବଢ଼ିଥିବା ବେେ ୨,୪୬୮ଟି ବନୀକରଣ ପ୍ରୟାସ ମାଧ୍ୟମରେ ରୋପଣ କରାଯାଇଛି ।ଲାଲ ଚନ୍ଦନର ଆର୍ଥିକ ଏବଂ ପରିବେଶଗତ ଗୁରୁତ୍ୱକୁ ସ୍ୱୀକାର କରି, ଓଡିଶା ସରକାର ଭାରତ ସରକାରଙ୍କ ବାଣିଜ୍ୟ ଏବଂ…
ଉତ୍ତର ପ୍ରଦେଶର ଔରୈୟା ଜିଲାରେ ବିବାହର ମାତ୍ର ୧୫ ଦିନ ପରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀ ଏବଂ ପ୍ରେମିକଙ୍କ ସୁପାରୀ କିଲର ଦ୍ବାରା ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ମିଶି, ହତ୍ୟା ପାଇଁ ଦେଇଥିଲେ ସୁପାରୀ । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ଖବର ମୁତାବକ, ମାର୍ଚ୍ଚ ୫ ତାରିଖରେ ୨୨ ବର୍ଷୀୟ ପ୍ରଗତି ଯାଦବଙ୍କର ୨୫ ବର୍ଷୀୟ ଦିଲ୍ଲୀପଙ୍କ ସହ ବିବାହ ହୋଇଥିଲା । ମାର୍ଚ୍ଚ ୧୯ ତାରିଖ ଏକ ପଡ଼ିଆରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଦିଲ୍ଲୀପ । ଗୁଳି ମାଡ଼ରେ ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା ହେଲେ ମାର୍ଚ୍ଚ ୨୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ହେଲା । ଦିଲ୍ଲୀପଙ୍କ ଭାଇ ଥାନାରେ ଏତଲା ଦେଇଥିଲେ ।ପୁଲିସ ହତ୍ୟା…
ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଓଡ଼ିଶାରେ ପହଞ୍ଚି ପୁରୀ ଗସ୍ତରେ ଜଷ୍ଟିସ୍ ହରିଶ ଟଣ୍ଡନ । ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ ।ଏହି ସମୟରେ ପୁରୀ ଏସପି, ଜିଲ୍ଲାପାଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ସେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ କାର୍ଯ୍ୟଭାର ସମ୍ଭାଳିବେ। ଖୁବଶୀଘ୍ର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ହରିଶ ଟଣ୍ଡନ।
ଏପ୍ରିଲରୁ ମହଙ୍ଗା ହେବାକୁ ଯାଉଛି ଗାଡ଼ି । ମାରୁତୁ ସୁଜୁକି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ହ୍ୟୁଣ୍ଡାଇ ଭଳି କମ୍ପାନିଗୁଡ଼ିକ ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି । କଞ୍ଚାମାଲ ଏବଂ ପରିଚାଳନା ଖର୍ଚ୍ଚ ବୃଦ୍ଧିକୁ ନଜରରେ ରଖି କମ୍ପାନି ଗୁଡ଼ିକ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ମାରୁତି ସୁଜୁକି ଏହାର ସମ୍ପୂର୍ଣ୍ଣ ଲାଇନ-ଅପ୍ର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ମାରୁତି ସୁଜୁକି କାରର ମୂଲ୍ୟ କେତେ ବୃଦ୍ଧି ପାଇବ ସେ ବିଷୟରେ ଅଟୋ ନିର୍ମାତା ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି । କିନ୍ତୁ କମ୍ପାନୀ କହିଛି ଯେ ବଢିଥିବା ଇନପୁଟ୍ ଖର୍ଚ୍ଚ ଏବଂ ପରିଚାଳନା ଖର୍ଚ୍ଚ ଯୋଗୁଁ କାରଗୁଡ଼ିକର ମୂଲ୍ୟ ବୃଦ୍ଧି କରାଯାଉଛି । ଏପ୍ରିଲରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ଏସ୍ୟୁଭି ଏବଂ କମର୍ସିଆଲ ଯାନ ଦର ୩% ଯାଏ ବୃଦ୍ଧି କରିବ । ସେହିଭଳି କିଆ ଇଣ୍ଡିଆ, ହୋଣ୍ଡା କାର୍ସ ଇଣ୍ଡିଆ,…
ହାଇକୋର୍ଟରେ ପହଞ୍ଚିଛି ଏସସିବି ମେଡିକାଲରେ ନବଜାତ ଶିଶୁ ଅଦଳବଦଳ ମାମଲା । ପୁରୀ-କୁମ୍ଭାରପଡା ବାସିନ୍ଦା ରତନା ବେହେରା ନାମକ ଜଣେ ଆବେଦନକାରୀ ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆବେଦନକାରୀ ପାର୍ଥନା କରିଛନ୍ତି ଯେ ଏହି ଘଟଣାର ସଠିକ ତଦନ୍ତ ହେବା ସହ ତାଙ୍କୁ ନ୍ୟାୟ ମିଳୁ । ସେପଟେ ଜବାବ ଦାଖଲ ପାଇଁ ଏସସିବିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।ଜଷ୍ଟିସ୍ ଡକ୍ଟର ଏସକେ ପାଣିଗ୍ରାହୀଙ୍କ ଖଣ୍ଡପୀଠ କହିଛନ୍ତି, “SCB ମେଡିକାଲ କଲେଜ ଏବଂ ହସ୍ପିଟାଲ କଟକର ଅଧୀକ୍ଷକଙ୍କୁ ଏପ୍ରିଲ ୨, ୨୦୨୫ ସୁଦ୍ଧା ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।” ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୧୦ ତାରିଖରେ ଆବେଦନକାରୀଙ୍କ ପତ୍ନୀଙ୍କୁ ପ୍ରସବ ପାଇଁ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗରେ SCBMCHରେ ଭର୍ତ୍ତି କରାଯାଇଥିଲା। ପରଦିନ, ସକାଳ ପ୍ରାୟ ୯ ଟା’ରେ, ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ସମୟରେ, ଶିଶୁଟି ସୁସ୍ଥ ଥିଲା, ସାଧାରଣ ଭାବରେ…
ଛତିଶଗଡ ଦାନ୍ତେୱାଡା ପୁଲିସ କୁ ବଡ ସଫଳତା । ଦାନ୍ତେୱାଡାରେ ଯବାନଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିପାତ । ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳିବିନିମରେ ଟଳି ପଡିଛନ୍ତି ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଛି ।ଖବର ଅନୁଯାୟୀ, ଇନ୍ଦ୍ରାବତୀ ନଦୀ କୂଳରେ ନକ୍ସଲମାନେ ମେଳି ବାନ୍ଧିଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସୀମାନ୍ତ ଦାନ୍ତେଓ୍ୱାଡ଼ା ଏବଂ ବିଜାପୁରରେ ଦୀର୍ଘ ସମୟ ଧରି ଚାଲିଥିଲା ସର୍ଚ୍ଚ ଅପରେସନ । ତେବେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରେସନ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ଚାଲିଥିବା ଏହି ଏନ୍କାଉଣ୍ଟରରେ ୫ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।
ଅଭିନେତା ବିକି କୌଶଳଙ୍କ ଅଭିନୀତ ‘ଛାବା’ ସୁପରହିଟ୍ ହୋଇଛି। ରିଲିଜ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ‘ଛାବା’କୁ ପ୍ରଶଂସା କରିଥିଲେ ଏବଂ ଏବେ ସେ ଏହି ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂରେ ଯୋଗ ଦେବାକୁ ଯାଉଛନ୍ତି।ଏହାପୂର୍ବରୁ ଡିସେମ୍ବର ୨୦୨୪ରେ ଫିଲ୍ମ ସାବରମତି ରିପୋର୍ଟ ମଧ୍ୟ ସଂସଦରେ ପ୍ରଦର୍ଶିତ ହୋଇଥିଲା। ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ପିଏମ ମୋଦି ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଟ୍ୱିଟରରେ ଫିଲ୍ମ ବିଷୟରେ ପୋଷ୍ଟ କରିଥିଲେ।ସମ୍ଭାଜୀ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବିକି କୌଶଳ, ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଏବଂ ପ୍ରଯୋଜକ ଦିନେଶ ବିଜନ ମଧ୍ୟ ସଂସଦ ଦ୍ୱାରା ଆୟୋଜିତ ‘ଛାବା’ର ସ୍ବତନ୍ତ୍ର ସ୍କ୍ରିନିଂରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ମୋଦି ୨୧ ଫେବୃଆରୀରେ ଦିଲ୍ଲୀରେ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ‘ଛାବା’ର ପ୍ରଶଂସା କରିଥିଲେ।…









