କାଳବୈଶାଖୀର ତାଣ୍ଡବ ପରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିଯିବ ।ସୂଚନା ଅନୁସାରେ, ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନ ଭିତରେ ପୁଣି ତାପାମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା ।ସେହିଭଳି ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ବଢ଼ିପାରେ। ରାଜଧାନୀ ଭୁବନେଶ୍ୱର, କଟକ, ବଲାଙ୍ଗୀରରେ ବର୍ଷା ହୋଇଛି। ସୋମବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୬.୮ ଡିଗ୍ରୀ ଥିଲା।
Author: sanitelevision
ଭିଜିଲାନ୍ସ ଜାଲରେ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ଟିମ୍ ମଙ୍ଗଳବାର ଭୋରରୁ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। କାର୍ଯ୍ୟାଳୟ ସମେତ ତାଙ୍କର ଗଞ୍ଜାମ ସୋର ସ୍ଥିତ ବାସଭବନ, ଅଫିସ କାର୍ଯ୍ୟାଳୟରେ ବର୍ତ୍ତମାନ ଚଢ଼ାଉ ଜାରି ରହିଛି।ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଫାଇଲ ପତ୍ର ଯାଞ୍ଚ କରୁଛି। ଅନ୍ୟପକ୍ଷେ ସୋର ତାଙ୍କର ୩ଟି ଘର ରହିଥିବା ଜଣାପଡିଛି। ଯାହାକୁ ସେ ଭଡ଼ା ସୂତ୍ରରେ ଦେଇଥିବାର ସୂଚନା ମିଳଛି। ଏପରିକି ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଛି।
ଶ୍ରୀମନ୍ଦିରରେ ମଙ୍ଗଳବାର ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଳିଆ ସେବକଙ୍କୁ ସେବାୟତ ଛୁଇଁ ଦେବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ମଇଲମ ଚାଲିଥିବା ବେଳେ ସେବାୟତ ଛୁଇଁ ଦେଇଥିଲେ। ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସୂଚନା ଯୋଗ୍ୟ, ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା।
ବୃଦ୍ଧି ହେଲା ସାଂସଦମାନଙ୍କ ଦରମା । ଏବେ ସାଂସଦମାନେ ପ୍ରତି ମାସରେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା ପାଇବେ, ଯାହା ପୂର୍ବରୁ ୧ ଲକ୍ଷ ଟଙ୍କା ଥିଲା ଦରମା । ଏହା ବ୍ୟତୀତ ଦୈନିକ ଭତ୍ତା ମଧ୍ୟ ଦୁଇ ହଜାରରୁ ଅଢ଼େଇ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବତନ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି କରାଯାଇଛି, ଯାହା ଏବେ ମାସିକ ୨୫ ହଜାର ଟଙ୍କାରୁ ବୃଦ୍ଧି ପାଇ ୩୧ ହଜାର ଟଙ୍କା ହେବ। ଏହି ନୂତନ ଦରମା ଏବଂ ପେନସନ ୧ ଏପ୍ରିଲ, ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ ।ଏଥିସହିତ ପାଞ୍ଚ ବର୍ଷରୁ ଅଧିକ ସେବା ଦେଇଥିବା ସାଂସଦ ପ୍ରତ୍ୟେକ ବର୍ଷ ନିମନ୍ତେ ଅତିରିକ୍ତ ପେନସନ୍ ପାଇଁ ପ୍ରମତିମାସରେ ୨୦୦୦ ପାଉଥିବା ବେଳେ ଏଣିକି ୨୫୦୦ ପାଇବେ । ଆୟକର ଅଧିନିୟମ, ୧୯୬୧ରେ ନିର୍ଦ୍ଦିଷ୍ଟ ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ ସଂସଦୀୟ ସଦସ୍ୟଙ୍କ ଦରମା, ଭତ୍ତା…
ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ ନେଇ ବଡ଼ ଖବର ଆସିଛି। ସାଧରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ । ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରାଯାଇଛି । ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରିଛି ନିଗମ । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା, ଆଉ ପଡ଼ିବନାହିଁ । ବିଜୁଳି ଦର ଅପରିବର୍ତ୍ତିତ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।OERC ଉପ ନିର୍ଦ୍ଦେଶକ ସଞ୍ଜୟ ରାଉତ ନିଶ୍ଚିତ କରିଛନ୍ତି ଯେ ସଂଶୋଧିତ ବିଦ୍ୟୁତ ଶୁଳ୍କ ଗଠନକୁ ଚୂଡ଼ାନ୍ତ କରିବା ପୂର୍ବରୁ କମିଶନ ସମସ୍ତ ସୂଚନାକୁ ପୁଙ୍ଖାନୁପୁଙ୍ଖ ଭାବରେ ସମୀକ୍ଷା କରିଛନ୍ତି।
ରାଜ୍ୟରେ ସବୁ ମିଳୁଛି ନକଲି। ପୂଜା ଘିଅଠାରୁ ଆରମ୍ଭ କରି ଗାଡ଼ି ଇଞ୍ଜିନ ଅଏଲ ସବୁ ନକଲି। ଏବେ ଲୋକମାନଙ୍କର ଜୀବନ ରକ୍ଷା ପାଇଁ ନକଲି ଔଷଧ ମଧ୍ୟ ମିଳୁଥିବା ଜଣା ପଡିଛି।ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର । ରାଜ୍ୟରେ ୩ ବର୍ଷରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି । ମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ୩ ବର୍ଷରେ ୧୩ ହଜାର ୫୨ଟି ନମୂନା ପରୀକ୍ଷଣ କରାଯାଇଥିଲା । ସେଥି ମଧ୍ୟରୁ ୮୪ଟି ମେଡିସନ୍ ନକଲି ଥିବା ଚିହ୍ନଟ ହୋଇଛି ।ନକଲି ମେଡିସନ୍ ନେଇ ୧୦୭ ମାମଲା ହୋଇଥିବା ବେଳେ ୧୫ ଜଣ ଗିରଫ ହୋଇଛନ୍ତି । ୩ ବର୍ଷ ମଧ୍ୟରେ ୩,୪୬୨ଟି ଚଢ଼ାଉ କରାଯାଇଥିବା ନେଇ ମଧ୍ୟ ମନ୍ତ୍ରୀ କହିଛନ୍ତି ।ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକଲି କିମ୍ବା ନକଲି ଔଷଧର ଏକ ବଡ଼ ବୃଦ୍ଧି ଘଟିଛି, ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି।…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟରରେ ନୀଳମାଧବ ମନ୍ଦିର ଦର୍ଶନ ପାଇଁ ସିଧାସଳଖ ନୟାଗଡ଼ ଜିଲ୍ଲାର କାଣ୍ଟିଲୋ ଯାଇଛନ୍ତି। ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ। ସେଠାରେ ସେ ରାତ୍ରିଯାପନ କରିବେ।ମଙ୍ଗଳବାର ସକାଳ ୯ଟାରେ ରାଷ୍ଟ୍ରପତି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପି। ତେବେ ଏହି ଗସ୍ତକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଜନସାଧାରଣଙ୍କ ପାଇଁ ୨୪…
ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା ଏ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପର୍ଯ୍ୟନ୍ତ ୯୬ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫କୋଟି ୯୫ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।୭ଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୭୨ ହଜାର ୬୫୧ ଜଣଙ୍କୁ ସୁପାରିଶ କରିଥିଲେ କମିଶନ ।
ନକଲି ପୋଲିସ ସବ୍-ଇନସ୍ପେକ୍ଟର ମାନସ ରଞ୍ଜନ ସେନାପତି । ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ଭୁବନେଶ୍ୱରରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା । ମାନସ ନକଲି ପୋଲିସ ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା ।ଏଭଳି ଅଭିଯୋଗ ପରେ ପରେ ତାଙ୍କୁ ପୋଲିସ ଗିରଫ କରିଛି । ସହିଦନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ତାଙ୍କୁ ପୋଲିସ ଧରିଥିବା ଜଣାପଡିଛି । ତାଙ୍କ ନିକଟରୁ ପୋଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇକାର୍ଡ, କାର୍, ଲାପଟପ୍, ମୋବାଇଲ ଫୋନ ଜବତ ହୋଇଛି l କେତେଜଣଙ୍କୁ ମାନସ ଠକିଛି ଓ କେତେ ଟଙ୍କା ଠକିଛି ତାହାକୁ ନେଇ କୌଣସି ସୂଚନା ମିଳିପାରନାହିଁ ।
ଜାଗୃତି ଶୁକ୍ଳାଙ୍କ ସହ ଜୀବନର ଦ୍ଵିତୀୟ ଇନିଂସ ଆରମ୍ଭ କରିଛନ୍ତି ସୁପରଷ୍ଟାର୍ ଅନୁଭବ ମହାନ୍ତି।ଦ୍ଵିତୀୟ ବିବାହ ପରେ ଅନେକ ଭଲପାଇବା ସହ ଦର୍ଶକଙ୍କ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଅନୁଭବ। ଅନେକ ଏହି ବିବାହକୁ ଗ୍ରହଣ କରିଥିବା ବେଳେ ଅନେକ ବର୍ଷାଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ଏହା ମଧ୍ୟରେ ଜଗା ଦର୍ଶନ କଲେ ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ଓ ଜାଗ୍ରତି। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ଦମ୍ପତ୍ତି। ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିସ କାମନା କରିଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ପତ୍ନୀ ଜାଗ୍ରତି ଶୁକ୍ଳା। ନାଲି ଶାଢୀ ପିନ୍ଧି ହାତରେ ନାଲି ଶଙ୍ଖା ପିନ୍ଧି ଆଉ ମଥାରେ ଅନୁଭବଙ୍କ ନାଁର ସିନ୍ଦୂର ଆଉ ବେକରେ ମଙ୍ଗଳ ସୂତ୍ର ପିନ୍ଧି ପୁରା ଓଡ଼ିଆ ଘରର ବୋହୂ ବେଶରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜାଗ୍ରତି।








