ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲ୍ସ କରିବା । ଅନୁଗୁଳ ଜିଲା ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ଆଠମଲ୍ଲିକ ଡିଏଫ୍ଓ କହିଛନ୍ତି । ସୂଚନାମୁତାବକ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଜାମୁଝରି ଗ୍ରାମର ଭଗନା ପେନ୍ଥେଇ ନାମରେ ଜଣେ ଯୁବକ ଏକ ଶୁଆକୁ ମାରି ରିଲସ ପ୍ରସ୍ତୁତ କରି ତାହାକୁ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଗତ ୨୧ ତାରିଖରେ ଅପଲୋଡ଼ କରିଥିଲେ। ଏହା ପିସିସିଏଫଙ୍କ ନଜରକୁ ଆସିବା ପରେ ଏନେଇ ତନାଘନା ହୋଇଥିଲା। ସମ୍ପୃକ୍ତ ଯୁବକକୁ ଗିରଫ କରିବାକୁ ଆଠମଲ୍ଲିକ ବନଖଣ୍ଡଅଧକାରୀଙ୍କୁ ପିସିସିଏଫ ନିର୍ଦେଶ ଦେଇଥିଲେ। ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ସଂପୃକ୍ତ…
Author: sanitelevision
ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀମାନଙ୍କୁ ମାସିକ ପେନସନ ପ୍ରଦାନ ସମ୍ବନ୍ଧରେ ଘୋଷଣା କରିଛନ୍ତି ।ସେ କହିଛନ୍ତି ଯେ, ୨୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଏମଆଇଏସଏ, ଡିଆଇଆର୍ ଏବଂ ଡିଆଇଏସଆଇଆର୍ ଆଇନ ବଳରେ ପ୍ରଭୃତି ଆଇନ ବଳରେ ଗିରଫ ହୋଇଥିବା ବନ୍ଦୀମାନଙ୍କୁ ସରକାରଙ୍କ ଦ୍ୱାରା ମାସିକ ପେନସନ ଦେବାପାଇଁ ଗତ ସ୍ୱାଧୀନତା ଦିବସରେ ଘୋଷଣା କରାଯାଇଥିଲା lଇତିମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତ୍ତିକୁ ବିଚାରକରି ପ୍ରଥମ ପର୍ଯ୍ୟାୟରେ ୨୧ ଜଣଙ୍କୁ ଜାନୁଆରୀ ୧ ତାରିଖଠାରୁ ମାସିକ ୨୦ ହଜାର ଟଙ୍କା ପେନସନ ଦେବା ପାଇଁ ରାଜ୍ୟସ୍ତରୀୟ କମିଟି ସୁପାରିଶ କରିଛନ୍ତି l ରାଜ୍ୟ ସରକାର ଇତି ମଧ୍ୟରେ ଏହାକୁ ଅନୁମୋଦନ କରିଛନ୍ତି l ଏମଆଇଏସଏ, ଡିଆଇଆର୍ ଏବଂ…
ବିଧାନସଭାରେ କେବେ ପୋଲିସ ପସିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ । ଗତକାଲି ଲୋୟର ପିଏମଜି ଠାରୁ ଆରମ୍ଭ କରି ବିଧାନସଭା ସାମ୍ନା ଯାଏଁ ଦେଖିବାକୁ ମିଳିଥିଲା କଂଗ୍ରେସ ନେତାଙ୍କର ପ୍ରତିବାଦ ଓ ରାଲି । କଂଗ୍ରେସ ଦଳ ସହ ଯୋଗ ଦେଇଥିଲା ବିଜେଡି । ଦୁଇ ଦଳର ନେତା ଓ ବିଧାୟକ ମିଶି ବିଧାନସଭା ଭିତରକୁ ଧସେଇ ପଶିବା ସହ ସାମ୍ନାରେ ଧାରଣାରେ ବସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ବିଧାୟକଙ୍କୁ ପୋଲିସ ଉଠାଇନେଇଥିଲା । ୧୨ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପରେ ଆଜି ସ୍ଥିତି ସାଂଘାତିକ ଦେଖିବାକୁ ମିଳିଛି । ବିଧାନସଭାରେ ପ୍ରବେଶ ପାଇଁ କଂଗ୍ରେସ ବିଧାୟକ-ପୁଲିସ ମୁହାଁମୁହିଁ ହୋଇଥିଲେ । ରଣକ୍ଷେତ୍ର ପାଲଟିଲା…
କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି।ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମେଷ୍ଟ୍ରିସ୍ ଆଣ୍ଡ୍ ଡ୍ରଗିଷ୍ଟସ୍ ମହାସଚିବ ରାଜୀବ ସିଂଘଲ କହିଛନ୍ତି, ଜରୁରୀ ଔଷଧ ଗୁଡ଼ିକର ଦାମ୍ ବଢ଼ିଲେ ଫାର୍ମା କମ୍ପାନି ଗୁଡ଼ିକୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଫାର୍ମା ଇଣ୍ଡଷ୍ଟ୍ରୀରେ ଔଷଧ ତିଆରି ପାଇଁ ଆବଶ୍ୟକ ପଡ଼ୁଥିବା କାଞ୍ଚା ମାଲ୍ ଏବଂ ଅନ୍ୟ ଖର୍ଚ୍ଚ ବଢ଼ୁଥିବାରୁ କେନ୍ଦ୍ର ସରକାର ଔଷଧର ମୂଲ୍ୟ ସାମାନ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । କ୍ୟାନ୍ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାଟିକ୍ ଏବଂ ଜରୁରୀ ଔଷଧର ଦାମ୍ ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ଆସନ୍ତା ଦୁଇରୁ ତିନି ମାସ ଭିତରେ ପଡ଼ିବ । କାରଣ ୯୦ ଦିନର ଔଷଧ ଷ୍ଟକ୍ ପୂର୍ବରୁ ରହିଛି । ଚଳିତ ମାସର ଆରମ୍ଭରେ,…
ବିଧାନସଭା ଘେରିବ କଂଗ୍ରେସ। ଏଥିପାଇଁ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଯାଇଛି। କେମିତି ସେମାନଙ୍କୁ ରୋକିବ ତାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୋଲିସ୍ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରିଛି। ଏଥିରେ ୧୦ ପ୍ଲାଟୁନ୍ ମହିଳା ଫୋର୍ସ ରହିବେ। ଆଇନ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ।ର୍ବଠାରୁ ଅଧିକ ସିସି କ୍ୟାମେରା ଲଗାଯାଇଛି। କିଛି ଗଳି ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି। ସେହିପରି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ମଧ୍ୟ ଜାରି କରିଛି ପୋଲିସ। ରାଜମହଲରୁ ରୂପାଲି ଓ ରୂପାଲିରୁ ରାଜମହଲ ଓ ଏଜିରୁ କେଶରୀ ଟକିଜ୍ ଛକ ରାସ୍ତାରେ ଟ୍ରାଫିକ କଟକଣା ହୋଇଛି | ତେବେ ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ୍ ରାସ୍ତାର ବନ୍ଦ ରହିବ |ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ରହିବ |ଏହି ସମୟରେ ରାସ୍ତାରେ କେହି ଯିବା ଆସିବା କରିବେ ନାହିଁ|ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ…
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ପିଲାଙ୍କୁ ଉନ୍ନତ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇବା ଲାଗି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧ ଏପ୍ରିଲରୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସପ୍ତାହରେ ତିନିଦିନ ପୁଷ୍ଟିକର ଲଡୁ ଯୋଗାଇ ଦିଆଯିବ।ଗୋଟିଏ ସପ୍ତାହରେ ସୋମବାର, ମଙ୍ଗଳବାର, ଗୁରୁବାର ପିଲାଙ୍କୁ ୩ଟି ଲଡୁ ଦିଆଯିବ ।ଗୋଟିଏ ଲଡୁ ପିଛା ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ସେଥିରୁ ସାମଗ୍ରୀ ବାବଦରେ ୩ଟଙ୍କା ୨୪ ଏବଂ ପ୍ରସ୍ତୁତି ପାଇଁ ୨୬ ପଇସା ଦିଆଯିବ । ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ଅଳେଇଚ, ରାଶି ଓ ଗୁଜୁରାତିରେ ଏହି ଲଡୁ ପ୍ରସ୍ତୁତ ହେବ । ପିଏମ ପୋଷଣା ଯୋଜନା ଅଧିନରେ ଆସୁଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ କରାଯିବ ।ଲଡୁ ପ୍ରସ୍ତୁତି ପାଇଁ ରୋଷେୟା-ସହାୟକମାନଙ୍କୁ ପୂର୍ବରୁ…
କାଳବୈଶାଖୀ ପରେ ପୁଣି ବଢ଼ିଲା ତାତି । ପାରଦ ଉପରମୁହାଁ । ବିଭିନ୍ନ ସ୍ଥାନରେ ୨ ରୁ ୪ ଡିଗ୍ରୀ ବଢ଼ିଛି ତାପମାତ୍ରା । ୨ ଦିନ ପର୍ଯ୍ୟନ୍ତ ପାଗରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ୨୯ରୁ ପୁଣି କଲବଲ କରିବ ତାତି । ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ଭବାନୀପାଟଣାରେ ୩୯ ଡିଗ୍ରୀ, ଟିଟିଲାଗଡ଼, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ଯାଜପୁର, ଭୁବନେଶ୍ୱର, ଢେଙ୍କାନାଳ, ନୟାଗଡ. ଫୁଲବାଣୀ, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼, ଅନୁଗୁଳରେ ତାତି ୩୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଗତକାଲି ବୌଦ୍ଧ ସମେତ ଝାରସୁଗୁଡ଼ା, ସମ୍ବଲପୁର ଓ ହୀରାକୁଦର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାଖରେ ପହଞ୍ଚିଛି ।
କଂଗ୍ରେସର ହାଇଡ୍ରାମାକୁ ସାଥ ଦେଇଛି ବିଜେଡି। କଂଗ୍ରେସ ଓ ବିଜେଡି ବିଧାନସଭାରେ ବାହାରେ ପ୍ରତିବାଦ କରିଛନ୍ତି। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଏହି ସମୟରେ ପୋଲିସ ସହ ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବ୍ୟାରିକେଡ ଭାଙ୍ଗି ଦେଇଛନ୍ତି କଂଗ୍ରେସ ଓ ବିଜେଡି।ଏହାରି ଭିତରେ ଭାଜପା ସରକାରଙ୍କ ଉପରେ ଗର୍ଜିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ଭାରତ ବର୍ଷରେ ଏହା ଅଭାବନୀୟ ଘଟଣା । ଇସ୍ରାଏଲ, ପାଲେଷ୍ଟାଇନ, ଋଷିଆ-ଯୁକ୍ରେନ ଯୁଦ୍ଧ ଭଳି ଗତକାଲି ରାତିରେ ବିଧାନସଭା ଆଗରୁ ଲାଇଭ ଟେଲିକାଷ୍ଟ ଦେଖିଲୁ । ପ୍ରଥମରୁ ଅଭାବନୀୟ ପରିସ୍ଥିତି ଦେଖାଦେଲା । କଂଗ୍ରେସ ଏକ ଛୋଟ ଦାବି ରଖିଲା ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ । ବିବୃତି ରଖିଦେଲେ ବେଦ ଅଶୁଦ୍ଧ ହୋଇନଥାନ୍ତା । ଗୃହ କମିଟି ଗଠନ କରିବାକୁ ସରକାର ସହମତ ହେଲେନି ।ଏହି ସରକାର ପୁରା ଅଗଣତାନ୍ତ୍ରିକ, ପୁରା…
ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼ । ପୁରୀରୁ ରାଉରକେଲା ଆସୁଥିବା ବନ୍ଦେ ଭାରତ ଟ୍ରେନ ଆଜି ଅପରାହ୍ନରେ କଲୁଙ୍ଗା ଷ୍ଟେସନ ଦେଇ ଆସୁଥିବା ବେଳେ ପଥର ମାଡ଼ ହୋଇଛି । ତେବେ ଏହି ଆକ୍ରମଣରେ ୨ଟି ବଗିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ହେଲେ ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନ ରହିଛି । ହେଲେ କିଏ ଏବଂ କାହିଁକି ଢେଲା ମାଡ଼ କରିଛି ତାର କୌଣସି ସୂଚନା ମିଳି ପାରିନାହିଁ ।ପୂର୍ବରୁ ବାହାର ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ଼ ହୋଇ ଥିଲା ବେଳେ ରାଉରକେଲା ନିକଟରେ ଏହା ପ୍ରଥମ।
ବୋହୁ ନେଇଗଲା ପୋଷା କୁକୁର । କୋର୍ଟରେ ପହଞ୍ଚିଲା ମାମଲା । ଏଭଳି ଭିତ୍ତିହିନ ଅଭିଯୋଗ ପାଇଁ ଏବେ ତଣ୍ଡ ଗଣିବେ ଅଭିଯୋଗକାରୀ । ସେପଟେ ହାଇକୋର୍ଟରେ କେସ ଚାଲିଲା ସତ। ହେଲେ ଓଲଟା ଶାଶୁଙ୍କ ଉପରେ ଜୋରିମାନା ଲଗାଇଦେଲେ ହାଇକୋର୍ଟ। ତେବେ କାହିଁକି? ଶାଶୂ ତ କେସ୍ କରିଥିଲେ ତାହାଲେ ହାଇକୋର୍ଟ ଓଲଟା ତାଙ୍କ ଉପରେ ଜୋରିମାନା କାହିଁକି ଲଗାଇଲେ?ସୂଚନା ଅନୁସାରେ, କଟକର ଜଣେ ମହିଳା ତାଙ୍କ ଯୌତୁକ ସାମଗ୍ରୀ ସହ ଘରର ପୋଷା କୁକୁରକୁ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳାଙ୍କ ଶାଶୁଘର ଲୋକେ । ବାସ୍ତବରେ ମହିଳା ଜଣଙ୍କ ନିଜ ସ୍ଵାମୀଙ୍କ ଠାରୁ ଅଲଗା ରହୁଛନ୍ତି । ତେବେ ମହିଳା ଜଣଙ୍କ ନିଜ ଘରକୁ ଯିବା ବେଳେ ତାଙ୍କ ସାଙ୍ଗରେ ଘରର ପୋଷା କୁକୁରକୁ ନେଇଯାଇଥିଲେ । ତେବେ କୁକୁରକୁ ଯୌତୁକରେ ନ ଆଣି ବି ସେ କାହିଁକି ତାକୁ ନେଲେ ସେ ନେଇ…









